ବାଲେଶ୍ୱର

ଛାତ୍ରଙ୍କ ବିପଦ ମହୁଫେଣା

ଘସିପୁରା,୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ବିଏନ ହାଇସ୍କୁଲର ଛାତ୍ରଙ୍କ ପାଇଁ ମହୁଫେଣା ଆସନ୍ନ ବିପଦ ସୃଷ୍ଟି କରିଛି। ଉକ୍ତ ହାଇସ୍କୁଲ ଛାତରେ ବିରାଟକାୟ ମହୁଫେଣା ରହିଛି। ତାହା ଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିଥିଲେ ହେଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ପରିତାପର ବିଷୟ ସାଜିଛି। ଗତ ବୁଧବାର ବୈତରଣୀର ଆନନ୍ଦପୁର ରିଙ୍ଗ ରୋଡ୍‌ କଡରେ ଏକ ଶିବ ମନ୍ଦିରର ଦଧିନଉତୀ ଉଠିବା କାର୍ଯ୍ୟକ୍ରମରେ ଯୋଗଦେଇଥିବା ତିନି କୃଷି କର୍ମଚାରୀ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ। ବିଦ୍ୟାଳୟରେ ମହୁମାଛିଙ୍କ ଅବସ୍ଥିତି ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣି ନ ଜାଣିଲା ଭଳି ମନୋଭାବ ପ୍ରଦର୍ଶନ କରିବା ଅଧ୍ୟୟନରତ ଛାତ୍ରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।
All Right Reserved By

ବାଲେଶ୍ୱର

ହାଟଡିହିରେ ମୋ ଭବିଷ୍ୟତ ସାକ୍ଷର ଅଭିଯାନ

ହାଟଡିହିରେ ମୋ ଭବିଷ୍ୟତ ସାକ୍ଷର ଅଭିଯାନ

ହାଟଡିହି,୨୨।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଛେନାପତିଠାରେ ମଙ୍ଗଳବାର ମୋ ଭବିଷ୍ୟତ ସାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଚୁଲିରୁ ନିଆଁଲାଗି ଅଗ୍ନିକାଣ୍ଡ: ଜଳିଗଲା ୫ବଖରା

ଚୁଲିରୁ ନିଆଁଲାଗି ଅଗ୍ନିକାଣ୍ଡ: ଜଳିଗଲା ୫ବଖରା

ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ କଣ୍ଟିଆପଡ଼ା ଜାଳବଣ ସାହିରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଚୁଲିରୁ ନିଆଁ ଲାଗି ନେତ୍ରା ମୁଣ୍ଡାଙ୍କ ପୁଅ କୁନା ମୁଣ୍ଡାଙ୍କ ୫ବଖରା ଘର ଜଳିଯାଇଛି।

 ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ, ୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ବାରିପଦା ଅଫିସ, ୨୨।୧: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ କୁରୁଳିଆ ସେବାଶ୍ରମରେ ସୋମବାର ରାତି ପ୍ରାୟ ୩ଟାରେ ହାତୀ ପଲ୍ଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଅନ୍ତେବାସୀଙ୍କ ପାଇଁ ସେଠାରେ ଥିବା ପ୍ରାୟ ୧୦/୧୨ବସ୍ତା ଚାଉଳ ଓ ମୁଢ଼ି ଖାଇଦେଇଛନ୍ତି।

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ୍‌, ୨୨।୧(ଡି.ଏନ.ଏ):  ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଝାଡେଶ୍ୱର ମୁସଲିମ୍‌ ବସ୍ତିରେ ଚଢାଉ କରାଯାଇ ୨୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ।

ଶିଶୁକୁ ଝୁଣି ମାରିଲେ କୁକୁର

ଶିଶୁକୁ ଝୁଣି ମାରିଲେ କୁକୁର

ବାରିପଦା ଅଫିସ,୨୨।୧: କୁକୁର ପଲଙ୍କ ଆକ୍ରମଣର ଶିକାର ହୋଇ ଜଣେ ୭ ବର୍ଷର ଶିଶୁଙ୍କ ସୋମବାର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଏହି ଘଟଣା ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ। ସେ ଏକୁଟିଆ ସ୍କୁଲ ଯାଉଥିବାବେଳେ କାମୁଡ଼ା କୁକୁରଙ୍କ ହାବୁଡରେ ପଡିଯାଇଥିବା ଜଣାପଡିଛି। 

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଧାନ ବୋଝେଇ ଟ୍ରକ୍‌କୁ ଅଟକ ରଖିଲେ ଚାଷୀ

ବନ୍ତ, ୨୨।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧୀନ ଓଡ଼ଙ୍ଗଠାରେ ଏକ ଧାନ ବସ୍ତା ବୋଝେଇ ଟ୍ରକକୁ ସୋମବାର ସନ୍ଧ୍ୟାରେ ଚାଷୀମାନେ ଅଟକ ରଖିଥିଲେ। ଚାଷୀଙ୍କ ଧାନକୁ ବେସରକାରୀ ଭାବେ କମ୍‌ ଦରରେ କିଣି ଉକ୍ତ ଟ୍ରକରେ ନିଆଯାଉଥିବା ଅଭିଯୋଗ କରି ସରପଞ୍ଚ ଓ ଗ୍ରାମବାସୀ ଅଟକାଇଥିଲେ। 

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। 

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

କେନ୍ଦୁଆପଦାରେ ନାହିଁ ରେଲୱେ ଓଭରବ୍ରିଜ୍‌

ବନ୍ତ, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦାଠାରେ ରେଲୱେ ଓଭରବ୍ରିଜ୍‌ ନ ଥିବାରୁ ବିପଦପୂର୍ଣ୍ଣ ଭାବେ ଯାନବାହନଗୁଡ଼ିକ ରେଲୱେ କ୍ରସିଂ ପାରି ହେଉଛନ୍ତି। ବନ୍ତ-ବାରିକପୁର ରାସ୍ତାର କେନ୍ଦୁଆପଦାଠାରେ ରେଲୱେ ଲେଭଲକ୍ରସିଂ ଥିବାବେଳେ ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ।

ବିଦ୍ୟୁତ୍‌ ସେବା ଦାବିରେ  ରାସ୍ତାରୋକୋ

ବିଦ୍ୟୁତ୍‌ ସେବା ଦାବିରେ ରାସ୍ତାରୋକୋ

ବାରିପଦା ଅଫିସ,୨୨।୧-  ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜାସାହି  ଗ୍ରାମବାସୀଙ୍କ ନିମନ୍ତେ ବିଜୁଳି ସ୍ବପ୍ନ ପାଲଟିଛି। ବହୁବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ    ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ରାସ୍ତାରୋକୋ କରିଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ବାରିପଦା -ଅମର୍ଦ୍ଦା ରାଜ୍ୟ ରାଜପଥକୁ  ସକାଳୁ  ଟାୟାର ଜାଳି ଅବରୋଧ  କରିଛନ୍ତି।