Dharitri News
ଅନଗୁଳ-ଢେଙ୍କାନାଳ

୬ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ

ବଇଣ୍ଡା, ୮।୨(ଡି.ଏନ.ଏ.)-ପିଲାଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ଲାଗି ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଅନେକ ସ୍କୁଲରେ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଅନେକ ବିଦ୍ୟାଳୟରେ ଚାଉଳ ଯୋଗାଣ ହେଉ ନ ଥିବାରୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବନ୍ଦ ରହୁଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁର୍ତ୍ତିବାସପୁର ପଞ୍ଚାୟତର ୬ଟି ସ୍କୁଲରେ ଆଦୌ ରୋଷେଇ ହେଉ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ମୁତାବକ ସମ୍ପୃକ୍ତ ପଞ୍ଚାୟତରେ ଥିବା ୧୩ଟି ବିଦ୍ୟାଳୟକୁ ଜାନୁୟାରୀ ମାସରୁ ମଧ୍ୟାହ୍ନଭୋଜନ ପାଇଁ ଚାଉଳ ଯୋଗାଯାଉ ନାହିଁ। ଫଳରେ ଏହି ବିଦ୍ୟାଳୟଗୁଡିକରେ ରୋଷେଇ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ୬ଟି ସ୍କୁଲରେ ମଧ୍ୟାହ୍ନଭୋଜନ ବନ୍ଦ ଥିବାବେଳେ ଅନ୍ୟ ୭ଟିରେ ଉଧାର ସୂତ୍ରରେ ଚାଉଳ ଅଣାଯାଇ ରୋଷେଇ କାର୍ଯ୍ୟ ଚାଲିଛି। ବିଶେଷ କରି ତିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଡକବାହାଳ, ଜରପଡା, କୁର୍ତ୍ତିବାସପୁର, କରଡାବାହାଳି, ନୂଆଁବରପାଲି ପ୍ରାଥମିକ ବିଦ୍ୟାଳୟରେ ଚାଉଳ ନ ଥିବା ଯୋଗୁ ରୋଷେଇ ବନ୍ଦ ରହିଛି। ଫଳରେ ଏହି ସ୍କୁଲଗୁଡିକରେ ପାଠ ପଢୁଥିବା ୩୪୦ ଛାତ୍ରୀଛାତ୍ର ଉପାସରେ ଘରକୁ ଫେରୁଛନ୍ତି। ସେହିପରି ତଲେଇପଥର, କୁର୍ତ୍ତିବାସପୁର, ବନମାଳୀପୁର, ତାବଡା ଉଚ୍ଚ ପ୍ରାଥମିକ, ଦାମବାହାଳ, ଭାଗୀରଥିପୁର, ଫୁଲୁରିବଣିଆ ପ୍ରାଥମିକ ବିଦ୍ୟାଳୟରେ ମାସେ ହେବ ଚାଉଳ ନ ଥିବାରୁ ଅନ୍ୟ ପଞ୍ଚାୟତର ବିଦ୍ୟାଳୟରୁ ଚାଉଳ ଧାର ଅଣାଯାଇ ମଧ୍ୟାହ୍ନଭୋଜନ ରୋଷେଇ କରାଯାଉଛି। ଏ ନେଇ ବହୁବାର ଶିକ୍ଷା କମିଟି, ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷା ବିଭାଗଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ହେଁ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ସିଆରସିସି ଜଳଧର ସାହୁ କୁହନ୍ତି, ଚାଉଳ ଯୋଗାଣ ହେଉ ନ ଥିବା ଯୋଗୁ ବ୍ୟାପକ ଅସୁବିଧା ହେଉଛି। ଚାଉଳ ଯୋଗାଇବା ପାଇଁ ବିଆର୍‌ସିସି, ନୋଡାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯିବ।

ଅନଗୁଳ-ଢେଙ୍କାନାଳ

ବିପଦସଙ୍କୁଳ ରାନ୍ଧୁଣିଆ ଚେକ୍‌ ଡ୍ୟାମ

ବିପଦସଙ୍କୁଳ ରାନ୍ଧୁଣିଆ ଚେକ୍‌ ଡ୍ୟାମ

ଢେଙ୍କାନାଳ ଅଫିସ,୨୧।୨- ପାଣି ସଂରକ୍ଷିତ କରାଯାଇ ଚାଷ ଜମିକୁ ଯୋଗାଇବାକୁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚେକ୍‌ଡ୍ୟାମ୍‌ ନିର୍ମାଣ କରାଯାଇଛି। ହେଲେ ବେଶୀ ଦିନ ତିଷ୍ଠୁନି ଏହି ନିର୍ମାଣ କାମ। କେବଳ ଲକ୍ଷ୍ୟ ପୂରଣ ପାଇଁ ତରବରିଆ ଭାବେ ଯେମିତି ସେମିତି କରି କାମ ସାରିଦିଆଯାଉଛି। ଫଳରେ ଅଳ୍ପ ଦିନରେ ଏହା ଭାଙ୍ଗିରୁଜି ଯାଉଥିବାରୁ କାମରେ ଆସିପାରୁନି। କେବଳ ସରକାରୀ ଅର୍ଥ ଖର୍ଚ୍ଚ ଚାଲିଥିବାବେଳେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେଉନି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ମାଧପୁର ପଞ୍ଚାୟତ କନ୍ତକୁଳ ନିକଟସ୍ଥ ରାନ୍ଧୁଣିଆ ଚେକ୍‌ ଡ୍ୟାମର ବିପଦସଙ୍କୁଳ ଅବସ୍ଥା ବିଭାଗୀୟ ଅବହେଳାକୁ ପଦାରେ ପକାଇଛି। ଯନ୍ତ୍ରୀ ଓ ଠିକାଦାରମାନେ ଏଥିରୁ ଲାଭବାନ ହେଉଥିବାବେଳେ ଏହା ଚାଷୀଙ୍କ କୌଣସି କାମରେ ଆସୁ ନ ଥିବା ନେଇ ଅସନ୍ତୋଷ ଦେଖାଦେଇଛି।

୩ ବଖରା ଜଳିଗଲା

ବଅଁରପାଳ,୨୧।୨(ଡି.ଏନ.ଏ.)- ଅନୁଗୋଳ ଜିଲା ନୂଆ ମଉଜା ଗ୍ରାମରେ ବୁଧବାର ସାରେ ଅଗ୍ନିକାଣ୍ଡ ଘଟି ସୁଧାକର ବେହେରାଙ୍କ ୩ ବଖରା ଜଳିଯାଇଛି।

ମରଣାନ୍ତକ ଆକ୍ରମଣ, ୪ ଆହତ

ଢେଙ୍କାନାଳ ଅଫିସ,୨୧।୨- ଢେଙ୍କାନାଳ ପୌରାଞ୍ଚଳର ୮ନଂ ୱାର୍ଡ ମାଣିଆବନ୍ଧ ଅଞ୍ଚଳରେ ବୁଧବାର ଅପରାହ୍ନ ୩ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣରେ ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି।

ବନ୍ଧୁକ ଜବତ, ୨ ଶିକାରୀ ଗିରଫ

ବଇଣ୍ଡା, ୨୧।୨(ଡି.ଏନ.ଏ.)- ଧଣ୍ଡାତୋପା ସଂରକ୍ଷିତ ଜଙ୍ଗଲରୁ ବୁଧବାର ବନ ବିଭାଗ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକୁରଗଡ଼ ଥାନା ଧଣ୍ଡାତୋପା ଗ୍ରାମର ନୀଳାମ୍ବର ବେହେରା (୩୩) ଓ କବି ଦେହୁରୀ(୩୫)। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି।

ଢେଙ୍କାନାଳ କଳା ସଂସ୍କୃତିର ବେଳାଭୂମି

ଢେଙ୍କାନାଳ ଅଫିସ,୨୧।୨- ଢେଙ୍କାନାଳ ସାଂସ୍କୃତିକ ଅନୁଷ୍ଠାନ ସ୍ବରସୁଧା ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନହଲଠାରେ ୭ମ ମହିମା ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି ।

ହତ୍ୟା ଉଦ୍ୟମ ମାମଲା: ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡ

ହିନ୍ଦୋଳ,୨୧ା୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଲହଡା ଗ୍ରାମରେ ଦୁଇ ବର୍ଷ ତଳେ ପୂର୍ବ ଶତ୍ରୁତା କାରଣରୁ ହତ୍ୟା ଉଦ୍ୟମ ମାମଲାରେ ବୁଧବାର ଅଭିଯୁକ୍ତ ରସାନନ୍ଦ ଦେହୁରୀଙ୍କୁ ୫ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ୫ମାସ ଦଣ୍ଡାଦେଶ ପ୍ରଦାନ କରଯାଇଛି।

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ଛେଣ୍ଡିପଦା,୨୧।୨(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କୋଶଳା ମେଡ଼ିକାଲ ଛକଠାରେ ପାନୀୟ ଜଳ ଯୋଗାଣ ଦାବିରେ ସ୍ଥାନୀୟ କୋଶଳା ଗ୍ରାମବାସୀ ମଙ୍ଗଳବାର ୬୩ ନଂ ରାଜ୍ୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ଏ

ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ

ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ

ଭାପୁର,୨୧।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ସରକାରୀ ଉପ୍ରା ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।

ବୃତ୍ତି ନୁହେଁ, ବ୍ରତ ହେଉ ଶିକ୍ଷାଦାନ

ବଇଣ୍ଡା,୨୧।୨(ଡି.ଏନ.ଏ.)- ବିଦ୍ୟାଳୟରୁ ଶିକ୍ଷା ପ୍ରାପ୍ତ କରି ବଡ ମଣିଷ ହୋଇଥାନ୍ତି ଛାତ୍ରୀଛାତ୍ର। ଏ ଦିଗରେ ଶିକ୍ଷକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରୀଛାତ୍ରଙ୍କୁ ସଂସ୍କାରମୂଳକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବା ଦିଗରେ ଶିକ୍ଷୟିତ୍ରୀଶିକ୍ଷକମାନେ ଯତ୍ନବାନ ହେବା ଆବଶ୍ୟକ।

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ କଲେଜ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବଅଁରପାଳ, ୨୧।୨(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଜୁନିୟର କଲେଜର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ବିପିନ ବିହାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ଖେଳକୁଦର କୃତୀ ପ୍ରତିଯୋଗୀଙ୍କୁ ଏଥିରେ ପୁରସ୍କାର ପ୍ରଦାନ କରାଯାଇଥିଲା।

ନବଗ୍ରହ ମନ୍ଦିରରେ ବିରଳ ପକ୍ଷୀ

ନବଗ୍ରହ ମନ୍ଦିରରେ ବିରଳ ପକ୍ଷୀ

ଢେଙ୍କାନାଳ ଅଫିସ, ୨୦ା୨- ଢେଙ୍କାନାଳ ସଦର ବ୍ଲକ ତାଳବରକୋଟ ପଞ୍ଚାୟତର ସିଆରିଆ ଶିବ ମନ୍ଦିରରେ ମଙ୍ଗଳବାର ସକାଳେ ଏକ ବିରଳ ପକ୍ଷୀ ବସିଥିବା ଦେଖିବାକୁ ମିଳିଥିଲା। ପକ୍ଷୀଟିକୁ ପ୍ରଥମେ ମନ୍ଦିର ପୂଜକ ବୀରେନ୍ଦ୍ର ଦାସ ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ନବଗ୍ରହ ଠାକୁରଙ୍କ ନିକଟରେ ପକ୍ଷୀଟି ସନ୍ଧ୍ୟାଯାଏ ବସି ରହିଥିଲା। କେତେଜଣ ଏହାକୁ ଗରୁଡ଼ ପକ୍ଷୀ ବୋଲି କହୁଛନ୍ତି।

କରତପଟାରେ ଏମ୍‌ପିଙ୍କ ପ୍ରତିନିଧି, ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟ

କରତପଟାରେ ଏମ୍‌ପିଙ୍କ ପ୍ରତିନିଧି, ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟ

ବନ୍ତଳା,୨୦।୨(ଡି.ଏନ.ଏ.)- ଅନୁଗୋଳ ଜିଲା ନନ୍ଦପୁର ପଞ୍ଚାୟତ କରତପଟା ଗଁାର ଅଗ୍ନିବିପନ୍ନ ପରିବାରଙ୍କୁ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ପ୍ରତିନିଧି ଓ ଜିଲା ଟ୍ରକ୍‌ ମାଲିକ ସଂଘ ସଦସ୍ୟମାନେ ମଙ୍ଗଳବାର ଭେଟି ଆଲୋଚନା କରିଛନ୍ତି। ସେମାନଙ୍କ ସମସ୍ୟା ବିଷୟରେ ବୁଝିବା ସହ ତୁରନ୍ତ ଏନ୍‌ଜେନ୍‌କୁ ଯୋଗାଯୋଗ କରି ବିଦ୍ୟୁତ ସଂଯୋଗ ଦେବାକୁ ସଦସ୍ୟମାନେ କଥା ହୋଇଥିଲେ।