ରାଜ୍ୟ |

ପରଲୋକରେ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ

ପରଲୋକରେ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ
ଭୁବନେଶ୍ୱର, ୯।୨(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ଶିକ୍ଷାବିତ୍‌ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥ ଆଉ ନାହାନ୍ତି। ଶୁକ୍ରବାର ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଯୋଗୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନିଜର ଉତ୍କୃଷ୍ଟ ସାହିତ୍ୟ କୃତୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସାହିତ୍ୟ ଜଗତର ଏହି ଉଜ୍ଜ୍ୱଳ ତାରକା ୧୯୨୯ ଅକ୍ଟୋବର ୧୭ ତାରିଖରେ ବଲାଙ୍ଗିର ଜିଲା ମାଳପଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ। ଚଳିତ ବର୍ଷ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ କେନ୍ଦ୍ର ସରକାର ତାଙ୍କୁ ମନୋନୀତ କରିଥିଲେ। ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାନୁୟାରୀ ୨୫ ତାରିଖରେ ତାଙ୍କ ନାମ ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଥିଲା।
All Right Reserved By

ରାଜ୍ୟ |

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁରରେ ପାର୍ବଣର ମହକ: ମନମୋହୁଛି ଲୋକନୃତ୍ୟ

ବୀରମହାରାଜପୁର,୧୯।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୩ଟି ପୂଜା କମିଟି ଆନୁକୂଲ୍ୟରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ କରାଯାଇଛି। ଉଫୁଲାସ୍ଥିତ ଶୈଲସୂତା କ୍ଲବ ପୂଜା କମିଟି ପକ୍ଷରୁ ପାଳିତ ହୋଇଆସୁଥିବା ଶାରଦୀୟ ପୂଜା ଉତ୍ସବ ସର୍ବପୁରାତନ ହୋଇଥିବା ବେଳେ ମୁଖ୍ୟବସ୍ତିର ତ୍ରିବେଣୀଛକ ଦୁର୍ଗାପୂଜା ୨୧ବର୍ଷରେ ପହଞ୍ଚିଛି।

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

ଆଦିବାସୀଙ୍କ ନିଆରା ପରମ୍ପରା : ୨୦ରୁ ଊର୍ଦ୍ଧ୍ୱ ଲାଠି ପୂଜା ପାଇଲେ

କୋରାପୁଟ,୧୯।୧୦(ସ୍ବ.ପ୍ର)-କେଉଁ ଆବାହାନକାଳୁ ଜୟପୁର ମହାରାଜାଙ୍କ ଉଧ୍ୟମରେ ଆଦିବାସୀମାନେ ଲାଠିଯାତ୍ରା ପାଳନ କରିଆସୁଥିବା ନଜିର ରହିଛି । ଦଶହରା ଅବସରରେ କୋରାପୁଟଠାରେ ଆଦିବାସୀମାନଙ୍କ ନିଆରା ପରମ୍ପରା ସ୍ବରୂପ ଲାଠି ଶୋଭାଯାତ୍ର ପାଳନ ହୋଇଥାଏ । ଏଠାରେ ଲାଠିକୁ ଦେବୀଦେବାଭାବେ ସେମାନେ ପୂଜା କରିଥାନ୍ତି ।

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।