ମେଟ୍ରୋ |

ଷୋଡଶ ଅଖିଳ ଭାରତୀୟ ଜନ ବିଜ୍ଞାନ କଂଗ୍ରେସ ଆରମ୍ଭ

ଷୋଡଶ ଅଖିଳ ଭାରତୀୟ ଜନ ବିଜ୍ଞାନ କଂଗ୍ରେସ ଆରମ୍ଭ

ଭୁବନେଶ୍ୱର, ୯।୨(ବ୍ୟୁରୋ): ୧୬ତମ ଅଖିଳ ଭାରତୀୟ ଜନ ବିଜ୍ଞାନ କଂଗ୍ରେସ ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଜଟଣୀସ୍ଥିତ ‘ଜାତୀୟ ବିଜ୍ଞାନ ଶିକ୍ଷା ପ୍ରତିଷ୍ଠାନ’ ନାଇଜରଠାରେ ଆରମ୍ଭ ହୋଇଛି। ଏହା ୪ ଦିନ ଧରି ଚାଲିବ। ଏଥିରେ ଓଡ଼ିଶାର ଅନେକ ଖ୍ୟାତନାମା ବୈଜ୍ଞାନିକଙ୍କ ସହ ଦେଶର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ରାଜ୍ୟ ତଥା ଅଖିଳ ଭାରତୀୟ ଜନ ବିଜ୍ଞାନ ନେଟଓ୍ବାର୍କ ସହ ଜଡିତ ୪୨ଟି ବିଜ୍ଞାନ ମଞ୍ଚର ପ୍ରାୟ ୭ଶହ ପ୍ରତିନିଧି ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ବିଜ୍ଞାନର ବିକାଶ, ଆବଶକତା ଓ ସ୍ଥିତି ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଅନିଲ ଦେ କୋଣାର୍କର ଐତିହାସିକ ତଥ୍ୟ, ପ୍ରଫେସର ବିରେନ୍ଦ୍ର ନାୟକ ଓଡ଼ିଶାରେ ଶିଳ୍ପାୟନ,ଡ.ଚିତ୍ତରଞ୍ଜନ ମିଶ୍ର ବିଜ୍ଞାନ ପ୍ରଚାର ପ୍ରସାର ଉପରେ ଆଲୋକପାତ କରିଥିଲେ। ପ୍ରଫେସର ସ୍ବାଧିନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ମେଟ୍ରୋ |

ଜେଲ୍‌ରେ ମହିଳା ବନ୍ଦୀଙ୍କ ସହ ରହୁଥିବା ଶିଶୁ ଅବହେଳିତ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କଲେ ଏନ୍‌ଏଚ୍‌ଆର୍‌ସି

କଟକ ଅଫିସ, ୨୧ା୫- ଜେଲ୍‌ରେ ମହିଳା ବନ୍ଦୀଙ୍କ ସହିତ ରହୁଥିବା ସେମାନଙ୍କ ଶିଶୁ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ। ଏ ସମ୍ପର୍କିତ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ୱ ଦେବାସହ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଜେଲ୍‌ଗୁଡ଼ିକରେ କେତେଜଣ ମହିଳା ବନ୍ଦୀ ଅଛନ୍ତି ଓ ସେମାନଙ୍କ ପାଖରେ କେତେଜଣ ପିଲା ରହୁଛନ୍ତି, ଉକ୍ତ ପିଲାମାନଙ୍କ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଏନ୍‌ଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି।

ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ: ଉଦ୍ଧାର କଲା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌

ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ: ଉଦ୍ଧାର କଲା ଜିଲା ଶିଶୁ ସୁରକ୍ଷା ୟୁନିଟ୍‌

ଖୋର୍ଦ୍ଧା ଅଫିସ,୨୧।୫: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୁହୁଡ଼ି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ ହୋଇଛନ୍ତି । ଖବର ଜଣାପଡ଼ିବା ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଟାଙ୍ଗୀ ସିଡିପିଓଙ୍କ ସହଯୋଗରେ ସୋମବାର ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

କୁହୁଡ଼ିରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ

କୁହୁଡ଼ିରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ

କାକଟପୁର, ୨୧।୫(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଳକ କୁହୁଡ଼ି ଗ୍ରାମରେ ସୋମବାର ୮୮ତମ ଲବଣସତ୍ୟାଗ୍ରହ ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତିର ମିଳିତ ଆୟୋଜନରେ ଏହା ଅନୁଷ୍ଠିତ ହୋଇଥିଲା।

ସୁନ୍ଦରଗଡ଼ ହେମଗିର ଜଙ୍ଗଲରେ ଠାବ ହେଲା ଓଡିଶାର ପ୍ରଥମ କଳାବାଘ

ସୁନ୍ଦରଗଡ଼ ହେମଗିର ଜଙ୍ଗଲରେ ଠାବ ହେଲା ଓଡିଶାର ପ୍ରଥମ କଳାବାଘ

ସୁନ୍ଦରଗଡ଼,୨୧।୫(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ହେମଗିର ଜଙ୍ଗଲରେ ଓଡିଶାର ପ୍ରଥମ କଲରାପତ୍ରିଆ ପ୍ରଜାତିର କଳାବାଘ (ବ୍ଲାକ ପାନ୍ଥର) ବନବିଭାଗ ପକ୍ଷରୁ ଠାବ କରାଯାଇଛି। ବନବିଭାଗ ପକ୍ଷରୁ ଜଙ୍ଗଲରେ ଲଗା ଯାଇଥିବା ସିସି ଟିଭି କ୍ୟାମେରାରେ ମାସେ ତଳେ କଏଦ୍‌ ହୋଇଥିବା ଫଟୋ ଚିତ୍ର ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟକୁ ପଠାଯିବା ପରେ ଯାଞ୍ଚ୍‌ରୁ ଏହା ଏକ କଲରାପତ୍ରିଆ ପ୍ରଜାତିର କଳାବାଘ ବୋଲି ଜଣାପଡିଛି

ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର

ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ବିଜେଡି ସରକାର ୪ର୍ଥ ପାଳିର ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ସରକାର ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ।

ବିକାଶ ନୁହେଁ, ବିନାଶ ରାସ୍ତାରେ ନେଉଛନ୍ତି ସରକାର: ନିରଞ୍ଜନ

ବିକାଶ ନୁହେଁ, ବିନାଶ ରାସ୍ତାରେ ନେଉଛନ୍ତି ସରକାର: ନିରଞ୍ଜନ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଓଡ଼ିଶାକୁ ବିକାଶ କରିବା ଅପେକ୍ଷା ବିନାଶ ରାସ୍ତାରେ ନେଉଛନ୍ତି ରାଜ୍ୟ ସରକାର। ସାଧାରଣ ଜନତାଙ୍କୁ ଦେଖାଇଥିବା ସ୍ବପ୍ନ ପୂରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପେଟ୍ରୋଲ ପମ୍ପ୍‌ରେ ଠକେଇ ଅଭିଯୋଗ: ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ

ପେଟ୍ରୋଲ ପମ୍ପ୍‌ରେ ଠକେଇ ଅଭିଯୋଗ: ଜିଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ

ଗୋପ, ୨୧।୫ (ଡି.ଏନ୍‌.ଏ.): ପୁରୀ ଜିଲା ଗୋପ, ଗଣେଶ୍ୱରପୁର, ଜମରା ସମେତ ଅନ୍ୟ କେତେକ ପେଟ୍ରୋଲ ପମ୍ପ୍‌ରେ ଅପମିଶ୍ରିଣ ପେଟ୍ରୋଲ, ଡିଜେଲ ବିକ୍ରି ହେବା ସହ ସାଧାରଣ ଲୋକଙ୍କୁ ଠକେଇ ହେଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା।

୩ ଦଫା ଦାବି ନେଇ ଏସିପିଙ୍କ କାର୍ଯ୍ୟାଳୟ ଘେରାଉ

୩ ଦଫା ଦାବି ନେଇ ଏସିପିଙ୍କ କାର୍ଯ୍ୟାଳୟ ଘେରାଉ

କଟକରୋଡ଼, ୨୧।୫(ଡି.ଏନ୍‌.ଏ.): ଅଭିଯୁକ୍ତଙ୍କୁ ବାଲିଅନ୍ତା ପୋଲିସର ଅନୁକମ୍ପା ପ୍ରତିବାଦରେ ସୋମବାର ବହୁସଂଖ୍ୟକ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା କମିଶନରେଟ ପୋଲିସ ଜୋନ୍‌-୪ ଏସିପିଙ୍କ ଲକ୍ଷ୍ମୀସାଗରସ୍ଥିତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ବିଡିଏଠାରୁ ଘର କିଣିଥିବା ବ୍ୟକ୍ତି ଆଶ୍ୱସ୍ତ: ବିକ୍ରି ହୋଇପାରିବ ଘର

ବିଡିଏଠାରୁ ଘର କିଣିଥିବା ବ୍ୟକ୍ତି ଆଶ୍ୱସ୍ତ: ବିକ୍ରି ହୋଇପାରିବ ଘର

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଠାରୁ ଘର କିଣିଥିବା ବ୍ୟକ୍ତି କିମ୍ବା ସଂସ୍ଥା ଏଣିକି ଅନ୍ୟ ଜଣଙ୍କୁ ନିଜର ସମ୍ପତ୍ତି ବିକ୍ରି କରି ପାରିବେ। ଏ ନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦିଆଯାଇଛି। ବିିଡିଏର ଗତ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଜଣେ ବ୍ୟକ୍ତି ବିଡିଏ ଠାରୁ ଘର କିମ୍ବା ଜମି କିଣି ୫ ବର୍ଷ ଦଖଲରେ ରହି ଥିବେ ସେ ଏହାକୁ ଅନ୍ୟକୁ ହସ୍ତାନ୍ତର କରି ପାରିବେ।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଆଗରେ ସୂଚନାଧିକାର କର୍ମୀଙ୍କ ଧାରଣା

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଆଗରେ ସୂଚନାଧିକାର କର୍ମୀଙ୍କ ଧାରଣା

କଟକ ଅଫିସ, ୨୧।୫: ଭିଜିଲାନ୍ସ ନିର୍ଦ୍ଦେଶାଳୟ ଆଗରେ ସୂଚନାଧିକାର କର୍ମୀ ବସନ୍ତ ଜେନା ସୋମବାର ଧାରଣା ଦେଇଛନ୍ତି। ପ୍ରକାଶ ଯେ, ବାରଙ୍ଗ ବ୍ଲକ ଅଧୀନ ହରିଅନ୍ତା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବସନ୍ତ ପୂର୍ବରୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ହେଲେ ଭିଜିଲାନ୍ସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦ ବୈଠକ

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ସୋମବାର ବିଜେଡି ସରକାରର ୪ର୍ଥ ପାଳିର ୪ ବର୍ଷ ପୂର୍ତ୍ତି ପାଳନ ହେଉଛି। ଏ ନେଇ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ପରିଷଦ ବୈଠକ ଜାରି ରହିଛି। ବୈଠକରେ ସବୁ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ବିଜେଡି ସରକାରର ୪ର୍ଥ ପାଳିର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ମନ୍ତ୍ରୀ ପରିଷଦ ବୈଠକ ଡକାଯାଇଛି।

ବେଗୁନିଆ ବନ୍ଦ ଆନ୍ଦୋଳନ ଆରମ୍ଭ

ବେଗୁନିଆ ବନ୍ଦ ଆନ୍ଦୋଳନ ଆରମ୍ଭ

ବେଗୁନିଆ,୨୧।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଦୀର୍ଘଦିନ ହେଲା ମୌଳିକ ଆବଶ୍ୟକତା ଅପହଞ୍ଚ ହୋଇ ରହିଛି। ସ୍ଥାନୀୟ ଲୋକେ ୧୯୯୨ ମସିହାରୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ସହ ବେଗୁନିଆକୁ ଏନ୍‌ଏସି ଘୋଷଣା ଏବଂ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି।