ଜାତୀୟ |

ଗିରଫ ହେଲେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌

ଗିରଫ ହେଲେ ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ୍‌

ନୂଆଦିଲ୍ଲୀ,୯।୨: ବାୟୁ ସେନାର ଗ୍ରୁପ୍‌ କ୍ୟାପଟେନ୍‌ ଅରୁଣ ମାରଓ୍ବାହଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଗୁରୁବାର ଗିରଫ କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁଇନ୍ଦା କାମ କରୁଥିବା ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୫୧ ବର୍ଷୀୟ ମାରଓ୍ବାହଙ୍କୁ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ସୂଚନା ଅନୁଯାୟୀ, କିଛି ମାସ ପୂର୍ବେ ଆଇଏସ୍‌ ଆଇର ଜଣେ ମହିଳା ଏଜେଣ୍ଟ ମାରଓ୍ବାହଙ୍କ ସହ ସମ୍ପର୍କ କରିଥିଲେ। ଏହାପରେ ୨ଜଙ୍କ ମଧ୍ୟରେ ଫୋନ୍‌ରେ କଥାବାର୍ତ୍ତା ହେବା ସହ ଅଶ୍ଳୀଳ ମେସେଜ୍‌ ମଧ୍ୟ ଆଦାନ ପ୍ରଦାନ କରାଯାଇଥିଲା। ଏହି ସୁଯୋଗରେ ମହିଳା ଜଣଙ୍କ ମାରଓ୍ବାହଙ୍କଠାରୁ ଅନେକ ଗୁପ୍ତ ତଥ୍ୟ ହାତେଇବାରେ ସକ୍ଷମ ହୋଇଥିଲେ। ଏହା ଜଣାପଡିବା ପରେ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହେବା ସହ ମାରଓ୍ବାହଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ରିମାଣ୍ଡରେ ନିଆଯାଇଛି।

All Right Reserved By

ଜାତୀୟ |

ଏକାଠି ରାମ-ରହିମ୍‌

ଏକାଠି ରାମ-ରହିମ୍‌

ଝର୍‌ଗ୍ରାମ,୨୩।୬: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ-ମୁସଲମାନ୍‌ଙ୍କ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ଅଧିକାଂଶ ସମୟରେ ଖବରକାଗଜର ପୃଷ୍ଠା ମଣ୍ଡନ କରୁଥିବାବେଳେ ପଶ୍ଚିମବଙ୍ଗର ଝର୍‌ଗ୍ରାମ ଜିଲା ସୃଷ୍ଟି କରିଛି ଏକ ନୂଆ ଉଦାହରଣ। ଏଠାକାର ବାସିନ୍ଦା ନାରାୟଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ଗୋଟିଏ ଛାତ ତଳେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯିବା ସହ କୋରାନ୍‌ ମଧ୍ୟ ପଢ଼ାଯାଉଛି। ଦୀର୍ଘ ୨୫ ବର୍ଷ ଧରି ଏହା ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଉଛି।

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ମୋଦିଙ୍କ ମନ୍ତ୍ର ଆପଣାଇ କୋଟିପତି ହେଲେ କଂଗ୍ରେସ କର୍ମକର୍ତ୍ତା

ଭଦୋଦରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥରେ ବେକାରି ହଟାଇବା ଉପରେ ଉଦ୍‌ବୋଧନ ଦେଇ କହିଥିଲେ ପକୁଡି ଛାଣିବା ଏକ ରୋଜଗାରର ମାଧ୍ୟମ। ହେଲେ ଏହାକୁ ନେଇ ସାରା ଦେଶରେ ସମାଲୋଚନା କରାଯାଇଥିଲା।

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଗୋଟିଏ ବେଦିରେ ୩ଜଣଙ୍କୁ ବାହା ହେଲେ ଦିବ୍ୟାଙ୍ଗ

ଉଦୟପୁର,୨୩।୬: ଲିଭ-ଇନ୍‌-ରିଲେଶନ୍‌ସିପ୍‌ର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଉଦୟପୁରରେ। ଏଠାରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବକ ୩ ଜଣଙ୍କୁ ଗୋଟିଏ ବେଦିରେ ବିବାହ କରିଛନ୍ତି।

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

ନେପାଳଗଞ୍ଜ-ଦିଲ୍ଲୀ ବିମାନ ଚଳାଚଳ ପାଇଁ ବୁଦ୍ଧ ଏୟାରର ଆବେଦନ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୩।୬: ନେପାଳଗଞ୍ଜରୁ ନୂଆଦିଲ୍ଲୀ ବିମାନ ଚଳାଚଳ ଲାଗି ନେପାଳର ଘରୋଇ ବିମାନ ଚଳାଚଳ ସଂସ୍ଥା ବୁଦ୍ଧ ଏୟାର ପକ୍ଷରୁ ଆବେଦନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦୈନିକ ୩ଟି ବିମାନ ଚଳାଚଳ କରିବାକୁ ନେପାଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀଙ୍କୁ ବୁଦ୍ଧ ଏୟାର ଆବେଦନ କରିଛି।

ସଡ଼କ ଦୁର୍ଘଟଣା: ୭ ମୃତ

ସଡ଼କ ଦୁର୍ଘଟଣା: ୭ ମୃତ

ଆମ୍‌ରେଲି,୨୩।୬: ଗୁଜରାଟର ଅମ୍‌ରେଲି ଜିଲାରେ ଭାବନଗର-ସୋମନାଥ ରାସ୍ତା ନିକଟରେ ଥିବା ଏକ ପୋଲ ଉପରୁ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଖସିପଡ଼ିଛି। ଏଥିରେ ୭ଜଣଙ୍କ ମୃତ୍ୟୁ ଘଟିବା ସହ ୨୪ଜଣ ଆହତ ହୋଇଛନ୍ତି।

କାନ୍ଦିଲେ ଦାତି ମହାରାଜ

କାନ୍ଦିଲେ ଦାତି ମହାରାଜ

ପାଲି/ନୂଆଦିଲ୍ଲୀ,୨୩।୬: ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାର କ୍ରାଇମ ବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରା ଉଚରା କରିଛି। ଦୀର୍ଘ ୫ ଘଣ୍ଟାର ଏହି ଜେରା ସମୟରେ ପୋଲିସ ୮୦ରୁ ଅଧିକ ପ୍ରଶ୍ନ ପଚାରିଥିବା ଜଣାପଡିଛି।

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ପରିବାରଙ୍କୁ ମିଳିବନି ମୁଖ୍ୟ ଆତଙ୍କବାଦୀଙ୍କ ମୃତଦେହ

ନୂଆଦିଲ୍ଲୀ,୨୩।୬: କଶ୍ମୀର ଘାଟିରେ ଅପରେଶନ ସମୟରେ ମୃତ୍ୟୁ ହେଉଥିବା ଆତଙ୍କବାଦୀ କମାଣ୍ଡରଙ୍କ ମୃତ ଦେହକୁ ପରିବାରବର୍ଗଙ୍କୁ ଦିଆଯିବ ନାହିଁ ବୋଲି ଜଣାପଡିଛି।

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆବର୍ଜନାରୁ ତିଆରି ହେଉଛି ପରିବେଶ ଅନୁକୂଳ ଇଟା

ଆଲିଗଡ,୨୩।୬: ଉତ୍ତର ପ୍ରଦେଶ ଆଲିଗଡ ନଗର ନିଗମ ଓ ଏକ ଆବର୍ଜନା ପରିଚାଳନା କମ୍ପାନୀ ମିଳିତ ସହଯୋଗରେ ଆବର୍ଜନାରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି। ଏହା ଆବର୍ଜନା, ବାଲି ଓ ସିମେଣ୍ଟରେ ତିଆରି କରାଯାଉଛି।

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ସ୍କୁଲ ଶୌଚାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ଭଦୋଦରା,୨୨।୬: ଗୁଜରାଟ ଭଦୋଦରାର ଏକ ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ମାଡ୍ରାସ,୨୨।୬: ଗୁରୁଶିଷ୍ୟ ପରମ୍ପରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁରେ। ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସି.ଭଗବାନଙ୍କର ବଦଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ଦୁର୍ଗ,୨୨।୬: ଛତିଶଗଡ଼ ଦୁର୍ଗରେ ଭାଜପା ଏମ୍‌ପି ସରୋଜ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନସିକ ସ୍ତରରେ ଦୁର୍ବଳ ବୋଲି କହିଛନ୍ତି। କୋକା-କୋଲା ପ୍ରତିଷ୍ଠାତାଙ୍କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀର ଜବାବରେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି।

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ସୁରଟ,୨୨।୬: ଗୁଜରାଟ ସୁରଟରେ ଜଣେ ମାତାଲ ଆରପିଏଫ୍‌ କନେଷ୍ଟବଳଙ୍କ କାଣ୍ଡକାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେ ଉଥନା ରେଲଓ୍ବେ ଷ୍ଟେଶନରେ କାର୍ଯ୍ୟ କରନ୍ତି। ଲିମ୍ବାୟତ କଲୋନୀରେ ସେ ମାତାଲ ହୋଇ ବୁଲୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

Model This Week

ପ୍ରଭାତ