ସମ୍ପାଦକୀୟ |

ଶିବଙ୍କ ସାପ

ଶିବଙ୍କ ସାପ
ମନମାନଚିତ୍ର-ଡ. ନରହରି ବେହେରା/ ଶିବଙ୍କ ପରିବାରକୁ ଦେଖି କେହି ଜଣେ ପଣ୍ଡିତ ନିଜ ମଗଜରୁ ଶ୍ଳୋକଟିଏ ଲେଖିଥିଲେ- ‘ସ୍ମାରଂ ସ୍ମାରଂ ସ୍ବଗୃହଚରିତଂ ଶିଳାଭୂତୋ ମହେଶଃ।’ ଅର୍ଥାତ୍‌ ଘର ଭିତରେ ବିଭିନ୍ନ ବିପରୀତଧର୍ମୀ ଚରିତ୍ରମାନଙ୍କ ବିଷୟରେ ଚିନ୍ତା କରି କରି କାଳେ ଶିବ ମହାପୁରୁ ପଥର ପାଲଟିଗଲେଣି। ଶିବଙ୍କ ଗଳାରେ ସାପ, ତାଙ୍କ ବାହନ ବୃଷଭ, ମାଆ ପାର୍ବତୀଙ୍କ ବାହନ ସିଂହ, ସାନପୁଅ ଗଣେଶଙ୍କ ବାହନ ମୂଷା ପୁଣି ବଡ଼ପୁଅ କାର୍ତ୍ତିକେୟଙ୍କ ବାହନ ମୟୂର ଗୋଟିଏ ପରିବାର ଭିତରେ ଅଛନ୍ତି। ସାପ-ମୂଷା, ବୃଷଭ-ସିଂହ ଏବଂ ମୟୂର-ସାପ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ସେମାନେ ପରସ୍ପରର ଶତ୍ରୁ। ତେଣୁ ଏମାନଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର। ଆମ ଘରେ ଗୋଟିଏ ରକ୍ତର ହୋଇ ବି ଭାଇଭଉଣୀ, କକାଖୁଡ଼ୀଙ୍କ ସହିତ ପ୍ରତ୍ୟେକ ଦିନ ମାରପିଟ୍‌ କଳିତକରାଳ ଲାଗୁଛି। ଶିବ ତାଙ୍କ ପରିବାରରେ ଏପରି ବିରୋଧୀ ଚରିତ୍ରଗୁଡ଼ିକ କଥା ଭାବି ଭାବି ଚିନ୍ତାରେ ପଥର ପରି ନିଶ୍ଚୟ ହୋଇ ଯାଉଥିବେ। ପଣ୍ଡିତଙ୍କ ମଗଜ ପରି ଆମର ବହଳିଆ ମଗଜ ନାହିଁ। ଆମେ ଜାଣୁ, ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସୁଖରେ ଜିଇବା ହିଁ ମହାପୁରୁଷଙ୍କର ଧର୍ମ- ଜଗତ୍‌ବାସୀଙ୍କୁ ଏ ଶିକ୍ଷା ଦେବା ପାଇଁ ଶିବ ମହାପୁରୁଙ୍କର ହିଁ ଏହି ପରିବାର। ଶିବ ତ ଭୋଳା ଲୋକ। ଜପଧ୍ୟାନରେ ତାଙ୍କର ମନ। ସେ କାହିଁକି ବା ଏମିତି ବାଉଳା ହେବେ? ସେ ତ ସ୍ଥିର ଧ୍ୟାନମଗ୍ନ। ଶିବବାବା ସିନା ସ୍ଥିର ହେଲେ ତାଙ୍କ ଗଳାରେ ଥିବା ସାପଟା ସବୁବେଳେ ଏଣେତେଣେ ଚାହିଁ ଫଁ ଫଁ ହେଉଥାଏ। ଏମିତି ହେବା ସ୍ବାଭାବିକ। ସେ ପରା ଶିବଙ୍କର ସାପ! ପଣ୍ଡିତେ ଆଜ୍ଞା ସିନା ଶିବଙ୍କ କଥା ଲେଖିପକାଇଲେ ହେଲେ ତାଙ୍କ ଗଳାରେ ଥାଇ ନିଜର ବହପ ଦେଖାଉଥିବା ସାପ କଥାଟିକୁ ଭୁଲିଗଲେ। ଓଲଟି ସେ ପ୍ରଶ୍ନ କରିପାରନ୍ତି ସାପ ତ ସାପ ଫେର୍‌ ଏ ଶିବଙ୍କ ସାପ କ’ଣ ଯେ ତାଙ୍କ ବିଷୟରେ ପୁଣି ଲେଖିବୁ? ଆମେ ଜାଣୁ ଦେଶ ବିଦେଶରେ ଅନେକ ପ୍ରଜାତିର ସାପ ଅଛନ୍ତି। ସେମାନେ ସମସ୍ତେ ଶିବଙ୍କ ଗଳାରେ ସ୍ଥାନ ପାଇ ନାହାନ୍ତି। ତେଣୁ ସେମାନେ ଶିବଙ୍କ ସାପ ହୋଇ ନ ପାରି ଭୟରେ କୋଉ ଗାତ କି ଗଛ କୋରଡ଼ରେ ଜୀବନ ବିତାଉଛନ୍ତି। କିନ୍ତୁ ଯେଉଁମାନେ ଶିବଙ୍କ ଦୟାରୁ ତା’ଙ୍କ ଗଳାରେ ସ୍ଥାନ ପାଇଗଲେ ସେମାନେ ଶିବଙ୍କ ସାପର ମାନ୍ୟତା ପାଇଗଲେ, ତାଙ୍କର ବହପ ବଢ଼ିଗଲା। ସେମାନେ କାହାକୁ ଡରିବେ କିଆଁ? ନିପଟ ମଫସଲରୁ ଆସି ହାକିମ କି ନାମକରା ଡାକ୍ତରଙ୍କ ଦୁଆର ଜଗୁଥିବା ନଡ଼ବଡ଼ିଆ ଟୋକାଟାଠାରୁ ଯେଉଁମାନେ ତା’ର ପାନଖିଆ ଦାନ୍ତ ଦେଖିଥିବେ, ଆଉ ତାଙ୍କଠାରୁ ଖିଙ୍କାରି ହୋଇ ମରମଜଳା କଥା ଶୁଣିଥିବେ ସେମାନେ ନିଶ୍ଚୟ ଏ ଶିବଙ୍କ ସାପ କଥା ଅନୁମାନ କରି ପାରୁଥିବେ। ସାଧାରଣ ମଣିଷ ସଂସ୍ପର୍ଶରେ ଆସି ଯଦି ଏ ଟୋକାଟା ଏପରି ବହପ ଦେଖାଇପାରେ, ସ୍ବୟଂ ମହାଦେବ, ବିଶ୍ୱକୁ ମୁହୂର୍ତ୍ତକ ମଧ୍ୟରେ ପାଉଁଶ କରିଦେବାର କ୍ଷମତା ଯାହାଙ୍କର ଅଛି, ତାଙ୍କ ଗଳାରେ ହାରପରି ଶୋଭାପାଉଥିବା ସାପବାପୁଡ଼ାର କି ବହପ ହେଉ ନ ଥିବ ଏକଥା ଅନୁମାନ କରିବା କଥା। ପଣ୍ଡିତେ ସିନା ଏତେବଡ଼ ଦୃଶ୍ୟଟାକୁ ଅଣଦେଖା କରିଦେଲେ, କିନ୍ତୁ ଓଡ଼ିଶାର କବିବର ରାଧାନାଥଙ୍କ ଆଖିରୁ ସେ ଦୃଶ୍ୟଟା ଖସିଗଲା ନାହିଁ। ସେ ଦେଖିଲେ ଏବଂ ଲେଖିଲେ- ‘ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ।’ ସତ କହିବାକୁ ଗଲେ ପୁରାଣ ଯୁଗରେ ଶିବଙ୍କ ସାପ ଉପରେ କିଛି ଗବେଷଣା ହୋଇ ନାହିଁ। ତାଙ୍କର କେତେ ସାପ ଥିଲେ, ସେମାନେ କେମିତି ଆଉ କୋଉଠି ଗରୁଡ଼ ଉପରେ ପ୍ରତାପ ଦେଖାଇଥିଲେ ସେ ବିଷୟରେ ମଧ୍ୟ ଜଣାନାହିଁ। ତେବେ ଆମ କବିବର ଏମନ୍ତ କଥା ଯୋଖିଲେ କିଆଁ? କଥାରେ ଅଛି ପରା, କବି ତୁଣ୍ଡଟା ମେଣ୍ଢାମୁଣ୍ଡ ପରି ଟାଣ। ସେ କୋଉଠି ଗୋଟିଏ ଖିଅପାଇ ନିଶ୍ଚୟ ଏମନ୍ତ ଲେଖିଛନ୍ତି। ଆମେ ଆଜି ଅନୁଭବ କରି ସେହି କବିଙ୍କ ଦୃଷ୍ଟିରେ ଦେଖିବାକୁ ପାଉଅଛୁ ଶିବଙ୍କ ସାପଗୁଡ଼ାକ ଆଜିକାଲିି ସାଲୁବାଲୁ ହେଲେଣି। ପୁରାଣର ଶିବଙ୍କ ଗଳାରେ ଏମାନେ ନ ରହି ଆଜିକାଲିକାର ଏ ସାପଗୁଡ଼ାକ କ୍ଷମତାର କେନ୍ଦ୍ରକୁ ମହୁମାଛି ପରି ବେଢ଼ି ରହିଥାନ୍ତି, ନଇଲେ କ୍ଷମତାଧୀଶ ଶିବଙ୍କର ଗୋଡ଼ାଣିଆ ହୋଇଥାନ୍ତି। ତେଣୁ ଭାରି ପାୱାରଫୁଲ। ଏମାନେ ଦେଖିବାକୁ ସାପ ପରି ନୁହନ୍ତି। ସାଦାସିଧା ଠିକ୍‌ ତମ ଆମପରି। ଆପଣଙ୍କ ସହିତ ମିଶିବେ, ବସିବେ, କିନ୍ତୁ ପାନରୁ ଚୂନ ଖସିିଗଲେ ଫଣାଟେକି ଏମିତି ଗୋଡ଼ାଇବେ ଯେ ଆପଣଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା କରିଦେବେ। ଆପଣ ସରକାରୀ କର୍ମଚାରୀ ହୋଇଥିଲେ ଆପଣଙ୍କ ନାଁରେ ମିଛ ମୋକଦ୍ଦମା କରି ହରକତ କରିବେ, କୋଉ ଅପନ୍ତରାକୁ ବଦଳି କରିବେ ଯେ ଆପଣ ଡିବିରି ଜାଳିବା ପାଇଁ କିରୋସିନ ଟିକିଏ ପାଇବେ ନାହିଁ। କିଛି ନ ହେଲେ ସାତ ସତର କରି ଏମିତି ପ୍ରଚାର କରିବେ ଯେ ଆପଣଙ୍କର ଜିଇବା ମରିବା ଏକାକାର ହୋଇଯିବ। ଏଇସବୁ କଥା ବନେଇଚୁନେଇ ଲେଖିବା ପାଇଁ ଅନେକ ମେଡିଆବାଲା ବି ଚାହିଁ ବସିଛନ୍ତି। ଆପଣ ସରକାରୀ କର୍ମଚାରୀ ହୋଇ ନ ଥିଲେ ବି ରକ୍ଷାନାହିଁ। ଆପଣଙ୍କ ଜୀବନ ପ୍ରତି ବିପଦ ଅଛି। ଆପଣଙ୍କ ପୁଅର ଚାକିରି ହେବନାହିଁ କି ଝିଅଟା ବାହା ହୋଇପାରିବ ନାହିଁ। ସମ୍ପର୍କ ବୋଇଲେ, ଏମାନଙ୍କର କିଛି ନାହିଁ। ଗଙ୍ଗା ବୋଇଲେ ଅଛି, ଗାଙ୍ଗୀ ବୋଇଲେ ଛୁ..। ଚୋଟ ମାରିବା ହିଁ ସାର। ‘ସର୍ପକୁଳରେ କଲୁ ଜାତ, ସ୍ବଭାବ ଛାଡ଼ିବି କେମନ୍ତ’ ନ୍ୟାୟରେ ଏମାନଙ୍କଠାରୁ ଭଲ ଆଶା କରିବା ଭୁଲ୍‌। ଶିବଙ୍କର ସାପ ଅନେକ ପ୍ରଜାତିର ଅଛନ୍ତି। ସେମାନଙ୍କ ମଧ୍ୟରୁ ସରକାରୀ ଏବଂ ବେସରକାରୀ ସାପ ଭେଦରେ ଦୁଇଟି ମୁଖ୍ୟ ଜାତି ଚଳପ୍ରଚଳ ହେବାର ଦେଖାଯାଏ। ଶିବଙ୍କ କୃପାଲାଭ କରି ଯେଉଁମାନେ ସରକାରୀ କୁର୍ସିକୁ ଜାବୁଡ଼ି ଧରିଥାନ୍ତି, ସେମାନେ ସରକାରୀ ଜାତିର। ଏମାନେ ଦେଖିବାକୁ ପୂରାପୂରି ପରିଷ୍କାର, ମଉନମୁହାଁ। କିନ୍ତୁ ଏମାନଙ୍କ ବହପ ଏତେ ଯେ ସେଠାରୁ ତାଙ୍କୁ ହଲାଇବା ବି ଭାରି କଷ୍ଟ। ସେମାନେ ଯେତେଦିନ ଯୋଉଠି ଇଚ୍ଛା କରିବେ ରହିପାରିବେ। ବଡ଼ ବଡ଼ ନଗରୀ ତ ଏମାନଙ୍କର ଚରାଭୂଇଁ। ଏମାନେ ଯେତେ ଯାହା କଲେ ବି ଚାରିଖୁଣ୍‌ ମାଫ୍‌। ଏମାନେ ଉପର ହାକିମଙ୍କ ବୋଲ ମାନନ୍ତି ନାହିଁ କି ତଳିଆ କର୍ମଚାରୀଙ୍କୁ ଖାତିର କରନ୍ତି ନାହିଁ। ଆପଣ ଯେତେବଡ଼ ଲୋକ ହୋଇଥାନ୍ତୁ ନା କାହିଁକି ପାଟି ଫିଟେଇଲେ,‘ପଥ ପଚାରି ବାପଘର ଯିବ, ଆଉ ଅଯୋଧ୍ୟାକୁ ମନ ନ କରିବ’ ନ୍ୟାୟରେ ଆପଣ ଆଉ ନିଜ ଜନ୍ମମାଟିର ମୁହଁ ଦେଖିବା ବି କଷ୍ଟକର ହୋଇଯିବ। ଆଉ ଥୋକେ ରହିଲେ ବେସରକାରୀ ସାପ, ଯେଉଁମାନଙ୍କୁ ଆପଣ କହିପାରନ୍ତି ଚାରିଦୌଡ଼ି କଟା। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲରେ ପରୀକ୍ଷାବେଳେ ବାଡ଼ଡେଇଁ ଯେଉଁ ସାର୍ଟିଫିକେଟ୍‌ ମିଳିଥାଏ, ସେତିକି। ଅବଶ୍ୟ ଏବେ ଅନେକ କଲେଜ ଖୋଲିବାପରେ କେତେକେ ସେମାନଙ୍କର କଳକଉଶଳ ପ୍ରୟୋଗ କରି ସାର୍ଟିଫିକେଟ ପାଇ ନିଜ ପାରିବାପଣ ଦେଖାଇଲେଣି। ହେଲେ ଏମାନଙ୍କର କଥାବାର୍ତ୍ତା, ବେଶଭୂଷା ଏବଂ ଚାଲିଚଳନ ପ୍ରାୟ ଏକପ୍ରକାରର। ଏମାନଙ୍କ ଚାଲିରେ ମାଟି ଦୁଲ୍‌କେ, ବାହାପିଆ କଥାରେ ସମସ୍ତେ ନିମିଷକ ମଧ୍ୟରେ ଉଡ଼ିଯାଆନ୍ତି। ସେମାନେ ସବୁଠିକୁ ଅକ୍ଳେଶରେ ଯାଇପାରନ୍ତି ଏବଂ ଯେତେବଡ଼ ଅଫିସର ହୁଅନ୍ତୁ ପଛେ ଏମାନଙ୍କର ଖାତିର ନ ଥାଏ। ଗାଁ ଗହଳରେ ଚାକିରି କରୁଥିବା ହାକିମଟିଏ ଯେମିତି ବଡ଼ ଅଫିସ୍‌କୁ ଗଲେ ସେଠାକାର ଚପରାଶି ନ ଚାହିଁିଲା ଯାଏଁ ଭିତରକୁ ଯାଇପାରେ ନାହିଁ, ସେମିତି ଏ ବେସରକାରୀ ଶିବସାପଗୁଡ଼ାକ ନ ଚାହିଁଲା ଯାଏ ଆପଣଙ୍କ ହାଣ୍ଡିରେ କଳା ବି ପଡ଼ିବନି। ବଦଳି, ମାଡ଼ମାରିବା, ଗାଳିଗୁଲଜ କରିବା ପରି ଯାବତୀୟ ଅପ୍ରୀତିକର ଘଟଣା ଏମାନଙ୍କ ବାୟଁ ହାତ କା ଖେଲ୍‌। ବାଡ଼ିଘର ମାମଲାଠାରୁ ଆରମ୍ଭ କରି ଝିଅ ବାହାଘର ପର୍ଯ୍ୟନ୍ତ ସବୁଠି ଏମାନଙ୍କର କୃପା ଆବଶ୍ୟକ। ତେଣୁ ଏମାନଙ୍କୁ ଛାଡ଼ିଦେଲେ ଆମ ଜୀବନ ଅପୂର୍ଣ୍ଣ ରହିଯିବ। ମାତ୍ର ‘ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚେ ଘଟିବ ସର୍ବନାଶ’ ନୀତିରେ ଏମାନଙ୍କଠାରୁ ଦୂରରେ ରହି ଦଣ୍ଡବତ କରିବା ଉଚିତ। ନ ହେଲେ ଭେଳା ବୁଡ଼ିଯିବ ହୋ ସୁଜନେ! କବିବର କ’ଣ ତୁଚ୍ଛାଟାରେ ଏଇ ଶିବଙ୍କ ସାପ କଥା କହିଥିଲେ? (ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୯୪୩୮୪୬୫୪୭୮)
All Right Reserved By

ସମ୍ପାଦକୀୟ |

ସିଆଇସିର କାର୍ଯ୍ୟବୋଝ

ସିଆଇସିର କାର୍ଯ୍ୟବୋଝ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଆବଶ୍ୟକ ସଂଖ୍ୟକ ସୂଚନା ଆୟୁକ୍ତଙ୍କ ଅଭାବରୁ ବର୍ଦ୍ଧିତ କାର୍ଯ୍ୟଭାର ତୁଲାଇବାକୁ ବହୁ ହଇରାଣର ସମ୍ମୁଖୀନ ହେଉଛି। ୨୦୧୬ରୁ ଚାରିଜଣ ସୂଚନା କମିଶନର ଅବସର ନେବା ପରେ ସିଆଇସିଙ୍କ ସମେତ ମୋଟ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୭କୁ ଖସିଆସିଛି। ଖାଲିସ୍ଥାନ ପୂରଣ ପାଇଁ ବିଜ୍ଞାପନ ଦିଆଯିବା ଓ ଦରଖାସ୍ତ ଆହ୍ବାନ କରାଯିବା ସତ୍ତ୍ୱେ ସରକାର ଏ ଯାବତ୍‌ ଉକ୍ତ ପଦବୀଗୁଡ଼ିକ ପୂରଣ କରିନାହାନ୍ତି। ସରକାର ଯଦି ଉକ୍ତ ଖାଲିସ୍ଥାନଗୁଡ଼ିକ ପୂରଣ ନ କରନ୍ତି ତେବେ ଆସନ୍ତା ଡିସେମ୍ବର ମାସରେ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୩କୁ ଖସିଯିବ। ପୁନଶ୍ଚ ଅଞ୍ଜଳି ଚାନ୍ଦ ବିଦା ହେବା ପରଠାରୁ ଆୟୋଗର ସେକ୍ରେଟାରୀ ପଦ ମଧ୍ୟ ଖାଲି ପଡ଼ିଛି। ପ୍ରାପ୍ତ...

 ସମୟର ବହୁ ଆଗରେ ଅଟଳ ବିହାରୀ

ସମୟର ବହୁ ଆଗରେ ଅଟଳ ବିହାରୀ

ନରେନ୍ଦ୍ର ମୋଦି 

ଅଟଳଜୀ ଆଉ ନାହାନ୍ତି। ମୋ ମନ କିନ୍ତୁ ମାନୁନି। ଲାଗୁଛି ଅଟଳଜୀ ମୋ ଆଖି ସାମ୍ନାରେ ଅଛନ୍ତି। ସେମିତି ସ୍ଥିର ନିଶ୍ଚଳ ହୋଇ ଭାବଗମ୍ଭୀର ମୁଦ୍ରାରେ ବସି ରହିଛନ୍ତି, ଯାହାଙ୍କ ହାତ ମୋ ପିଠି ଥାପୁଡ଼େଇ ଦେଉଥିଲା, ଯିଏ ମୋତେ ସ୍ନେହବୋଳା ହସରେ ଅନେକବାର କୁଣ୍ଢେଇ ଧରୁଥିଲେ, ଏବେ ସେ ସ୍ଥିର। ଅଟଳଜୀଙ୍କ ଏଭଳି ସ୍ଥିରତା ମୋତେ କେମିତି ବ୍ୟତିବ୍ୟସ୍ତ କରି ପକାଉଛି, ମନକୁ ଅସ୍ଥିର କରିଦେଉଛି। ଆଖିରେ କେମିତି ଏକ ଜ୍ୱଳନ ଅନୁଭବ କରୁଛି, ମୋ ଅନ୍ତରାମତ୍ା କିଛି କହିବାକୁ ଚାହୁଁଛି, ଢେର୍‌ କିଛି କହିବାକୁ ଚାହୁଁଛି। ହେଲେ କିଛି ବ୍ୟକ୍ତ କରିପାରୁନାହିଁ। ମୁଁ ନିଜକୁ ବାରମ୍ବାର ବିଶ୍ୱାସ ଦେବାକୁ ପ୍ରୟାସ କରୁଛି ଯେ ଅଟଳଜୀ ଏବେ ନାହାନ୍ତି। କିନ୍ତୁ ଏଭଳି ବିଚାର ମନକୁ ଆସିବା ମାତ୍ରେ ମୁଁ ନିଜକୁ ନିଜେ ଏଭଳି ଚିନ୍ତନରୁ ମୁକ୍ତ କରୁଛି। ସତରେ କ’ଣ ଅଟଳଜୀ ଆଉ ନାହାନ୍ତି? ନା। ମୁଁ ନିଜ ଭିତରେ ତାଙ୍କ କଣ୍ଠସ୍ବରର ଗୁଞ୍ଜରଣ ଅନୁଭବ କରିପାରୁଛି। ତା’ହେଲେ କେମିତି ମାନିଯିବି ଯେ ସେ ଆଉ ନାହାନ୍ତି! ...

ଏଇ ଭାରତରେ

ଏଇ ଭାରତରେ

ଦକ୍ଷିଣ ଗୋଆରେ ଥିବା ଏକ ଜଳଖିଆ ଦୋକାନ ପୂର୍ବରୁ ପର୍ତ୍ତୁଗୀଜ୍‌ କଲୋନିର ଅଂଶବିଶେଷ ଥିଲା। ପ୍ରତିବର୍ଷ ଅଗଷ୍ଟ ୧୫ରେ ଏଠାରେ  ପତାକା ଉତ୍ତୋଳନ ସହିତ ଅତୀତର ସ୍ମୃତିଚାରଣ କରାଯାଏ। ‘ଭାରତ କାଫେ’ ନାମକ ଏହି ଜଳଖିଆ ଦୋକାନ ପର୍ତ୍ତୁଗୀଜ୍‌ ଅମଳର ସ୍ମୃତି ବହନ କରିଛି। ଦକ୍ଷିଣ ଗୋଆର ଓଲ୍ଡ ମାର୍ଗାଓ ମାର୍କେଟରେ ଏହା ଅବସ୍ଥିତ। ଚଳିତବର୍ଷ ସ୍ବାଧୀନତା ଦିବସ ପାଇଁ ଏହାକୁ ବେଶ୍‌ ସୁସଜ୍ଜିତ...

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଭାରତୀୟ ମୁଦ୍ରା ଟଙ୍କାର ସମସ୍ୟା ସରିବା ପରି ଲାଗୁନାହିଁ। ଗୁରୁବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଖସି ସର୍ବକାଳୀନ ରେକର୍ଡ ନିମ୍ନସ୍ତରରେ ୭୦ ଟଙ୍କା ୨୦ ପଇସାରେ ପହଞ୍ଚିଛି। ଦିବସ ଆରମ୍ଭରୁ ଟଙ୍କାର ମୂଲ୍ୟ ତୀବ୍ରବେଗରେ ଖସିବାକୁ ଆରମ୍ଭ କରି ୪୨ ପଇସା ପର୍ଯ୍ୟନ୍ତ ଖସିଯାଇଥିଲା, ଯାହା ସର୍ବକାଳୀନ ରେକର୍ଡ ଏବଂ ଏକ ଡଲାରର ମୂଲ୍ୟ ୭୦ ଟଙ୍କା ୩୨ ପଇସାରେ ପହଞ୍ଚିଥିଲା। ଟଙ୍କାର ଅବମୂଲ୍ୟାୟନର ସଦ୍ୟତମ ମୁଖ୍ୟ କାରଣ ହେଉଛି ତୁର୍କୀ ସଂକଟ ଏବଂ ଆମେରିକୀୟ ଡଲାରର ଚାହିଦା ବୃଦ୍ଧି।   ମଙ୍ଗଳବାର ଡଲାର ...

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ହୀରାକୁଦ ବନ୍ଧରେ ମାତ୍ରାଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏବେ ଆଉ ଅଧିକ ୫ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଲେଣି। ବର୍ତ୍ତମାନ ରହିଥିବା ୩୪ କ୍ରେଷ୍ଟ ଗେଟ୍‌ (ଉପର ଗେଟ୍‌)ରେ ସେକେଣ୍ଡକୁ ୪୨,୪୫୦ ଘନମିଟର ଜଳ ନିଷ୍କାସନ କ୍ଷମତା ଥିଲାବେଳେ, ଏହାକୁ ୬୯,୬୩୨ ଘନମିଟରକୁ ବୃଦ୍ଧି କରିବାକୁ ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ଆବଶ୍ୟକ ବୋଲି କୁହାଯାଉଛି। ୨୦୧୬ରେ ଏହି ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ପାଇଁ ୫୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା, ଯାହା ଏବେ ଅଧିକ ବଢିଯିବ। ନୂତନ ନିର୍ମାଣ କରାଯିବା ଦ୍ୱାରା ଡ୍ୟାମ୍‌ ତଳି ଅଞ୍ଚଳରେ ଥିବା ୭ଟି ପଡ଼ାର ୭୧୬ ପରିବାର ବିସ୍ଥାପିତ ...

ଏତେ ତରତର

ଏତେ ତରତର

ଅଞ୍ଜନ ଚାନ୍ଦ

ବନସ୍ତ ଭିତରେ ପଥଟିଏ। ପଥରେ ପଥିକ ଜଣେ ସାଧୁ। ଗୁଣୁଗୁଣୁ ଭଜନ ଗାଇ ଚାଲିଛନ୍ତି। ପଛରୁ ଜଣେ ବାଟୋଇ ଆସିଲେ। ତାଙ୍କୁ ଅତିକ୍ରମ କରି ଆଗକୁ ଚାଲିଗଲେ। ସାଧୁ ପଚାରିଲେ- ଏତେ ତରତର? ହଁ, ମୁଁ ଘରକୁ ଯିବି- ସେ ଉତ୍ତର ଦେଲେ।
ସାଧୁ କହିଲେ, ଯିଏ ଯାଉଛନ୍ତି ତାଙ୍କର ଗୋଟେ ଠିକଣା ଅଛି। ତେବେ ସେଥିପାଇଁ ଏତେ ବ୍ୟସ୍ତ କାହିଁକି?...

ଏଇ ଭାରତରେ

ଏଇ ଭାରତରେ

ଅନେକ ପିଲା ନିଖୋଜ ହୋଇଯାଆନ୍ତି। ସେମାନଙ୍କୁ ଖୋଜି ପାଇବା ମୁସ୍କିଲ୍‌ ହୋଇପଡେ। କିନ୍ତୁ ହାଇଦ୍ରାବାଦର ଜଣେ ୬ବର୍ଷର ବାଳକ ବର୍ଷକ ତଳେ ନିଖୋଜ ହୋଇଯାଇଥିଲେ ବି ତେଲେଙ୍ଗାନା ପୋଲିସର ଅଭିନବ ଉଦ୍ୟମ ଦ୍ୱାରା ତାଙ୍କର ସନ୍ଧାନ ମିଳିବା ସହଜ ...

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...