Dharitri News
ବାଲେଶ୍ୱର

ଜାମଶୂଳୀ ଉପଡ଼ାକଘରେ ଅଚଳାବସ୍ଥା

ଜାମଶୂଳୀ ଉପଡ଼ାକଘରେ ଅଚଳାବସ୍ଥା ବସ୍ତା, ୯।୨-ବସ୍ତା ବ୍ଲକ ଅନ୍ତର୍ଗତ ଜାମଶୂଳୀ ଉପଡ଼ାକଘରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। ସପ୍ତାହର ପ୍ରତି ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିତରଣ ବନ୍ଦ ରହୁଥିବାରୁ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ ବିଭାଗ ତରଫରୁ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏପରି ପରିସ୍ଥିତି ଉପୁଜୁଛି। ଏ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀଙ୍କୁ ପଚାରିବାରେ ଜଣାଯାଇଛି ଯେ, ବିକଳ୍ପ ସ୍ବରୂପ ଯେଉଁ ବ୍ୟାଟେରୀ ବ୍ୟବସ୍ଥା ଅଛି ସେଥିରେ ପ୍ରଥମେ ତାଙ୍କର ଓଜନ ମେଶିନ୍‌ ଚାଲିପାରିବ ନାହଁ ଏବଂ କମ୍ପ୍ୟୁଟର ମଧ୍ୟ ଅତି ବେଶୀରେ ଏକ ଘଣ୍ଟା ଚାଲିବ। ପ୍ରତ୍ୟେକ ଶୁକ୍ରବାର ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଥିବାରୁ କୌଣସି ପ୍ରକାର ରେଜେଷ୍ଟ୍ରି ଡାକ ବା ଦ୍ରୁତଗାମୀ ଡାକ ପଠାଇପାରନ୍ତି ନାହଁ । ଏମିତି ବି ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢେ ୧୧ଟା ପରେ ଉକ୍ତ ଡାକଗୁଡ଼ିକ ପଠାଇବାରେ ଅସୁବିଧା ହୋଇଥାଏ। ଯେହେତୁ ଏଠାରେ ବସ୍‌ ଯୋଗେ ଡାକ ପଠାଯାଇଥାଏ। ଡାକ ବିଭାଗ ତରଫରୁ ଏସବୁ ଅସୁବିଧାର ସମାଧାନ କରା ନ ଗଲେ ଭବିଷ୍ୟତରେ ଏଠାରେ ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନ ପାରେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ବାଲେଶ୍ୱର

ପୃଥକ୍‌-ପୃଥକ୍‌ ଅଗ୍ନିକାଣ୍ଡ: ୫ ବଖରା ଭସ୍ମ

ପୃଥକ୍‌-ପୃଥକ୍‌ ଅଗ୍ନିକାଣ୍ଡ: ୫ ବଖରା ଭସ୍ମ

ଭଣ୍ଡାରିପୋଖରୀ, ୨୫।୨(ଡି.ଏନ.ଏ.): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାହାଦୁଲନଗର ଓ ନାଆଁମୀ ଗ୍ରାମରେ ପୃଥକ୍‌ ପୃଥକ୍‌ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୫ ବଖରା ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘାଟିରେ ଓଲଟିଲା ବସ୍‌: ୧୪ରୁ ଊର୍ଦ୍ଧ୍ୱ ଆହତ

ଘାଟିରେ ଓଲଟିଲା ବସ୍‌: ୧୪ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୨୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ କାଞ୍ଜିପାଣି ଘାଟି ନିକଟରେ ସାଇବାବା ନାମକ ଏକ ଘରୋଇ ବସ୍‌ ଶନିବାର ବିଳମ୍ବିତ ରାତିରେ ଓଲଟି ପଡ଼ିଛି। ଫଳରେ ୧୪ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଦିବ୍ୟାଙ୍ଗ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଲା ଜିଲା ପ୍ରଶାସନ

ଦିବ୍ୟାଙ୍ଗ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଲା ଜିଲା ପ୍ରଶାସନ

କେନ୍ଦୁଝର, ୨୪।୨ (ସ୍ବ.ପ୍ର)- ଦିବ୍ୟାଙ୍ଗ ଯୁବତୀ ଡାଳିମ୍ବ ପାତ୍ରଙ୍କୁ ସହାୟତାର ହାତ ବଢାଇଛି ଜିଲା ପ୍ରଶାସନ। ୧୭ ତାରିଖରେ ପାଟଣା ବ୍ଲକ୍‌ ଅନ୍ତର୍ଗତ ପିଛୁଳାବେଡ଼ା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ଡାଳିମ୍ବ ପାତ୍ର ସରକାରୀ ସହାୟତା ନିମନ୍ତେ ଜିଲାପାଳ ଆଶିଷ ଠାକ୍‌ରେଙ୍କ ନିକଟରେ ଗୁହାରି କରିଥିଲେ। ଡାଳିମ୍ବଙ୍କ ନିବେଦନକୁ ଉଦାରତାର ସହ ବିଚାର କରି ଜିଲାପାଳ ଠାକ୍‌ରେ ସଙ୍ଗେସଙ୍ଗେ ତାଙ୍କୁ ରେଡକ୍ରସ୍‌ ପକ୍ଷରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ବାଲ୍ୟବିବାହକୁ ରୋକିଲା ପ୍ରଶାସନ

ପାଟଣା, ୨୪।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ରେ ବାଲ୍ୟ ବିବାହ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ । କେତେକ ସ୍ଥାନରେ ପ୍ରଶାସନ ଚଢାଉ ବାଲ୍ୟବିବାହ ରୋକୁଥିବା ବେଳେ ଆଉ କେତେକ ସ୍ଥାନରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି।

ଚୁଆପାଣି ଲୋକଙ୍କ ଭରସା

ଚୁଆପାଣି ଲୋକଙ୍କ ଭରସା

ରାଇସୁଆଁ,୨୪।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତର ତଳକମ୍ପୁଡି ଗ୍ରାମ ଜହ୍ଲାସାହି ଏକ ଅବହେଳିତ ଗାଁ। ବଣପାହାଡ ଘେରା ଅଞ୍ଚଳରେ ଥିବା ଏହି ଗାଁରେ ୨ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ବିକାଶଠାରୁ ଦୂରରେ ଥିବା ଏହି ଗାଁ ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରିଆସୁଥିବା ଗ୍ରାମବାସୀ କହିିଛନ୍ତି।

ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ବଡବିଲ,୨୪।୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ଡେଲି ମାର୍କେଟରେ ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଅଗ୍ନିକାଣ୍ଡ ଘଟି ୫ ଦୋକାନ ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ବିଲ୍‌ ପାଇଁ ବ୍ଲକ ଅଫିସ ଧାଇଁ ହିତାଧିକାରୀ ହତାଶ

ବିଲ୍‌ ପାଇଁ ବ୍ଲକ ଅଫିସ ଧାଇଁ ହିତାଧିକାରୀ ହତାଶ

ଝୁମ୍ପୁରା,୨୪।୨(ଡି.ଏନ.ଏ.)-ଗ୍ରାମଞ୍ଚଳରେ ହିତାଧିକାରୀଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। କିନ୍ତୁ ବିଲ୍‌ ପାଇଁ ପଞ୍ଚାୟତ ପ୍ରତିନିଧି ଏବଂ କାଯର୍‌ୟ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ବାରମ୍ବାର ବିଲ ପାଇଁ ଦୌଡାଉଛନ୍ତି।

ଜେସିବି ପୋଡି ଦେଲେ ଦୁର୍ବୃତ୍ତ

ଜେସିବି ପୋଡି ଦେଲେ ଦୁର୍ବୃତ୍ତ

ଘସିପୁରା,୨୪।୨(ଡି.ଏନ୍‌.ଏ)- କେନ୍ଦୁଝର ଜିଲା ଘସିପୁରା ଥାନା ବରିପାଳ ଅଞ୍ଚଳରେ ଦୁବୃର୍ତ୍ତମାନେ କେନାଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଠିକାଦାରଙ୍କ ଉପରେ ଆକ୍ରମଣ କରିବା ସହ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗୋଟିଏ ଜେସିବି ମେଶିନ୍‌କୁ ପୋଡି ଦେଇଛନ୍ତି।

ଖଟୁଆପାଟଣାରେ ପ୍ରାଣୀରୋଗ ବିଶେଷଜ୍ଞ ଦଳ:  ରକ୍ତ ନମୁନା ସଂଗ୍ରହ କଲେ

ଖଟୁଆପାଟଣାରେ ପ୍ରାଣୀରୋଗ ବିଶେଷଜ୍ଞ ଦଳ: ରକ୍ତ ନମୁନା ସଂଗ୍ରହ କଲେ

ଆରଡ଼ି,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଖଟୁଆପାଟଣା ଗଁ।ରେ ମଇଁଷି ମୃତ୍ୟୁ ଥମିବା ନଁ। ନେଉନି। ଶନିବାର ପୁଣି ୬ଟି ମଇଁଷିଙ୍କର ମୃତ୍ୟୁ ହୋଇଛି। ମଇଁଷି ମୃତ୍ୟୁ ରୋକିବା ଲାଗି ଅପରାହ୍ନରେ ଏହି ଗଁ।ରେ ପ୍ରାଣୀରୋଗ ଚିକିତ୍ସକ ପ୍ରତିଷ୍ଠାନ ଦଳ(ଏଡିଆରଆଇ ଟିମ୍‌) ପହଞ୍ଚିଛନ୍ତି।

ଧାମରାରେ ଜମି ଜାଲିଆତିକୁ ଲଗାମ ନାହିଁ

ଧାମରାରେ ଜମି ଜାଲିଆତିକୁ ଲଗାମ ନାହିଁ

ଚାନ୍ଦବାଲି,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଧାମରା ବନ୍ଦରାଞ୍ଚଳରେ ଥିବା ଘରୋଇ ଚାଷଜମି ଉପରେ ଏବେ ସମସ୍ତଙ୍କ ଆଖି। ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜମି ମାଫିଆମାନେ ବେଆଇନ ଭାବେ ଚାଷଜମିକୁ କିଣୁଥିବା ଅଭିଯୋଗ ହୋଇଛି।

ଚଳନ୍ତା ଅଟୋରେ ଯୁବତୀଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୪।୨(ଡି.ଏନ.ଏ)-ଚଳନ୍ତା ଅଟୋରେ ଜଣେ ଯୁବତୀଙ୍କୁ ସହଯାତ୍ରୀ ଅସଦାଚରଣ କରିବା ଘଟଣା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ମାମଲା(ନଂ.୩୫/୧୮) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୫ରୁ ସରପଞ୍ଚମାନଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭଦ୍ରକ ଅଫିସ,୨୪।୨-ଆସନ୍ତା ମାର୍ଚ୍ଚ ମାସରୁ ପ୍ରତି ମାସ ବୁଧବାର ଓ ଶୁକ୍ରବାର ରାଜ୍ୟର ଯେକୌଣସି ସରପଞ୍ଚଙ୍କ ସହ ଭିଡିଓ କନଫେରନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କଥା ହେବେ।