Dharitri News
ଖେଳ |

ଫୁଟବଲରେ ଓଡ଼ିଶାକୁ ତୃତୀୟ ସ୍ଥାନ

ଫୁଟବଲରେ ଓଡ଼ିଶାକୁ ତୃତୀୟ ସ୍ଥାନ ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି) ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ବାଳିକା ଫୁଟବଲରେ ଓଡ଼ିଶା ବ୍ରୋଞ୍ଜ ପଦକ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୮-୦ ଗୋଲରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି। ମମତା ସାମନ୍ତଙ୍କ ପ୍ରଶିକ୍ଷଣପ୍ରାପ୍ତ ଓଡ଼ିଶା ଦଳ ଲିଗ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ହରିୟାଣାଠାରୁ ୦-୭ ଗୋଲରେ ହାରି ଯାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଗୁଜରାଟକୁ ୩-୦ ଗୋଲରେ ପରାସ୍ତ କରିଥିଲା। ଦଳ ତୃତୀୟ ତଥା ଅନ୍ତିମ ଲିଗ୍‌ ମ୍ୟାଚରେ ମିଜୋରାମକୁ ୭-୨ ଗୋଲରେ ହରାଇ ଦେଇଥିଲା।

ଖେଳ |

ତୃତୀୟ ଟି୨୦: ଭାରତୀୟ ମହିଳା ହାରିଲେ

ତୃତୀୟ ଟି୨୦: ଭାରତୀୟ ମହିଳା ହାରିଲେ

ଜୋହାନ୍ସବର୍ଗ, ୧୮।୨(ପି.ଟି.)- ପ୍ରଥମ ଦୁଇଟି ଟି୨୦ ମ୍ୟାଚ ଜିତିବା ପରେ ଭାରତୀୟ ମହିଳା କ୍ରିକେଟ ଦଳ ତୃତୀୟ ମୁକାବିଲାରେ ଝୁଣ୍ଟିଛି। ଘରୋଇ ଦକ୍ଷିଣ ଆଫ୍ରିକା ଗୋଟିଏ ଓଭର ବାକି ରଖି ଭାରତକୁ ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି।

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

ଭାରତୀୟ ହକି ଇତିହାସରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ। ଆଗାମୀ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ହକି ଜଗତ ବିସ୍ମିତ, ଚକିତ, ରୋମାଞ୍ଚତ୍ତ, ଉଲ୍ଲସିତ ଏବଂ ଉତ୍ସାହିତ। ଖେଳାଳିଙ୍କଠାରୁ ଆରମ୍ଭ କରି କୋଚ୍‌, କର୍ମକର୍ତ୍ତା ଏବଂ ହକିପ୍ରେମୀମାନେ ଓଡ଼ିଶା ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା ନ କରି ରହିପାରି ନାହାନ୍ତି। ନୂଆଦିଲ୍ଲୀର ହୋଟେଲ ଦି ଲଲିତରେ ଅନୁଷ୍ଠିତ ଏହି ସମାରୋହ ଅବସରରେ ମହିଳା ହକି କୋଚ୍‌ ହରେନ୍ଦ୍ର ସିଂଙ୍କ ସହ ସାକ୍ଷାତ୍‌କାରର କିୟଦଂଶ..

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଜୋହାନ୍ସବର୍ଗ, ୧୮।୨(ପି.ଟି.)- ଶିଖର ଧାଓ୍ବନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ସଫଳତା ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇ ଦେଇଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ନୂଆଦିଲ୍ଲୀ,୧୮।୨(ପି.ଟି.)- ଦିଲ୍ଲୀ ବାସିନ୍ଦା ଲବ କାପୁରଙ୍କୁ ସ୍ପେନର ୩ୟ ସର୍ବ ପୁରାତନ ଫୁଟ୍‌ବଲ କ୍ଲବ ପାଲାମୋସ ସିଏଫ୍‌ ଅନୁବନ୍ଧିତ କରିଛି। ପାଲାମୋସ ସିଏଫ୍‌ ୪ର୍ଥ ଶ୍ରେଣୀ ସ୍ପାନିଶ କ୍ଲବ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍ପାନିଶ ଲିଗ୍‌ ୪ର୍ଥ ଶ୍ରେଣୀର କୌଣସି କ୍ଲବ ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ହାମିଲ୍‌ଟନ,୧୮।୨(ଏଏଫ୍‌ପି)- କଲିନ୍‌ ମୁନ୍‌ରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହେବା ସତ୍ତ୍ୱେ ଫାଇନାଲରୁ ବାଦ୍‌ ପଡ଼ିଛି। ରବିବାର ଖେଳାଯାଇଥିବା ମୁକାବିଲାରେ ଇଂଲଣ୍ଡ ୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ବିଜୟ ପରେ ମଧ୍ୟ ଫାଇନାଲକୁ ଉନ୍ନୀତ ହେବା ପାଇଁ ଆବଶ୍ୟକ ଥିବା ରନ୍‌ରେଟ୍‌ ହାସଲ କରିପାରି ନ ଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ପ୍ରବେଶ କରିଛି।

 ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବାଙ୍ଗାଲୋର,୧୮।୧- କର୍ନାଟକ ଦଳର ନିୟମିତ ଅଧିନାୟକ ଆର. ବିନୟ କୁମାର ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏଥିଯୋଗୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଣୁ ତାଙ୍କ ଅନୁପସ୍ଥିତିରେ ଉପରକ୍ରମର ବ୍ୟାଟ୍ସମ୍ୟାନ କରୁଣ ନାୟାର ନେତୃତ୍ୱ ଭାର ସମ୍ଭାଳିବେ।

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ, ୧୮।୨- ଏଠାରେ ଚାଲିଥିବା ରୋଟ୍ଟେରଡାମ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ୍‌ ଖେଳାଳି ରୋଜର ଫେଡେରର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ସେ ୬-୩, ୭-୬(୭/୩) ସେଟ୍‌ରେ ଇଟାଲିର ଆଣ୍ଡ୍ରେଆସ ସେପ୍ପିଙ୍କୁ ହରାଇ ଦେଇଛନ୍ତି।

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ମାଡ୍ରାସ୍‌, ୧୭।୨(ପି.ଟି.)- ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଭାରତର ୟୁକି ଭାମ୍ବ୍ରି ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ୍‌ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ସଂଘର୍ଷ କରି ଟପ୍‌ ସିଡ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍‌ଙ୍କଠାରୁ ୫-୭, ୬-୩,୫-୭ ସେଟରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

 ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୧୭ା୨- ଶନିବାର ଅନୁଷ୍ଠିତ ୫ମ ଜାତୀୟ ରେସ୍‌ ଓ୍ବାକିଙ୍ଗ ଚାମ୍ପିୟନଶିପ୍‌ରେ ୧୦ କିମି ୨୦ବର୍ଷରୁ କମ୍‌ ମହିଳା ବିଭାଗରେ ଉତ୍ତର ପ୍ରଦେଶର ପ୍ରିୟଙ୍କା ପଟେଲ ୧୪ ବର୍ଷରୁ ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

କଟକ ଅଫିସ,୧୭ା୨- ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ କେରଳରେ ୬୬ତମ ସିନିୟର ଜାତୀୟ ଭଲିବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିନିମନ୍ତେ ଓଡ଼ିଶା ଭଲିବଲ ଆସୋସିଏଶନ ପକ୍ଷରୁ ଶନିବାର ୧୨ଜଣିଆ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି।

୩୪ ବର୍ଷରେ ଏବି ଡି ଭିଲର୍ସ

୩୪ ବର୍ଷରେ ଏବି ଡି ଭିଲର୍ସ

ନୂଆଦିଲ୍ଲୀ, ୧୭।୨- ଆବ୍ରାହମ ବେଞ୍ଜାମିନ୍‌ ଡି ଭିଲର୍ସ। ବିଶ୍ୱ କ୍ରିକେଟରେ ଏବି ଡି ଭିଲର୍ସ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶନିବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୧୭।୨- ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆସନ୍ତା ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟରେ ଭାରତ ପକ୍ଷରୁ ୨୨୫ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏ ନେଇ ଶନିବାର ପ୍ରକାଶ ପାଇଛି।