Dharitri News
ରାୟଗଡା

ପ୍ରକଳ୍ପ ନିର୍ମାଣରେ ବାଧକ ଜମି ଅଧିଗ୍ରହଣ

ଜୟପୁର, ୯।୨(ଡି.ଏନ୍‌.ଏ.)-କୋରାପୁଟ ଜିଲାର ବହୁ ପ୍ରତୀକ୍ଷିତ ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ ୧୫୦ କୋଟି ଓ ମାଲକାନଗିରି-ଜୟପୁର ପାଇଁ ୯୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ କେବଳ ରେଳପଥ, ଷ୍ଟେସନ ଏବଂ ଆବଶ୍ୟକତା ଅନୁଯାୟୀ ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟ କରାଯିବ । ଏହି ଦୁଇଟି ପ୍ରକଳ୍ପ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ । ରେଳ ବିଭାଗ ନିର୍ମାଣ କାର୍ଯ୍ୟ ଏବଂ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଅର୍ଥ ଖର୍ଚ୍ଚ କରିବେ। ଏହା ସହିତ ରାଜ୍ୟ ସରକାର ଅଧିଗ୍ରହଣ ଜମି ରେଳ ବିଭାଗକୁ ଯୋଗାଇବେ ବୋଲି ଏମଓୟୁରେ ସହମତି ରହିଛି। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁରଠାରେ ୨୦୧୭ ଜାନୁୟାରୀ ୧୧ରେ ଏହି ଦୁଇଟି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆବଶ୍ୟକ ଉପକରଣ ଓ କର୍ମଚାରୀ ନିଯୁକ୍ତି ହୋଇ ନଥିବା ଯୋଗଁ ଜମି ଅଧିଗ୍ରହଣ ହୋଇପାରୁ ନାହିଁ । ଫଳରେ ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ । ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଟଙ୍କା ମଞ୍ଜୁର କିମ୍ବା ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି। ବୈଷୟିକ କ୍ଷେତ୍ର ଓ ଅନ୍ୟ କ୍ଷେତ୍ର ପାଇଁ କର୍ମଚାରୀ ନିଯୁକ୍ତି ହୋଇ ନଥିବା ଯୋଗଁୁ ଜମି ଅଧିଗ୍ରହଣରେ ସମସ୍ୟା ସୃଷ୍ଟି ହୋଇଛି । ଆବଶ୍ୟକ କର୍ମଚାରୀ ନିଯୁକ୍ତି ଏବଂ ଟଙ୍କା ପ୍ରଦାନ ପାଇଁ ୨୦୧୭ ଜାନୁୟାରୀ ୧୨, ୨୮, ମେ ୧୮ ଏବଂ ସେପ୍ଟେମ୍ବର ୧୫ ତାରିଖରେ ତକତ୍।ଳୀନ ସ୍ବତନ୍ତ୍ର ଭୂମି ଗ୍ରହଣ ଅଧିକାରୀ ଭୀମ ମାନସେଠ୍‌ ବିଭାଗକୁ ବାରମ୍ବାର ପତ୍ର ଲେଖିଥିଲେ। ଏହା ସତ୍ତ୍ୱେ କୌଣସି ପଦକ୍ଷପ ନିଆଯାଇ ନାହିଁା ଜାନୁୟାରୀ ୨୯ରେ ସ୍ବାଭିମାନ ମଞ୍ଚ ପକ୍ଷରୁ ଜୟପୁର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଏବଂ ଜଗଦଲପୁର ପୂର୍ବତଟ ରେଳ ବିଭାଗ ଉପମୁଖ୍ୟ ଯନ୍ତ୍ରୀଙ୍କୁ ଏହି ଦୁଇଟି ପ୍ରକଳ୍ପର ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଦାବିପତ୍ର ଦିଆଯାଇଥିଲା। ସେହିପରି ଜୟପୁର-ନବଙ୍ଗପୁର ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଇ ପ୍ରଦାନ କରିବାକୁ ରେଳ ବିଭାଗ ନିର୍ମାଣ ଦାୟିତ୍ୱରେ ଥିବା ଉପମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ଜିଲାପାଳଙ୍କୁ ଚିଠି କରାଯାଇଛି। କୋରାପୁଟ ଜିଲାର ଜୟପୁର ଏବଂ ବୋରିଗୁମ୍ମା ତହସିଲର ଏକମ୍ବା ମୌଜାରୁ ୨୬.୭୫୭ ଏକର, ବଡକାଉଡିର ୨୪.୭୨୫ ଏକର, ମଜୁରମୁଣ୍ଡାର ୯.୦୫ ଏକର, ଆମ୍ବାଗୁଡାର ୩୧.୧୦୨ ଏକର, ହରଡାପୁଟର ୩୩.୩୪୯ ଏକର, ହଡପାର ୬.୪୨୬ ଏକର, ଖଉରିଗୁଡାର ୪.୮୮ ଏକର, ଦୁଲାଗୁଡାର ୨୪.୬୧୬ ଏକର, ଝିିଲିମିଲିର ୨୯.୬୫୬ ଏକର, ଜୟନ୍ତୀଗିରର ୧୧୧.୭୩୮ ଏକର, ବୋରିଗୁମ୍ମାର ୧୩୧.୫୬୫ ଏକର ଜମି ଅଧିଗ୍ରହଣ ହେବ। ଏସବୁକୁ ମିଶାଇ ପ୍ରଥମ ପର୍ଯ୍ୟାୟରେ ୧୧ଟି ରାଜସ୍ବ ମୌଜାରୁ ସମୁଦାୟ ୪୨୮.୯୮୪ ଏକର ଜମି ଅଧିଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ଜୟପୁରସ୍ଥିତ ରାଜ୍ୟ ସରକାରଙ୍କ ବିଭାଗୀୟ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ କେବଳ ଦୁଇଜଣ କର୍ମଚାରୀ ରହିଥିବା ବେଳେ କଳାହାଣ୍ଡି ଜିଲାର ଜମିଗ୍ରହଣ ଅଧିକାରୀ ନିରୋଧ କୁମାର ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଜମି ଅଧିଗ୍ରହଣ ପାଇଁ ଏହି କାଯର୍ର୍‌ୟାଳୟ ନିମନ୍ତେ ଆବଶ୍ୟକତା ରହିଛି ରାଜସ୍ବ ସୁପରଭାଇଜର, ରାଜସ୍ବ ନିରୀକ୍ଷକ, ଅମିନ, ଚେନମ୍ୟାନ, ଟ୍ରେସ ସର୍ଭେୟର, ବରିଷ୍ଠ କିରାଣି, ଆକାଉଣ୍ଟାଣ୍ଟ, କନିଷ୍ଠ କିରାଣି, ଡ୍ରାଫ୍ଟସ ମ୍ୟାନ, ପିଅନ ଏବଂ ରାତ୍ରି ଜଗୁଆଳି। ଏସବୁ ପଦବୀ ରହିଥିଲେ ସୁଦ୍ଧା ବର୍ଷେ ହେଲାଣି ଏହା ପୂରଣ ହୋଇପାରୁନାହିଁ । ବର୍ତ୍ତମାନ କାର୍ଯ୍ୟାଳୟ ଥିଲେ ସୁଦ୍ଧା କେବଳ ୨ଟି ଟେବୁଲ ରହିଛି। ପଡ଼ୋଶୀମାନେ ଦୁଇଟି ଚେୟାର ଦେଇଛନ୍ତି । ସେହିପରି ଦୂରଦୂରନ୍ତାର କର୍ମଚାରୀ ଓ ଅଧିକାରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଥିବା ଯୋଗଁ ସେମାନେ ଏଠାକୁ ଆସୁନାହାଁନ୍ତି। ତେଣୁ ତୁରନ୍ତ ସ୍ଥାନୀୟ ବେକାରୀ ଯୁବକ କିମ୍ବା ଅବସର ଗ୍ରହଣ କରିଥିବା ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି ।

ରାୟଗଡା

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।

ଖଣି ଖନନ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ଟିକିରି, ୧୯।୨(ଡି.ଏନ୍‌.ଏ.) ରାୟଗଡା ଜିଲା ଟିକିରି ଥାନା ଅଧୀନ ବାଙ୍କାମ୍ବ ପଞ୍ଚାୟତ କଡିଙ୍ଗା ଗାଁରେ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳା ମଣ୍ଡଳମାନଙ୍କୁ ନେଇ ଖଣି ଖନନ ବିରୋଧରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। କିଛି ଯୁବକ ସଭା ମଧ୍ୟକୁ ଆସି ଏହାକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନେ ସଭା ବନ୍ଦ କରି ସରପଞ୍ଚ ସୁଭଦ୍ରା ମାଣ୍ଡାଙ୍ଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟି ୮ଦଫା ଦାବିପତ୍ର ପ୍ରଦାନ କରଥିଲେ।

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

କୋରାପୁଟ/ବନ୍ଧୁଗାଁ,୧୯।୨ (ସ୍ବ.ପ୍ର/ଡ଼ି.ଏନ.ଏ) କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ୱାର୍ଡେନଙ୍କ ବଦଳି ଦାବିରେ ସୋମବାର ବିଦ୍ୟାଳୟର ଶତାଧିକ ଛାତ୍ରୀ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯର୍‌ୟାଳୟରେ ତାଲା ପକାଇଛନ୍ତି । ଏଥିସହ ସେଠାରେ ଧାରଣା ଦେଇଛନ୍ତି। ୱାର୍ଡେନ ଦୀର୍ଘ ଦିନ ହେଲା ଛାତ୍ରୀମାନଙ୍କ ମଧ୍ୟରେ ଜାତିଗତ ବିବିଧତା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।