ରାଜ୍ୟ |

ଆରପାରିରେ ଚନ୍ଦ୍ରଶେଖର

ଆରପାରିରେ ଚନ୍ଦ୍ରଶେଖର

ଭୁବନେଶ୍ୱର, ୯।୨(ବ୍ୟୁରୋ)- ପ୍ରଖ୍ୟାତ ସାହିତି୍ୟକ ତଥା ପଦ୍ମଶ୍ରୀ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କର ଶୁକ୍ରବାର ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି। ୧୯୨୯ ଅକ୍ଟୋବର ୧୭ରେ ଜନ୍ମଗ୍ରହଣ କରିଥିବା ଚନ୍ଦ୍ରଶେଖରଙ୍କ ଘର ବଲାଙ୍ଗୀର ଜିଲା ମାଲପଡ଼ାରେ। ସେପ୍‌ସିସ୍‌ ରୋଗ ଓ ଏକାଧିକ ଅଙ୍ଗ ଅକାମୀ ହୋଇଯିବା ଫଳରେ ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଗତ ୧ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଥିଲା। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାବେଳେ ତାଙ୍କୁ ନିଜ ବାସଭବନକୁ ଅଣାଯାଇଥିଲା। ଅପରାହ୍ନ ପ୍ରାୟ ୪ଟା ୧୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଚନ୍ଦ୍ରଶେଖର ଏକଧାରାରେ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ, ସ୍ଥପତି, ଚିତ୍ରଶିଳ୍ପୀ, କବି, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସେ ଇଂଲିଶ ଏବଂ ଆଇନରେ ସ୍ନାତକୋତ୍ତର କରିଥିଲେ। ଏହାସହିତ ଲକ୍ଷ୍ନୌ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନ ସୂଚକ ଡିଲିଟ୍‌ ଉପାଧି ଗ୍ରହଣ କରିଥିଲେ। ସେ ୧୯୫୨ରୁ ୧୯୮୬ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୧୯୮୭ରେ ସେ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ। ଆସ୍ପୃହା, ଶତଭିଷା ଆଦି ପତ୍ରିକାର ସେ ପ୍ରତିଷ୍ଠାତା ଉପଦେଷ୍ଟା ଥିଲେ। ତାଙ୍କର ୩ଟି ଉପନ୍ୟାସ, ୧୪ଟି ଗଳ୍ପ ସଙ୍କଳନ, ୧୨ଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି। ତାଙ୍କ ରଚନା ମଧ୍ୟରେ ଉପନ୍ୟାସ ‘ଯନ୍ତ୍ରାରୂଢ଼’, ‘ନବଜାତକ’, କ୍ଷୁଦ୍ରଗଳ୍ପ ସଙ୍କଳନ ‘ସବୁଯାକ ସ୍ବପ୍ନ’, ‘ବିକ୍ରି ପାଇଁ ଫୁଲମାଳ’, ‘ସମ୍ରାଟ ଓ ଅନ୍ୟମାନେ’, ‘ସନ୍ଧିକାଳ’, ନିବନ୍ଧ ସଙ୍କଳନ ‘ଦୃଷ୍ଟି ଓ ଦର୍ଶନ’, ବିଶେଷ କଥନ’, ‘ଉନ୍ମୋଚିତ ଦିଗ୍‌ବଳୟ’, କବିତା ସଙ୍କଳନ ‘ତୁମ ପାଇଁ ପକ୍ଷୀଗାନ, ‘ମୋ ଘର ବହୁତ ଦୂର’ ଅନ୍ୟତମ। ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ସାହିତ୍ୟ ଭାରତୀ ସମ୍ମାନ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ଶାରଳା ପୁରସ୍କାର, କାଦମ୍ବିନୀ ସାରସ୍ବତ ସମ୍ମାନ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୨ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ୧୯୭୩ରେ ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ଏବଂ ୧୯୭୮ରେ ପ୍ରବନ୍ଧ ସଙ୍କଳନ ‘ଅଶ୍ରୁତସ୍ବର’ ପାଇଁ ଏହି ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବାସଭବନକୁ ବିଶିଷ୍ଟ ବ୍ୟକ୍ତିମାନେ ଯାଇ ଶେଷ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚତ୍ ତାଙ୍କ ପାର୍ଥତ୍ବ ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ। ସ୍ବର୍ଗତ ରଥ ଜଣେ ପ୍ରଥିତଯଶା ଲେଖକ ଓ ବିଦ୍ୱାନ ଥିଲେ। ଅନେକ କାଳଜୟୀ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଜରିଆରେ ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି। ଏଥିପାଇଁ ସେ ଅମର ହୋଇ ରହିବେ। ତାଙ୍କ ପରଲୋକ ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ଏକ ବିରାଟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ସାହିତି୍ୟକ ପୀତବାସ ରାଉତରାୟ, ବିପିନ ବିହାରୀ ମିଶ୍ର, ଅଲେଖ ପଢ଼ିଆରୀଙ୍କ ସମେତ ଅନେକ ସାହିତି୍ୟକ ସ୍ବର୍ଗତ ରଥଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ସ୍ତ୍ରୀ ଚାରୁବାଳା ରଥ ଉପସ୍ଥିତ ଥିଲେ। ସ୍ବର୍ଗତ ରଥଙ୍କ ଦୁଇ ପୁଅ ଶଶିଭୂଷଣ ରଥ, ସପ୍ତର୍ଷି ରଥ ଏବଂ ୪ ଝିଅ ନୀହାରିକା ପାଣିଗ୍ରାହୀ, ଜୟଶ୍ରୀ ମିଶ୍ର, ଉଷା ମିଶ୍ର, ନିବେଦିତା ଶତପଥୀ ଅଛନ୍ତି। ତାଙ୍କ ପାର୍ଥିବ ଶରୀରକୁ ବାସଭବନରେ ରଖାଯାଇଛି। ଶନିବାର ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ବଡ଼ ପୁଅ ଶଶିଭୂଷଣ କହିଛନ୍ତି।

All Right Reserved By

ରାଜ୍ୟ |

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

କେନ୍ଦୁଝର,୧୬।୮(ସ୍ବ.ପ୍ର.):  କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜୟପୁର ଓ ସାନଯୋଡା ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ଦୁଇଟି ଦଳରେ ମୋଟ ୩୨ଟି ହାତୀ ଅଞ୍ଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। 

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ଆରଡ଼ି,୧୬।୮( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଓଳଗ, ସୁନ୍ଦରପୁର ଓ ଆରଡିର ଭାଜପା କର୍ମୀମାନେ ଗୁରୁବାର ସମୂହ ଦୀପଦାନ କରିଛନ୍ତି।

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ଜୟପୁର,୧୬।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି ସହ ଜୟପୁରରେ ଜିଲା ମୁଖ୍ୟ ଚିକିତ୍ସାଳୟ ତୁରନ୍ତ କାର୍ଯ୍ୟକାରୀ କରିବା, ଜାଲ ଜମି ପଟ୍ଟାର ସିଆଇ ତଦନ୍ତ ଆଦିି ୪ ଦଫା ଦାବି ନେଇ ଭାଜପା ପକ୍ଷରୁ ଜୟପୁର ନିର୍ବାଚନ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। 

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ନିମାପଡ଼ା,୧୬।୮(ଡି.ଏନ୍‌.ଏ.): ପିପିଲି-ନିମାପଡ଼ା ରାସ୍ତା ଶ୍ରୀମୁଖ ଛକ ନିକଟରେ ଗୁରୁବାର ସକାଳେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ମୃତକ ହେଲେ ନିମାପଡ଼ା ଥାନା ଅଧୀନ ଶ୍ରୀମୁଖ ଗ୍ରାମର ଶିବ ଚରଣ ସେଠୀ(୫୦)।

Model This Week

ଯସ୍ମିନ୍