Dharitri News
ଅନଗୁଳ-ଢେଙ୍କାନାଳ

ସାମାନ୍ୟ ସତର୍କତା ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେବ

ସାମାନ୍ୟ ସତର୍କତା ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେବ ଅନୁଗୋଳ ଅଫିସ୍‌, ୯।୨-ଅନୁଗୋଳ ଜିଲା ପ୍ରଶାସନ, ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଟାଉନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାମାନ୍ୟ ସତର୍କତା ଏବଂ ଆଗୁଆ ପଦକ୍ଷେପ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନକୁ ସୁରକ୍ଷା ଦେଇପାରିବ। ଭୂକମ୍ପ, ବାତ୍ୟା, ବନ୍ୟା ସମୟରେ କିପରି ଉଦ୍ଧାର କାର୍ଯ୍ୟ କରାଯାଇପାରିବ ସେ ସମ୍ପର୍କିତ ବିଭିନ୍ନ କୌଶଳ ତାଲିମ ଦିଆଯାଇଥିଲା। ଜିଲାପାଳ ଅନିଲ କୁମାର ସାମଲ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଉତ୍ସାହିତ କରାଇଥିଲେ।

ଅନଗୁଳ-ଢେଙ୍କାନାଳ

ଦୁର୍ଘଟଣାରେ  ଯୁବକ ମୃତ

ଦୁର୍ଘଟଣାରେ ଯୁବକ ମୃତ

ଅନୁଗୋଳ ଅଫିସ, ୨୩।୨- ଅନୁଗୋଳ ଥାନା ଖଲାରି ଗୁଡ଼ିବନ୍ଧ ଛକ ନିକଟରେ ଟେମ୍ପୁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଛାତ୍ର ମୃତ୍ୟୁକୁ ନେଇ କଲେଜ ବନ୍ଦ

ଅନୁଗୋଳ ଅଫିସ, ୨୩।୨- ଅନୁଗୋଳ ଥାନା ମୂଷା ପାପୁଲି ଗ୍ରାମ ୫୫ନଂ. ଜାତୀୟ ରାଜପଥରେ ଗୁରୁବାର ସାରେ ଦୁର୍ଘଟଣା ଘଟିଥିଲା। ଏଥିରେ ବନ୍ତଳା ଥାନା କରତପଟା ଗ୍ରାମର ତାପସ ସାହୁ(୧୯) ଓ ପୋକଟୁଙ୍ଗା ଗ୍ରାମର ଟିକେଶ୍ୱର ଦେହୁରୀ(୧୮) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

ନାଲକୋ ଠିକା ମଜଦୂର ସଂଘର କର୍ମକର୍ତ୍ତା ନିର୍ବାଚନ

ନାଲକୋ ଠିକା ମଜଦୂର ସଂଘର କର୍ମକର୍ତ୍ତା ନିର୍ବାଚନ

ବଅଁରପାଳ,୨୩।୨(ଡି.ଏନ.ଏ.): ଅନୁଗୋଳ ଜିଲା ନାଲକୋ ଠିକା ମଜଦୁର ସଂଘର କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନାଲକୋ ସିସିପି ଛକଠାରେ ମଜଦୁର ସଂଘର ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ସଭାପତି ଭାବେ ରବୀନ୍ଦ୍ର ବେଉରା, କାର୍ଯ୍ୟକାରୀ ସଭାପତି ଭାବେ ଡମ୍ବରୁଧର ବେହେରା ଏବଂ ସାଧାରଣ ସମ୍ପାଦକ ଭାବେ ବାଇଧର ସାମଲଙ୍କୁ ନିର୍ବାଚିତ କରାଯାଇଛି। ସେହିପରି କୋଷାଧ୍ୟକ୍ଷ ଭାବେ ବିଜୟ ସାହୁ ଓ ସାଙ୍ଗଠନିକ ସମ୍ପାଦକ ଭାବେ ବୁଦ୍ଧଦେବ ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି।

ହାତୀ ଆକ୍ରମଣରେ ବନ ସଂରକ୍ଷଣ ସମିତି ଶ୍ରମିକ ଗୁରୁତର

ହାତୀ ଆକ୍ରମଣରେ ବନ ସଂରକ୍ଷଣ ସମିତି ଶ୍ରମିକ ଗୁରୁତର

ବନ୍ତଳା,୨୩।୨(ଡି.ଏନ.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବଲଙ୍ଗ ପଞ୍ଚାୟତ ତଳିସିରା ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଗିରିଧାରୀ ଦେହୁରୀ(୫୫)। ସ୍ଥାନୀୟ ଲୋକେ ଓ ବନକର୍ମଚାରୀମାନେ ଗିରିଧାରୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ସେ ଶ୍ରମିକ ଭାବେ ଜଙ୍ଗଲରେ କାମ କରୁଥିବା ସମୟରେ ତାଙ୍କୁ ଦନ୍ତା ହାତୀ ଆକ୍ରମଣ କରିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ।

ସିଏଚ୍‌ଆର୍‌ଆଇ ସଭ୍ୟ  ହେଲେ ମନୋରଞ୍ଜନ

ସିଏଚ୍‌ଆର୍‌ଆଇ ସଭ୍ୟ ହେଲେ ମନୋରଞ୍ଜନ

ଢେଙ୍କାନାଳ ଅଫିସ,୨୨।୨ -ଢେଙ୍କାନାଳ ଉଫୁନା ଅନୁଷ୍ଠାନ ରାଜ୍ୟ ଅଧ୍ୟକ୍ଷ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ୫ମ ଥର ପାଇଁ କମନୱେଲଥ୍‌ ହ୍ୟୁମାନ ରାଇଟ୍‌ ଇନିସିଏଟିଭ୍‌(ସିଏଚ୍‌ଆର୍‌ଆଇ)ର ସଭ୍ୟ ହୋଇଛନ୍ତି। ସେ ଦୀର୍ଘଦିନ ହେବ ମାନବିକ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି।

ପୌରପାଳିକାରେ ସାମିଲ ଦାବିରେ ରାସ୍ତାରୋକୋ

ପୌରପାଳିକାରେ ସାମିଲ ଦାବିରେ ରାସ୍ତାରୋକୋ

ଅନୁଗୋଳ ଅଫିସ,୨୨।୨- ଅନୁଗୋଳ ସହର ନିକଟସ୍ଥ ରାଣୀଗୋଡ଼ା ଜଙ୍ଗଲବାସୀଙ୍କୁ ପୌରପାଳିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏ ନେଇ ସେମାନେ ଗୁରୁବାର ଶିକ୍ଷକପଡ଼ା ନିକଟସ୍ଥ ରାଣୀଗୋଡ଼ା ଷ୍ଟେଶନକୁ ଯାଇଥିବା ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

ବେଆଇନ ପଥର ଖଣିରେ ଚଢ଼ାଉ

ବେଆଇନ ପଥର ଖଣିରେ ଚଢ଼ାଉ

ଢେଙ୍କାନାଳ ଅଫିସ,୨୨।୨ -ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଅଞ୍ଚଳରେ ଥିବା ଏକ ବେଆଇନ ପଥର ଖଣି ଉପରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ଘଟଣାସ୍ଥଳରୁ ୬ଟି ପାୱାର ଟିଲର, ୨ଟି ଜେସିବି ମେଶିନ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି।

ପୁଣି ଉଠିଲା ତାଳଚେର ଜିଲା ଗଠନ ଦାବି

ତାଳଚେର,୨୨ା୨(ନି.ପ୍ର.)- ଦୀର୍ଘଦିନର ବ୍ୟବଧାନ ପରେ ତାଳଚେରକୁ ଏକ ସ୍ବତନ୍ତ୍ର ଜିଲା ମାନ୍ୟତା ଦେବା ପାଇଁ ଓକିଲ ସଂଘ ଦାବି ଦୋହରାଇଛି। ତାଳଚେର ଓକିଲ ସଂଘର ଏକ ସାଧାରଣ ସଭା ମଧୁବାବୁ ସମ୍ମିଳନୀ କକ୍ଷରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାଲଲହଡା ଓ ତାଳଚେରକୁ ନେଇ ତାଳଚେରକୁ ଏକ ସ୍ବତନ୍ତ୍ର ଜିଲା ଗଠନ ନିମନ୍ତେ ଦାବି କରାଯାଇଥିଲା।

ଦୁଇ ଲେନ ରାସ୍ତା ଯାଞ୍ଚ କଲେ ଅଧିକାରୀ

ଦୁଇ ଲେନ ରାସ୍ତା ଯାଞ୍ଚ କଲେ ଅଧିକାରୀ

ବଇଣ୍ଡା,୨୨।୨(ଡି.ଏନ.ଏ.)- ତାଳଚେର -ସମ୍ବଲପୁର ରେଳପଥ ରାସ୍ତାକୁ ୨ ଲେନ ବିଶିଷ୍ଟ ନିର୍ମାଣ କରାଯାଉଛି। ନିର୍ମାଣ ସରିଥିବା କିଶୋରନଗର ବ୍ଲକର ସରଗିପାଲିଠାରୁ ବାମୁର ପର୍ଯ୍ୟନ୍ତ ରାସ୍ତାକୁ ରେଳ ବିଭାଗର ଉଚ୍ଚ ପଦାଧିକାରୀମାନେ ଗୁରୁବାର ଯାଞ୍ଚ କରିଥିଲେ।

ରାଇଝରଣ ଜଙ୍ଗଲରେ ନିଆଁ

ରାଇଝରଣ ଜଙ୍ଗଲରେ ନିଆଁ

ଛେଣ୍ଡିପଦା,୨୨।୨(ଡି.ଏନ.ଏ.)- ଛେଣ୍ଡିପଦା ବନାଞ୍ଚଳ ରାଇଝରଣ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ପୋଡ଼ିଯାଇଛି। ଦୁଇ ଦିନ ହେଲା ଏଠାରେ ନିଅଶଁ ଲାଗିଥିବା ଜଣାପଡିଛି।

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ୮୬ କେନ୍ଦ୍ରରେ ୧୭,୫୪୬ ପରୀକ୍ଷାର୍ଥତ୍

ଢେଙ୍କାନାଳ ଅଫିସ,୨୨।୨-ଢେଙ୍କାନାଳ ଜିଲାରେ ଶୁକ୍ରବାରଠାରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି । ଏଥିପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲାର ସମସ୍ତ ୮ଟି ବ୍ଲକର ୨୭୦ଟି ହାଇସ୍କୁଲରେ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥତ୍ ମିଶାଇ ୧୭୫୪୬ ଜଣ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ୧୭୦୪୬ ଓ ଏକ୍ସ ରେଗୁଲାର ୫୦୦ ପରୀକ୍ଷାର୍ଥତ୍ ରହିଛନ୍ତି।

୩ ଦିନ ହେଲା ଲିଙ୍କ୍‌ ଫେଲ: ବ୍ୟାଙ୍କ ସେବା ଅଚଳ

ବଇଣ୍ଡା,୨୨।୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ୩ ଦିନ ହେବ ଲିଙ୍କ୍‌ ଫେଲ ରହିଛି। ଫଳରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।