ବ୍ରହ୍ମପୁର

ମିଳିମିଳା, ରୁବେଲା ସମ୍ପର୍କରେ ସଚେତନତା ଶୋଭାଯାତ୍ରା

ମିଳିମିଳା, ରୁବେଲା ସମ୍ପର୍କରେ ସଚେତନତା ଶୋଭାଯାତ୍ରା
ବ୍ରହ୍ମପୁର ଅଫିସ, ୯।୨: ଗଞ୍ଜାମ ଜିଲାରେ ଶିଶୁମାନଙ୍କୁ ମିଳିମିଳା ଓ ରୁବେଲା ଟିକା ପ୍ରଦାନ କରାଯାଉଛି। ଜାନୁୟାରୀ ୨୯ରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୯ ମାସରୁ ୧୫ ବର୍ଷର ଶିଶୁଙ୍କୁ ଏହି ଟୀକା ଦିଆଯାଉଛି। ଏହି ଅବସରରେ ଶୁକ୍ରବାର ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହି ଶୋଭାଯାତ୍ରାରେ ଭାଗ ନେଇ ସହର ପରିକ୍ରମା କରିଥିଲେ। ଟିକା ସମ୍ପର୍କରେ ଥିବା ଭୁଲ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହୋଇଥିଲା।
All Right Reserved By

ବ୍ରହ୍ମପୁର

ଚିନି ଶିଳ୍ପରେ ଆରମ୍ଭ ହେଲା ଆଖୁପେଡ଼ା

ଚିନି ଶିଳ୍ପରେ ଆରମ୍ଭ ହେଲା ଆଖୁପେଡ଼ା

ଆସିକା,୨୪ା୧(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ଚଳିତ ବର୍ଷର ଆଖୁପେଡା ବୁଧବାର ଆରମ୍ଭ ହୋଇଛି। ମଧ୍ୟାହ୍ନରେ ଆଖୁନାଇ ନିକଟରେ କାରଖାନା ପକ୍ଷରୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ପରେ ଆଖୁ ନାଳିରେ ଆଖୁ ପକାଯାଇଥିଲା। 

ଲଙ୍କାଗଡ଼ ଜଙ୍ଗଲରେ ମାଈହାତୀ ମୃତ

ଲଙ୍କାଗଡ଼ ଜଙ୍ଗଲରେ ମାଈହାତୀ ମୃତ

ତୁମୁଡିବନ୍ଧ,୨୪ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବେଲଘର ବନାଞ୍ଚଳ ଲଙ୍କାଗଡ ସଂରକ୍ଷିତ ଜଙ୍ଗଲ କେନ୍ଦୁପଡା ଗ୍ରାମ ନିକଟ ବୁଡେଲ ନାଳ  ନିକଟରେ ଅସୁସ୍ଥ ହୋଇ ପଡିଥିବା ମାଈ ହାତୀର ବୁଧବାର ପୂର୍ବାହ୍ନ ୯ଟାରେ ମୃତ୍ୟୁ ଘଟିଛି। 

ସରିଲା ୨ ଦିନିଆ ସମରାଭ୍ୟାସ:   ଡମି ଆତଙ୍କବାଦୀ ଠାବ

ସରିଲା ୨ ଦିନିଆ ସମରାଭ୍ୟାସ: ଡମି ଆତଙ୍କବାଦୀ ଠାବ

ଛତ୍ରପୁର,୨୪ା୧(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ଅଧୀନ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପକ୍ଷରୁ ୨ ଦିନ ଧରି ଚାଲିଥିବା ସମରାଭ୍ୟାସ ବୁଧବାର ଶେଷ ହୋଇଛି।  ଡମି ଆତଙ୍କବାଦୀଙ୍କୁ ବୁଧବାର ପୋଲିସ ପକ୍ଷରୁ ଠାବ କରାଯାଇଛି। 

କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ସମ୍ମିଳନୀ

କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ସମ୍ମିଳନୀ

ସୋରଡା,୨୪ା୧(ଡି.ଏନ.ଏ.)-ବ୍ଲକ କଂଗ୍ରେସ କମିଟି ଆୟୋଜନରେ ବଡକୋଳି ମନ୍ଦିର ପରିସରରେ ୨୦୧୯ ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିା ଏଥିରେ ଗଞ୍ଜାମ ଜିଲାସ୍ତରୀୟ ନେତୃବୃନ୍ଦମାନେ ଯୋଗ ଦେଇ କଂଗ୍ରେସକୁ ପ୍ରାଥମିକ ସ୍ତରରୁ ସଙ୍ଗଠନକୁ ମଜବୁତ୍‌ କରିବାକୁ ପରାମର୍ଶ ଦେଇଥିଲେ। 

ରାଜନୈତିକ ଚର୍ଚ୍ଚାରେ ରଙ୍ଗେଇଲୁଣ୍ଡା ବ୍ଲକ

ବ୍ରହ୍ମପୁର ଅଫିସ,୨୪୧-ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଭଞ୍ଜବିହାର ନିକଟରେ ଆସନ୍ତା ୨୭ ତାରିଖରେ ହେବ କୃଷକ ସମାବେଶ। ଏହି ସରକାରୀ କାର୍ଯ୍ୟକ୍ରମରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

ବ୍ରହ୍ମପୁରରେ ନେତାଜୀ ଜୟନ୍ତୀ

ବ୍ରହ୍ମପୁରରେ ନେତାଜୀ ଜୟନ୍ତୀ

ବ୍ରହ୍ମପୁର ଅଫିସ,୨୪ା୧-ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବୁଧବାର ପାଳିତ ହୋଇଯାଇଛି।  ଏହି ଅବସରରେ ପୂର୍ବାହ୍ନରେ ନେତାଜୀ ସାରସ୍ବତ ମଞ୍ଚ, ସଂସ୍କାରବାଦୀ, ମାନବଅଧିକାର ସୁରକ୍ଷା ମଞ୍ଚ, ମହାନ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଯୁବ ବିଜେଡି ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ପିଭିଏନ ରାଓ ପେଟ୍ରୋଲପମ୍ପ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ:  ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ଅଟୋ ସହ ୧୫ କେଜି ଗଞ୍ଜେଇ ଜବତ: ବଙ୍ଗୀୟ ଯୁବତୀଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ୍‌,୨୪ା୧-ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଓ ଜିଲା ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ବୁଧବାର ଡେଙ୍ଗାପଦର ଗ୍ରାମ ଛକରେ ଚଢ଼ାଉ କରାଯାଇ ଏକ ଅଟୋରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ଉକ୍ତ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି ।

 ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଧକ୍କା ଦେଲା ଅଟୋ : ୭ ଆହତ ୧ ଗୁରୁତର

ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଧକ୍କା ଦେଲା ଅଟୋ : ୭ ଆହତ ୧ ଗୁରୁତର

ବ୍ରହ୍ମପୁର ଅଫିସ,୨୩ା୧: ଗଞ୍ଜାମ ଜିଲା  ଖଲିକୋଟ କଲେଜ ଛକଠାରେ ବୁଧବାର ମଧ୍ୟାହ୍ନରେ କଥା କହି ପାରୁ ନ ଥିବା  ଜଣେ ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଏକ ପାସେଞ୍ଜର ଅଟୋ ଧକ୍କା ଦେଇଛି। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ଜଣ ବୃଦ୍ଧା ରହିଥିବା ଜଣାପଡିଛି । 

ଦୀପରୁ ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ

ଦୀପରୁ ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩ା୧: ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ  ତଳରାମପାଲି ଗ୍ରାମରେ ଦୀପରୁ ନିଆଁ ଲାଗି ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ  ଘଟିଛି । ସେ ହେଲେ ମୁକ୍ତା ଲେଙ୍କା (୯୦) । 

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି:  ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ଛତ୍ରପୁର,୨୩ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। 

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।