ଖେଳ |

ଗୁରୁକୁଳ ର଼୍ୟାଙ୍କିଙ୍ଗ ଟେନିସ: ଚିନ୍ମୟ ଚାମ୍ପିୟନ

ଗୁରୁକୁଳ ର଼୍ୟାଙ୍କିଙ୍ଗ ଟେନିସ: ଚିନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଶୁକ୍ରବାର ଉଦ୍‌ଯାପିତ ଏଆଇଟିଏ-ଓଟିଏ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସରେ ଓଡ଼ିଶାର ଚିନ୍ମୟ ପ୍ରଧାନ ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲରେ ପଶ୍ଚିମବଙ୍ଗର ଅର୍ଘ୍ୟ ଦାସଙ୍କୁ ସିଧାସଳଖ ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରତିଯୋଗିତାର ଡବଲ୍ସ ବିଭାଗରେ ପଶ୍ଚିମବଙ୍ଗ ଯୋଡ଼ି ରୋହିତ ରାମପୁରିଆ ଓ ଆଦିତ୍ୟ ଭି. ରୟଚୌଧୁରୀ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଏହି ଯୋଡ଼ି ଆନ୍ଧ୍ର ପ୍ରଦେଶର ହର୍ଷିଥ ଶତକର୍ନୀ ଓ ମହାରାଷ୍ଟ୍ରର ସିମନ ଶାସ୍ତ୍ରୀଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

All Right Reserved By

ଖେଳ |

ଏସିଆନ୍‌ ଗେମ୍ସ ପାଇଁ ଆନ୍ତଃ କୋରିଆ ଆଲୋଚନା

ସେଉଲ,୧୮।୬(ଏପି)- ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁ ଥିବା ଆଗାମୀ ଏସିଆନ୍‌ ଗେମ୍ସ ପାଇଁ ଉତ୍ତର ଓ ଦକ୍ଷିଣ କୋରିଆର କ୍ରୀଡ଼ା ପ୍ରତିନିଧି ସୀମାନ୍ତରେ ଆଲୋଚନା କରିଛନ୍ତି। ଏସିଆନ୍‌ ଗେମ୍ସ ପାଇଁ ମିଳିତ ଦଳ ପଠାଇବା ଓ କେଉଁ ଇଭେଣ୍ଟରେ ମିଳିତ ଦଳ ଖେଳିପାରିବେ ସେ ସମ୍ପର୍କରେ ଆଲୋଚନ ହେବ ବୋଲି ଦକ୍ଷିଣ କୋରିଆ କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଲଣ୍ଡନ,୧୮।୬- କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଷ୍ଟ୍ରେଲିଆ ଦଳ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରେ। କିନ୍ତୁ ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ କାରଣରୁ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନର ଦଳରୁ ବାଦ୍‌ ପଡ଼ିବା ପରେ ଦଳୀୟ ପ୍ରଦର୍ଶନ ଓ ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଦଳ ୬ଷ୍ଠ ସ୍ଥାନରେ ରହିଛି। ଗତ ୩୪ ବର୍ଷ ମଧ୍ୟରେ ଏହା ଅଷ୍ଟ୍ରେଲିଆ ଦଳର ନିମ୍ନତମ ମାନ୍ୟତା।

ଭାରତୀୟ ଏ’ ଦଳର ବୃହତ ବିଜୟ

ଭାରତୀୟ ଏ’ ଦଳର ବୃହତ ବିଜୟ

ଲିଡ୍ସ,୧୮।୬(ପି.ଟି.)- ଭାରତୀୟ ଏ’ ଦଳ ବୃହତ ବିଜୟ ସହ ଇଂଲଣ୍ଡ ଗସ୍ତ ଆରମ୍ଭ କରିଛି। ରବିବାର ଖେଳାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଏକାଦଶ ବିପକ୍ଷ ମ୍ୟାଚ୍‌କୁ ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଭାରତୀୟ ଏ’ ଦଳ ୧୨୫ ରନ୍‌ ବ୍ୟବଧାନରେ ଜିତି ନେଇଛି।

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ରୋଷ୍ଟୋଭ-ଅନ- ଡନ, ୧୮।୬(ଏ.ଏଫ୍‌.ପି.)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ଶକ୍ତିଶାଳୀ ଦଳ ମାମୁଲି ପ୍ରଦର୍ଶନ କରିଛି। ସର୍ବାଧିକ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ନେମାରଙ୍କ ନେତୃତ୍ୱାଧୀନ ବ୍ରାଜିଲ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଛି।

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ମସ୍କୋ, ୧୮।୬ (ଏ.ଏଫ୍‌.ପି.) ଗତଥରର ଚାମ୍ପିୟନ ଜର୍ମାନୀ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ଥାନୀୟ ଐତିହାସିକ ଲୁଝନିକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଗ୍ରୁପ୍‌ ଏଫ୍‌ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କେନ୍ଦ୍ରୀୟ ଆମେରିକୀୟ ଦେଶ ମେକ୍ସିକୋ ୧-୦ ଗୋଲରେ ଜର୍ମାନୀକୁ ହରାଇ ବାଜି ମାରିଛି।

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୧୮।୬(ସ୍ପୋର୍ଟ ବ୍ୟୁରୋ)- ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି।

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଭୁବନେଶ୍ୱର, ୧୮ା୬ (ସ୍ପୋଟର୍‌ସ ବ୍ୟୁରୋ)-ମଧ୍ୟପ୍ରଦେଶ ଟେନିସ କ୍ରିକେଟ ଆସୋସିଏଶନ ଅନୁକୁଲ୍ୟରେ ତୃତୀୟ ଜାତୀୟ ଜୁନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଛି। ଏଥିରେ ୨୪ଟି ରାଜ୍ୟର ବାଳିକା ଓ ବାଳକ ଦଳ ଅଂଶଗ୍ରହଣ କରିବେ। ଚାମ୍ପିୟନଶିପ୍‌ ପାଇଁ ୧୫ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି।

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଷ୍ଟଟ୍ଟଗାର୍ଟ (ଜର୍ମାନୀ), ୧୭।୬(ଏଏଫ୍‌ପି)- ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ଏଠାରେ ଅନୁଷ୍ଠିତ ଷ୍ଟଟ୍ଟଗାର୍ଟ ଓପନ୍‌ ଟେନିସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୩୬ ବର୍ଷୀୟ ଫେଡେରର ୬-୪, ୭-୬ (୭/୩) ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କୁ ପରାସ୍ତ କରିଛନ୍ତି।

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଦୁବାଇ,୧୭।୬(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩ୟ ଦିନରେ ସେ ବଲର ମୂଳସ୍ଥିତିକୁ ପରିବର୍ତ୍ତନ କରିଥିଲେ।

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ବେଜିଂ,୧୭।୬- ନିକଟରେ ଫ୍ରେଞ୍ଚ ଓପନ୍‌ ଟାଇଟଲ ଜିତିଥିବା ସ୍ପାନିଶ୍‌ ଖେଳାଳି ରାଫାଲ ନାଡାଲ ଚାଇନା ଓପନ୍‌ରେ ଖେଳିବେ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଥୋମାସ ରସ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ସେଣ୍ଟ ପିଟର୍ସବର୍ଗ,୧୭।୬(ଏପି)- ଇଜିପ୍ଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାଲାହ ରବିବାର ନିଜର ୨୬ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଦିଆଯାଇଛି। ସେ ଇଜିପ୍ଟର ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ରେ ଖେଳିବେ। ଏ ନେଇ ଇଜିପ୍ଟ ଫୁଟ୍‌ବଲ ପକ୍ଷରୁ ପ୍ରକାଶ କରାଯାଇଛି।

Model This Week

ପ୍ରଭାତ