Dharitri News
ବାଲେଶ୍ୱର

୭ ମଦ ବେପାରୀ ଗିରଫ

୭ ମଦ ବେପାରୀ ଗିରଫ ଜଳେଶ୍ୱର,୯।୨(ସ୍ବ.ପ୍ର.)-କଟକର ଫ୍ଲାଇଂ ସ୍କାର୍ଡ଼ ଓ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଭୋଗରାଇ ଓ ରାଇବଣିଆ ଥାନା ଅଞ୍ଚଳରେ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିୁଯୁକ୍ତମାନେ ହେଲେ ଭୋଗରାଇ ସରସ୍ବତୀପୁରର ଶମ୍ଭୁ ବେହେରା, ରାଇବଣିଆର ଗୁରୁଦାସପୁରର ମାଧିଆ ବେହେରା, ରାଇବଣିଆ ଥାନା ଗୁରୁଦାସପୁର ଗାଁର ବ୍ରଜକୃଷ୍ଣ ଦାସ ଅଧିକାରୀ, ଲକ୍ଷ୍ମଣନାଥ ଗାଁର ପ୍ରଶାନ୍ତ ଦାସ, ରାଇବଣିଆର ଭୁଲା ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରାଇବଣିଆର ମୁଣୁତୁଣିଆ ଗାଁର ଲକ୍ଷ୍ମଣ ମାରେଣ୍ଡି ଓ ରାଇବଣିଆର ବାକଡିପଦାର ଶିବାନୀ ମହାନ୍ତି। ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଅବକାରୀ ଏସ୍‌ପି ମନୋଜ ସେଠୀଙ୍କ ତତ୍ତ୍ୱାବଧାନରେ ଚଢାଉ କରାଯାଇଥିଲା। ଫ୍ଲାଇଂ ସ୍କାଡ଼ର ଡିଏସ୍‌ଇ ବି.କେ. ସିଂହସାମନ୍ତ. ଆଇଆଇସି ଶରତଚନ୍ଦ୍ର ଭଞ୍ଜ, ଏସ୍‌ଆଇ ହିତାଂଶୁ ଶେଖର ମଲ୍ଲିକ, କମଳ ଲୋଚନ ପାଇକରାୟ, ଜଳେଶ୍ୱର ଅବକାରୀ ଏସ୍‌ଆଇ ହରପ୍ରସାଦ ରଣା ଓ କନଷ୍ଟେବଳ ରାଜୀବ କୁମାର ଭଞ୍ଜ ପ୍ରମୁଖ ସାମିଲ ଥିଲେ।

ବାଲେଶ୍ୱର

ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଭାଜପାର କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ

ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ଭାଜପାର କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ

ରୂପ୍‌ସା,୨୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ପାଳସାହି ଗ୍ରାମର ଚାଷୀ ବରେନ୍ଦ୍ର ପରିଡ଼ା ଆତ୍ମହତ୍ୟା କରିଥିବା ଅଭିଯୋଗ ହେବାପରେ ଭାଜପା କୃଷକ ମୋର୍ଚ୍ଚାର ପ୍ରତିନିଧି ଦଳ ଗୁରୁବାର ତାଙ୍କ ପରିବାରକୁ ଭେଟିଛନ୍ତି। ସେମାନେ ବରେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ପାରମ୍ପରିକ ଜଙ୍ଗଲଜାତ ଖାଦ୍ୟମେଳା

ପାରମ୍ପରିକ ଜଙ୍ଗଲଜାତ ଖାଦ୍ୟମେଳା

କେନ୍ଦୁଝର,୨୨।୨(ସ୍ବ.ପ୍ର.): ତେଲକୋଇ ବ୍ଲକ କାନ୍ଦିଆହତା ପଞ୍ଚାୟତ ଗଳଦା ଗ୍ରାମରେ ଆୟୋଜିତ ୨ ଦିନିଆ ପାରମ୍ପରିକ ଜଙ୍ଗଲଜାତ ଖାଦ୍ୟମେଳାର ଗୁରୁବାର ଉଦ୍‌ଯାପନୀ ଉତ୍ସବ ପାଳିତ ହେଉଛି। ଏହି ଅବସରରେ ଲୋପ ପାଇଯାଉଥିବା ଜଙ୍ଗଲଜାତ ଖାଦ୍ୟର ସୁରକ୍ଷା, ସେଥିରେ ଥିବା ପୋଷକର ମାନ, ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଛି।

ବେକେରିରେ ଅଗ୍ନିକାଣ୍ଡ

ବେକେରିରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୨୨।୨: ବାଲେଶ୍ୱର ଷ୍ଟେଶନ ବଜାରରେ ଥିବା ଏକ ବେକେରିରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ଦର୍ଶକଙ୍କ ମନ ମୋହିଲା ଛଉ ନୃତ୍ୟ

ଦର୍ଶକଙ୍କ ମନ ମୋହିଲା ଛଉ ନୃତ୍ୟ

ତିହିଡ଼ି,୨୧।୨(ଡି.ଏନ.ଏ.)-ସ୍ଥାନୀୟ କାଳୀ ପଡ଼ିଆରେ ଶ୍ୟାମା କ୍ଲବ ପକ୍ଷରୁ ଚାଲିଥିବା ତିହିଡ଼ି ମହୋତ୍ସବ-୨୦୧୮ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ପୁରୁଲିଆ ଶିଳ୍ପୀଙ୍କ ଛଉ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା।

ଖବରକାଗଜ ବିତରକଙ୍କୁ ମିଳିବ ସାମାଜିକ ସୁରକ୍ଷା

ଖବରକାଗଜ ବିତରକଙ୍କୁ ମିଳିବ ସାମାଜିକ ସୁରକ୍ଷା

ଭଦ୍ରକ ଅଫିସ,୨୧।୨-ଖବରକାଗଜ ବିତରକମାନଙ୍କୁ ଏଣିକି ମିଳିବ ସାମାଜିକ ସୁରକ୍ଷା। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି। କୌଣସି ହକର ଦୁର୍ଘଟଣାଜନିତ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ରାଶି ମିଳିବ।

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଠାବ

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଠାବ

ଆରଡି, ୨୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ଲୁଟେରା ଓ ଡକାୟତଙ୍କ ପ୍ରାଦୁର୍ଭାବ ପୋଲିସର ନିଦ ହଜାଇଛି। ରାସ୍ତାରେ ଏକୁଟିଆ ଯିବାକୁ ଲୋକେ ଭୟ କରୁଛନ୍ତି। ଗତ ୧ ମାସ ମଧ୍ୟରେ ନାନ୍ଦପୁର, କୋଇଲଖା ଓ ଧାମନଗର ବ୍ଲକର ବେତାଳିଗଁ।ରେ ବଡ଼ ଧରଣର ଚୋରି ଓ ଡକାୟତି ଘଟିଛି। ଡକାୟତ ଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ମୃତଦେହ ଉଦ୍ଧାର ପରେ ଚେତିଲା ପ୍ରଶାସନ

ମୃତଦେହ ଉଦ୍ଧାର ପରେ ଚେତିଲା ପ୍ରଶାସନ

ଭଦ୍ରକ ଅଫିସ,୨୧।୨-ଭଦ୍ରକ-ଧାମରା ରେଳପଥରେ ଚଳନ୍ତା ଟ୍ରେନରୁ କୋଇଲା ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସକାଳୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଇଚ୍ଛାପୁର ଲେବୁଲ କ୍ରସିଂ ପାଖରୁ ମାରାପୁର ପରିବିନ୍ଧା ଗ୍ରାମର ମହେଶ୍ୱର ବାରିକଙ୍କ ପୁଅ ତପନ ବାରିକ (୨୨)ଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ।

ସମବାୟ ସମିତିକୁ ଧାନ ମିଳୁ ନାହିଁ

ସମବାୟ ସମିତିକୁ ଧାନ ମିଳୁ ନାହିଁ

ତିହିଡ଼ି,୨୧।୨(ଡି.ଏନ.ଏ.)-ଧାନକିଣାରେ ବିଭିନ୍ନ କଟକଣା ଯୋଗୁ ଚାଷୀ ହଇରାଣ ହୋଇ ବେପାରୀଙ୍କୁ ଧାନ ବିକି ଦେଉଛନ୍ତି। ବେପାରୀମାନେ ଧାନ କିଣି ବାହାର ରାଜ୍ୟକୁ ଚାଲାଣ କରୁଥିବା ଯୋଗୁ ବିଭିନ୍ନ ସେବା ସମବାୟ ସମିତିକୁ ଧାନ ମିଳୁନାହିଁ।

ବିକାଶ କାର୍ଯ୍ୟ ଲାଗି ଗଢାହେଲା ୭ କମିଟି

ବିକାଶ କାର୍ଯ୍ୟ ଲାଗି ଗଢାହେଲା ୭ କମିଟି

ବାଲେଶ୍ୱର ଅଫିସ,୨୧।୨- ବାଲେଶ୍ୱର ଜିଲା ପରିଷଦର ୫ମ ବୈଠକ ବୁଧବାର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ ନିକଟରେ ନବ ନିର୍ବାଚିତ ୨୬ ନମ୍ବର ଜୋନର ଜିଲାପରିଷଦ ସଦସ୍ୟ କମଳ ସାହୁଙ୍କୁ ଜିଲାପାଳ ରମେଶ ଚନ୍ଦ୍ର ରାଉତ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

‘ଅନୁରାଗ ହିଁ ସଫଳତା ଆଣେ’:  ନୃତ୍ୟଶିଳ୍ପୀ ଅଙ୍କିତା

‘ଅନୁରାଗ ହିଁ ସଫଳତା ଆଣେ’: ନୃତ୍ୟଶିଳ୍ପୀ ଅଙ୍କିତା

ବାଲେଶ୍ୱର ଅଫିସ, ୨୧।୨(ମାନସ ବିଶ୍ୱାଳ)-ଉଦୀୟମାନ ନୃତ୍ୟଶିଳ୍ପୀ ଅଙ୍କିତା ପାଢ଼ୀ (୧୬) ନିଜ ପ୍ରତିଭା ପ୍ରଦର୍ଶନ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ପ୍ରଶଂସା ସାଉଣ୍ଟିଛନ୍ତି। ‘ସଂସ୍କାରିକା’ ଅନୁଷ୍ଠାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେବା ପରଠାରୁ ଆଉ ପଛକୁ ଫେରି ଚାହଁନାହାନ୍ତି।

ପଲିଥିନ ତଳେ ଅସହାୟ ଶମ୍ବାରୀ ଓ ଦୁଇ ଶିଶୁ

ପଲିଥିନ ତଳେ ଅସହାୟ ଶମ୍ବାରୀ ଓ ଦୁଇ ଶିଶୁ

ଜଳେଶ୍ୱର,୨୧।୨ (ଡି.ଏନ.ଏ.)- ମୁଣ୍ଡ ଗୁଞ୍ଜିବା ଲାଗି ଘର ନ ଥିବାରୁ ସ୍ବାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ଶମ୍ବାରୀ ଦେହୁରୀ(୩୦) ତାଙ୍କ ନିଜର ୨ ଶିଶୁକୁ ଧରି ଅସହାୟ ଅବସ୍ଥାରେ ପଲିଥିନ ତଳେ ଜୀବନ ବିତାଉଛନ୍ତି।

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୧।୨- ବାଲେଶ୍ୱର ସ୍ଥିତ ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଥିବା ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ ହୋଇଛି।