ବାଲେଶ୍ୱର

ଘରୁ ଅଳଙ୍କାର ଲୁଟ

ବେତନଟୀ, ୯।୨ (ଡ଼ି.ଏନ.ଏ)-ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମର ରବୀନ୍ଦ୍ର ମିଶ୍ରଙ୍କ ଘରୁ ଗୁରୁବାର ସୁନା ଅଳଙ୍କାର ଲୁଟ ହୋଇଛି। ରବୀନ୍ଦ୍ରଙ୍କ ଅଭିଯୋଗ କ୍ରମେ ବୈଶିଙ୍ଗା ଥାନାରେ ଏନେଇ ମାମଲା (ନଂ ୨୮/୧୮) ରୁଜୁ ହୋଇଛି। ପୋଲିସ ପକ୍ଷରୁ ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମଙ୍କ ଦ୍ୱାରା ତଦନ୍ତ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତ ମାନଙ୍କର ସୂଚନା ମିଳିପାରି ନାହିଁ। ରବୀନ୍ଦ୍ର ପତ୍ନୀଙ୍କ ସହ ବୈଶିଙ୍ଗା ବଜାରକୁ ଯାଇଥିବା ବେଳେ ଏହି ଲୁଟ ହୋଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ବାଲେଶ୍ୱର

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଲାଇନ୍‌ମ୍ୟାନ୍‌ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଲାଇନ୍‌ମ୍ୟାନ୍‌ ମୃତ

ବଡ଼ବିଲ,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଛକରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଲାଇନ ମ୍ୟାନଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୂର୍ବାହ୍ନରେ ଉକ୍ତ ଛକରେ ଥିବା ହାଇମାଷ୍ଟ ଲାଇଟ୍‌ ସଜାଡୁଥିବାବେଳେ ବିଆର୍‌ପିଏଲ୍‌ର କର୍ମଚାରୀ ଅଜିତ ଗିରିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ମଧ୍ୟାହ୍ନ ଭୋଜନ ସ୍ବତନ୍ତ୍ର ଅଡିଟ୍‌ ପ୍ରହସନ ପାଲଟିଲା

ଖଇରା,୨୪।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ବିଭିନ୍ନ ବିଦ୍ୟାଳୟକୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଜନା ଠିକ୍‌ ଭାବେ ଚାଲିଛି କି ନାହିଁ ସେଥିପାଇଁ ସରକାରଙ୍କ ଅର୍ଥ ବିଭାଗ ତରଫରୁ ସ୍ବତନ୍ତ୍ର ଅଡିଟ କରାଯିବାକୁ ଜିଲାର ବିଭିନ୍ନ ବିଭାଗକୁ ଚିଠି ହୋଇଥିଲା। ସମ୍ପୂର୍ଣ୍ଣ ହୋଇଥିବା ଏହିି ଅଡିଟର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଜେଡିର ମିଶ୍ରଣ ସମାରୋହ

ବିଜେଡିର ମିଶ୍ରଣ ସମାରୋହ

ତିହିଡି,୨୪।୫(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ଇନ୍ଦିରିଆ ଗ୍ରାମରେ ଗୁରୁବାର ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିନ୍ଦୋଳ ଓ ମଙ୍ଗଳପୁର ପଞ୍ଚାୟତର ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣାକୁ ଟିକିରା ଗ୍ରୀଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବି: ୧୨ ଘଣ୍ଟିଆ ପାଟଣା ବନ୍ଦ ଶାନ୍ତିପୂର୍ଣ୍ଣ

ପାଟଣା,୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଷ୍ଟକ୍‌ଚରକୁ ଘଟଗାଁ ବ୍ଲକର ଟିକିରା ଗ୍ରିଡ୍‌ରୁ ବିଦ୍ୟୁତ୍‌ ଯୋଗାଣ ଦାବିରେ ଗୁରୁବାର ପାଟଣା ବିକାଶମଞ୍ଚ ତରଫରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବଜାର ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସମର୍ଥନ ମିଳିଛି।

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ହାଟଡିହି ବିଇଓ ଅଫିସ ମୁଖ୍ୟ କିରାଣି

ହାଟଡିହି, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

୨ ବର୍ଷ ପରେ ବସିଲା ବୈଠକ

୨ ବର୍ଷ ପରେ ବସିଲା ବୈଠକ

କେନ୍ଦୁଝର, ୨୪ା୫(ସ୍ବ.ପ୍ର.): କାନପୁର ବୃହତ ଜଳସେଚନ ପ୍ରକଳ୍ପର ପଞ୍ଚମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ବ ଆୟୂକ୍ତ ଡି.ଭି. ସ୍ବାମୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦରବାର ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକରେ ଗତ ୨୦୧୬ ଏପ୍ରିଲରେ ହୋଇଥିବା ଚତୁର୍ଥ ଥଇଥାନ ଓ ପାରିପାର୍ଶ୍ୱିକ

ଭେଦଭାବ ବିବାଦର ସମାଧାନ

ଭେଦଭାବ ବିବାଦର ସମାଧାନ

ଢେଙ୍କିକୋଟ, ୨୪ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଉପରଡିହା ପଞ୍ଚାୟତ ଫେଇଯାମୁଳା ଗ୍ରାମରେ ଧର୍ମ ପରିବର୍ତ୍ତନକୁ ନେଇ ଏକ ପରିବାରରେ ବିବାଦ ଦେଖା ଦେଇଥିଲା।ପ ପୋଲିସର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି। ଗତ ୩ଦିନ ତଳେ ଗ୍ରାମର ଜଣେ ବୃଦ୍ଧଙ୍କ ପରଲୋକ ହୋଇଥିଲା।

ଦୁର୍ବଳ ହେଉଛି ରେମାଳ ନଦୀବନ୍ଧ

ଆନନ୍ଦପୁର, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ତହସିଲ ଅଧୀନ ବାଲିପାଳ ନିକଟ ରେମାଳ ନଦୀପଠାରୁ ବେଧଡକ ଭାବେ ବାଲି ଉଠାଣ ଚାଲିଛି। ଏପରି ବେଆଇନ ବାଲି ଚାଲାଣ ନେଇ ତହସିଲ ପ୍ରଶାସନ ଚପ୍‌ ରହିଛି। ତହସିଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ନେଇ ସାଧାରଣରେ ସନ୍ଦେହ ଘନୀଭୂତ ହୋଇଛି। ଫଳରେ ସରକାରଙ୍କ ବହୁ ଟଙ୍କାର ରାଜସ୍ବ ହାନି ହେଉଛି।

କରମଙ୍ଗୀ ଘାଟିରୁ ଖସୁଛି ମାଟି

କରମଙ୍ଗୀ ଘାଟିରୁ ଖସୁଛି ମାଟି

ତେଲକୋଇ, ୨୪।୫(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କରମଙ୍ଗୀ ଘାଟି ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ପାହାଡରୁ ମାଟି ଅତଡା ଖସୁଛି। ଫଳରେ ଘାଟି ରାସ୍ତାରେ ଯାତାୟାତ ବାଧା ଆଶଙ୍କା ଉପୁଜିଛି। ତୁରନ୍ତ ନିର୍ମାଣ କାର୍ଯ୍ୟ ନ ହେଲେ କରମଙ୍ଗୀ କୃଷ୍ଣପୁର, ସିନ୍ଦୁରିଆ, ପାଟଖଳି, କୁଡବିଲ, ରାଣୀବେଡା, ଝାଟିକିପଶି ଗ୍ରାମ ଗୁଡିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ।

ଝୁମ୍ପୁଡ଼ିଘରେ ଜୀବନ:ବର୍ଷା ହେଲେ ରାତି ଅନିଦ୍ରା

ଝୁମ୍ପୁଡ଼ିଘରେ ଜୀବନ:ବର୍ଷା ହେଲେ ରାତି ଅନିଦ୍ରା

ହାଟଡିହୀ, ୨୪।୫(ଡି.ଏନ.ଏ.): ଆଇନକାନୁନ କ୍ଷେତ୍ରରେ ସେ ଦକ୍ଷ। ଦିନେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଲଢୁଥିଲେ। ଏବେ ତାଙ୍କ ପରିବାର ଅସହାୟ ଭାବେ ଝୁମ୍ପୁଡିଘରେ ଜୀବନ ବିତାଉଛନ୍ତି। ତାଙ୍କର ପ୍ରକୃତ ଜୀବନ ଦୁର୍ଦ୍ଦିନରେ ବିତୁଛି। ତାଙ୍କ ପରିବାର ପ୍ରତି ପ୍ରଶାସନର ଦୃଷ୍ଟି ନ ପଡିବା ପରିତାପର ବିଷୟ ହୋଇଛି।

ଆଶ୍ରୟସ୍ଥଳରୁ ୩ ଦିନରେ ୪ ଅନ୍ତେବାସୀ ନିଖୋଜ

ଭଦ୍ରକ ଅଫିସ,୨୪।୫-ଭଦ୍ରକ ଜିଲାରେ ଶିଶୁ ଯତ୍ନ ସଂସ୍ଥା ତଥା ମୁକ୍ତ ଆଶ୍ରୟସ୍ଥଳୀଗୁଡ଼ିକରୁ ଶିଶୁମାନେ ଫେରାର ହେବା ଘଟଣା ବାରମ୍ବାର ପଦାକୁ ଆସୁଛି। ଗତ ୩ଦିନରେ ପାଚେରି ଡେଇଁ ୪ ଜଣ ଅନ୍ତେବାସୀ କୁଆଡ଼େ ପଳାଇଥିବା କୁହାଯାଉଛି।

ଝିଅପୁଅଙ୍କ ହାତ ଛନ୍ଦିବାରେ ମାହିର୍‌ ଚୁନି ମିଅଁା

ଝିଅପୁଅଙ୍କ ହାତ ଛନ୍ଦିବାରେ ମାହିର୍‌ ଚୁନି ମିଅଁା

ଧାମନଗର,୨୪।୫(ଡି.ଏନ.ଏ.)-ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ଚୁନି ମିଅଁା ଏକ ପରିଚିତ ନାମ। ବର୍ଷା ଦିନ ଆସିଲେ ଛତା, ଶୀତଦିନେ କନ୍ଥା ସିଲେଇ ଏବଂ ବାହାଘର ଭଳି ସାମାଜିକ କର୍ମକର୍ମାଣି ସମୟରେ ଗଦି, ତକିଆ, ରେଜେଇ ତିଆରି କରି ସେ ପରିବାର ପ୍ରତିପୋଷଣ କରିଆସୁଛନ୍ତି।