ଖେଳ |

ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ମାଲେସିଆ, ବମ୍ବେ ବିଜୟୀ

ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ମାଲେସିଆ,  ବମ୍ବେ  ବିଜୟୀ

ବନ୍ତ,୮।୨ ବନ୍ତ ବ୍ଲକ ଟିଲୋ ହନୁମାନ ଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୫ତମ ଅର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଟାଟା ପାୱାର (ମୁମ୍ବାଇ) ଓ ମାଲେସିଆ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟାଟା ପାୱାର ୪୦ ରନ୍‌ରେ ଛତିଶଗଡ ରେଲୱେକୁ ହରାଇ ଦେଇଛି। ଛତିଶଗଡ ରେଲୱେ ଟସ୍‌ ଜିତି ଟାଟା ପାୱାରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଟାଟା ପାୱାର ୯ ଉଇକେଟ ହରାଇ ୧୪୯ ରନ୍‌ କରିଥିଲା। ୧୫୦ ରନକୁ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଛତିଶଗଡ ରେଲୱେ ସମସ୍ତ ଉଇକେଟ ହରାଇ ୧୦୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ମୁମ୍ବାଇର ଆଦିତ୍ୟ ଧୁମାଲଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ୨ୟ ମ୍ୟାଚ୍‌ ବାଂଲାଦେଶ ଓ ମାଲେସିଆ ମଧ୍ୟରେ ହୋଇଥିଲା। ଆମନ୍ତ୍ରଣ ପ୍ରଥମେ ବ୍ୟାଟିଂ କରିଥିବା ମାଲେସିଆ ନିର୍ଦ୍ଧାରିତ ୨୦ ଓଭରରେ ୧୮୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୦୫ ରନ୍‌ କରି ପରାଜିତ ହୋଇଥିଲା ା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ମାଲେସିଆର ତାରିକ୍‌ ଅଜିଜ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ପାୟର ଭାବେ ୟାକତ୍‌ ଅଲ୍ଲୀ, ତପନ ମିଶ୍ର ଓ ଲଲାଟ କେଶରୀ ନନ୍ଦ ଉଭୟ ମ୍ୟାଚ୍‌କୁ ପରିଚାଳନା କରିଥିଲେ। ଅତିଥି ଭାବେ ସୁବ୍ରତ ଦାସ, ଅଧ୍ୟାପକ ରାଜ କିଶୋର ଆଚାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଅଲେଖ ଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ପାଢୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରାଜ କିଶୋର ସ୍ବାଇଁ, ଶିକ୍ଷକ ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ। ଶୁକ୍ରବାର ହେବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଛତିଶଗଡକୁ ବିଶାଖାପାଟଣା ଭେଟିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ ଇଣ୍ଡିଆନ୍‌ ଏୟାରଫୋର୍ସ (ଦିଲ୍ଲୀ) ଓ ମାଲେସିଆ ପରସ୍ପରକୁ ଭେଟିବେ।

All Right Reserved By

ଖେଳ |

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ବୁଏନ୍ସ ଏରିସ୍‌, ୧୫।୮(ଏଏଫ୍‌ପି)- ଅଧିନାୟକ ଲିଓନେଲ ମେସି ଆର୍ଜେଣ୍ଟିନାର ଆଗାମୀ ୪ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁଇଥର ବିଶ୍ୱବିଜେତା ଆର୍ଜେଣ୍ଟିନା ସେପ୍ଟେମ୍ବର ୭ରେ ଗୁଏତ୍‌ମାଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଲସ୍‌ ଆଞ୍ଜେଲ୍ସଠାରେ ଖେଳାଯିବ। 

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ବେଙ୍ଗାଲୁରୁ, ୧୫।୮- ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ଭିଜେଡି ପଦ୍ଧତିରେ ୭ ଉଇକେଟ୍‌ରେ ଇଣ୍ଡିଆ ବ୍ଲୁ’କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

ପ୍ୟାରିସ, ୧୫।୮(ଏଏଫପି)- କ୍ରୋଏସିଆ ବିଶ୍ୱକପ୍‌ ହିରୋ ତଥା ଷ୍ଟାର୍‌ ଷ୍ଟ୍ରାଇକର ମାରିଓ ମଣ୍ଡଜୁକିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ମଣ୍ଡଜୁକିକ୍‌ଙ୍କ ଅବସର ନେଇ କ୍ରୋଏସିଆ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ମଣ୍ଡଜୁକିକ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରୋଏସିଆ ଗତମାସରେ ରୁଷିଆରେ ଶେଷ ହୋଇଥିବା ଫିଫା ବିଶ୍ୱକପ୍‌ ଫାଇନାଲକୁ ପ୍ରଥମଥର ଲାଗି ପ୍ରବେଶ କରିଥିଲା। 

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ନୂଆ ପ୍ରଶିକ୍ଷକ

ଓ୍ବେଲିଂଟନ, ୧୫।୮(ଏଏଫ୍‌ପି)- ପ୍ରାକ୍ତନ ଟେଷ୍ଟ ବ୍ୟାଟ୍ସମ୍ୟାନ ଗ୍ୟାରୀ ଷ୍ଟିଡ୍‌ଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌) ଜାତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବୁଧବାର ନିଯୁକ୍ତ କରିଛି। ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ୪୬ ବର୍ଷୀୟ ଷ୍ଟିଡ୍‌ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବେ। 

ଫେଡେରରଙ୍କ ସହଜ ବିଜୟ

ଫେଡେରରଙ୍କ ସହଜ ବିଜୟ

ସିନ୍‌ସିନ୍ନାଟି, ୧୫।୮(ଏଏଫ୍‌ପି)- ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ପୂର୍ବରୁ ତାରକା ଟେନିସ ଖେଳାଳି ରୋଜର ଫେଡେରର ଭଲ ପ୍ରସ୍ତୁତି ଆରମ୍ଭ କରିଛି। ଏଠାରେ ଚାଲିଥିବା ଏଟିପି ସିନ୍‌ସିନ୍ନାଟି ମାଷ୍ଟର୍ସ ପ୍ରତିଯୋଗିତାରେ ସୁଇଜରଲାଣ୍ଡ ଖେଳାଳି ଫେଡେରର ୬-୪, ୬-୪ ସିଧାସଳଖ ସେଟ୍‌ରେ ଜର୍ମାନୀର ପିଟର ଗୋଜୋଓ୍ବଜିକଙ୍କୁ ପରାସ୍ତ କରିଛନ୍ତି। 

Model This Week

ଯସ୍ମିନ୍