Dharitri News
ବାଲେଶ୍ୱର

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ ତିହିଡ଼ି,୯।୨(ଡି.ଏନ.ଏ.)-୨୦୦୮-୦୯ବର୍ଷରେ ନିର୍ମିତ ହୋଇଥିବା ପାନୀୟ ଜଳପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବ ଓ ବିଦ୍ୟୁତ୍‌ ସମସ୍ୟା ଆଦି କାରଣରୁ କାମରେ ଆସୁନି। ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଶହ ଶହ ଲୋକ ଜଳକଷ୍ଟର ଶିକାର ହେଉଛନ୍ତି। କେତେକ ସ୍ଥାନରେ ପାଇପ ଫାଟି ପାଣି ବୋହି ଯାଉଛି। ଫଳରେ ଲୋକେ ଠିକ୍‌ ଭାବେ ପାଇପ ପାଣି ପାଇ ପାରୁ ନାହାନ୍ତି। ଆପତ୍ତି କଲେ କେହି କିଛି ଶୁଣୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ହରିପୁର ଗ୍ରାମ ନିକଟରେ ମଙ୍ଗରାଜପୁର ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଆରମ୍ଭରୁ ପାଣି ଟାଙ୍କି ତିଆରି ହୋଇ ନ ଥିଲା। ୨୦୧୫-୧୬ରେ ଏଠି ଓଭରହେଡ ଟ୍ୟାଙ୍କ୍‌ ନିର୍ମାଣ କରାଯାଇଥିଲା। ୧ ଲକ୍ଷ ଲିଟର ବିଶିଷ୍ଟ ଏହି ଟାଙ୍କି ହେବା ପରେ ଲୋକେ ସବୁ ସମୟରେ ପାଣି ପାଇପାରିବେ ବୋଲି ଭାବିଥିଲେ। ବିଭିନ୍ନ ସମସ୍ୟା ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ। ଗତ ୨ ବର୍ଷ ମଧ୍ୟରେ ଏହା ମାତ୍ର ୩ ମାସ କାର୍ଯ୍ୟକ୍ଷମ ହୋଇଥିବା କୁହାଯାଉଛି। ବିଦ୍ୟୁତ୍‌ ଜନିତ ସମସ୍ୟା ଯୋଗୁ ପ୍ରକଳ୍ପ ବର୍ଷେ କାଳ ବନ୍ଦ ରହିଥିଲା। ଏହି ସମସ୍ୟାର ପ୍ରତିକାର ହେବା ପରେ ପ୍ରକଳ୍ପ ଚାଲିଥିଲା। ଓଭରହେଡ ଟ୍ୟାଙ୍କ କାର୍ଯ୍ୟକ୍ଷମ ହେବାର ୩ମାସ ପରେ ପୁଣି ଏହା ବନ୍ଦ ହୋଇଯାଇଥିଲା। ଏହି ପ୍ରକଳ୍ପରୁ ହରିପୁର, ତିହିଡ଼ି ଓ ମଙ୍ଗରାଜପୁର ଗ୍ରାମକୁ ପାନୀୟଜଳ ଯୋଗାଣ ହେଉଛି। ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ପ୍ରକଳ୍ପରୁ ଜଳଯୋଗାଣ କରାଯାଉଛି। ବିଭିନ୍ନ ଗ୍ରାମକୁ ବିଛା ଯାଇଥିବା ପାଇପ୍‌ ସବୁ ଅନେକ ସ୍ଥାନରେ ଫାଟି ଯାଇଛି। ଏହାକୁ ମରାମତି କରାଯାଉ ନାହିଁ କି ବଦଳା ଯାଉନାହିଁ । ଫଳରେ ଜଳଯୋଗାଣ ହୋଇପାରୁ ନାହିଁ। ପୂର୍ବରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ହାତରେ ଏହି ପ୍ରକଳ୍ପର ମରାମତି ଦାୟିତ୍ୱ ଥିଲା। ମାତ୍ର ପଞ୍ଚାୟତକୁ ଦାୟିତ୍ୱ ହସ୍ତାନ୍ତର କରାଯିବା ପରେ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଲାଗି କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। ଫାଟି ଯାଇଥିବା ପାଇପ୍‌ ତୁରନ୍ତ ମରାମତି କରାଗଲେ ଓଭରହେଡ ଟ୍ୟାଙ୍କ୍‌ କାର୍ଯ୍ୟକ୍ଷମ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା କହନ୍ତି, ପାଇପ୍‌ ଫାଟି ଥିବାରୁ ଓଭରହେଡ ଟ୍ୟାଙ୍କ୍‌ କାର୍ଯ୍ୟକ୍ଷମ ହୋଇପାରୁନି। ଆସନ୍ତା ମାସ ସୁଦ୍ଧା ପାଇପ୍‌ ସବୁ ମରାମତି କରାଯାଇ ଟ୍ୟାଙ୍କକୁ କାର୍ଯ୍ୟକ୍ଷମ କରାଯିବ। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରାଙ୍କୁ ପଚାରିବାରୁ ଘଟଣା ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଆଗକୁ ଖରାଦିନ ଆସୁଥିବାରୁ ତୁରନ୍ତ ଏହି ପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବାଲେଶ୍ୱର

ଜନଶତାବ୍ଦୀ ଏକ୍ସପ୍ରେସ ବନ୍ଦ ଚକ୍ରାନ୍ତ

ଜନଶତାବ୍ଦୀ ଏକ୍ସପ୍ରେସ ବନ୍ଦ ଚକ୍ରାନ୍ତ

ବଡ଼ବିଲ, ୨୩।୨(ସ୍ବ.ପ୍ର.)-୨୦୦୨-୩ ରେଳ ବଜେଟରେ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାକୁ ସଂଯୋଗ କରିବା ଲାଗି ହାଓ୍ବଡା-ବଡ଼ବିଲ ଯାତ୍ରୀବାହୀ ସୁପରଫାଷ୍ଟ ଟ୍ରେନ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନର ଘୋଷଣା ହୋଇଥିଲା।

ଖଟୁଆପାଟଣାରେ ମଇଁଷି ମଡ଼କ

ଖଟୁଆପାଟଣାରେ ମଇଁଷି ମଡ଼କ

ଆରଡ଼ି,୨୩।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଖଟୁଆପାଟଣା ଗାଁରେ ମଇଁଷି ମଡ଼କ ଦେଖାଦେଇଛି। ଗାଁରେ ୩୨ ପରିବାର ମଇଁଷି ପାଳନ କରି ଜୀବିକା ନିର୍ବାହ କରନ୍ତି।

ଅଭିଯୁକ୍ତଙ୍କୁ ଗିରଫ କଲା ତାମିଲନାଡୁ ପୋଲିସ

ବନ୍ତ,୨୩।୨(ସ୍ବ.ପ୍ର.) - ତାମିଲନାଡୁ ପୋଲିସ ଗୁରୁବାର ଏଠାକୁ ଆସି କେନ୍ଦୁଆପଦା ଫାଣ୍ଡି ପୋଲିସ ସହାୟତାରେ ବରପଦୀ (ରସିଦପୁର)ଗ୍ରାମର ମାନସ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।

ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୦ ପରୀକ୍ଷାର୍ଥୀ

ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୦ ପରୀକ୍ଷାର୍ଥୀ

ଭଦ୍ରକ ଅଫିସ, ୨୩। ୨- ଭଦ୍ରକ ଜିଲାର ୭ଟି ବ୍ଲକରେ ୧୨୦ଟି ପରୀକ୍ଷା କେନ୍ଦ୍ରରେ ୩୧୮ଟି ହାଇସ୍କୁଲର ପ୍ରାୟ ୨୫ ହଜାର ପରୀକ୍ଷାର୍ଥୀ ଶୁକ୍ରବାର ପରୀକ୍ଷା ଦେଇଛନ୍ତି ।

ବିଶୃଙ୍ଖଳା: ହୋଇପାରିଲାନି ଆଲୋଚନା

ବିଶୃଙ୍ଖଳା: ହୋଇପାରିଲାନି ଆଲୋଚନା

ବନ୍ତ,୨୩। ୨ - ଭଦ୍ରକ ଜିଲା ବନ୍ତ ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଶୁକ୍ରବାର ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।

୭ ବଖରା ଜଳିଗଲା

ବନ୍ତ,୨୩।୨(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଆଡ଼ିଆ ପଞ୍ଚାୟତର ଜିରିଣା ଗ୍ରାମରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୭ ବଖରା ଜଳିଯାଇଛି।

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୨- ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଉନ୍ନୟନ ଗବେଷଣା ସଂସ୍ଥା(ଡିଆର୍‌ଡିଓ) ପକ୍ଷରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଧନୁଷ’ର ପରୀକ୍ଷଣ କରାଯାଇଛି।

ସତ୍ୟସାଇ ପ୍ରିମିୟର ଲିଗ୍‌: ୩ ମହାବିଦ୍ୟାଳୟ ଚାମ୍ପିୟନ

ସତ୍ୟସାଇ ପ୍ରିମିୟର ଲିଗ୍‌: ୩ ମହାବିଦ୍ୟାଳୟ ଚାମ୍ପିୟନ

ବାଲେଶ୍ୱର ଅଫିସ,୨୩।୨- ‘ସତ୍ୟସାଇ ପ୍ର୍ରିମିୟର ଲିଗ୍‌’ ବାଲେଶ୍ୱର ପରମିଟ୍‌ ପଡ଼ିଆରେ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୩ଟି ବିଭାଗରେ ଖେଳ ଅନୁଷ୍ଠିତ ହୋଇଥିବାବେଳେ ଯୁକ୍ତ୨ ବିଜ୍ଞାନରେ ଫକୀରମୋହନ କଲେଜ, ଡିପ୍ଲୋମାରେ ରମାରାଣି କଲେଜ ଏବଂ ଡିଗ୍ରୀରେ ବିସିଇଟି କଲେଜ ଚାମ୍ପିୟନ ହୋଇଛି।

୩୫୯୪୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮୭ ଅନୁପସ୍ଥିତ

ବାଲେଶ୍ୱର ଅଫିସ/ସିମୁଳିଆ/ସୋର/ବାହାନଗା/ ଖନ୍ତାପଡ଼ା ,୨୩।୨-ବାଲେଶ୍ୱର ଜିଲାରେ କଡ଼ାସୁରକ୍ଷା ମଧ୍ୟରେ ଶୁକ୍ରବାର ମାଟ୍ରିକ୍‌ ପରୀକ୍ଷାର ପ୍ରଥମଦିନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଜିଲାରେ ୧୬୮ ପରୀକ୍ଷା କେନ୍ଦ୍ର, ୩୫୯୪୦ ପରୀକ୍ଷାର୍ଥୀ ପରୀକ୍ଷା ଥିବା ବେଳେ ୬୮୭ ଜଣ ଅନୁପସ୍ଥିତ ରହିଥିଲେ।

କାୟା ବିସ୍ତାର କରୁଛି ଜଣ୍ଡିସ୍‌

ଖଇରା, ୨୩।୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଗ୍ରାମରେ ଜଣ୍ଡିସ୍‌ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ଗତ ୬ଦିନରେ ୧୦ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ମାର୍ଚ୍ଚ ୬ରୁ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚ ୬ରୁ ଯୁକ୍ତ୨ ପରୀକ୍ଷା

ବାଲେଶ୍ୱର ଅଫିସ, ୨୩।୨- ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ । ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ ଏ ସଂକ୍ରାନ୍ତ ଏକ ବୈଠକରେ ଅଧ୍ୟକ୍ଷତା କରି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟକୁ ତର୍ଜମା କରିଛନ୍ତି।

ଲାଞ୍ଚ ମାମଲା : ପ୍ରଧାନ ଶିକ୍ଷୟତ୍ରୀ , ସ୍ବାମୀଙ୍କୁ ଜେଲ

ବାରିପଦା ଅଫିସ,୨୩।୨- ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆଡମିସନ ରେଜିଷ୍ଟ୍ରରରେ ଠିକଣା ପରିବର୍ତ୍ତନ କରିବା ପାଇଁ ୨୦୧୨ ମସିହାରେ ୩ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲା ବିଶୋଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ। ଏହି ମାମଲାକୁ ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ ତାରାପ୍ରସାଦ ରଥ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ମାର୍ଣ୍ଡି ଏବଂ ତାଙ୍କ ସ୍ବାମୀ ମଧୁସୂଦନ ମୁର୍ମୁଙ୍କୁ ଦଣ୍ଡିତ କରିଛନ୍ତିି। ତେବେ ପ୍ରମିଳାଙ୍କୁ ୧ବର୍ଷ ଜେଲ ସହ ୫ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଟଙ୍କା ଅନାଦେୟ ଅଧିକ ୩ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି। ସେହିପରି ମଧୁସୂଦନଙ୍କୁ ୬ମାସ ଜେଲ ଦଣ୍ଡ ସହ ୩ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଳେଖ ଅଛିି।