ଖେଳ |

ଗୁରୁକୁଳ ର଼୍ୟାଙ୍କିଙ୍ଗ ଟେନିସ: ଚିନ୍ମୟ ଚାମ୍ପିୟନ

ଗୁରୁକୁଳ ର଼୍ୟାଙ୍କିଙ୍ଗ ଟେନିସ: ଚିନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୭।୨(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଶୁକ୍ରବାର ଉଦ୍‌ଯାପିତ ଏଆଇଟିଏ-ଓଟିଏ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସରେ ଓଡ଼ିଶାର ଚିନ୍ମୟ ପ୍ରଧାନ ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲରେ ପଶ୍ଚିମବଙ୍ଗର ଅର୍ଘ୍ୟ ଦାସଙ୍କୁ ସିଧାସଳଖ ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରତିଯୋଗିତାର ଡବଲ୍ସ ବିଭାଗରେ ପଶ୍ଚିମବଙ୍ଗ ଯୋଡ଼ି ରୋହିତ ରାମପୁରିଆ ଓ ଆଦିତ୍ୟ ଭି. ରୟଚୌଧୁରୀ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଏହି ଯୋଡ଼ି ଆନ୍ଧ୍ର ପ୍ରଦେଶର ହର୍ଷିଥ ଶତକର୍ନୀ ଓ ମହାରାଷ୍ଟ୍ରର ସିମନ ଶାସ୍ତ୍ରୀଙ୍କୁ ୬-୪, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି।

All Right Reserved By

Model This Week

ସନ୍ତୋଷ

ଖେଳ |

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ନୂଆଦିଲ୍ଲୀ,୨୬।୫- ଜାତୀୟ ରେଶଲିଂ ଶିବିରରେ ଗୀତା, ରିତୁ ଓ ସଙ୍ଗୀତା ଫୋଗତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି। କିନ୍ତୁ ବବିତା ଫୋଗତଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ବାସନ୍ଦ କରାଯାଇଛି।

ଚଳିତ ଆଇପିଏଲ୍‌ରେ ଇଡେନ ଗାର୍ଡେନ ଶ୍ରେଷ୍ଠ ଗ୍ରାଉଣ୍ଡ

କଲିକତା,୨୬।୫(ପି.ଟି.)- କଲିକତା ନାଇଟ ରାଇଡର୍ସ (କେକେଆର) ଦଳ ଚଳିତ ଆଇପିଏଲ୍‌ରେ ଅଭିଯାନ ଶେଷ କରିସାରିଛି। କିନ୍ତୁ ଏହାର ହୋମ ଭେନ୍ୟୁକୁ ଚଳିତ ଆଇପିଏଲର ଶ୍ରେଷ୍ଠ ଗ୍ରାଉଣ୍ଡ ମାନ୍ୟତା ମିଳିଛି। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟୁଇଟରରେ ପ୍ରକାଶ କରି ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ,୨୬।୫(ପି.ଟି.)- ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଚଳିତ ମାସ ୨୮ରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସିନିୟର ମହିଳା ହକି ଶିବିରରେ ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ଦେବା ପାଇଁ ଘୋଷିତ ୪୮ ଜଣ ଖେଳାଳିଙ୍କ ତାଲିକାରେ ୬ ଓଡ଼ିଆଙ୍କ ନାମ ରହିଛି।

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

ନୂଆଦିଲ୍ଲୀ,୨୬।୫- ଆର୍ବାହମ ବେଞ୍ଜାମିନ ଡିଭିଲର୍ସ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଅବସର କ୍ରିକେଟ ପାଇଁ ଏକ ବଡ଼ କ୍ଷତି ଥିବା କହିଛନ୍ତି ଭାରତୀୟ ଦଳର ପ୍ରାକ୍ତନ କୋଚ୍‌ ଅନୀଲ କୁମ୍ବଲେ।

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଲଣ୍ଡନ,୨୬।୫- ଚଳିତ ଇଂଲଣ୍ଡ ବିପକ୍ଷ ଗସ୍ତରୁ ପାକିସ୍ତାନ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜାମ ବାଦ୍‌ ପଡ଼ିଛନ୍ତି। ଲଡର୍‌ସଠାରେ ଚାଲିଥିବା ଟେଷ୍ଟର ୨ୟ ଦିବସରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ଆଣ୍ଟାଲ୍ୟା,୨୬।୫(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୨ୟ ପର୍ଯ୍ୟାୟରେ ଭାରତ ଡବଲ ପଦକ ସହ ଅଭିଯାନ ଆରମ୍ଭ କରିଛି। ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ଓ ଜ୍ୟୋତିଙ୍କୁ ନେଇ ଗଠିତ ମିକ୍ସଡ୍‌ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

କଲମ୍ବୋ,୨୫।୫(ଏଏଫ୍‌ପି)- ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭାଙ୍କ ପିତାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଶ୍ରୀଲଙ୍କା ଦଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ଜଣେ ବନ୍ଧୁକଧାରୀ ଦୃବୁତ୍ତ ଧନଞ୍ଜୟଙ୍କ ପିତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।