Dharitri News
ଜାତୀୟ |

ନୀତୀଶଙ୍କ ଟାର୍ଗେଟରେ ସରକାରୀ ବାବୁ

ନୀତୀଶଙ୍କ ଟାର୍ଗେଟରେ ସରକାରୀ ବାବୁ ପାଟଣା,୯।୨: କାମରେ ଅବହେଳା କଲେ ତାଙ୍କୁ କାମରୁ ଅବସର ଦିଆଯିବ। ଏମିତି ବାଣୀ ଶୁଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦାୟିତ୍ୱହୀନ ସରକାରୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ନୀତୀଶ। ଯେଉଁ କର୍ମଚାରୀଙ୍କ ପାଇଁ କାମରେ ବିଳମ୍ବ ଘଟିବ ତାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି। ଭାଗଲପୁରରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କର କିଛିି ମହତ୍ୱକାଂକ୍ଷୀ ଯୋଜନା ମଧ୍ୟ ଧିମାଗତିରେ ଚାଲିଥିବା ସମୀକ୍ଷା ବୈଠକରେ ଜଣାପଡିଛି। ପ୍ରଚାର ପ୍ରସାର ଅଭାବରୁ ଲୋକେ ବିଭିନ୍ନ ସରକାରୀ ସେବା ବିଷୟରେ ଆଜିବି ଅବଗତ ହୋଇପାରୁ ନାହାନ୍ତି ବୋଲି ଏହି ବୈଠକରେ ନୀତୀଶ କହିଛନ୍ତି। ତେଣୁ ସେମାନେ ସାଂସଦ, ବିଧାୟକଙ୍କ ନିକଟରେ ଫେରାଦ ହେଉଛନ୍ତି। କିଛି ଅଧିକାରୀଙ୍କ ସେବା ମନୋଭାବ ରହୁ ନାହିଁ। ଏଭଳି କର୍ମଚାରମାନଙ୍କୁ ଚିହ୍ନଟ କରାଯାଇ ସମୟ ପୂର୍ବରୁ ସେମାନଙ୍କୁ ଅବସର ଦିଆଯାଉ ବୋଲି ନୀତିଶ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସରକାରୀ ବାବୁମାନେ ଏହାପରେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଜାତୀୟ |

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ପିତାଙ୍କ ଭାଇରାଲ ଭିଡିଓ ଦେଖି ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ

ଜବଲପୁର,୨୫।୨: ମଧ୍ୟପ୍ରଦେଶ ଜବଲପୁରର ଭାଜପା ନେତା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ କରିବା ପରେ ପୀଡିତ ବ୍ୟକ୍ତିଙ୍କ ଝିଅ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭାରତର ଧନୀ ଭିକାରୀ: ୨ମହଲା ଘର, ସ୍ମାର୍ଟଫୋନ, ଦିନକୁ ରୋଜଗାର ୧ହଜାର

ଭିଲାଇ,୨୫।୨: ଭିକାରୀମାନଙ୍କୁ କୌଶଳ ବିକାଶ ଯୋଜନାରେ ସାମିଲ କରି ସ୍ବାବଲମ୍ବୀ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ହେଲେ ଏବେ ଏହି ଭିକାରୀମାନଙ୍କୁ ନେଇ ଆସିଥିବା ଖବର ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

ନିଆରା ଭାଲେଣ୍ଟାଇନ୍ସ ଡେ’ଉପହାର

କୋଏମ୍ବାଟୁର,୨୫।୨: ଅସୁସ୍ଥ ପତିଙ୍କୁ ସୁସ୍ଥ କରିବାକୁ ଯାଇ ପତ୍ନୀ ଶରୀରର ଏକ ଅଙ୍ଗ ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ୩୬ ବର୍ଷୀୟ ଜାଗିର ହୁସେନ ନାମକ ଜଣେ ବ୍ୟକ୍ତି ଯକୃତ ଜନିତ ସମସ୍ୟାରେ ପୀଡିତ ଥିବା ବେଳେ କୋଏମ୍ବାଟୁରର ଜେମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆର୍‌ଏସ୍‌ଏସ୍‌ର ମହାସମାଗମ

ମିରଟ,୨୫।୨: ଉତ୍ତରପ୍ରଦେଶର ମିରଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ(ଆର୍‌ଏସ୍‌ଏସ୍‌)ର ଏକ ବିଶାଳ ସମାବେଶ ରବିବାର ସକାଳୁ ଆରମ୍ଭ ହୋଇଛି। ଆର୍‌ଏସ୍‌ଏସ୍‌ ଇତିହାସରେ ଏହା ସବୁଠାରୁ ବଡ ସମାବେଶ ବୋଲି କୁହାଯାଉଛି।

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

୫ ବର୍ଷ ବୟସ ମଧ୍ୟରେ ୫୦ ଲକ୍ଷ ଶିଶୁ କୁପୋଷଣର ଶିକାର

ଲକ୍ଷ୍ନୌ,୨୫।୨: ଉତ୍ତର ପ୍ରଦେଶରେ ୫ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର ହୋଇଥିବା ଜଣାପଡିବା ପରେ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ମୁଣ୍ଡ ବିଗିଡି ଯାଇଛି। ରାଜ୍ୟ ପୋଷଣ ମିଶନର ଏକ ରିପୋର୍ଟ ଏହି ତଥ୍ୟ ପ୍ରଦାନ କରିଛି।

ପରପାରିରେ ଶ୍ରୀଦେବୀ

ପରପାରିରେ ଶ୍ରୀଦେବୀ

ବମ୍ବେ,୨୫।୨: ପରଦାରେ ଦିନେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଥିବା ବଲିଉଡ ନାୟିକା ଶ୍ରୀଦେବୀଙ୍କ ପରଲୋକ ଘଟିଛି। ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଏହି ନାୟିକାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି।

ହ୍ରାସ ହେବ ପାଠ ବୋଝ

ହ୍ରାସ ହେବ ପାଠ ବୋଝ

ନୂଆଦିଲ୍ଲୀ, ୨୪।୨(ପି.ଟି)-ଛାତ୍ରୀଛାତ୍ରଙ୍କ ଉପରୁ ପାଠର ବୋଝ କମାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥି ସକାଶେ ଏନ୍‌ସିଇଆରଟି ସିଲାବସ୍‌କୁ ଅଧା ହ୍ରାସ କରି ଦିଆଯିବ। ୨୦୧୯ ଶିକ୍ଷାବର୍ଷରୁ ଏହା ଲାଗୁ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚ୍‌ଆରଡି) ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି।

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ମେଘାଳୟର ମୋଷ୍ଟ ଓ୍ବାଣ୍ଟେଡ ଉଗ୍ରବାଦୀ ନିହତ

ନୂଆଦିଲ୍ଲୀ,୨୪।୨: ମେଘାଳୟରେ ସକ୍ରିୟ ଥିବା ଗାରୋ ନ୍ୟାଶନାଲ ଲିବରେଶନ ଆର୍ମି ଉଗ୍ରବାଦୀ ସଙ୍ଗଠନ(ଜିଏନ୍‌ଏଲ୍‌ଏ)ର ମୁଖ୍ୟ ସୋହନ ଡି ସାଇରା ଶନିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା: ୭ ସ୍କୁଲ ଛାତ୍ରଙ୍କ ସମେତ ୯ ମୃତ, ୩ ଗୁରୁତର

ପାଟନା,୨୪।୨: ବିହାରର ମୁଜାଫରପୁର ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ସ୍କୁଲ ଛାତ୍ରଙ୍କ ସମେତ ମୋଟ ୯ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍କୁଲରୁ ଛୁଟି ହୋଇ ଛାତ୍ରମାନେ ଘରକୁ ଫେରିବାକୁ ରାସ୍ତାପାରି ହେଉଥିବାବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା।

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ପିଏନ୍‌ବି ଘୋଟାଲା: ନୀରବ ମୋଦିଙ୍କ ଆଉ ୫୨୩ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୪।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ୧୧ହଜାର ୨୫୬କୋଟି ଟଙ୍କାର ଘୋଟାଲା ମାମଲାରେ ୧୧ ଦିନ ପାଇଁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) ଚଢ଼ାଉ ଜାରି ରଖିଛି। ଆଣ୍ଟି ମନି ଲଣ୍ଡରିଂ ଲ’ ଅନୁଯାୟୀ ଶନିବାର ନୀରବ ମୋଦି ଗ୍ରୁପ୍‌ସର ୨୧ଟି ସମ୍ପତ୍ତିକୁ ଜବତ କରାଯାଇଛି।

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୪।୨: ପିଏନ୍‌ବି ମହାଘୋଟାଲା ପଦାରେ ପଡ଼ିବାପରେ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ୩୮୯କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏ ନେଇ କରୋଲ ବାଗରେ ଏକ ଗହଣା ଦୋକାନ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାଶନାଲ୍‌ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ମୁଙ୍ଗାବଳୀ-କୋଲାରସ ଉପନିର୍ବାଚନ: ମତଦାନ ଜାରି

ଭୋପାଳ,୨୪।୨: ମଧ୍ୟପ୍ରଦେଶରେ ଶିବପୁରୀ ଜିଲାର କୋଲାରସ ଏବଂ ଅଶୋକନଗର ଜିଲାର ମୁଙ୍ଗାବଳୀ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜାରି ରହିବ। କିଛି ବୁଥ୍‌ରେ ଇଭିଏମ୍‌ ମେଶିନରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି।