Dharitri News
ରାୟଗଡା

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ରାୟଗଡ଼ା ଅଫିସ୍‌,୯।୨- ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀରୁ ଶୁକ୍ରବାର ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରାୟଗଡ଼ା ପୋଲିସ୍‌। ଝଞ୍ଜାବତୀ ନଦୀରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ଯୁବକଙ୍କ ମୃତଦେହ ଲାଗିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏ ନେଇ ରାୟଗଡ଼ା ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ରାୟଗଡ଼ା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଟି.ରାଙ୍ଗା ଏବଂ ଏଏସ୍‌ଆଇ ହର୍ଷଚନ୍ଦ୍ର ପାଣିଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ରାୟଗଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହକୁ ପଠାଇଦେଇଥିଲେ। ଏ ନେଇ କେସ୍‌ ନଂ୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ରାୟଗଡା

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।

ଖଣି ଖନନ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ଟିକିରି, ୧୯।୨(ଡି.ଏନ୍‌.ଏ.) ରାୟଗଡା ଜିଲା ଟିକିରି ଥାନା ଅଧୀନ ବାଙ୍କାମ୍ବ ପଞ୍ଚାୟତ କଡିଙ୍ଗା ଗାଁରେ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳା ମଣ୍ଡଳମାନଙ୍କୁ ନେଇ ଖଣି ଖନନ ବିରୋଧରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। କିଛି ଯୁବକ ସଭା ମଧ୍ୟକୁ ଆସି ଏହାକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନେ ସଭା ବନ୍ଦ କରି ସରପଞ୍ଚ ସୁଭଦ୍ରା ମାଣ୍ଡାଙ୍ଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟି ୮ଦଫା ଦାବିପତ୍ର ପ୍ରଦାନ କରଥିଲେ।

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

କୋରାପୁଟ/ବନ୍ଧୁଗାଁ,୧୯।୨ (ସ୍ବ.ପ୍ର/ଡ଼ି.ଏନ.ଏ) କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ୱାର୍ଡେନଙ୍କ ବଦଳି ଦାବିରେ ସୋମବାର ବିଦ୍ୟାଳୟର ଶତାଧିକ ଛାତ୍ରୀ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯର୍‌ୟାଳୟରେ ତାଲା ପକାଇଛନ୍ତି । ଏଥିସହ ସେଠାରେ ଧାରଣା ଦେଇଛନ୍ତି। ୱାର୍ଡେନ ଦୀର୍ଘ ଦିନ ହେଲା ଛାତ୍ରୀମାନଙ୍କ ମଧ୍ୟରେ ଜାତିଗତ ବିବିଧତା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।

  ରୁବେଲା ଟିକା ନେଇ ୨ ଛାତ୍ରୀ ଅସୁସ୍ଥ

ରୁବେଲା ଟିକା ନେଇ ୨ ଛାତ୍ରୀ ଅସୁସ୍ଥ

କୋରାପୁଟ,୧୯।୨(ଡି.ଏନ.ଏ.) ରୁବେଲା ଟିକା ନେଇ ପୂଜାରିପୁଟସ୍ଥିତ ସେଣ୍ଟ ଇଂଲିଶ ମିଡିୟମ ସ୍କୁଲର ୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନେ ହେଲେ ଚତୁର୍ଥ ଶ୍ରେଣୀର ଅଭି ବେହେରା(୯) ଓ ନବମ ଶ୍ରେଣୀ ଛାତ୍ରୀ ତାନ୍ୟାରାଣୀ ବେହେରା(୧୪)।

ବଡ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇ ମୃତ

ଟିକିରି, ୧୯।୨(ଡି.ଏନ୍‌.ଏ.)- ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡ୍ରାକକଞ୍ଚ ଥାନା ଅଧୀନ କୋଡିପାରି ଗାଁରେ ବଡଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ଭାସ୍କର ଝୋଡିଆ(୪୦)। ଏ ନେଇ ଭାସ୍କରଙ୍କ ସ୍ତ୍ରୀ ଗୁରୁବାରୀ ସୋମବାର ଥାନାରେ ଏତଲା ଦେଇଛନ୍ତି।

ଖୋଲା ଯାଇଥିବା ପୁରୁଣା ଗେଟ୍‌ ବନ୍ଦ ହୋଇପାରୁନାହିଁ: ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ଖୋଲା ଯାଇଥିବା ପୁରୁଣା ଗେଟ୍‌ ବନ୍ଦ ହୋଇପାରୁନାହିଁ: ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ମାଲକାନିରି,୧୯।୨(ସ୍ବ.ପ୍ର.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ର ସକାଶେ ଦୁର୍ଦ୍ଦିନ ମାଡି ଆସୁଛି । ଏହି ମାଟି ବନ୍ଧରେ ରହିଥିବା ଏପି.ଟନେଲର ଦୁଇଟି ଗେଟ୍‌ ଖୋଲିଦେଇ ମାଟିବନ୍ଧ ଯୋଜନାର ଅଧିକାରୀ ଏଭଳି ବିପଦକୁ ଆମନ୍ତ୍ରଣ କରିଛନ୍ତି । ଦୀର୍ଘ ବର୍ଷର ପୁରୁଣା ଏହି ଟନେଲ ଗେଟ୍‌ ଖୋଲି ଦିଆଯାଇଥିଲେ ମଧ୍ୟ ତାହାକୁ ବନ୍ଦ କରାଯାଇ ପାରୁନାହିଁ। ଫଳରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଅଧିକ ଜଳ ନିଷ୍କାସିତ ହୋଇ ଆନ୍ଧ୍ରପଟେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଅନ୍ୟପଟେ ଜଳଭଣ୍ଡାରରୁ ଜଳସ୍ତର ହ୍ରାସ ପାଇ ଯାଉଥିବାରୁ ଓଡିଶାର ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ର ଚାଲିବା କଷ୍ଟକର ହୋଇପଡିବ ବୋଲି କୁହାଯାଉଛି ।