ବାଣିଜ୍ୟ |

ଗୁଗୁଲ୍‌ ଉପରେ୧୩୬ କୋଟି ଅର୍ଥଦଣ୍ଡ

ଗୁଗୁଲ୍‌ ଉପରେ୧୩୬ କୋଟି ଅର୍ଥଦଣ୍ଡ
ନୂଆଦିଲ୍ଲୀ,୯-୨ (ପିଟି) ଗୁଗୁଲ ଉପରେ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ୧୩୬ କୋଟି ଟଙ୍କାର ଅର୍ଥଦଣ୍ଡ ଲାଗୁ କରିଛି। ଅନ୍‌ଲାଇନ୍‌ ସର୍ଚ୍ଚ କ୍ଷେତ୍ରରେ ଭାରତୀୟ ବଜାରରେ ଗୁଗୁଲ୍‌ ଅସାଧୁ ବ୍ୟବସାୟିକ କାରବାର କରୁଥିବା ନେଇ ଏହି ଜରିମାନା ଲାଗୁ ହୋଇଛି। ୨୦୧୨ ମସିହାରେ ଏ ସଂକ୍ରାନ୍ତୀୟ ଅଭିଯୋଗ ହୋଇଥିଲା। ଯଥେଷ୍ଟ ପ୍ରମାଣ ପାଇବା ପରେ ମେଜରିଟି ଅର୍ଡର ଆଧାରରେ ଏହି ଅର୍ଥଦଣ୍ଡ ଲାଗୁ କରାଯାଇଛି ବୋଲି ସିସିଆଇ ପକ୍ଷରୁ କୁହାଯାଇଛି।
All Right Reserved By

ବାଣିଜ୍ୟ |

ନିୟମ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ ;ଆର୍‌ବିଆଇ ଉପରେ ନଜର ରଖିବାକୁ ପ୍ରସ୍ତୁତି

ନିୟମ ପରିବର୍ତ୍ତନ ଲାଗି ସରକାରଙ୍କ ପ୍ରସ୍ତାବ ;ଆର୍‌ବିଆଇ ଉପରେ ନଜର ରଖିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୧୭-୧୧: ଏକାଧିକ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସହ ମତଭେଦ ପରେ କେନ୍ଦ୍ର ସରକାର ଏବେ ଏହା ଉପରେ ନଜର ରଖିବାକୁ ସଜବାଜ ହେଉଛନ୍ତି। ଏହାକୁ ଦୃଷ୍ଟିରେ ସରକାର ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି।  ଏହାଦ୍ୱାରା ଆର୍‌ବିଆଇ ବୋର୍ଡକୁ ଅଧିକ କ୍ଷମତା ମିଳିଯିବ। 

ଆଲ୍ଲାହାବାଦ୍‌ ବ୍ୟାଙ୍କର ୨ୟ ତ୍ରୈମାସ ଫଳାଫଳ ଘୋଷିତ;ମୋଟ୍‌ ବ୍ୟବସାୟ ୩,୬୫,୫୭୭କୋଟି ଛୁଇଁଲା

ଆଲ୍ଲାହାବାଦ୍‌ ବ୍ୟାଙ୍କର ୨ୟ ତ୍ରୈମାସ ଫଳାଫଳ ଘୋଷିତ;ମୋଟ୍‌ ବ୍ୟବସାୟ ୩,୬୫,୫୭୭କୋଟି ଛୁଇଁଲା

ଭୁବନେଶ୍ୱର,୧୭-୧୧: ଆର୍ଥିକ ବର୍ଷ ୨୦୧୮-୧୯ର ସେପ୍ଟେମ୍ବର ଶେଷ ସୁଦ୍ଧା ଆଲ୍ଲାହାବାଦ୍‌ବ ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବଧିରେ ବ୍ୟାଙ୍କ ୩, ୬୫,୫୭୭ କୋଟି ଟଙ୍କାର ମୋଟ୍‌ ବ୍ୟବସାୟ କରିପାରିଛି। 

୨୭ରେ ସଂସଦୀୟ କମିଟିକୁ  ଭେଟିବେ ଉର୍ଜିତ

୨୭ରେ ସଂସଦୀୟ କମିଟିକୁ ଭେଟିବେ ଉର୍ଜିତ

ନୂଆଦିଲ୍ଲୀ,୧୭-୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ଆସନ୍ତା ୨୭ରେ ସଂସଦୀୟ କମିଟିକୁ ଭେଟିବେ। ଦେଶର ଅର୍ଥନୀତି, ବିମୁଦ୍ରୀକରଣ ସଂକ୍ରାନ୍ତରେ କମିଟି ସଦସ୍ୟଙ୍କୁ ସେ ଅବଗତ କରିବେ। ତେବେ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ସହ ଆର୍‌ବିଆଇର ମତଭେଦକୁ ନେଇ ତାଙ୍କୁ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ ବୋଲି କମିଟି ଅଧ୍ୟକ୍ଷ ବିରପ୍ପା ମୋଇଲି ସୂଚନା ଦେଇଛନ୍ତି। ଚଳିତ ମାସ ୧୨ରେ ସେ କମିଟି ସମ୍ମୁଖରେ ହାଜର ହେବାର ଥିଲା। 

ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ଟ୍ୟାକ୍ସ ଆସୋସିଏଶନ;ଆଇଟି କମିଶନରଙ୍କୁ ପ୍ରୋତ୍ସାହନ ଦେବାକୁ ବିରୋଧ

ସରକାରଙ୍କୁ କାଠଗଡ଼ାକୁ ଟାଣିଲେ ଟ୍ୟାକ୍ସ ଆସୋସିଏଶନ;ଆଇଟି କମିଶନରଙ୍କୁ ପ୍ରୋତ୍ସାହନ ଦେବାକୁ ବିରୋଧ

ନୂଆଦିଲ୍ଲୀ,୧୭-୧୧: ଟିକସ ବିବାଦ କ୍ଷେତ୍ରରେ ସରକାରଙ୍କ ସପକ୍ଷରେ ରାୟ ଦେବା ପାଇଁ ଆୟକର ବିଭାଗ ପକ୍ଷରୁ ବିଚାରପତି କ୍ଷମତା ପାଇଥିବା ଆୟକର କମିଶନର(ଅପିଲ)ଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ବିରୋଧ କରିଛି ଅଲ୍‌ ଇଣ୍ଡିଆ ଟ୍ୟାକ୍ସ ପ୍ରାକ୍ଟିଶନର୍ସ ଆସୋସିଏଶନ। 

ନିୟମ ପରିବର୍ତ୍ତନ ପ୍ରସ୍ତାବ ଦେଲେ ସରକାର;ଆର୍‌ବିଆଇ ବୋର୍ଡକୁ ମିଳିବ ଅଧିକ କ୍ଷମତା

ନିୟମ ପରିବର୍ତ୍ତନ ପ୍ରସ୍ତାବ ଦେଲେ ସରକାର;ଆର୍‌ବିଆଇ ବୋର୍ଡକୁ ମିଳିବ ଅଧିକ କ୍ଷମତା

ନୂଆଦିଲ୍ଲୀ,୧୭-୧୧: ଏକାଧିକ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ସହ କେନ୍ଦ୍ର ସରକାରଙ୍କ ମତଭେଦ ରହିଛି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଉପରେ ଅଧିକ ନଜର ରଖିବା ଉଦ୍ଦେଶ୍ୟରେ ନିୟମ ପରିବର୍ତ୍ତନ କରି ବୋର୍ଡକୁ ଅଧିକ କ୍ଷମତା ଦେବାକୁ ସରକାର ଚାହୁଁଛନ୍ତି। 

ଟେଲିଫୋନ ବିଲ୍‌ର ପ୍ରିଣ୍ଟଆଉଟ୍‌ ବିକଳ୍ପ ଖୋଜୁଛି ଟ୍ରାଇ

ଟେଲିଫୋନ ବିଲ୍‌ର ପ୍ରିଣ୍ଟଆଉଟ୍‌ ବିକଳ୍ପ ଖୋଜୁଛି ଟ୍ରାଇ

ନୂଆଦିଲ୍ଲୀ,୧୭-୧୧: ଟେଲିଫୋନ ଉଦ୍ୟୋଗର ନିୟନ୍ତ୍ରକ କୁହାଯାଉଥିବା ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧିକରଣ(ଟ୍ରାଇ) ପୋଷ୍ଟପେଡ୍‌ ଟେଲିଫୋନ ବିଲ୍‌ ଛପାର ବିକଳ୍ପ ଖୋଜିବା ଆରମ୍ଭ କରିଛି। 

ବୋର୍ଡ ବୈଠକ ପରେ ଟାଟା ସନ୍ସର ସ୍ପଷ୍ଟୋକ୍ତି;ଜେଟ୍‌ ଏୟାରଓ୍ବେଜରୁ ପ୍ରସ୍ତାବ ମିଳିନି

ବୋର୍ଡ ବୈଠକ ପରେ ଟାଟା ସନ୍ସର ସ୍ପଷ୍ଟୋକ୍ତି;ଜେଟ୍‌ ଏୟାରଓ୍ବେଜରୁ ପ୍ରସ୍ତାବ ମିଳିନି

ମୁମ୍ବାଇ,୧୭-୧୧: ସଙ୍କଟଗ୍ରସ୍ତ ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଟାଟା ସନ୍ସ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ କମ୍ପାନୀ କିଣିବା ନେଇ ଜେଟ୍‌ରୁ କୌଣସି ପ୍ରସ୍ତାବ ଆସିନି ବୋଲି ବୋର୍ଡ ବୈଠକ ଶେଷରେ ଟାଟା ସନ୍ସ ପକ୍ଷରୁ କୁହାଯାଇଛି। 

ଏଫ୍‌ଟିଏ ଆଲୋଚନା ଲାଗି ନିଯୁକ୍ତ ହେବ ଦୁଇଟି ଏଜେନ୍ସି: ପ୍ରଭୁ

ଏଫ୍‌ଟିଏ ଆଲୋଚନା ଲାଗି ନିଯୁକ୍ତ ହେବ ଦୁଇଟି ଏଜେନ୍ସି: ପ୍ରଭୁ

ନୂଆଦିଲ୍ଲୀ,୧୭-୧୧: ମୁକ୍ତ ବାଣିଜ୍ୟ ଚୁକ୍ତି(ଏଫ୍‌ଟିଏ) ଲାଗି ଆଲୋଚନାର ସ୍ବରୂପ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ଦୁଇଟି ସ୍ବତନ୍ତ୍ର ଏଜେନ୍ସିଙ୍କୁ ନିଯୁକ୍ତ କରାଯିବ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି। 

ପିଏନ୍‌ବିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା

ପିଏନ୍‌ବିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୧୭-୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପୂର୍ବତନ ଡେପୁଟି ମ୍ୟାନେଜର ଗୋକୁଳନାଥ ସେଟ୍ଟିଙ୍କ ବିରୋଧରେ ସିବିଆଇ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଦାଏର କରାଯାଇଛି। 

ମିଶିଯିବେ ମିନ୍ତ୍ରା-ଜବଙ୍ଗ

ମିଶିଯିବେ ମିନ୍ତ୍ରା-ଜବଙ୍ଗ

ନୂଆଦିଲ୍ଲୀ,୧୮-୧୧: ଅନଲାଇନ ଫ୍ୟାଶନ ରିଟେଲର ମିନ୍ତ୍ରା ଏହାର ସହଯୋଗୀ କମ୍ପାନୀ ଜବଙ୍ଗକୁ ନିଜ ସହ ମିଶାଇ ଦେବ ବୋଲି ଶୁକ୍ରବାର ପ୍ରକାଶ କରିଛି। ତେବେ ଦୁହେଁ ସ୍ବତନ୍ତ୍ର ଭାବେ ବ୍ୟବସାୟ କରିବେ। ଅନ୍ୟପକ୍ଷରେ ମିନ୍ତ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ ନାରାୟଣନ ମିଶ୍ରଣ ପରେ ଏହାର ନେତୃତ୍ୱ ନେବେ। 

ଆଜିଠୁ ପରୀକ୍ଷା ମୂଳକ ଭାବେ ଗଡିବ ଇଞ୍ଜିନବିହୀନ ଟ୍ରେନ

ଆଜିଠୁ ପରୀକ୍ଷା ମୂଳକ ଭାବେ ଗଡିବ ଇଞ୍ଜିନବିହୀନ ଟ୍ରେନ

ନୂଆଦିଲ୍ଲୀ,୧୭-୧୧: ଦେଶର ପ୍ରଥମ ଇଞ୍ଜିନବିହୀନ ଟ୍ରେନ ୧୮ର ଟ୍ରାଏଲ ଶନିବାରଠାରୁ ଆରମ୍ଭ ହୋଇଯିବ। ଭାରତୀୟ ରେଳଓ୍ବେ ପକ୍ଷରୁ ଏହାର ଟ୍ରାଏଲ ବରେଲି-ମୋରଦାବାଦ୍‌ ସେକ୍ସନର ଷ୍ଟାଣ୍ଡାର୍ଡ ଟ୍ରାକ୍‌ରେ ଆରମ୍ଭ କରାଯିବ। 

କଟିଯିବ କୋଟିଏ  ଉପଭୋକ୍ତାଙ୍କ ଏଲ୍‌ପିଜି ସଂଯୋଗ

କଟିଯିବ କୋଟିଏ ଉପଭୋକ୍ତାଙ୍କ ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ,୧୭-୧୧: ପେଟ୍ରୋଲିୟମ ମନ୍ତ୍ରଣାଳୟ ଚଳିତ ବର୍ଷ ଡିସେମ୍ବର ପହିଲାରୁ ୧ କୋଟି ଏଲ୍‌ପିଜି ଗ୍ରାହକଙ୍କ ସଂଯୋଗ କାଟିବାକୁ ସ୍ଥିର କରିଛନ୍ତି। ଅଭିଯୋଗ ଯେ, ବହୁ ଗ୍ରାହକ ଡିଲରଙ୍କ ନିକଟରେ ସେମାନଙ୍କ ‘ନୋ ୟୋର କଷ୍ଟମର’ ବା କଓ୍ବୋଇସି ଦାଖଲ କରିନାହାନ୍ତି। ସରକାର ଏଥିପାଇଁ ଏଲ୍‌ପିଜି ଗ୍ରାହକଙ୍କୁ ଚଳିତ ବର୍ଷ ନଭେମ୍ବର ୩୦ ଯାଏ ସମୟ ଦେଇଛନ୍ତି।