ଅନଗୁଳ-ଢେଙ୍କାନାଳ

ବନ୍ଧୁକ ଦେଖାଇ ସୁନାହାର ଲୁଟିଲେ

ବନ୍ଧୁକ ଦେଖାଇ ସୁନାହାର ଲୁଟିଲେ

ପରଜଙ୍ଗ, ୯।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଝରଣବାହାଳ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଜନୈକ ଦମ୍ପତି ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ବନ୍ଧୁକ ଦେଖାଇ ମହିଳାଙ୍କଠାରୁ ସୁନାହାର ଲୁଟି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଦୁର୍ବୃତ୍ତଙ୍କୁ ଧରିବାକୁ ତଲାସି ଜାରି ରହିଛି।

All Right Reserved By
Karnatak Exit Poll

Model This Week

ସଂଗୀତ

ଅନଗୁଳ-ଢେଙ୍କାନାଳ

ଝଡ଼ବର୍ଷାରେ ବେହାଲ ଢେଙ୍କାନାଳ

ଝଡ଼ବର୍ଷାରେ ବେହାଲ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୦ା୫-ରବିବାର ସନ୍ଧ୍ୟା ୭ଟାରୁ ଦେଢ଼ଘଣ୍ଟା ଧରି ହୋଇଥିବା ପ୍ରବଳ ଝଡ଼ବର୍ଷାରେ ବେହାଲ ହୋଇଛି ଢେଙ୍କାନାଳ। ତୋଫାନରେ ବଦଳିଯାଇଛି ସହରର ଚିତ୍ର। ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗିପଡ଼ିଛି। ଖୁଣ୍ଟ ଉପୁଡ଼ି ପଡ଼ିବା ସହ ତାର ଛିଣ୍ଡି ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଛି।

କୂଅରେ ପଡ଼ି ଯୁବକ ମୃତ

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ସଦର ଥାନା ନରଣପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଗଁା କୂଅରେ ଖସିପଡ଼ି ପ୍ରାଣ ହରାଇଛନ୍ତି କବି ନାୟକ (୩୫)।

ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସୁମନ୍ତ ସଭାପତି, ସୁକାନ୍ତ ସମ୍ପାଦକ

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ଶାଖା ରାଜସ୍ବ କ୍ଷେତ୍ର ଅଧିକାରୀଙ୍କ ସଂଘର ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ରବିବାର ସଦର ବ୍ଲକ କୃଷ୍ଣକୁମାରପୁରସ୍ଥିତ ଦତ୍ତାତ୍ରେୟ ସାଇ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁମନ୍ତ କୁମାର ବେହେରା ସଭାପତି, ସୁକାନ୍ତ କୁମାର ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ପୁଷ୍ପତା ମଧୁମିତା ଦେହୁରୀ, ରଞ୍ଜନ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ବାବୁ ତ୍ରୈଲୋକ୍ୟ ମହାକୁଡ଼, ସଙ୍ଗଠନ ସମ୍ପାଦକ ଚିନ୍ମୟ ଦାସ, ସହସମ୍ପାଦକ ପ୍ରଭାତୀ ସ୍ବାଇଁ, ରାଜେନ୍ଦ୍ର ପ୍ରସାଦ ସାହୁ, କାର୍ଯ୍ୟାଳୟ ସମ୍ପାଦକ ଜିତେନ୍ଦ୍ର ବିଶ୍ୱାଳ, ଅଡିଟର ଭାବେ କୌସ୍ତଭା ଷଡ଼ଙ୍ଗୀ ଓ ଦୀନେଶ ରାଉତରାୟ ନିର୍ବାଚିତ ହୋଇଛନ୍ତି। ଅକ୍ଷୟ ନାୟକ, ଶରତ ବେହେରା, ମହେଶ୍ୱର ନାଠୀଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସ୍ଥାନ ଦିଆଯାଇଛି।

ପୂର୍ବତନ କାଉନ୍‌ସିଲରଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ସଦର ଦେଉଳସାହି ଅଞ୍ଚଳର ପୂର୍ବତନ କାଉନସିଲର ରାମଚନ୍ଦ୍ର ଜେନାଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ତିମ ସମୟରେ ତାଙ୍କ ନିକଟରେ ପୁତ୍ର ତୁଷାରକାନ୍ତ ଜେନାଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ରବିବାର ସକାଳେ ମୃତଦେହ ଦେଉଳସାହିସ୍ଥିତ ବାସଭବନରେ ପହଞ୍ଚତ୍ବା ପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିଥିଲେ। ମହିଷାପାଟସ୍ଥିତ ଖାଇରଗଡ଼ା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସୁନା ଚେନ୍‌ ଝାମ୍ପିନେଲେ, ଜଣେ ଅଟକ

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ସହର ବଳରାମ ମନ୍ଦିର ନିକଟରୁ ରବିବାର ଅପରାହ୍ନ ୧ଟାରେ ଦୀପ୍ତିମୟୀ ସାହୁ (୫୦)ଙ୍କ ବେକରୁ ଦୁଇଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ସେମାନଙ୍କ ମାଡ଼ରେ ଦୀପ୍ତିମୟୀଙ୍କ ମୁହଁରେ ଆଘାତ ଲାଗିଛି। ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନ ଥିଲା।

ଦୁର୍ଘଟଣାରେ ମହିଳା ମୃତ

ଦୁର୍ଘଟଣାରେ ମହିଳା ମୃତ

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ପର୍ବତିଆ ଗ୍ରାମ ନିକଟରେ ରବିବାର ପୂର୍ବାହ୍ନ ୧୧ଟାରେ ଦୁର୍ଘଟଣା ଘଟି ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେ ହେଲେ ସୁଚିତ୍ରା ସାହୁ (୫୧)।

ହାତ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

ହାତ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

ଢେଙ୍କାନାଳ ଅଫିସ, ୨୦ା୫-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ପଥରକଟା ଗ୍ରାମରୁ ରବିବାର ରାତିରେ ହାତ ବନ୍ଧା ଯାଇଥିବା ଅବସ୍ଥାରେ ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରିଛି। ସେ ହେଲେ ରମେଶ ଦେହୁରୀଙ୍କ ପୁଅ ଲମ୍ବୋଦର। ଯୁ

କ୍ରସର ନିର୍ମାଣକୁ ବିରୋଧ : ଜିଲାପାଳଙ୍କଠାରେ ଅଭିଯୋଗ

ବଇଣ୍ଡା, ୨୦ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଠାକୁରଗଡ-ଅନ୍ତୁଳିଆ ରାସ୍ତାରେ ଏକ ନୂତନ କ୍ରସର ନିର୍ମାଣ କାମ ଆରମ୍ଭ ହୋଇଛି। ହେଲେ ଏହି କ୍ରସର ନିର୍ମାଣକୁ ନିକଟସ୍ଥ ତଲେଇପଥର ଓ ଘୋଡାବାନ୍ଧୁଣୀ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି, ଠାକୁରଗଡ-ଅନ୍ତୁଳିଆ ରାସ୍ତାର ତଲେଇପଥର ନିକଟରେ ନୂତନ ଭାବେ ଏକ କ୍ରସର ନିର୍ମାଣ କରାଯାଉଛି। ପୂ

କୁଲାଡ ଡେୟାର ଡେଭିଲ ବିଜୟୀ

କୁଲାଡ ଡେୟାର ଡେଭିଲ ବିଜୟୀ

ବଅଁରପାଳ, ୨୦ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ କୁଲାଡ ଗ୍ରାମରେ ରବିବାରଠାରୁ କୁଲାଡ ପ୍ରିମିୟର ଲିଗ୍‌୍‌(କେପିଏଲ) କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଆଇପିଏଲ ଢଙ୍ଗରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ନାମେଣ୍ଟକୁ ପୂର୍ବତନ ବିଧାୟକ ରମେଶ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ବିଜୁ ମହିଳା ଜନତା ଦଳର ସମାବେଶ

ବିଜୁ ମହିଳା ଜନତା ଦଳର ସମାବେଶ

ତାଳଚେର,୨୦ା୫ (ନି.ପ୍ର.)- ତାଳଚେର ବ୍ଲକ କଙ୍କିଳି ହାଇସ୍କୁଲ ପଡିଆରେ ରବିବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସମାବେଶ ଅନୁଷ୍ଠିିତ ହୋଇଯାଇଛି ା

ନାଲ୍‌କୋ ଅଫିସର୍ସ କ୍ଲବ ନିର୍ବାଚନ:  ଅନିଲ ସାଧାରଣ ସମ୍ପାଦକ

ନାଲ୍‌କୋ ଅଫିସର୍ସ କ୍ଲବ ନିର୍ବାଚନ: ଅନିଲ ସାଧାରଣ ସମ୍ପାଦକ

ବଅଁରପାଳ, ୨୦ା୫(ଡି.ଏନ.ଏ.)- ନାଲ୍‌କୋ ଅଫିସର୍ସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ଅନୁଗୋଳ ଅଫିସ୍‌, ୨୦ା୫- ଅନୁଗୋଳସ୍ଥିତ ଲିଙ୍ଗରାଯୋଡି ନାଳରେ ମାଛ ମାରୁ ଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକ ମୃତ୍ୟୁ ଘଟିଛି। ମୃତକ ହେଲେ ଖଲାରୀ ଗାଁର ବିବେକାନନ୍ଦ ବେହେରା। ଘଟଣାରୁ ଜଣାପଡିଛି, ସେ ୨/୩ଜଣଙ୍କ ସହ ଉକ୍‌ ନାଳକୁ ନାଳକୁ ମାଛ ମାରିବାକୁ ଆସିଥିଲେ।