ରାୟଗଡା

ମହିଳାଙ୍କ ମୃତ୍ୟୁ ଘଟଣା, ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ

ରାୟଗଡ଼ା ଅଫିସ୍‌,୯।୨- ରାୟଗଡ଼ା ଜିଲା ବପୁଜୀ ନଗରଠାରେ ରହୁଥିବା ପ୍ରିୟଙ୍କା ନାଗଙ୍କ ଗୁରୁବାର ମୃତ୍ୟୁ ଘଟିଛି । ଏ ନେଇ ପରିବାର ଲୋକେ ଚାନ୍ଦିଲି ଥାନାରେ ଏହା ଏକ ଯୌତୁକ ନିର୍ଯାତନା ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ଚାନ୍ଦିଲି ଥାନା ପକ୍ଷରୁ ୨୪/୧୮ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ମନୋଜ କୁମାର ବେହରୋ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୩ମସିହାରେ କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ ଖଜୁରପଡ଼ା ଗାଁର ବନବା ନାଗଙ୍କ ଝିଅ ପ୍ରିୟଙ୍କାଙ୍କ ଉକ୍ତ ଅଞ୍ଚଳରେ ଥିବା ତୁଣ୍ଠୁଲା ଗ୍ରାମର ସୁଫଳ ତାଣ୍ଡିଙ୍କ ପୁଅ ବିନୋଦଙ୍କ ବିବାହ ହୋଇଥିଲା। ବିନୋଦ ଜେକେପୁର ପେପର ମିଲ୍‌ରେ କାର୍ଯ୍ୟରତ ଥିଲେ। ସେ ବାପୁଜୀ ନଗର ଅଞ୍ଚଳରେ ଏକ ଘର କରି ପରିବାର ସହିତ ରହୁଥିଲେ। ତାଙ୍କର ସାଢେ ୪ବର୍ଷର ଏକ ଝିଅ ଅଛି। ଗୁରୁବାର ସକାଳେ ବିନୋଦ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କୁ ଫୋନ କରି ତାଙ୍କ ଝିଅ ଆତ୍ମ ହତ୍ୟା କରିଥିବା କହିଥିଲେ। ଏହାପରେ ପରିବାର ଲୋକେ ଆସି ଚାନ୍ଦିଲି ଥାନାରେ ଏହା ଏକ ଯୌତୁକ ଏବଂ ଶାରିରୀକ ନିର୍ଯାତନା ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୋଲିସ୍‌, ସାଇଣ୍ଟିଫଇ୍‌ ଟିମ୍‌ , ଜଣେ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହି ଭିଡ଼ିଓ ଗ୍ରାପିଂ କରାଯାଇଥିଲା। ମୃତଦେହରେ କ୍ଷ୍ୟତ ଚିହ୍ନଥିବା ଦେଖାଯାଇଛି। ମୃତଦେହ ବ୍ୟବଛେଦ ପାଇଁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ମନୋଜ ବେହରୋ କହିଛନ୍ତି। ଏହି ଘଟଣାର ତଦନ୍ତ ଏସ୍‌ଆଇ ଏସଏସ୍‌ ପାଢି ଜାରି ରଖିଥିବା ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି।
All Right Reserved By

ରାୟଗଡା

ଔଷଧୀୟ ଚାରା ବଣ୍ଟନ

ପାରଳାଖେମୁଣ୍ଡି,୧୮।୮(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ମହେନ୍ଦ୍ରଗିରି ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ଔଷଧୀୟ ଚାରା ବଣ୍ଟନ କରାଯାଇଛି।ଭାସ୍କର ତୀର୍ଥ ମହାରାଜଙ୍କ ନେତୃତ୍ୱରେ ଦୁଇ ଶହରୁ ଊର୍ଦ୍ଧ୍ୱ ଅଁଳା, ବେଲ, ଲିମ୍ବ ଚାରା ଜନସାଧାରଣଙ୍କୁ ବଣ୍ଟାଯାଇଛି।

ନଦୀରୁ ମିଳିଲା ନିଖୋଜ ବାଳକର ମୃତଦେହ

ନଦୀରୁ ମିଳିଲା ନିଖୋଜ ବାଳକର ମୃତଦେହ

ଚନ୍ଦ୍ରପୁର, ୧୮।୮(ଡି.ଏନ.ଏ)- ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକର ଟୁରିଗୁଡା ପଞ୍ଚାୟତ ଅଧୀନ ବାଙ୍ଗୋରଡା ଗ୍ରାମ ନିକଟ  ବଂଶଧାରା ନଦୀ କୂଳରୁ ଶନିବାର ଏକ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନଦୀରେ ଭାସିଆସି ଏକ ଗଛ ମୂଳେ ଲାଗିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗୁଡା ଗ୍ରାମର ମୁଗୁରି ହିଆଲଙ୍କ ପୁତ୍ର ରିତିକ ହିଆଲ (୧୧)।

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ

ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ

ଜୟପୁର,୧୮ା୮(ନି.ପ୍ର)-କୋରାପୁଟ ଜିଲା ଜୟପୁର ସହରସ୍ଥ ଗୋପବନ୍ଧୁ ନଗରରେ ଏକ ଡକାୟତି ଦଳ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ା ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯିବାବେଳେ ଡକାୟତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ା ପୋଲିସ ପାଲଟା ଗୁଳି ଚାଳନା କରିଥିଲା ା 

୨୪୪ ଛାତ୍ରୀଛାତ୍ର ପ୍ରାଥମିକ ବୃତ୍ତି ପରୀକ୍ଷା ଦେଲେ

୨୪୪ ଛାତ୍ରୀଛାତ୍ର ପ୍ରାଥମିକ ବୃତ୍ତି ପରୀକ୍ଷା ଦେଲେ

ଝରିଗାଁ, ୧୮ା୮(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଚଳିତ ବର୍ଷ ତୃତୀୟ ଶ୍ରେଣୀ ଏବଂ ପଞ୍ଚମ ଶ୍ରେଣୀ ସକାଶେ ପ୍ରାଥମିକ ବୃତ୍ତି ପରୀକ୍ଷା ଶନିବାର ଅନୁଷ୍ଠିତ ହୋଇଯାଇଛି। 

ମେଧା ବୃତ୍ତି ପରୀକ୍ଷା ଦେଲେ ୧୭୮ ଛାତ୍ରୀଛାତ୍ର

ମେଧା ବୃତ୍ତି ପରୀକ୍ଷା ଦେଲେ ୧୭୮ ଛାତ୍ରୀଛାତ୍ର

ଡାବୁଗାଁ, ୧୮ା୮(ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ  ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ୩ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଘର ତାଲା ଭାଙ୍ଗି ସୁନା ଗହଣା ଚୋରି

ଘର ତାଲା ଭାଙ୍ଗି ସୁନା ଗହଣା ଚୋରି

ଜୟପୁର,୧୮ା୮(ନି.ପ୍ର)-କୋରାପୁଟ ଜିଲା ଜୟପୁର ସହରସ୍ଥ ଗଙ୍ଗାନଗରେ  ରହୁଥିବା   କାଳୁ ମହାରଣାଙ୍କ ଘରେ ଦୁର୍ବୃତ୍ତମାନେ ସୁନା ଗହଣା ଓ ରୁପା ଚୋରି କରି ନେଇଥିବା ଟାଉନ ଥାନାରେ ଶନିବାର ଲିଖିତ ଅଭିଯୋଗ ହୋଇଛି ା 

ପୁଣି ପ୍ରବଳ ବର୍ଷା : ଶତାଧିକ ଜମିରେ ଫସଲ ନଷ୍ଟ

ପୁଣି ପ୍ରବଳ ବର୍ଷା : ଶତାଧିକ ଜମିରେ ଫସଲ ନଷ୍ଟ

କୋରୁକୋଣ୍ଡା, ୧୮।୮(ଡି.ଏନ.ଏ)- ଗତ ଦୁଇଦିନ ତଳେ ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଶନିବାର ସକାଳୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। 

ରାୟଗଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରାୟଗଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରାୟଗଡ, ୧୮।୮(ଡି.ଏନ.ଏ.)- ଗଜପତି ଜିଲା ରାୟଗଡ ସହର ମୁଖ୍ୟ ରାସ୍ତାରେ କୁଢ କୁଢ ଆବର୍ଜନା ପଡିରହିଛି।  ସେହିପରି ଡ୍ରେନଗୁଡ଼ିକ ଦୀର୍ଘଦିନ ଧରି ସଫେଇ ହୋଇନାହିଁ। ପରିବେଶ ପୂତିଗନ୍ଧମୟ ହୋଇପଡିଛି।

ମାଲକାନଗିରିରେ ଭୁଷୁଡ଼ିଛି ସ୍ବାସ୍ଥ୍ୟସେବା: ନଦୀ ପାର ହୋଇ ଖଟିଆରେ ୪ କିମି ବୁହାହେଲେ ରୋଗୀ

ମାଲକାନଗିରିରେ ଭୁଷୁଡ଼ିଛି ସ୍ବାସ୍ଥ୍ୟସେବା: ନଦୀ ପାର ହୋଇ ଖଟିଆରେ ୪ କିମି ବୁହାହେଲେ ରୋଗୀ

ମାଲକାନଗିରି,୧୮।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଜିଲାର ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଏକାଧିକ ଥର ଜନନୀ ଯନ୍ତ୍ରଣା, ଭାରରେ ରୋଗୀ ବୁହାହେବା ପରି ଘଟଣା ଦେଖିବାକୁ ମିଳୁଛି। ଏହି କ୍ରମରେ ଶୁକ୍ରବାର ଜଣେ ରୋଗୀଙ୍କୁ ନଦୀ ପାର କରି ଖଟିଆରେ ୪କିମି ବୋହିକରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। 

ଅନକାଡେଲି ହାଟରୁ ମାଓବାଦୀ ମିଲିସିଆ ଗିରଫ

ଅନକାଡେଲି ହାଟରୁ ମାଓବାଦୀ ମିଲିସିଆ ଗିରଫ

କୋରାପୁଟ,୧୭। ୮(ସ୍ବ.ପ୍ର)- ବିଏସଏଫ ୧୩ ବାଟାଲିଆନ ଯବାନମାନେ ଗୁରୁବାର   ଜଣେ ମାଓବାଦୀ ମିଲିସିଆ ସଦସ୍ୟଙ୍କୁ ସ୍ଥାନୀୟ ଅନକାଡେଲି ସାପ୍ତାହିକ ହାଟରୁ ଧରି ମାଛକୁଣ୍ଡ ପୋଲିସକୁ ହସ୍ତାନ୍ତର କରିଛନ୍ତି। ତାଙ୍କ ନାମ ସାହୁ ମୁଦୁଲି (୨୫)। 

ସବୁଜ ପରିବେଶ ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ

ସବୁଜ ପରିବେଶ ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ

କୋରାପୁଟ/ଅନକାଡେଲି,୧୭।୮(ସ୍ବ.ପ୍ର)- କୋରାପୁଟ ଜିଲା ବିଜୁ ଯୁବ ବାହିନୀ ପକ୍ଷରୁ ଶୁକ୍ରବାର ଅନକାଡେଲି ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନକାଡେଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଦଳପତି ଯୋଗଦେଇ ଅଞ୍ଚଳରେ ସବୁଜ ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ ଅନିବାର୍ଯ୍ୟ ବୋଲି ପ୍ରକାଶ କରିଥିଲେ ।

ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ, ୧୧ ଖଣ୍ଡ ଗ୍ରାମ ପ୍ରଭାବିତ

ଲଗାଣ ବର୍ଷାରେ ଯୋଗାଯୋଗ ବିଚ୍ଛିନ୍ନ, ୧୧ ଖଣ୍ଡ ଗ୍ରାମ ପ୍ରଭାବିତ

ଦଶମନ୍ତପୁର,୧୭।୮(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ଗ୍ରାମପଞ୍ଚାୟତରେ କଲଭର୍ଟ ଧୋଇହେବା ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷାରେ ବିରିଗୁଡା ଗ୍ରାମ ନିକଟସ୍ଥ ଆଦିବାସୀ ସାହିରେ କଲଭର୍ଟ ଭାଙ୍ଗିଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବାସିନ୍ଦା  ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ।