ଜାତୀୟ |

ଫୁଲପୁର-ଗୋରଖପୁର ସମେତ ଅରରିୟା ଉପନିର୍ବାଚନର ତାରିଖ ଘୋଷଣା

ଫୁଲପୁର-ଗୋରଖପୁର ସମେତ ଅରରିୟା ଉପନିର୍ବାଚନର ତାରିଖ ଘୋଷଣା
ନୂଆଦିଲ୍ଲୀ,୯।୨: ଉତ୍ତରପ୍ରଦେଶର ଫୁଲପୁର ଓ ଗୋରଖପୁର ଲୋକସଭା ଆସନ ଏବଂ ବିହାରର ଅରରିୟା ଲୋକସଭା ଆସନ ପାଇଁ ହେବାକୁଥିବା ଉପ ନିର୍ବାଚନର ଅଧିସୂଚନା ଜାରି କରାଯାଇଛି। ନିର୍ବାଚନ ଆୟୋଗ ଏହି ୩ଟି ଲୋକସଭା ଓ ବିହାରର ୨ଟି ବିଧାନ ସଭା ଆସନରେ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବିହାରର ଜହାନାବାଦ ଓ ଭଭୁଆ ବିଧାନ ସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ଆସନରେ ମାର୍ଚ୍ଚ ୧୧ରେ ମତଦାନ ହେବ ଓ ମାର୍ଚ୍ଚ ୧୪ରେ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଫେବୃୟାରୀ ୧୩ରୁ ଆରମ୍ଭ ହୋଇ ୨୦ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ୨୩ରେ ନାମାଙ୍କନ ପ୍ରତ୍ୟାହାର କରାଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର କେଶବ ମୌର୍ଯ୍ୟ ଉପ-ମୁଖ୍ୟମନ୍ତ୍ରୀ ହେବା ପରେ ଫୁଲପୁର ଲୋକସଭା ଆସନ ଖାଲି ପଡିଥିଲା। ସେହିପରି ଗୋରଖପୁରର ସାଂସଦ ଥିବା ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନଟି ଖାଲି ପଡିଥିଲା। ଅରରିୟା ସାଂସଦ ତସଲିମ୍‌ୁଦ୍ଦିନଙ୍କ ନିଧନ ପରେ ଏହି ଆସନ ପାଇଁ ନିର୍ବାଚନର ଆବଶ୍ୟକତା ଥିଲା।
All Right Reserved By

ଜାତୀୟ |

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

ଥିରୁଭାନନ୍ତପୁରମ୍‌,୧୬।୮: ଲଗାତର ବର୍ଷାରେ ବେହାଲ ହୋଇଛି କେରଳ। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖି ନ ଥିବା କହିଛନ୍ତି କେରଳବାସୀ। ଗୁରୁବାର ସୁଦ୍ଧା ହୋଇଥିବା ବର୍ଷା ଓ ବନ୍ୟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଥିବା ଜଣାପଡିଛି। 

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ମିରଠରେ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିବା ଏଡିଜି ପ୍ରଶାନ୍ତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦକରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ପ୍ରଶାନ୍ତ କୁମାରଙ୍କ ସହ ଅନ୍ୟ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ।

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ମୁମ୍ବାଇ,୧୬।୮: ଅନ୍ତର୍ଜାତୀୟସ୍ତରରେ ଶିଶୁ ବିକ୍ରି କରୁଥିବା ଏକ ର଼୍ୟାକେଟର କିଙ୍ଗପିନଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏମାନେ ଭାରତରୁ ପ୍ରାୟ ୩ଶହ ଶିଶୁଙ୍କୁ ଆମେରିକାରେ ବିକ୍ରି କରିଥିବା ପୋଲିସ କହିଛି। 

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଚଣ୍ଡିଗଡ଼,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି।

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କୋଚି,୧୬।୮: ଗତ ଏକ ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୩ ଛୁଇଁଲାଣି। ଜେମିନି ବୋଟ୍‌ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ  ଦକ୍ଷିଣ ନୌସେନା କମାଣ୍ଡର ୨୧ ଜଣିଆ ଟିମ୍‌କୁ ମୁତୟନ କରିବା ସହ ବୁଧବାର ପ୍ରାୟ ୮୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। 

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। 

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବିଭିନ୍ନ ସ୍ଥାନରେ ପୂଜାପାଠ ତଥା ପ୍ରାର୍ଥନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି। 

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପା ଭେଟେରାନ୍‌ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌(ଏମ୍ସ) ପ୍ରକାଶ କରିଛି। ବୁଧବାର ରାତି ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିବା ବୁଧବାର ସନ୍ଧ୍ୟାରେ ଏମ୍ସ ପକ୍ଷରୁ କୁହାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ସୂଚନା ଦିଆଯାଇଛି।

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦା,୧୫।୮: ବିହାରର ନାଳନ୍ଦା ଜିଲା ଅନ୍ତର୍ଗତ ରହୁଇ ଅଞ୍ଚଳରେ ବୁଧବାର ଏକ ଘରେ ବୋମା ବିସ୍ଫୋରଣ ହେବାରୁ ୪ ଶିଶୁଙ୍କ ସମେତ ଅନୂ୍ୟନ ୫ଜଣ ଗୁରୁତର ହୋଇଛନ୍ତି। ଅନେକ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏକ ଘରେ ଏହି ବିସ୍ଫୋରଣ ଘଟିଛି। ସଫା କରାଯିବା ଲାଗି ଘରଟି ଖୋଲା ଯାଇଥିବାବେଳେ ବୋମା ବିସ୍ଫୋରଣ ଘଟିଥିଲା।