Dharitri News
ବାଲେଶ୍ୱର

ପଲିଥିନ ବ୍ୟବହାର ନେଇ କଟକଣା

ପଲିଥିନ ବ୍ୟବହାର ନେଇ କଟକଣା  ଯୋଡ଼ା, ୯।୨(ଡି.ଏନ.ଏ.)-ଯୋଡ଼ା ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପଠାରେ ସ୍ବଚ୍ଛତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଯୋଡ଼ା ବିକାଶ ପରିଷଦ, ବ୍ୟବସାୟ କମିଟି, ବରିଷ୍ଠ ନାଗରିକ ମଞ୍ଚ, ମହିଳା ସଂଙ୍ଗଠନ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଚ୍ଚତମ ନ୍ୟାୟାଳୟ ଏବଂ ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପ୍ଲାଷ୍ଟିକ ଆବର୍ଜନା ନିୟମ ୨୦୧୭ ଅନୁଯାୟୀ ପଲିଥିନକୁ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଆୟୋଜିତ ସଚେତନାତା କାର୍ଯ୍ୟକ୍ରମରେ ବିଡିଓ ଅରୁଣ କୁମାର ମଲ୍ଲିକ, ପୌରପାଳିକା କାଯର୍‌ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କ ସମେତ କାଉନସିଲରମାନେ ଉପସ୍ଥିତ ଥିଲେ। ଆସନ୍ତା ଏପ୍ରେଲ ୧ତାରିଖରୁ ୫୦ ମାଇକ୍ରୋନଠାରୁ କମ ମୋଟେଇ ଥିବା ପଲିଥିନ ବିକ୍ରୟ ଗଚ୍ଛିତ ଓ ଆମଦାନୀ ଉପରେ କଟକଣା ଲଗାଯିବ। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟବସାୟ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହରକୁ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ କରାଯିବାକୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନ କରାଯାଇଥିଲା। ଯୋଡ଼ା ବଜାରରେ ପ୍ରତି ସ୍ଥାନରେ ଡଷ୍ଟବିନ ଲଗାଯିବାର ବନ୍ଦୋବସ୍ତ କରାଯିବାର ସ୍ଥିର କରାଯାଇଥିଲା।

ବାଲେଶ୍ୱର

ଦୁର୍ଘଟଣା ପରେ ପୋଲିସର ତନାଘନା: ୮ କୋଇଲା ଚୋର ଗିରଫ

ଭଦ୍ରକ ଅଫିସ,୨୨।୨ - ମଙ୍ଗଳବାର ରାତିରେ ଗ୍ରାମାଞ୍ଚଳ ଥାନା ଅଧୀନ ଇଚ୍ଛାପୁର ଲେଭଲ କ୍ରସିଂ ନିକଟରେ ଚଳନ୍ତା ଟ୍ରେନରୁ କୋଇଲା ଚୋରି ଉଦ୍ୟମ କରୁଥିବା ବେଳେ ଜଣେ ଯୁବକ ବିଦ୍ୟୁତ ଖୁଣ୍ଟରୁ ପଡି ମୃତ୍ୟୁବରଣ କରିଥିଲେ । ଏହିଘଟଣା ବୁଧବାର ସକାଳୁ ପ୍ରଚାରିତ ହେବା ପରେ ପ୍ରଶାସନ ଓ ପୋଲିସର ନିଦ ଭାଙ୍ଗିଥିଲା ।

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଅଫିସ, ୨୨।୨: ଜିଲା ଚିକିତ୍ସାଳୟରେ ଗୁରୁବାର ରାତିରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟ ମାନେ ହୋ-ହଲ୍ଲା କରିଥିଲେ।

୨୦୦ ବସ୍ତା ଚୋରା କୋଇଲା ଜବତ

ଆରଡି, ୨୨।୨ (ଡି.ଏନ.ଏ.) - ଚାନ୍ଦବାଲି ବ୍ଲକର ଧାନଖଣିଆ ନଦୀଘାଟ ଠାରେ ବୁଧବାର ମଧ୍ୟରାତ୍ରରେ ଧୂଷୁରୀ ପୋଲିସ ୨୦୦ ବସ୍ତା କୋଇଲା ଜବତ କରିଛି।

ବ୍ୟାପୁଛି ସାହାଣା ରୋଗ: ୫ ଦିନରେ ମଲେଣି ୫୩ରୁ ଊର୍ଦ୍ଧ୍ୱ ଗାଈ, ମଇଁଷି

ଆରଡ଼ି,୨୨।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକସ୍ଥିତ ଖଟୁଆପାଟଣା ଗଁ।ରେ ୫ଦିନ ମଧ୍ୟରେ ପ୍ରାୟ ୫୦ରୁ ଅଧିକ ମଇଁଷି ଓ ସୁନ୍ଦରପୁରର ୩ଟି ଗାଈ ମରିଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ଚାନ୍ଦବାଲି ତହସିଲର ମୁଖ୍ୟ କିରାଣୀ ନିଲମ୍ବିତ

ଚାନ୍ଦବାଲି,୨୨।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଫିସର ମୁଖ୍ୟ କିରାଣି ଖଗେନ୍ଦ୍ର ମଢେଇଙ୍କୁ ଗୁରୁବାର ଜିଲା ପ୍ରଶାସନର ଚିଠି(ନଂ.୪୧୩/୧୮) ବଳରେ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

୨ଛାତ୍ର ଅପହରଣ ପରେ ହତ୍ୟା ଘଟଣା: ଡାୟାକମ୍‌ ଟେଷ୍ଟ ପାଇଁ ନମୁନା ପଠାଗଲା

ଭଦ୍ରକ ଅଫିସ,୨୨।୨- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କହୁଣିଆସାହିର ୨ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଗୁରୁବାର ଡାୟାକମ୍‌ ଟେଷ୍ଟ ପାଇଁ ସଂଗୃହୀତ ପୋଖରୀ ପାଣି ବାଲେଶ୍ୱରସ୍ଥି ରିଜିଓନାଲ ଫରେନସିକ ଲାବୋରୋଟୋରୀକୁ ପଠାଇଛି।

୨୩ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର : କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଅନଶନ

୨୩ କି.ମି. ଦୂରରେ ପରୀକ୍ଷା କେନ୍ଦ୍ର : କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଅନଶନ

ଢେଙ୍କିକୋଟ,୨୨। ୨(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପରଡିହା ପଞ୍ଚାୟତ ବାଲିଯୋଡି ମାଆ ମଙ୍ଗଳ ଉଚ୍ଚବିଦ୍ୟାଳୟର ମାଟ୍ରକି ପରୀକ୍ଷା କେନ୍ଦ୍ର ଦୀର୍ଘ ୨୩ କିମି ଦୂରରେ ହୋଇଥିବାରୁ ଛାତ୍ରୀଛାତ୍ର ଅନଶନ କରିଛନ୍ତି।

 ଖଣି ଅନିୟମିତତା ମାମଲା : ସମ୍ପତ୍ତି ତାଲିକା ପାଇଁ ଟାସ୍କ ଫୋର୍ସ

ଖଣି ଅନିୟମିତତା ମାମଲା : ସମ୍ପତ୍ତି ତାଲିକା ପାଇଁ ଟାସ୍କ ଫୋର୍ସ

ଯୋଡ଼ା, ୨୨।୨(ଡି.ଏନ.ଏ.): ବହୁ ଚର୍ଚ୍ଚିତ ଖଣି ଅନିୟମିତତା ମାମଲା (ନଂ୧୧୪/୨୦୧୭)ର ବିଚାର କରି ସୁପ୍ରୀମକୋର୍ଟ ଗତ ୨୦୧୭ ଅଗଷ୍ଟ ୨ରେ ଜରିମାନା ଆଦାୟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଘସିପୁରା,୨୨।୨(ଡି.ଏନ.ଏ.)-ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ଓଭରବ୍ରିଜ ନିକଟ ରାସ୍ତା କଡ଼ରୁ ଜଣେ ନବଜାତକ ଶିଶୁ କନ୍ୟା ଉଦ୍ଧାର ହୋଇଛନ୍ତି। ଶୈଲଙ୍ଗ ଗ୍ରାମର ବିଷ୍ଣୁ ଚରଣ ରାଉତ ଉକ୍ତ ରାସ୍ତା ଦେଇ ନିଜ ଘରକୁ ଯାଉଥିଲେ।

ବଡସାହି ଡାକ୍ତରଖାନାକୁ କାୟାକଳ୍ପ ସମ୍ମାନ

ବଡସାହି ଡାକ୍ତରଖାନାକୁ କାୟାକଳ୍ପ ସମ୍ମାନ

ବଡସାହି,୨୧।୨(ଡି.ଏନ୍‌.ଏ)- ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ଡାକ୍ତରଖାନାମାନଙ୍କୁ ଉତ୍ସାହିତ କରିବାକୁ ରାଜ୍ୟସରକାର କାୟାକଳ୍ପ ସମ୍ମାନ ପ୍ରଦାନ କରି ଆସୁଛନ୍ତି। କର୍ମଚାରୀଙ୍କ ସଙ୍ଗଠିତ କାର୍ଯ୍ୟଶୈଳୀ ଓ ଡାକ୍ତରଖାନା ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆଦି କ୍ଷେତ୍ରକୁ ବିଚାରକୁ ନେଇ ଏହା ପ୍ରଦାନ କରାଯାଏ।

ଜଳିଗଲା ୨ ବଖରା

ଭଞ୍ଜକିଆ, ୨୨।୨-ରରୁଅଁ। ବ୍ଲକ ଅଧୀନ ଭଞ୍ଜକିଆ ଗ୍ରାମର ପୀତାମ୍ବର ବିରୁଅଁ।ଙ୍କ ୨ ବଖରା ଗୁରୁବାର ଜଳିଯାଇଛି। ରରୁଅଁ। ଅଗ୍ନିଶମ କେନ୍ଦ୍ର କର୍ମଚାରୀ ନିଅଁ।କୁ ଆୟତ୍ତ କରିଥିଲେ।

ଅନ୍ତର୍ଜାତୀୟ ଭାଷା ଦିବସ

କପ୍ତିପଦା, ୨୨।୨,(ଡି.ଏନ.ଏ) - କପ୍ତିପଦା ବ୍ଲକ ଅଧିନ ନୁଦୁଡିହା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନ୍ତର୍ଜାତୀୟ ଭାଷା ଦିବସ ପାଳିତ ହୋଇ ଯାଇଛି। ଏଥିରେ ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ କୁମାର ରାୟ ଅଧ୍ୟକ୍ଷତା କରିଛନ୍ତି ।