ସମ୍ବଲପୁର

ରିଷିଡ଼ା-ଆମ୍ବଗାଁ ରାସ୍‌ତାକେ ଜାତୀୟ ସଡ଼କର ମାନ୍ୟତା ଦାବି

ରିଷିଡ଼ା,୯ା୨(ଡି.ଏନ୍‌.ଏ)- ପଶ୍ଚିମ ଓଡ଼ିଶାର ୪ଟା ଜିଲାର ଉପାନ୍ତ ଅଂଚଲ ଭାବେ ବୌଦ୍ଧ ଜିଲାର କଣ୍ଟାମାଳ, ସୁବର୍ଣ୍ଣପୁର ଜିଲାର ତରଭା, ବଲାଙ୍ଗୀର ଜିଲାର ଗୁଡ଼ଭେଲା, ଦେଓଗାଁ ଆର୍‌ କଲାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଜନାଶୁନା। ଇ ଅଂଚଲମାନ୍‌କର ଭୌଗଲିକ୍‌ ଥିତି ବଡ଼ା ବିଚିତ୍ର, ବଡ଼ଭାରି ଗମନାଗମନ୍‌ର ଅସବିଧାଟା ଇ ଅଂଚଲମାନ୍‌କର ବିକାଶରେ ବାଧକ୍‌ ସାଜିଛେ। ଇ ୪ଟା ଜିଲାର ଭିତ୍‌ରି ଅଂଚଲକେ ସଂଯୋଗ କରୁଥିବାର ରିଷିଡ଼ା-ଆମ୍ବଗାଁ ରାସ୍‌ତାର ତିଆରି ଦିଗେ ଧ୍ୟାନ୍‌ ଦେଲେ ଜିଲା ଆର୍‌ ଦକ୍ଷିଣ ଓଡ଼ିଶା ସଂଗେ ସିଧାସଲଖ ସଂଯୋଗ ହେଇପାର୍‌ବା। ମନମୁଣ୍ଡା-କଣ୍ଟାମାଳ-ଆମ୍ବଗାଁ-ରିଷିଡ଼ା-ତୁଣ୍ଡଲା ରାସ୍‌ତାକେ ଜାତୀୟ ସଡ଼କ୍‌ର ମାନ୍ୟତା ଦେବାକେ ଦାବି ହେଉଛେ। ଇ ରାସ୍‌ତାରେ ଏକା ସଂଗେ ବାଲିଗୁଡ଼ା ହେଇ କନ୍ଧମାଳ, ବ୍ରହ୍ମପୁର, ରାୟଗଡ଼ା, ମୁନିଗୁଡ଼ା ଯାଇ ହେବା। ସେନ୍‌ତା ଆର୍‌ ଗୁଟେ ରାସ୍‌ତା ହେଇ ବଲାଙ୍ଗୀର, ତୁଷୁରା, ରିଷିଡ଼ା, କେସିଙ୍ଗା, ଭବାନୀପାଯଣା, ଜୟପୁର, କୋରାପୁଟ ଦେଇ ବିଶାଖାପାଟଣା ବାଗିର୍‌ ଜାଗାମାନ୍‌କେ ମାଲ୍‌ ପରିବହନ ସଂଗେ ଲୁକ୍‌କୁ ବେପାର ବନିଜ୍‌ କର୍‌ବାରେ ସୁବିଧା ହେବା। ଯେନ୍‌ଥିରଲାଗି ଇ ଅଂଚଲମାନ୍‌କର ସବୁପର୍‌କାର ବିକାଶ ସମ୍ଭବ ହେଇପାର୍‌ବା। ବୌଦ୍ଧ ଜିଲା ମନମୁଣ୍ଡାରୁ ୪୧ ନମ୍ବର ରାଜ୍ୟ ସଡ଼କ୍‌ କଣ୍ଟାମାଳ, ଘଣ୍ଟାପଡ଼ା, ଆମ୍ବଗାଁ ହେଇ ବାଲିଗୁଡ଼ାକେ ସଂଯୋଗ କରୁଛେ। ସେନ୍‌ତା ଆମ୍ବଗାଁ ଛକ୍‌ଠାନୁ କଳାହାଣ୍ଡି ଜିଲାର ରିଷିଡ଼ା ୩୫ କି.ମି.। ଇ ରାସ୍‌ତାରେ ଯିବାକେ ହେଲେ ଗୁଞ୍ଜିତରା, ଖମନମୁଣ୍ଡା, ଜାମୁଟ, ଗୁଡ଼ଭେଲା, ଦେଉଳଗୁଡ଼ି ବାଗିର୍‌ ପର୍‌ମୁଖ ଜାଗାମାନ୍‌ ହେଇ ରିଷିଡ଼ା ଯିବାକେ ପଡ଼ସି। ଏହେଦ୍‌କା ଜାମୁଟ ପାଖେ ଖଡ଼ଙ୍ଗ ନଦୀରେ ପୁଲିଆ କାମ୍‌ ଚାଲୁଛେ। ଇ ରିଷିଡ଼ା-ଆମ୍ବଗାଁ ରାସ୍‌ତା କାହିଁ କେତେ ଦିନୁ କଣ୍ଟାମାଳ, ତୁଷୁରା, ରିଷିଡ଼ା ଅଂଚଲର ସାମାଜିକ ଆର୍‌ ବେବ୍‌ସାୟିକ୍‌ ସଂପର୍କ ଲାଗି ରହିଛେ। ଓଡ଼ିଶାର ପୂର୍ବତନ୍‌ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓକଁର ଶାସନ ସମିଆରେ ଇ ରାସ୍‌ତା ବାବ୍‌ଦେ ଦୁରୁଷ୍‌ଟି ଆକର୍‌ଷନ୍‌ କରାଯାଇଥିଲା। ତାର୍‌ପରେ ସେଦିନ୍‌ଠାନୁ ଆଏଜ୍‌ତକ୍‌ ଇ ପ୍ରସ୍ତାବ୍‌ ଶୀତଲ ଭଁଡାରରେ ପଡ଼ିଛେ। ଇ ରାସ୍‌ତାର ଗୁରୁତ୍‌କେ ଅନୁଭବ୍‌ କରି ଆମ୍ବଗାଁର ପୂର୍ବତନ୍‌ ସରପଁଚ୍‌ ଯଶୋବନ୍ତ ରଣା ଆର୍‌ କେତେ ସମାଜସେବୀ ୫ ଫେବୃୟାରୀ ୨୦୦୫ରେ ଉଭୟ କେନ୍ଦ୍ର ଆର୍‌ ରାଜ୍ୟ ସରକାରକଁର ଦୁରୁଷ୍‌ଟି ଆକର୍‌ଷନ୍‌ କରିଥିଲେ। ସେନ୍‌ତା ପୂର୍ବତନ୍‌ ଜିଲା ପରିଷଦ ସଭ୍ୟ ଦିବ୍ୟଶଙ୍କର ରାଉତ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କନ୍ଧମାଳ ଆର୍‌ ବଲାଙ୍ଗୀର ଲୋକ ସଭା ସଦସ୍ୟ, ବାଲିଗୁଡ଼ା, ସୋନପୁର, ବଲାଙ୍ଗୀର, କେସିଙ୍ଗା ନିର୍‌ବାଚନ୍‌ ମଂଡଲିର ବିଧାୟକମାନ୍‌କୁ ଲିଖିତ ରାସ୍‌ତା ତିଆରି ଦିଗେ ମିଲିତ୍‌ ଭାବେଁ ପଦକ୍ଷେପ ନେବାକେ ଅନୁରୋଧ କରିଥିଲେ। ଇ ରାସ୍‌ତା ତିଆର୍‌ ଦିଗେ କଣ୍ଟାମାଳ ବିଧାୟକ ମହିଧର ରଣା ମଂଗ୍‌ ଧରୁନ୍‌ ବଲି ଜନସାଧାରନ୍‌ ଦାବି କରିଛନ୍‌।
All Right Reserved By

ସମ୍ବଲପୁର

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

କୃଷିଜିବୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ଜୁନାଗଡ,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ କୃଷିଜିବୀ କଲ୍ୟାଣ ସଂଘ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ବ୍ଲକସ୍ତରୀୟ ବିଜ୍ଞାନ ସେମିନାର, କୁଇଜ ପ୍ରତିଯୋଗିତା

ଖଡିଆଳ,୨୦।୯(ଡି.ଏନ.ଏ.): ନୂଆପଡା ଜିଲା ଖଡିଆଳ ବ୍ଲକ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଓ କୁଇଜ ପ୍ରତିଯୋଗତିତା ଅନୁଷ୍ଠିତ ହୋଇଯାଇଛି ।

ଚାଷରେ ରୋଗ, ଔଷଧ କାମ କରୁନି

ଚାଷରେ ରୋଗ, ଔଷଧ କାମ କରୁନି

କର୍ଲାମୁଣ୍ଡା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଏବେ ଧାନଚାଷରେ ରୋଗପୋକ ପାର୍ଦୁଭାବ ବଢିବାରେ ଲାଗିଛି । କୀଟ ନାଶକ ଔଷଧଗୁଡିକ କାମ କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। 

ମହରମ ପର୍ବର ଶୁଭାରମ୍ଭ: ବାଘ ଶୋଭାଯାତ୍ରା ଅନୁଷ୍ଠିତ

ମହରମ ପର୍ବର ଶୁଭାରମ୍ଭ: ବାଘ ଶୋଭାଯାତ୍ରା ଅନୁଷ୍ଠିତ

ଭଟଲି, ୨୦।୯(ଡି.ଏନ.ଏ.)-ବରଗଡ଼ ଜିଲା ଭଟଲି ବ୍ଲକ କୁଶନପୁରୀ ସ୍ଥିତ ହବିବନଗର ପରିସରରେ ପ୍ରସିଦ୍ଧ ମହରମ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଅବସରରେ ଗୁରୁବାର ବାଘ ପୋଷାକରେ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ବରଗଡ଼ ଆର୍‌ସିଏମ୍‌ଏସ ସଭାପତି ହେମନ୍ତ ପଣ୍ଡା ଉଦ୍‌ଘାଟନ କରିଥିଲେ।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ: ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

ବେଲପଡା,୨୦।୯(ଡି.ଏନ.ଏ)-ବଲାଙ୍ଗିର ଜିଲା ବେଲପଡା ଥାନା ମୁଣ୍ଡଦର୍ହ ଗ୍ରାମରେ ବୁଧବାର ରାତି ୨ଟାରେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ  ସ୍ତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ବାମୀ ଗୁରୁବାର ପ୍ରାତଃ ୫ଟାରେ ଥାନାକୁ ଆସି ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାରେ ମୁଣ୍ଡଦର୍ହ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁଣ୍ଡଦର୍ହ ଗ୍ରାମର ଧବଳେଶ୍ୱର ଚିରାଗୁନ୍‌ (୪୫) ଓ ସ୍ତ୍ରୀ ବୈଦେହୀଙ୍କ ସହ ଗ୍ରାମରେ ଥିବା ମେହେରପଡାଠାରେ ନିଜର 

ନୂଆଁଖାଇ ଭେଟ୍‌ଘାଟ୍‌ରେ ନୃତ୍ୟ ପ୍ରତିଯୋଗିତା

ନୂଆଁଖାଇ ଭେଟ୍‌ଘାଟ୍‌ରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ,୨୦।୯ (ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ପଞ୍ଚାୟତ କଛିମଡୋଲାଠାରେ  ଗଣେଶ ପୂଜା ଅବସରରେ ମଙ୍ଗଳବାର ରାତିରେ ନୂଆଁଖାଇ ଭେଟ୍‌ଘାଟ ସହ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ  ରାଇ ଦାମୋଦର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିଲା। ପୂର୍ବତନ ସରପଞ୍ଚ ସତ୍ୟ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୁନାଗଡ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମେହେର ଯୋଗଦେଇ ନୂଆଁଖାଇ 

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର

ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର

ସୁନ୍ଦରଗଡ଼, ୨୦।୯ (ଡି.ଏନ୍‌.ଏ)-ଗଙ୍ଗାଧରଙ୍କ ସାହିତ୍ୟକୃତି ସ୍ବଚ୍ଛ, କଳୁଷତା ବିହୀନ, ଆଦର୍ଶର ବାର୍ତ୍ତାବହ  ଓ ବିଶ୍ୱକୁ ଅମୃତର ଆଭାରେ ଉଦଭାସିତ କରୁଥିବା କାଳଜୟୀ ସୃଷ୍ଟି। ତାଙ୍କ କାବ୍ୟ, କବିତାର   ଛତ୍ରେ ଛତ୍ରେ ଫୁଟିଉଠିଛି ପ୍ରକୃତିର ବନ୍ଦନା ଓ ସାମାଜିକ ପ୍ରତିବଦ୍ଧତା। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଆୟୋଜିତ ସ୍ବଭାବ କବିଙ୍କ ଜୟନ୍ତୀ ପାଳନ ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ ସମ୍ପର୍କୀତ ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ 

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ସାମିଲ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି: ଆନ୍ଦୋଳନରେ ବିଭିନ୍ନ ସଙ୍ଗଠନ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଜୋର ଧରିଛି। ଗୁରୁବାର କଚେରୀ ଛକଠାରେ ସମ୍ବଲପୁରର ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଛନ୍ତି। ଏହା ଆନ୍ଦୋଳନକୁ ଆହୁରି ଗତିଶୀଳ କରିବ ବୋଲି ମତପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟାରେ ଓକିଲ ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତାମାନେ କଚେରୀ ଛକଠାରେ ପିକେଟିଂ କରିଥିଲେ। ତେଣୁ ବିଚାରପତିମାନେ କାର୍ଯ୍ୟରେ ଯୋଗଦେଇ ନ ପାରି ଫେରି ଯାଇଥିଲେ। 

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନ: ଶ୍ରୀଅରବିନ୍ଦ ସ୍କୁଲ ସାମିଲ

ସମ୍ବଲପୁର, ୨୦।୯ (ବ୍ୟୁରୋ)- ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ଗୁରୁବାର ସମ୍ବଲପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର (ଶ୍ରୀଅରବିନ୍ଦ ସ୍କୁଲ) ସାମିଲ ହୋଇଛି। ପ୍ରାର୍ଥନା ପରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଢ଼ିବାକୁ ସ୍ଲୋଗାନ ଦେଇଥିଲେ। ଏଥିରେ ନର୍ସରୀ ରୁ ୧୦ମ ଶ୍ରେଣୀର ୧୪୧୮ ଜଣ ଛାତ୍ରୀଛାତ୍ର ସାମିଲ ଥିଲେ। ସେହିପରି ୪୦ରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ ଏହି ଅଭିଯାନରେ ସାମିଲ 

ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କରେ ତାଲା: ଝିପି ଝିପି ବର୍ଷାରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କରେ ତାଲା: ଝିପି ଝିପି ବର୍ଷାରେ ଚାଷୀଙ୍କ ଆନ୍ଦୋଳନ

ସମ୍ବଲପୁର, ୨୦।୯(ବ୍ୟୁରୋ)-ସମ୍ବଲପୁର ଜିଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ପ୍ରଦାନରେ ବୀମା କମ୍ପାନୀ ବିଳମ୍ବ କରୁଛି। ଅପରପକ୍ଷେ ରାଜ୍ୟ ସରକାର ମଧ୍ୟ ଟାଳଟୁଳ ନୀତି ଅବଳମ୍ବନ କରୁଛନ୍ତି। ଏହା ଚାଷୀ ପ୍ରାଣରେ ଆଘାତ ଦେଇଛି। ତେଣୁ ଗୁରୁବାର  ମହାନଗର ନିଗମ ଅଞ୍ଚଳର  ପ୍ରଭାବିତ ଚାଷୀମାନେ  ମୁଦିପଡା ପାଣିଟାଙ୍କି ଛକ ସ୍ଥିତ ସମ୍ବଲପୁର ଜିଲା ସମବାୟ ସେଣ୍ଟ୍ରାଲ ବ୍ୟାଙ୍କ ଫାଟକରେ ତାଲା ମାରିଥିଲେ। ଏହାପରେ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ 

ଶିକ୍ଷକ ପଦବୀ ପୂରଣ ଦାବିରେ ଚନ୍ଦନଭାଟି ହାଇସ୍କୁଲରେ ତାଲା, ଧାରଣା

ଶିକ୍ଷକ ପଦବୀ ପୂରଣ ଦାବିରେ ଚନ୍ଦନଭାଟି ହାଇସ୍କୁଲରେ ତାଲା, ଧାରଣା

ବଲାଙ୍ଗୀର ଅଫିସ, ୨୦।୯- ବଲାଙ୍ଗୀର ସଦର ବ୍ଳକ୍‌ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ, ଅନ୍ୟ ସହକାରୀ ଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ଆନ୍ଦୋଳନ ଆରମ୍ଭ ହୋଇଛି। ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ-ଅଭିଭାବକ ସଂଘ ପକ୍ଷରୁ ମିଳିତ ଭାବେ ହାଇସ୍କୁଲ ଗେଟ୍‌ରେ ତାଲା ପକାଯାଇ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଫଳରେ ସ୍କୁଲ ଛାତ୍ରୀଛାତ୍ର ଓ ଶିକ୍ଷକ ସ୍କୁଲ ଭିତରକୁ ଯାଇ ନ ପାରି ସ୍କୁଲ ସମ୍ମୁଖରେ ରହିଥିଲେ। ସକାଳ

ଗ୍ୟାସରେ ପୋଡି ମହିଳା ଗୁରୁତର

ଗ୍ୟାସରେ ପୋଡି ମହିଳା ଗୁରୁତର

ପଡ଼ିଆବାହାଲ, ୨୦।୯ (ଡି.ଏନ.ଏ)- ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଜୟନ୍ତପୁର ପଞ୍ଚାୟତର ଦଶପଡା ଗ୍ରାମ ନିବାସୀ ମନୋଜ ମିର୍ଦ୍ଧାଙ୍କ ସ୍ତ୍ରୀ ଗାୟତ୍ରୀ ନିଜ ଘରେ ବୁଧବାର ରନ୍ଧନ ଗ୍ୟାସରେ ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ତୁରନ୍ତ ବୁର୍ଲା ଭୀମସାରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରି ଉତ୍ତମ ଚିକିତ୍ସା ନିମନ୍ତେ କଟକ ବଡଡାକ୍ତରଖାନାକୁ ପଠାଇ ଦିଆଯାଇଛି।