ରାଜ୍ୟ |

ହସ୍ପିଟାଲରେ ଏମ୍‌ପି ଏ.ଭି. ସ୍ବାମୀ

ହସ୍ପିଟାଲରେ ଏମ୍‌ପି ଏ.ଭି. ସ୍ବାମୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୯।୨(ବ୍ୟୁରୋ): ଓଡିଶାରୁ ରାଜ୍ୟସଭା ଏମ୍‌ପି ଥିବା ଏ.ଭି.ସ୍ବାମୀ ଶୁକ୍ରବାର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାମମୋହନ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂସଦରେ ଅଧିବେଶନ ଚାଲିଥିବା ବେଳେ ସେ ହଠାତ୍‌ ତଳେ ପଡି ଯାଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ପ୍ରକାଶ ଯେ, ସ୍ବାମୀ ଜଣେ ସ୍ବାଧିନ ପ୍ରାର୍ଥୀଭାବେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
All Right Reserved By

ରାଜ୍ୟ |

ବସ୍‌-ବାଇକ୍‌ ଧକ୍କା: ୨ ଗୁରୁତର, ବସ୍‌ ଡ୍ରାଇଭର ଗିରଫ

ବସ୍‌-ବାଇକ୍‌ ଧକ୍କା: ୨ ଗୁରୁତର, ବସ୍‌ ଡ୍ରାଇଭର ଗିରଫ

ଗୋଷାଣି, ୧୩ା୧୧(ଡି.ଏନ.ଏ.)- ଗଜପତି ଜିଲା ଗୋଷାଣି ବ୍ଲକର ଅଡାଗାଁ ନିକଟରେ ମଙ୍ଗଳବାର ଏକ ବାଇକ୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ୨ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗୋଷାଣି ବ୍ଲକ ଅଡବା ଗ୍ରାମର ଟେମ୍ବୁରୁ ବୁଡୁ ଓ ନରହରିପୁର ଗ୍ରାମର ରୁଙ୍କୁ ରାଇନା। ଗୁରାଣ୍ଡି ଥାନା ପୋଲିସ ଉକ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ବସ୍‌ ଡ୍ରାଇଭରଙ୍କୁ ଗିରଫ କରିଛି। 

ଟିଟିଲାଗଡ଼ ଜିଲା ଦାବି: ଧାରଣାରେ ବସିଲେ ବିଧାୟିକା

ଟିଟିଲାଗଡ଼ ଜିଲା ଦାବି: ଧାରଣାରେ ବସିଲେ ବିଧାୟିକା

ଟିଟିଲାଗଡ଼, ୧୩।୧୧(ଡି.ଏନ.ଏ.): ଟିଟିଲାଗଡ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ଦାବି ନେଇ ମଙ୍ଗଳବାର ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ଗଣଧାରଣାରେ ସାମିଲ ହୋଇଛନ୍ତି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ବିଧାୟିକାଙ୍କ ନେତୃତ୍ୱରେ ସହସ୍ରାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ଗଣଧାରଣାସ୍ଥଳ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚତ୍ ଥିଲେ।

୧୫ରେ ପରଜଙ୍ଗ ଥାନା ଘେରିବେ ଚାଷୀ

୧୫ରେ ପରଜଙ୍ଗ ଥାନା ଘେରିବେ ଚାଷୀ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଚାଷୀ ଆନ୍ଦୋଳନ ଦମନ ପ୍ରତିବାଦରେ ନଭେମ୍ବର ୧୫ରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପରଜଙ୍ଗ ଥାନା ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଏକ ଦାବିପତ୍ର ଥାନାଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। 

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଜିଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡ଼ି କର୍ମୀ: ପ୍ରଶାସନର ହସ୍ତକ୍ଷେପ ପରେ ପ୍ରତ୍ୟାହୃତ

ଜିଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡ଼ି କର୍ମୀ: ପ୍ରଶାସନର ହସ୍ତକ୍ଷେପ ପରେ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୧୩।୧୧-ବିଭିନ୍ନ ଦାବି ନେଇ ଏଆଇଟିୟୁସି (ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିଅନ୍‌ କଂଗ୍ରେସ) ସହାୟତାରେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ, ବାଲେଶ୍ୱର ଶାଖା ତରଫରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଗଣଧାରଣା ଦିଆଯାଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ।

ବର୍ଷେ ବିତିଲା ମିଳିଲାନି ସହାୟତା

ବର୍ଷେ ବିତିଲା ମିଳିଲାନି ସହାୟତା

ଆରଡି, ୧୩ା୧୧(ଡି.ଏନ.ଏ.)-ଫସଲ ହାନିକୁ ବର୍ଷେ ବିତିଲାଣି । ତଥାପି ମିଳିଲାନି ସହାୟତା । ଭିଏଡବ୍ଲ୍ୟୁଙ୍କ ଠାରୁ ଆରମ୍ଭ କରି ଜିଲା କୃଷି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କେବଳ ଆଶ୍ୱାସନା ଦେଇଚାଲିଛନ୍ତି କ୍ଷତି ପୂରଣ ମିଳିବ । ହେଲେ କ୍ଷତି ପୂରଣ ତ ମିଳିବା ଦୂରର କଥା, ଏବେ ଯାହାକୁ ଫୋନ ଯୋଗେ ପଚାରିବାରୁ ନିରାଶ ହେବାକୁ ପଡ଼ୁଛି। ଏକଥା କହିଛନ୍ତି ଭଦ୍ରକ ବଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ପଞ୍ଚାୟତର ବାତୋଳ ଗ୍ରାମର କୃଷକ ଅଜୟ ଦାସ । 

ଅନାଥ ଆଶ୍ରମରେ ଦିନଟିଏ

ଅନାଥ ଆଶ୍ରମରେ ଦିନଟିଏ

ଖଇରା,୧୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ବଜାରରେ ଅସହାୟଙ୍କୁ ସହାୟତା କରି ଆସୁଥିବା ସ୍ବାଭିମାନ ମଞ୍ଚ ଗୋଟିଏ ପରେ ଗୋଟିଏ ଜନହିତକର କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏହି ମଞ୍ଚ ୨ବର୍ଷ ମଧ୍ୟରେ ଗଣ୍ଡିବେଡକୁ ସ୍ବଚ୍ଛ ଓ ପ୍ରଦ୍ୟୁଷଣମୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବାକୁ ଶପଥ ନେଇ କାର୍ଯ୍ୟକ୍ରମ ଜାରି ରଖିଛି। 

ପୋଲିସ ମାଡରେ ଓକିଲ ଆହତ

ପୋଲିସ ମାଡରେ ଓକିଲ ଆହତ

ବୁଗୁଡା, ୧୩।୧୧, (ଡିଏନ୍‌ଏ)-ଗଞ୍ଜାମ ଜିଲା ବୁଗୁଡାରେ ପୋଲିସ ନ୍ୟସ୍ତସ୍ବାର୍ଥ ରଖି ଓକିଲଙ୍କୁ ମାଡ ମାରୁଥିବା ଅଭିଯୋଗ ହୋଇଛି।

କମଳାଙ୍ଗ ହାତୀ ମୃତ୍ୟୁ ଘଟଣା: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ତଦନ୍ତ ଆରମ୍ଭ

କମଳାଙ୍ଗ ହାତୀ ମୃତ୍ୟୁ ଘଟଣା: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ତଦନ୍ତ ଆରମ୍ଭ

ଓଡ଼ାପଡ଼ା,୧୩।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ୭ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ପଞ୍ଚକରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ

ପଞ୍ଚକରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୩।୧୧: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ପବିତ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ଆତ୍ମସମର୍ପଣ କଲେ ହାର୍ଡକୋର ମହିଳା ମାଓବାଦୀ ଡାଲମତୀ

ଆତ୍ମସମର୍ପଣ କଲେ ହାର୍ଡକୋର ମହିଳା ମାଓବାଦୀ ଡାଲମତୀ

ନୂଆପଡା ଅଫିସ୍‌, ୧୩।୧୧: ମହିଳା ହାର୍ଡକୋର ମାଓବାଦୀ ଡାଲମତୀ ପହରିଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମୈନପୁର-ନୂଆପଡା ମାଓବାଦୀ ଡିଭିଜନ୍‌ ପାଇଁ କାମ କରୁଥିଲେ ଡାଲମତୀ।

ଏମ୍‌ପି ପ୍ରତିନିଧିଙ୍କ ଅପହରଣ ଘଟଣା: ୫ଦିନ ପରେ ଘରକୁ ଫେରିଲେ ଅପହୃତ

ଏମ୍‌ପି ପ୍ରତିନିଧିଙ୍କ ଅପହରଣ ଘଟଣା: ୫ଦିନ ପରେ ଘରକୁ ଫେରିଲେ ଅପହୃତ

ନବରଙ୍ଗପୁର,୧୩।୧୧(ବି.ପ୍ର.): ନବରଙ୍ଗପୁର ଜିଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ନନ୍ଦାହାଣ୍ଡି ବ୍ଲକର ଏମ୍‌ପି ପ୍ରତିନିଧି ସଦାଶିବ ସାହୁ(ସୁନୀଲ)ଙ୍କୁ ଗୁରୁବାର ସନ୍ଧ୍ୟାରେ କେତେଜଣ ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ସୋମବାର ସନ୍ଧ୍ୟାରେ ଅପହରଣକାରୀ ସୁନୀଲଙ୍କୁ ମାଜେଷ୍ଟକ୍‌ ଗାଡ଼ି  ସହ ଛାଡ଼ିଦେଇଛନ୍ତି ।