Dharitri News
ବାଲେଶ୍ୱର

୩ ଦିନ ପରେ ବି ମିଳିନି କଟାହାତ: ମୃତା ମହିଳାଙ୍କ ସ୍ବାମୀଙ୍କୁ କୋର୍ଟ ଚାଲାଣ

ତିହିଡ଼ି, ୯।୨(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ମାଳତୀ ସାହୁ (୪୫)ଙ୍କୁ ହତ୍ୟା କରାଯିବା ଘଟଣାର ରହସ୍ୟ ଘେରରେ ରହିଛି। ମୃତଦେହ ଉଦ୍ଧାର ହେବାର ୩ ଦିନ ବିତିଥିଲେ ବି ତାଙ୍କର ଦୁଇ କଟା ହାତର ସନ୍ଧାନ ଏଯାଏ ମିଳିନି । କୌଣସି ହିଂସ୍ରଜନ୍ତୁ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରୁ କଟାହାତ ଦୁଇଟିକୁ ନେଇଯାଇଥିବା ପୋଲିସ ସନ୍ଦେହ କରୁଛି। ମୃତା ମହିଳାଙ୍କ ଭାଇ କନାଟିଆ ଗ୍ରାମର ନାରାୟଣ ନାୟକ ତିହିଡି ଥାନାରେ କରିଥିା କରିଥିବା ଅଭିଯୋଗ କ୍ରମେ ପୋଲିସ ମକଦ୍ଦମା (ନଂ ୨୭/୧୮) ରୁଜୁ କରି ଅଭିଯୁକ୍ତ ସ୍ବାମୀ ବିଜୟ ସାହୁଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି। ଭଦ୍ରକ-ଧାମରା ରେଳପଥର ଗୋଳାପୋଖରୀଠାରୁ କିଛି ଦୂରରେ ଏହି ମହିଳାଙ୍କ ମୃତଦେହ ପଡିଥିବା ବୁଧବାର ସକାଳେ ଦେଖିବାକୁ ମିଳିଥିଲା। ଅତିରିକ୍ତ ଏସ୍‌.ପି. କୈଳାସ ଚନ୍ଦ୍ର ପରିଡ଼ା, ତିହିଡ଼ି ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଫୋରେନ୍‌ସିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ଏହାର ତଦନ୍ତ କରାଯାଇଥିଲା । କନାଟିଆ ଗ୍ରାମର ନାରାୟଣ ନାୟକ ତାଙ୍କ ଭଉଣୀଙ୍କୁ ମଙ୍ଗଳବାର ରାତିରେ ବିଭତ୍ସ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟା ରୂପ ଦେବା ଲାଗି ମୃତଦେହକୁ ଆଣି ରେଳଲାଇନ ନିକଟରେ ଫିଙ୍ଗି ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ତନାଘନା ଆରମ୍ଭ କରିଥିଲା। ମୃତା ମହିଳାଙ୍କ ସ୍ବାମୀ ବିଜୟ ସାହୁ ଓ ଗୋଳାପୋଖରୀ ଗ୍ରାମର ଜଣେ ମହିଳାଙ୍କୁ ଥାନାକୁ ଧରି ଆଣି ପୋଲିସ ଅଟକ ରଖିଥିଲା । ପରେ ଅଟକ ମହିଳାଙ୍କୁ ଭଦ୍ରକସ୍ଥିତ ‘ଆସିଆନା’ରେ ରଖା ଯାଇଥିଲା । ସେମାନଙ୍କୁ ଜେରା ପରେ ପୋଲିସ ବିଜୟଙ୍କୁ କୋର୍ଟ ଚାଲାଣ କରିଥିବା କହିଛି। ତେବେ ଅଟକ ମହିଳାଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି । ମୃତା ମହିଳାଙ୍କ ଦୁଇ କଟାହାତ ମିଳି ନ ଥିବାରୁ ଏହା କିପରି ଗାଏବ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କ ମୁହଁ ଏବଂ ଛାତିରେ ରେଳଧାରଣାରେ କଟିଥିବାର କୌଣସି ଚିହ୍ନ ନଥିବାରୁ ଦୁଇ ହାତ କିପରି କଟିଲା ତାହା ତଦନ୍ତ ସାପେକ୍ଷ ହୋଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ବାଲେଶ୍ୱର

ଦିବ୍ୟାଙ୍ଗ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଲା ଜିଲା ପ୍ରଶାସନ

ଦିବ୍ୟାଙ୍ଗ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଲା ଜିଲା ପ୍ରଶାସନ

କେନ୍ଦୁଝର, ୨୪।୨ (ସ୍ବ.ପ୍ର)- ଦିବ୍ୟାଙ୍ଗ ଯୁବତୀ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଛି ଜିଲା ପ୍ରଶାସନ। ୧୭ ତାରିଖରେ ପାଟଣା ବ୍ଲକ୍‌ ଅନ୍ତର୍ଗତ ପିଛୁଳାବେଡ଼ା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ଡାଳିମ୍ବ ପାତ୍ର ସରକାରୀ ସହାୟତା ନିମନ୍ତେ ଜିଲାପାଳ ଆଶିଷ ଠାକ୍‌ରେଙ୍କ ନିକଟରେ ଗୁହାରି କରିଥିଲେ। ଡାଳିମ୍ବଙ୍କ ନିବେଦନକୁ ଉଦାରତାର ସହ ବିଚାର କରି ଜିଲାପାଳ ଠାକ୍‌ରେ ସଙ୍ଗେସଙ୍ଗେ ତାଙ୍କୁ ରେଡକ୍ରସ୍‌ ପକ୍ଷରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ବାଲ୍ୟବିବାହକୁ ରୋକିଲା ପ୍ରଶାସନ

ପାଟଣା, ୨୪।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ରେ ବାଲ୍ୟ ବିବାହ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ । କେତେକ ସ୍ଥାନରେ ପ୍ରଶାସନ ଚଢାଉ ବାଲ୍ୟବିବାହ ରୋକୁଥିବା ବେଳେ ଆଉ କେତେକ ସ୍ଥାନରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି।

ଚୁଆପାଣି ଲୋକଙ୍କ ଭରସା

ଚୁଆପାଣି ଲୋକଙ୍କ ଭରସା

ରାଇସୁଆଁ,୨୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତର ତଳକମ୍ପୁଡି ଗ୍ରାମ ଜହ୍ଲାସାହି ଏକ ଅବହେଳିତ ଗାଁ। ବଣପାହାଡ ଘେରା ଅଞ୍ଚଳରେ ଥିବା ଏହି ଗାଁରେ ୨ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ବିକାଶଠାରୁ ଦୂରରେ ଥିବା ଏହି ଗାଁ ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରିଆସୁଥିବା ଗ୍ରାମବାସୀ କହିିଛନ୍ତି।

ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ବଡବିଲ,୨୪।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ଡେଲି ମାର୍କେଟରେ ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଅଗ୍ନିକାଣ୍ଡ ଘଟି ୫ ଦୋକାନ ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ବିଲ୍‌ ପାଇଁ ବ୍ଲକ ଅଫିସ ଧାଇଁ ହିତାଧିକାରୀ ହତାଶ

ବିଲ୍‌ ପାଇଁ ବ୍ଲକ ଅଫିସ ଧାଇଁ ହିତାଧିକାରୀ ହତାଶ

ଝୁମ୍ପୁରା,୨୪।୨(ଡି.ଏନ.ଏ.)-ଗ୍ରାମଞ୍ଚଳରେ ହିତାଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। କିନ୍ତୁ ବିଲ୍‌ ପାଇଁ ପଞ୍ଚାୟତ ପ୍ରତିନିଧି ଏବଂ କାଯର୍‌ୟ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ବାରମ୍ବାର ବିଲ ପାଇଁ ଦୌଡାଉଛନ୍ତି।

ଜେସିବି ପୋଡି ଦେଲେ ଦୁର୍ବୃତ୍ତ

ଜେସିବି ପୋଡି ଦେଲେ ଦୁର୍ବୃତ୍ତ

ଘସିପୁରା,୨୪।୨(ଡି.ଏନ୍‌.ଏ)- କେନ୍ଦୁଝର ଜିଲା ଘସିପୁରା ଥାନା ବରିପାଳ ଅଞ୍ଚଳରେ ଦୁବୃର୍ତ୍ତମାନେ କେନାଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଠିକାଦାରଙ୍କ ଉପରେ ଆକ୍ରମଣ କରିବା ସହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗୋଟିଏ ଜେସିବି ମେଶିନ୍‌କୁ ପୋଡି ଦେଇଛନ୍ତି।

ଖଟୁଆପାଟଣାରେ ପ୍ରାଣୀରୋଗ ବିଶେଷଜ୍ଞ ଦଳ:  ରକ୍ତ ନମୁନା ସଂଗ୍ରହ କଲେ

ଖଟୁଆପାଟଣାରେ ପ୍ରାଣୀରୋଗ ବିଶେଷଜ୍ଞ ଦଳ: ରକ୍ତ ନମୁନା ସଂଗ୍ରହ କଲେ

ଆରଡ଼ି,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଖଟୁଆପାଟଣା ଗଁ।ରେ ମଇଁଷି ମୃତ୍ୟୁ ଥମିବା ନଁ। ନେଉନି। ଶନିବାର ପୁଣି ୬ଟି ମଇଁଷିଙ୍କର ମୃତ୍ୟୁ ହୋଇଛି। ମଇଁଷି ମୃତ୍ୟୁ ରୋକିବା ଲାଗି ଅପରାହ୍ନରେ ଏହି ଗଁ।ରେ ପ୍ରାଣୀରୋଗ ଚିକିତ୍ସକ ପ୍ରତିଷ୍ଠାନ ଦଳ(ଏଡିଆରଆଇ ଟିମ୍‌) ପହଞ୍ଚିଛନ୍ତି।

ଧାମରାରେ ଜମି ଜାଲିଆତିକୁ ଲଗାମ ନାହିଁ

ଧାମରାରେ ଜମି ଜାଲିଆତିକୁ ଲଗାମ ନାହିଁ

ଚାନ୍ଦବାଲି,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଧାମରା ବନ୍ଦରାଞ୍ଚଳରେ ଥିବା ଘରୋଇ ଚାଷଜମି ଉପରେ ଏବେ ସମସ୍ତଙ୍କ ଆଖି। ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜମି ମାଫିଆମାନେ ବେଆଇନ ଭାବେ ଚାଷଜମିକୁ କିଣୁଥିବା ଅଭିଯୋଗ ହୋଇଛି।

ଚଳନ୍ତା ଅଟୋରେ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୪।୨(ଡି.ଏନ.ଏ)-ଚଳନ୍ତା ଅଟୋରେ ଜଣେ ଯୁବତୀଙ୍କୁ ସହଯାତ୍ରୀ ଅସଦାଚରଣ କରିବା ଘଟଣା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ମାମଲା(ନଂ.୩୫/୧୮) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୫ରୁ ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭଦ୍ରକ ଅଫିସ,୨୪।୨-ଆସନ୍ତା ମାର୍ଚ୍ଚ ମାସରୁ ପ୍ରତି ମାସ ବୁଧବାର ଓ ଶୁକ୍ରବାର ରାଜ୍ୟର ଯେକୌଣସି ସରପଞ୍ଚଙ୍କ ସହ ଭିଡିଓ କନଫେରନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କଥା ହେବେ।

ମହିଳାଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଧାମନଗର,୨୪।୨(ଡି.ଏନ.ଏ.)- ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ଥାନା କୋଠାର ଗ୍ରାମର ଜଣେ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଜୀବନରୁ ମାରି ଦେବାକୁ ଧମକ ଦେବା ନେଇ ଥାନାରେ ଅଭିଯୋଗ ହୋଇଛି।

କଳ୍ପନା ସହିତ ବାସ୍ତବତା ଯୋଡ଼ିବାକୁ  ପରାମର୍ଶ

କଳ୍ପନା ସହିତ ବାସ୍ତବତା ଯୋଡ଼ିବାକୁ ପରାମର୍ଶ

କପ୍ତିପଦା,୨୪।୨,(ଡି.ଏନ.ଏ) -କପ୍ତିପଦା ବ୍ଲକ ଅନ୍ତର୍ଗତ ନୂଆସାହିସ୍ଥିତ କପ୍ତିପଦା କଲେଜ ଯୁକ୍ତ ୩ ଡିଗ୍ରୀ ଶିକ୍ଷାବିଭାଗ ତରଫରୁ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶାନ୍ତ ସୁନ୍ଦର ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଶିକ୍ଷା ମଣିଷ ମନରେ ନବ ଜାଗରଣ ସୃଷ୍ଟି କରି ଜୀବନ ଜିଇଁବାର କଳା ଶିଖାଏ। ବିଦାୟୀ ଛାତ୍ରୀଛାତ୍ରମାନେ ସେହି ଶିକ୍ଷାକୁ ସାଥୀ କରି ଜୀବନକୁ ମଧୁମୟ କରି ତୋଳନ୍ତୁ ବୋଲି ସେ ଉପଦେଶ ଦେଇଛନ୍ତି।