ସମ୍ବଲପୁର

ଏନ୍‌ଜିଓ ନାମରେ ଟଙ୍କା ଠକେଇ ଅଭିଯୋଗ

ଏନ୍‌ଜିଓ ନାମରେ ଟଙ୍କା ଠକେଇ ଅଭିଯୋଗ

ପାଟଣାଗଡ଼,୯।୨(ଡି.ଏନ୍‌.ଏ.)- ଶିକ୍ଷିତ ବେକାର ଯୁବତୀଯୁବକମାନଙ୍କୁ ତାଲିମ ଦେଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେବାକୁ କହି ଟଙ୍କା ଠକେଇ କରିଥିବା ସମ୍ପର୍କରେ ଏକ ଏନ୍‌ଜିଓ ବିରୋଧରେ ଗୁରୁବାର ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ପାଟଣାଗଡ଼ରେ ଏକ ଏନ୍‌ଜିଓ ଖୋଲାଯାଇଥିଲା। ଯାହାର ନିର୍ଦ୍ଦେଶକ ଭାବେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ନମତରା ଗ୍ରାମର ଜଣେ ବ୍ୟକ୍ତି ରହିଛନ୍ତି। ନିର୍ଦ୍ଦେଶକ ଜଣକ ଅଞ୍ଚଳର ବେକାର ଶିକ୍ଷିତ ଯୁବତୀଯୁବକମାନଙ୍କୁ ଡ୍ରାଇଭିଂ, ସିଲାଇ, ବ୍ୟୁଟି ପାର୍ଲର, କମ୍ପ୍ୟୁଟର ଆଦି ବିଭିନ୍ନ ତାଲିମ ଦେବାକୁ ୧୫ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ବାବଦରେ କର୍ମଚାରୀଙ୍କଠାରୁ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ନେଇଥିଲେ। ସେହିପରି ଅଞ୍ଚଳର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କ ନିକଟରୁ ଆଡମିଶନ ଫିଜ୍‌ ବାବଦ ଜଣ ପିଛା ୫୦୦ରୁ ୧୦୦୦ ଟଙ୍କା ଓ ହଷ୍ଟେଲରେ ରହିବା ଓ ଖାଇବାକୁ ଅଗ୍ରିମ ଟଙ୍କା ନେଇଥିଲେ। କିଛି ମାସ ଏକ ଭଡ଼ାଘରେ ଏନ୍‌ଜିଓ ଚାଲିଥିଲା। ପରେ ଏନ୍‌ଜିଓର ନିର୍ଦ୍ଦେଶକ ଦେହ ଅସୁସ୍ଥ ଥିବା କହି ଘରକୁ ଯାଇଥିଲେ। ହେଲେ ସେ ଫେରି ନ ଥିଲେ। କର୍ମଚାରୀମାନେ ତାଙ୍କୁ ଯୋଗାଯୋଗ କରିଥିବାବେଳେ କିଛି ଦିନ ମଧ୍ୟରେ ଯିବାକୁ କହି ସମୟ ଗଡ଼ାଇ ଚାଲିଥିଲେ। ୯ ମାସ ହେଲା କର୍ମଚାରୀଙ୍କ ଦରମା କିମ୍ବା ଘରଭଡ଼ା ନ ଦେବାରୁ ଘରମାଲିକ କାର୍ଯ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ଏପରିକି ସଂସ୍ଥାର କିରାଣିଙ୍କ ନାମରେ ବଜାରରୁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ଆଣିଥିବାବେଳେ ଟଙ୍କା ଦେଇନାହାନ୍ତି। ଠକେଇର ଶିକାର ହୋଇଥିବା ନେଇ ଏନ୍‌ଜିଓରେ କାମ କାରୁଥିବା ଅନିତା ମେହେର, ଲକ୍ଷ୍ମୀ ମେହେର, ସସ୍ମିତା ମେହେର, ପଦ୍ମାବତୀ ମେହେର, ପ୍ରଯୁକ୍ତି ଦାଶ, ମାମା, ଉତ୍ତମ ବୁଡ଼େକ, ଚନ୍ଦନ ମେହେର, ଦିଲୀପ କୁମାର ମେହେର, ଭକ୍ତବନ୍ଧୁ ମେହେର, ଭଗବାନ ମେହେର, ବିଦ୍ୟାଧର ଧରୁଆ, ତୁଳସୀ ଧରୁଆ, ରାମେଶ୍ୱର ଧରୁଆ, ବଳିଆ ମେହେର ପ୍ରମୁଖ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଏପରି କି ପାଟଣାଗଡ଼ ଉପଜିଲାପାଳଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

All Right Reserved By

ସମ୍ବଲପୁର

ଚାରିକାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ, ପ୍ରଶାସନ କଲା ଶବ ସତ୍କାର

ଚାରିକାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ, ପ୍ରଶାସନ କଲା ଶବ ସତ୍କାର

ବିଜେପୁର,୧୬।୮(ଡି.ଏନ.ଏ)-
ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଜଣେ ଅସହାୟ ବୃଦ୍ଧଙ୍କ ବୁଧବାର ବିଳମ୍ବିତ ରାତିିରେ ମୃତ୍ୟୁ ହୋଇଛି । ମୃତକ ହେଲେ ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମର ସାନ ମେହେର(୬୫) । 

ପୋଲିସ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୦୦

ପୋଲିସ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୦୦

ବରଗଡ଼ ଅଫିସ୍‌,୧୬।୮-
ବରଗଡ଼ ଜିଲାରେ ପୋଲିସ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୦୦ କାର୍ଯ୍ୟକ୍ଷମ ହୋଇଛି ।

ସୋହେଲା ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୋହେଲା ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୧୬।୮-ବରଗଡ଼ ଜିଲା ସୋହେଲାରେ ଗତମାସ ଜୁଲାଇ ୨୪ତାରିଖ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶ୍ୱିନୀ ସୁନାଙ୍କୁ ଗୁରୁବାର ସମ୍ବଲପୁର ଜିଲା ହୀରାକୁଦର ଏକ ଭଡ଼ାଘରୁ ପୋଲିସ ଗିରଫ କରିଛି । ତାଙ୍କ ପାଖରୁ ଗୁଳିମାଡ଼ ସମୟରେ ବ୍ୟବହୃତ ଏକ ଦେଶୀ ପିସ୍ତଲ, ୫ରାଉଣ୍ଡ ଅଫୁଟା ଗୁଳି, ଏକ ହୋଣ୍ଡା ହର୍ଣ୍ଣେଟ ମୋଟର ସାଇକେଲ (ନଂ-ଓଡି୧୫ଇ ୮୮୨୫) ଜବତ୍‌ କରାଯାଇଛି । ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି।

ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଦେବଗଡ,୧୬।୮(ସ୍ବ.ପ୍ର.)-ସ୍ଥାନୀୟ ପ୍ରଧାନପାଟସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ସର୍ଗତ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରାଯାଇଛି। 

ବୌଦ୍ଧ ଜିଲାରେ ବନ୍ୟା

ବୌଦ୍ଧ ଜିଲାରେ ବନ୍ୟା


ଘଣ୍ଟାପଡା,୧୬।୮ (ଡି.ଏନ.ଏ.)-ମୂଷଳ ଧାରାରେ କ୍ରମାଗତ ବର୍ଷା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ-ସିନ୍ଧୁଗୋରା ୪୧ନଂ ରାଜ୍ୟ ରାଜପଥର ବାମୁହାଣ ପୋଲ ଉପରେ ୪ଫୁଟ୍‌, ମଲ୍ଲିକୁଦ ଗୁହୁରାନାଳ ପୋଲ ଉପରେ ୪.୫ଫୁଟ୍‌, ମାଉକଡଡିଆଁ ପୋଲ ଉପରେ ୨ଫୁଟ୍‌ ଏବଂ ଅଡାଗୁଡି ପୋଲ ଉପରେ ସର୍ବାଧିକ ୫ଫୁଟ୍‌ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିଯୋଗୁ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୫୦ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି। କଣ୍ଟାମାଳରୁ ଘଣ୍ଟାପଡା ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଘଣ୍ଟାପଡା, ଅମ୍ବଗାଁ, କୁଲୁତାଯୋର, ଖମନମୁଣ୍ଡା, ଖୁଣ୍ଟିଗୋରା, ଉମା, ନାରାୟଣପ୍ରସାଦ ଓ ରେଙ୍ଗାଲି ପଞ୍ଚାୟତର ଲୋକଙ୍କ ଜୀବନ ଜୀବିକା ପ୍ରବାବିତ ହୋଇଛି। 

ଗାଁ ସ୍କୁଲ ଘର ପଛ ପଟୁ ମୃତଦେହ ମିଳିଲା

ଗାଁ ସ୍କୁଲ ଘର ପଛ ପଟୁ ମୃତଦେହ ମିଳିଲା

ବଣାଇଁ,୧୬।୮(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ମରିଚଡିହ ଗ୍ରାମ ସ୍କୁଲ ପଛ ପଟୁ ଗୁରୁବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ମହିଳାଙ୍କୁ ବଳାତ୍କାର ଅଭିଯୋଗ

ମହିଳାଙ୍କୁ ବଳାତ୍କାର ଅଭିଯୋଗ

ବଣାଇଁ,୧୬।୮(ସ୍ବ.ପ୍ର.)-ସୁନ୍ଦରଗ ଜଲା ବଣାଇ ଉପଖଣ୍ଡର ଲହୁଣିପଡଶ ଥାନା ଅନ୍ତର୍ଗତ ତନ୍ତବାହାଲ ଗ୍ରାମ ନାଳକୁ ଆଜି ସକାଳେ ସେହି ଗ୍ରାମର ଜଣେ ବିବାହିତା ମହିଳା ବାସନ ମାଜିବାକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। 

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନବବିବାହିତା

ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ନବବିବାହିତା

ଝାରସୁଗୁଡା ଅଫିସ,୧୬।୮(ଡି.ଏନ.ଏ.)-ଝାରସୁଗୁଡା ଟାଉନ ଥାନା ଅଧୀନ ପୁରୁଣାବସ୍ତି ଲୁହୁରାପଡା ଅଞ୍ଚଳର ଜଣେ ନବବିବାହିତା ଆତ୍ମହତ୍ୟା କରିଛନ୍ତି। ଘରେ କେହି ନ ଥିବାବେଳେ କୌଣସି କାରଣରୁ ସେ ନିଜ ଦେହରେ ବୁଧବାର କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ନୂଆପଡା ସାରାବଙ୍ଗ ଗାଁରେ ମଦ ଭାଟି ବନ୍ଦ ଦାବିରେ  ଆନ୍ଦୋଳନ

ନୂଆପଡା ସାରାବଙ୍ଗ ଗାଁରେ ମଦ ଭାଟି ବନ୍ଦ ଦାବିରେ ଆନ୍ଦୋଳନ

ନୂଆପଡା ଅଫିସ, ୧୬।୮ (ଡି.ଏନ.ଏ.)-ନୂଆପଡା ଜିଲା ସାରାବଙ୍ଗ ଗାଁରେ ଏକ ମଦ ଭାଟି ରହିଛି। ଏହା ଯୋଗୁ ଏହି ଗାଁ ସମେତ ଅଞ୍ଚଳରେ ବିଶୃଙ୍ଖଳା ଦେଖା ଦେଉଛି। ଲୋକେ ମଦ ପିଇ ଗଣ୍ଡଗୋଳ କରୁଛନ୍ତି।

ତେଲନଦୀରେ ବନ୍ୟା, ଯୋଗାଯୋଗ ବ୍ୟାହତ

ତେଲନଦୀରେ ବନ୍ୟା, ଯୋଗାଯୋଗ ବ୍ୟାହତ

ଗୁଡଭେଲା, ୧୬।୮ (ଡି.ଏନ.ଏ.)-ତେଲନଦୀରେ ବନ୍ୟା ଆସିବା ଫଳରେ ତୁଷୁରା-ଗୁଡଭେଲା-କଳହାଣ୍ଡି ମୁଖ୍ୟ ରାସ୍ତାର ଧାନଘରା ପାଖ ତେଲନଦୀ ବ୍ରିଜର ଅପରପାର୍ଶ୍ୱ ରାସ୍ତାରେ ବୁଧବାର ସନ୍ଧ୍ୟା ୭ଟାରୁ ୪ ଫୁଟର ପାଣି ପ୍ରବାହିତ ହେଉଛି।

ସବ୍‌ଡେଗାରେ ହାତୀପଲଙ୍କ ଆତଙ୍କ

ସବ୍‌ଡେଗାରେ ହାତୀପଲଙ୍କ ଆତଙ୍କ

ସୁନ୍ଦରଗଡ/ସବ୍‌ଡେଗା, ୧୬।୮ (ଡି.ଏନ.ଏ.)-ସୁନ୍ଦରଗଡ ଜିଲା ସବ୍‌ଡେଗା ବ୍ଲକରେ ବୁଧବାର ରାତିରେ ହାତୀପଲ ଆସି ବ୍ୟାପକ ଧାନ ଚାଷ ନଷ୍ଟ କରିଛନ୍ତି। ଏହି ହାତୀ ପଲରେ ପ୍ରାୟ ୧୮ଟି ହାତୀ ରହିଛନ୍ତି।

ଜଳ ଘେରରେ ୧୬ ଗାଁ, ୧୨ ଜଣଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

ଜଳ ଘେରରେ ୧୬ ଗାଁ, ୧୨ ଜଣଙ୍କୁ ଉଦ୍ଧାର କଲା ଦମକଳ ବାହିନୀ

କର୍ଲାମୁଣ୍ଡା, ୧୫।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସୋମବାରଠାରୁ ଲଗାଣ ବର୍ଷା ହେତୁ ବ୍ଲକର ୧୬ଟି ଗ୍ରାମ ଜଳବନ୍ଦୀ ହୋଇଛି। କର୍ଲାମୁଣ୍ଡା ଓ ମ.ରାମପୁର ଦମକଳ ପକ୍ଷରୁ ରିଞ୍ଜା ପଞ୍ଚାୟତର ଦେଓଗଁାରେ ଜଳ ଘେରରେ ଥିବା ୧୨ ଜଣଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କରାଯାଇଛି। ରିଞ୍ଜା ସରପଞ୍ଚ ଭୋଜବନ୍ତି ସାହୁଙ୍କ ନେତୃତ୍ୱରେ ସେମାନଙ୍କୁ ଦେଓଗଁା ୟୁପି ସ୍କୁଲରେ ରଖାଯାଇଛି।  

Model This Week

ଯସ୍ମିନ୍