ବାଲେଶ୍ୱର

୬୨ ୟୁନିଟ୍‌ ରକ୍ତ ସଂଗ୍ରହ

ସିମୁଳିଆ, ୯।୨(ଡି.ଏନ.ଏ.)-ସିମୁଳିଆ ମହାବିଦ୍ୟାଳୟରେ ଶୁକ୍ରବାର ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ ଓ ଗାଇଡ୍‌ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୬୨ଜଣ ଛାତ୍ରୀଛାତ୍ର ୬୨ୟୁନିଟ୍‌ ରକ୍ତଦାନ କରିଥିଲେ। ବାଲେଶ୍ୱର ଜିଲା ମୁଖ୍ୟ ଚିକିସାଳୟର ଡା. ଗୋପାଳକୃଷ୍ଣ ସେଠୀ ଓ ଡା. ତାପସ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଟେକ୍ନିସିଆନ ବିଜୟ କୁମାର ଦାସ, କାଉନସିଲର ସୁଚିତ୍ରା ଦାସ, ହେମଲତା ସେଠୀ, ସନ୍ତୋଷ କୁମାର ଜେନା ପ୍ରମୁଖ ସହଯୋଗୀ ଥିଲେ । ଶିବିରକୁ ଅଧ୍ୟକ୍ଷ ଡ. ଅଜୟ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ। ଯୁବ ରେଡକ୍ରସ କାଉନସିଲର ମାନସ କୁମାର ସାହୁ, ଜାତୀୟ ସେବା ଯୋଜନା ଅଧିକାରୀ ବାବୁରାମ ଜେନା, ଲୋପାମୁଦ୍ରା ଜେନା, ସ୍କାଉଟ ଓ ଗାଇଡର ରୋଭର ପ୍ରଶାନ୍ତ କୁମାର ମହାନ୍ତି ଓ ଉମାକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
All Right Reserved By

ବାଲେଶ୍ୱର

ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି

ଅତିରିକ୍ତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଭଦ୍ରକ ଅଫିସ,୧୦।୧୨:  ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ ଜିଲାପାଳଙ୍କ  ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଭଣ୍ଡୁର କରିିବାକୁ ଉଦ୍ୟମ

କେନ୍ଦୁଝର, ୧୦।୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ସୋମବାର ଦିନ ହେବାକୁ ଥିବା ନବ ନିର୍ମାଣ କୃଷକ ସଂଗଠନ ଅନଶନ ଧର୍ମଘଟକୁ ପୋଲିସ ଭଣ୍ଡୁର କରିଦେଇଛି ା ପୋଲିସ ଉପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଥିବା ଧର୍ମଘଟ ସ୍ଥଳକୁ ଭାଙ୍ଗି ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ସଂଗଠନର ନେତାମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛିା ଫଳରେ ଏହାକୁ ନେଇ ଚାଷୀ ଓ ଚାଷୀ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛିା

ଧୂଳିଧୂଆଁ କବଳରେ ସହର

ଧୂଳିଧୂଆଁ କବଳରେ ସହର

କେନ୍ଦୁଝର, ୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ସହରର ସୌନ୍ଦର୍ଯ୍ୟକରଣ ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ସହରରେ ବୃଦ୍ଧି ପାଉଥିବା ଧୂଳିଧୂଆଁ ପ୍ରଦୂଷଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି। 

ଖଣି ଅଧିକାରୀ, ସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଖଣି ଅଧିକାରୀ, ସ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ଯୋଡ଼ା/କେନ୍ଦୁଝର, ୧୦ା୧୨(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ରୁଙ୍ଗଟା ଖଣିର ମେକାନିକାଲ ବିଭାଗର ସହ-ସାଧାରଣ ପ୍ରବନ୍ଧକ ସୁଜିତ ହେମ୍ବ୍ରମ (୪୪) ଏବଂ ତାଙ୍କ ସ୍ତ୍ରୀ ବେରୁଣୀଚାନ୍ଦ (୩୮)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। 

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ:  ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଜାତୀୟ ରାଜପଥରେ ୧୦୦ ଫୁଟ ଫାଟ: ବିପଦ ଆଶଙ୍କା ସତ୍ତ୍ୱେ ତାଳିପକା କାମ

ଆରଡି, ୧୦।୧୨ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ବୈତରଣୀ ନଦୀପାର୍ଶ୍ୱକୁ ଢଳି ୧୦୦ ଫୁଟ ଲମ୍ବର ଫାଟ ହେବା ପରେ ପ୍ରଶାସନ ଏବେ ତାଳିପକା କାମ ଆରମ୍ଭ କରିଛି। ସ୍ଥାୟୀ ନିର୍ମାଣ ବା ମରାମତି କାମ ନ କରି ଫାଟରେ କେବଳ ମୋରମ ଦେଇ ବନ୍ଦ କରିଦିଆଯାଇଛି। 

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଜିଲା ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ ଅଫିସ, ୧୦।୧୨ - ଭଦ୍ରକ ଜିଲା ସଂସ୍କୃତି ପରିଷଦ, ଓର୍‌ମାସ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ନେହେରୁ ଷ୍ଟାଡିୟମ ପରିସରରେ ରବିବାର ଜିଲା ଲୋକକଳା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ‘ଭଦ୍ରାୟନୀ’ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। 

ରାଜ୍ୟସ୍ତରୀୟ ୧୪ବର୍ଷରୁ କମ କବାଡି ପ୍ରତିଯୋଗିତା  ମୟୂରଭଞ୍ଜରୁ ୧୮ ପ୍ରତିଯୋଗୀ

ରାଜ୍ୟସ୍ତରୀୟ ୧୪ବର୍ଷରୁ କମ କବାଡି ପ୍ରତିଯୋଗିତା ମୟୂରଭଞ୍ଜରୁ ୧୮ ପ୍ରତିଯୋଗୀ

ବାରିପଦା ଅଫିସ,୧୦।୧୨-ରାଜ୍ୟସ୍ତରୀୟ ୧୪ବର୍ଷରୁ କମ ବାଳିକା ଓ ବାଳକ ବର୍ଗର କବାଡି ପ୍ରତିଯୋଗିତା  ଚଳିତ ମାସ ୧୦ ଓ ୧୧ତାରିଖ ଯାଜପୁର ଜିଲା ଅନ୍ତର୍ଗତ ମଧୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ମୟୂରଭଞ୍ଜ ଜିଲାରୁ ୧୮ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। 

ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ

ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ

ବାରିପଦା ଅଫିସ,୧୦।୧୨- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ବୈଜ୍ଞାନିକ ଡ.ଜଗନ୍ନାଥ ପାତ୍ର କୃଷି ବିଜ୍ଞାନ କେନ୍ଦ୍ରର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିିତ ହୋଇଛନ୍ତି।  ଯଶିପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର-୨ରେ ସେ ବେଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। 

ଥମୁନି ନିର୍ଯାତନା: ବଳି ପଡୁଛି ମାନବାଧିକାର

ଥମୁନି ନିର୍ଯାତନା: ବଳି ପଡୁଛି ମାନବାଧିକାର

ବାରିପଦା ଅଫିସ,୧୦।୧୨- ପ୍ରତିବର୍ଷ  ଡିସେମ୍ବର ୧୦ ତାରିଖକୁ ଆନ୍ତର୍ଜାତିକ ମାନବାଧିକାର ଦିବସ ଭାବେ ପାଳନ କରାଯାଉଛି। ଲୋକଙ୍କୁ ସଚେତନ କରାଇ ମାନବାଧିକାରକୁ ସୁଦୃଢ଼ କରିବା ଏହି ଦିବସ ପାଳନର ଲକ୍ଷ୍ୟ । ସରକାରୀ ଭାବେ ଏହି ଦିବସ ପାଳନ କରାଯାଉ ନ ଥିଲେ ମଧ୍ୟ କେବଳ ବେସରକାରୀ ସଂସ୍ଥାମାନେ ଏହାକୁ ପାଳନ କରି ଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଉଲ୍ଲଂଘନ ଭଳି ଅଭିଯୋଗ ହେଉଥିଲେ ମଧ୍ୟ କାହାରି ଉପରେ ଏହାର କିଛି ପ୍ରଭାବ ପଡୁ ନାହିଁ । 

ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣା:  ଦୁଇ ଅଭିଯୁକ୍ତକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ; ବିଦେଶକୁ ଚାଲାଣ ହେଉଥିଲା ମାଂସ, ଚମଡା ଓ  କାତି

ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣା: ଦୁଇ ଅଭିଯୁକ୍ତକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ; ବିଦେଶକୁ ଚାଲାଣ ହେଉଥିଲା ମାଂସ, ଚମଡା ଓ କାତି

ଉଦଳା, ୧୦ା୧୨(ଡି.ଏନ.ଏ.)-ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ବଜ୍ରକାପ୍ତା ଶିକାର ଓ ଏହାକୁ ଅନ୍ୟତ୍ର ଚାଲାଣ କରାଯିବା ଘଟଣା ନେଇ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଗତ ୭ ତାରିଖ ରାତିିରେ ଚଢାଉ କରି ମୟୂରଭଞ୍ଜ ଜିଲା ଉଦଳାରୁ ୪ ଜଣ ଶିକାରୀଙ୍କୁ ଗିରଫ କରିଛି।

କେନ୍ଦୁଝର ଡବଲମର୍ଡର:  ଅଭିଯୁକ୍ତ ୨ ଭାଇ ବାଲିଆପାଳରୁ ଗିରଫ

କେନ୍ଦୁଝର ଡବଲମର୍ଡର: ଅଭିଯୁକ୍ତ ୨ ଭାଇ ବାଲିଆପାଳରୁ ଗିରଫ

ବାଲିଆପାଳ, ୧୦ା୧୨(ଡି.ଏନ.ଏ.)-କେନ୍ଦୁଝର ଜିଲାରେ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ଦୁଇ ଭାଇ ୪ବର୍ଷ ଧରି ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳକୁ ଆସି ଲୁଚି ରହିଥିଲେ।  କେନ୍ଦୁଝର ଜିଲା ସୋସ ଥାନାର ଏକ ପୋଲିସ ଟିମ୍‌ ବାଲିଆପାଳ ପୋଲିସ ସହାୟତାରେ ଶନିବାର ଚଢାଉ କରି ସିମୁଳିଆ ହାଟ ନିକଟ ଏକ ଚାଳିଆ ଘରୁ ଅଭିଯୁକ୍ତ ଦୁଇ ଭାଇକୁ  ଗିରଫ କରିଥିଲେ ।