ଅନଗୁଳ-ଢେଙ୍କାନାଳ

ପାଇକଙ୍କୁ ପଛୁଆବର୍ଗ ସୁବିଧା ଦିଅ

ପାଇକଙ୍କୁ ପଛୁଆବର୍ଗ ସୁବିଧା ଦିଅ

ଅନୁଗୋଳ ଅଫିସ,୮।୨-ନିଖିଳ ଓଡ଼ିଶା ପାଇକ ଓ ଯାଦବ ମହାସଂଘ କଣିହଁ। ଏବଂ ପାଲଲହଡ଼ା ମଣ୍ଡଳ ଅନୁଗୋଳର ସଦସ୍ୟମାନେ ଗୁରୁବାର ୬ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଷ୍ଟାଡିୟମ ପରିସରରୁ କଳାକାରମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନିଜର କଳା ପ୍ରଦର୍ଶନ ସହ ବଜାର, ବସ୍‌ଷ୍ଟାଣ୍ଡ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ଉକ୍ତ ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ପାଇକ ଆଖଡ଼ା ଓ ଲଉଡ଼ି ଖେଳ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଅଧୀନରେ ଥିଲା। ସ୍ବୀକୃତିପ୍ରାପ୍ତ ଏହି କଳାକାରଙ୍କୁ ପ୍ରାଥମିକ ଭାବେ ମାସିକ ୨ ହଜାର ଏବଂ ବର୍ତ୍ତମାନ ୨୫୦୦ ଟଙ୍କା ପେନ୍‌ସନ ଦିଆଯାଉଛି। କିନ୍ତୁ ଏବେ ଆଖଡ଼ା ଓ ପାଇକ ଖେଳକୁ ସଂସ୍କୃତି ବିଭାଗ ଅଧୀନକୁ ନିଆଯାଇଛି। ଏଥିଯୋଗୁ ନିର୍ଦ୍ଧାରିତ ପେନସନ୍‌ ୧୨ଶହ ଟଙ୍କାକୁ ଖସି ଆସିବାର ଆଶଙ୍କା ରହିଛି। ତେଣୁ ଉକ୍ତ ପେନସନକୁ ଅପରିବର୍ତ୍ତିତ ରଖାଯିବା ସହ ତାହାକୁ ପାଇକ ପେନ୍‌ସନ ନାମରେ ନାମିତ କରିବା, କଳିଙ୍ଗ ବା ପାଇକ ରେଜିମେଣ୍ଟ ଗଠନ କରାଯାଇ ପାଇକ ଯୁବକଙ୍କୁ ସେନାବାହିନୀରେ ନିଯୁକ୍ତି ନିମନ୍ତେ ପ୍ରସ୍ତୁତ କରିବା, ପାଇକଙ୍କୁ ପଛୁଆବର୍ଗର ସୁବିଧା ଦେବାର ସାମ୍ବିଧାନିକ ବ୍ୟବସ୍ଥା କରାଯିବା, ବିଲୁପ୍ତ ପ୍ରାୟ ସମର କଳାକୁ ଉଜ୍ଜୀବିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଶିକ୍ଷଣ ବ୍ୟବସ୍ଥା ସହ ଏନ୍‌ସିସି ଓ ସ୍କାଉଟ୍‌ ଭଳି ମାନ୍ୟତା ଦେବା, ପ୍ରତି ପାଇକ ଗ୍ରାମରେ ସମରକଳା ପ୍ରଶିକ୍ଷଣ ପାଇଁ ଆଖଡ଼ାଶାଳ ନିର୍ମାଣ ସହିତ ସରକାରୀ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଆଦି ୬ ଦଫା ଦାବି ଉଲ୍ଲେଖ କରାଯାଇଛି। ସଂଘ ସଭାପତି ଶମ୍ଭୁଦତ୍ତ ସ୍ବାଇଁ, ସାଧାରଣ ସମ୍ପାଦକ ନବଘନ ସାମଲଙ୍କ ନେତୃତ୍ୱରେ ବହୁ ଦଳପତି, ଗୁରୁ ଓ ଅନ୍ୟ କଳାକାରମାନେ ସାମିଲ ହୋଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

All Right Reserved By

Model This Week

ସନ୍ତୋଷ

ଅନଗୁଳ-ଢେଙ୍କାନାଳ

ଓଜେଇଇ: ଏମ୍‌.ଆର୍କରେ ସତୃଷ୍ଣ ଟପ୍ପର

ଓଜେଇଇ: ଏମ୍‌.ଆର୍କରେ ସତୃଷ୍ଣ ଟପ୍ପର

ଢେଙ୍କାନାଳ ଅଫିସ, ୨୬।୫-ଶୁକ୍ରବାର ପ୍ରକାଶିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ଢେଙ୍କାନାଳର ସତୃଷ୍ଣ କୁମାର ମହାପାତ୍ର ଏମ୍‌.ଆର୍କ (ମାଷ୍ଟର ଇନ୍‌ ଆର୍କିଟକ୍ଚର)ରେ ଟପ୍ପର ହୋଇଛନ୍ତି। ସେ ଭୁବନେଶ୍ୱରସ୍ଥିତ ନିଜ ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ। ତାଙ୍କ ସ୍ତ୍ରୀ ଲିପି ମହାନ୍ତି ମଧ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟରେ ସମସ୍ତେ ପାସ୍‌

ଢେଙ୍କାନାଳ ଅଫିସ, ୨୫।୫-ଶନିବାର ପ୍ରକାଶିତ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ପାସ୍‌ହାର ଶତପ୍ରତିଶତ ରହିଛି। ବିଦ୍ୟାଳୟ ୪୧ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ସମସ୍ତେ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୫ଜଣ ବାଳକ ଏବଂ ୧୬ଜଣ ବାଳିକା ଅଛନ୍ତି।

ସର୍ଟଶର୍କିଟରୁ ଅଗ୍ନିକାଣ୍ଡ

ସର୍ଟଶର୍କିଟରୁ ଅଗ୍ନିକାଣ୍ଡ

ଭୁବନ, ୨୬ା୫(ଡି.ଏନ୍‌.ଏ.)-ଭୁବନ ଏନ୍‌ଏସି ଅଧୀନ ୧୫ନଂ. ଓ୍ବାର୍ଡ ମଠସାହିରେ ଶନିବାର ଅପରାହ୍ନ ସାଢ଼େ ଗୋଟାଏରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି।

କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା : ୪ଜଣଙ୍କୁ ଉଠାଇ ନେଲା ପୋଲିସ

କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା : ୪ଜଣଙ୍କୁ ଉଠାଇ ନେଲା ପୋଲିସ

ତାଳଚେର (ନି.ପ୍ର.)/ପରଜଙ୍ଗ(ଡି.ଏନ୍‌.ଏ.), ୨୬।୫-କେରଳ ରାଜ୍ୟ କନ୍ନୁର ଜିଲା ବାଲିଆପାଟନମ୍‌ ଥାନା ଅଞ୍ଚଳରେ କେନ୍ଦ୍ରାପଡ଼ା ଜିଲାର ଜଣେ ଓଡ଼ିଆ ଠିକାଦାର ପ୍ରଭାକର ଦାସ (୩୮)ଙ୍କୁ ଗତ ୨୦ତାରିଖରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତକଙ୍କ ଘରୁ ଲକ୍ଷାଧିକ ଟଙ୍କା ସାମଗ୍ରୀ ଲୁଟ୍‌ପାଟ୍‌ ମଧ୍ୟ ହୋଇଛି। କେରଳରୁ ଆସିଥିବା ପୋଲିସ ଟିମ୍‌ ପରଜଙ୍ଗ ଏବଂ ତାଳଚେର ପୋଲିସ ସହାୟତାରେ ଦୀର୍ଘ ୪୦ ଘଣ୍ଟା ଧରି ଛାନଭିନ୍‌ କରିବା ପରେ ଶନିବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରଜଙ୍ଗ ଥାନା ଅଧୀନ ଜଟିଆ ଗ୍ରାମର ଗଣେଶ ନାଏକ (୧୮), ସାଆନ୍ଦାର ତୋଫାନ ପ୍ରଧାନ (୨୧), ପ୍ରଶାନ୍ତ ସେଠୀ (୧୮) ଏବଂ ରାଜେଶ ବେହେରା। ଏଥିରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ଶନିବାର ରାତିରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ରବିବାର ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ କେରଳ ନିଆଯିବ ବୋଲି ପୋଲିସ କହିଛି।

 ସ୍ବାସ୍ଥ୍ୟସେବାରେ ନୂଆ ଫର୍ଦ୍ଦ: ନୂତନ ଜିଲା ଚିକିତ୍ସାଳୟ ଲୋକାର୍ପିତ

ସ୍ବାସ୍ଥ୍ୟସେବାରେ ନୂଆ ଫର୍ଦ୍ଦ: ନୂତନ ଜିଲା ଚିକିତ୍ସାଳୟ ଲୋକାର୍ପିତ

ଢେଙ୍କାନାଳ ଅଫିସ, ୨୬।୫-ଢେଙ୍କାନାଳ ଜିଲାର ସ୍ବାସ୍ଥ୍ୟସେବାରେ ଯୋଡ଼ିହୋଇଛି ନୂତନ ଫର୍ଦ୍ଦ। ଶନିବାର ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ। ୪୩ କୋଟି ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଉକ୍ତ ହସ୍ପିଟାଲ୍‌କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ କୁମାର ଜେନା ଲୋକାର୍ପିତ କରିଛନ୍ତି। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ, ବିଧାୟକ ସରୋଜ କୁମାର ସାମଲ, ନଗରପାଳ ସୁଧାଂଶୁ କୁମାର ଦଳେଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ମିଥ୍ୟା ମାମଲା ଅଭିଯୋଗ : ଥାନାରେ ମହିଳାଙ୍କ ପ୍ରତିବାଦ

ବଅଁରପାଳ, ୨୬ା୫(ଡି.ଏନ.ଏ.)- ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକ ଠାରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମହିଳାମାନେ ଆନ୍ଦୋଳନ କରୁଥିବାବେଳେ ପୋଲିସ ୨ ଜଣଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ମହିଳାମାନେ ଶନିବାର ନାଲ୍‌କୋ ଥାନାକୁ ଯାଇ ପ୍ରତିବାଦ କରିଛନ୍ତି।

ସୁପରକିଙ୍ଗ ବିଜୟୀ

ବଅଁରପାଳ, ୨୬ା୫(ଡି.ଏନ.ଏ.)- ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ଖେଳପଡିଆରେ ଚାଲିଥିବା କୁଲାଡ଼ ପ୍ରିମିୟର୍‌ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ସୁପରକିଙ୍ଗ୍‌ ଟିମ୍‌ ବିଜୟୀ ହୋଇଛି। ସୁପରକିଙ୍ଗ ଓ ଡେୟାର ଡେଭିଲ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବାବେଳେ ପ୍ରଥମେ ସୁପରକିଙ୍ଗ ବ୍ୟାଟିଂ କରି ୧୦ ଓଭରରେ ୧୦୭ ରନ କରିଥିଲା। ଜବାବରେ ଡେୟାର ଡେଭିଲ ୯୨ ରନ କରି ପରାଜିତ ହୋଇଥିଲା। ବି

ଥମୁନି ହାତୀ ଉପଦ୍ରବ:  ଘର ଭାଙ୍ଗିଲେ, ଚାଷ ନଷ୍ଟ କଲେ

ଥମୁନି ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଚାଷ ନଷ୍ଟ କଲେ

ଛେଣ୍ଡିପଦ/ବଇଣ୍ଡା,୨୬ା୫(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ତଥା ଜରପଡା ବନାଞ୍ଚଳ ଅନ୍ତର୍ଗତ କତଡା ଗ୍ରାମରେ ୪/୫ ଦିନ ହେଲା ହାତୀ ଉପଦ୍ରବ ଲାଗିରହିଛି। ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀ ଦିନବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଉଥିବାବେଳେ ସନ୍ଧ୍ୟାରେ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି।

ପାଣି ପାଇଁ ଲିଙ୍ଗୁଡ଼ିଆବେଡ଼ାବାସୀଙ୍କ ଧାରଣା : ଦୈନିକ ୬ ଟ୍ୟାଙ୍କର ଯୋଗାଇବ ନାଲ୍‌କୋ

ପାଣି ପାଇଁ ଲିଙ୍ଗୁଡ଼ିଆବେଡ଼ାବାସୀଙ୍କ ଧାରଣା : ଦୈନିକ ୬ ଟ୍ୟାଙ୍କର ଯୋଗାଇବ ନାଲ୍‌କୋ

ଅନୁଗୋଳ ଅଫିସ,୨୬।୫- ପାଣି ପାଇଁ ଶନିବାର ଆନ୍ଦୋଳନକୁ ଓହ୍ଲାଇଥିବା ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କୁ ନାଲ୍‌କୋ ପକ୍ଷରୁ ଦୈନିକ ୬ ଟ୍ୟାଙ୍କର ପାନୀୟ ଜଳ ଯୋଗାଇ ଦିଆଯିବ। ପାଇପ୍‌ ପାଣି ଯୋଗାଣ ପର୍ଯ୍ୟନ୍ତ ନାଲ୍‌କୋ ଉକ୍ତ ଗ୍ରାମବାସୀଙ୍କୁ ଏପରି ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇବ ବୋଲି ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ନିର୍ଦ୍ଦେଶ ଦେଇଛନ୍ତି।

ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟ ଗଠନ ହେବ ଆଲୁମିନି ସଂଘ

ବାରିପଦା ଅଫିସ,୨୪।୫- ବାରିପଦାସ୍ଥିତ ମହାରାଣୀ ପ୍ରେମକୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସଚେତନତା

ବଡ଼ସାହି,୨୪ା୫(ସ୍ବ.ପ୍ର)- ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଡସାହି ବ୍ଲକ ଶାଳଗାଁରେ ଅନୁଷ୍ଠିତ ହୋଇଛି ା ସରପଞ୍ଚ ଲକ୍ଷ୍ମୀ ସିଂଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଓଡିଶା ବିପର୍ଯ୍ୟୟ ତ୍ୱରାନ୍ବିତ ସେବା ମୟୂରଭଞ୍ଜର

ସାପ କାମୁଡାରେ ମହିଳା ମୃତ

ସାପ କାମୁଡାରେ ମହିଳା ମୃତ

ବହଳଦା,୨୪ା୫(ଡି.ଏନ.ଏ)-ବହଳଦା ସୀମାନ୍ତବର୍ତ୍ତୀ ଝାଡଖଣ୍ଡ ରାଜ୍ୟ ମିରୁଡିହି ଗାଁର ଜଣେ ମହିଳା ଗୁରୁବାର ଭୋରୁ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ମୃତା ମହିଳାଜଣକ ହେଲେ ଦିଲ୍ଲୀପ ଚାଖିଙ୍କ ସ୍ତ୍ରୀ ବାସନ୍ତୀ(୩୦)।