ମେଟ୍ରୋ |

ଜିଲାପାଳଙ୍କ ଗାଡ଼ି ଭଙ୍ଗାରୁଜା

ଜିଲାପାଳଙ୍କ ଗାଡ଼ି ଭଙ୍ଗାରୁଜା
ଖୋର୍ଦ୍ଧା ଅଫିସ, ୯।୨: ଜିଲାପାଳଙ୍କ ଅଫିସ ସମ୍ମୁଖରେ ତାଙ୍କ ସ୍କର୍ପିଓ ଗାଡି(ଓଡ଼ି୦୨ଏଆର୩୩୦୦) ଥୁଆ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନ ୧ଟାରେ ଜଣେ ଅଜଣା ବ୍ୟକ୍ତି ଠେଙ୍ଗାରେ ବାଡେଇ କାଚ ଭାଙ୍ଗି ଦେଇଛନ୍ତି। ଉକ୍ତ ଅଚିହ୍ନା ଯୁବକ ପ୍ରଥମେ କିଛି ସମୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘୂରି ବୁଲିଥିଲେ। ତାଙ୍କ କାମ ହେଉ ନ ଥିବାରୁ ସେ ଗାଡି କାଚ ଭାଙ୍ଗିଦେଇଥିବା କହିଛନ୍ତି। ଜିଲାପାଳ କୋର୍ଟ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ପୋଲିସ ଉକ୍ତ ଅଜଣା ଯୁବକଙ୍କୁ କାବୁକରି ନିଜ ହେପାଜତକୁ ନେଇଛି। ତେବେ ଉକ୍ତ ଯୁବକ ବିକୃତ ମସ୍ତିଷ୍କର ହୋଇଥିବା ପୋଲିସ କହିଛି। ପ୍ରକାଶ ଥାଉକି, ନିରଞ୍ଜନ ସାହୁ ଜିଲାପାଳ ଥିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କ କାର କାଚ ମଧ୍ୟ ଭଙ୍ଗାରୁଜା କରିଥିଲେ।
All Right Reserved By

ମେଟ୍ରୋ |

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଭୁବନେଶ୍ୱର, ୨୨।୧(ବ୍ୟୁରୋ)- ରାଜ୍ୟର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗମନାଗମନ ସମସ୍ୟା ଯୋଗୁ ସେମାନେ ଡାକ୍ତରଖାନାରେ ପହଞ୍ଚତ୍ପାରୁ ନାହାନ୍ତି। ତେଣୁ ସେସବୁ ଅଞ୍ଚଳରେ ଲୋକଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଜରିଆରେ ‘ଡିଜିଟାଲ ଡିସ୍‌ପେନ୍‌ସାରୀ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି।

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ପୋଷା କୁକୁରଙ୍କୁ ନିଶା ଦେଇ ଗାଈ ଚୋରି କରିନେଲେ

ଭୁବନେଶ୍ୱର, ୨୨ା୧(ବ୍ୟୁରୋ)- ପୋଷା କୁକୁରଙ୍କୁ ଖାଦ୍ୟରେ ନିଶା ଦେଇ ଗୁହାଳରୁ ଗାଈ ଗୋରିକରିନେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ବରିମୁଣ୍ଡ ଅଞ୍ଚଳରେ। ଗାଈ ମାଲିକ ସନ୍ତୋଷ ନାୟକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡ଼ିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ୩୧୪ ବ୍ଲକ ୬୭୯୮ ପଞ୍ଚାୟତରେ ପହଞ୍ଚିପାରିଛି। ଏଥିସହ ମୋଟ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। 

ଧାନମଣ୍ଡିରେ ମିଲର ଧାନ ନ ନେବାରୁ ଚାଷୀଙ୍କ ରାସ୍ତାରୋକୋ

ଧାନମଣ୍ଡିରେ ମିଲର ଧାନ ନ ନେବାରୁ ଚାଷୀଙ୍କ ରାସ୍ତାରୋକୋ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୨।୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ମିଲର ଧାନ ନ ନେବାରୁ ମଙ୍ଗଳବାର ଚାଷୀ ଆନ୍ଦୋଳନ କରିଛନ୍ତି।

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ତିରିମଲ୍ଲ ବାଜପୁର ରାସ୍ତା କଡ଼ରୁ ମଙ୍ଗଳବାର  ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ତିରିମଲ୍ଲ  କ୍ରଶର ନିକଟସ୍ଥ ଏକ ବୁଦାମୂଳରେ ଶିଶୁଟି ପଡ଼ି ରହିଥିଲା ।

ଜଟଣୀ ତହସିଲ କର୍ମଚାରୀଙ୍କ  କଲମ ଛାଡ଼ ଆନ୍ଦୋଳନ

ଜଟଣୀ ତହସିଲ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଜଟଣୀ,୨୨।୧(ଡି.ଏନ.ଏ): ଜଟଣୀ ତହସିଲ କର୍ମଚାରୀ ମଙ୍ଗଳବାର କାର୍ଯ୍ୟବନ୍ଦକରି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ସନ୍ତୋଷ ମୁଦୁଲି ନାମକ ଜନୈକ ତହସିଲ କର୍ମଚାରୀଙ୍କୁ ଜଣେ ଆଇନଜୀବୀ ଧକ୍କା ମାରିବା ଅଭିଯୋଗକରି କର୍ମଚାରୀମାନେ ଏହି ଆନ୍ଦୋଳନ କରିଛନ୍ତି। 

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭରଙ୍କ ଜୀବନ ଗଲା

ଜଟଣୀ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ୧୬ ନ. ଜାତୀୟ ରାଜପଥର ଯାଆଁଳା ଫାଣ୍ଡି ଅନ୍ତର୍ଗତ ବାଟ ଭୁଆଶୁଣି ମନ୍ଦିର ନିକଟରେ ମଙ୍ଗଳବାର ଭୋର ସମୟରେ ଏହା ଅଘଟଣ ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ସେ ହେଲେ କୈଳାସ ଯାଦବ।

ରେମୁଣା ବ୍ଲକ ବିଜେଡି ସଭାପତି ହେଲେ ଗୋପୀନାଥ ସେନାପତି

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ବିଜେଡି ସଭାପତି ଭାବେ ଗୋପୀନାଥ ସେନାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ନାୟକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। 

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

କାକଟପୁର, ୨୨।୧(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ପର୍ଯ୍ୟଟନସ୍ଥଳୀ ଜାହାନିଆଁ ପୀର ବେଳାଭୂମିରେ ଗତ ରବିବାର ସମୁଦ୍ରରେ ବୁଡ଼ି ୩ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡ଼ିଛି। ଜାହାନିଆଁ ବେଳାଭୂମିରେ ଲଗାଯାଇଛି ସତର୍କ ସୂଚନା ପୋଷ୍ଟର। ଛୁରିଅନା ପଞ୍ଚାୟତ ପକ୍ଷରୁ ଏହି ସତର୍କ ସୂଚନା ପୋଷ୍ଟର ଲଗାଯାଇଥିବା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ କହିଛନ୍ତି। 

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆନ ଅଏଲ୍‌ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ଭଦ୍ରକଠାରେ ଇଣ୍ଡିଆନ୍‌ ଅଏଲ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନାହାନ୍ତି। ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।