ଉପକୂଳ ଓଡିଶା

ବିପଦରେ ସରକାରୀ ଅଧିକାରୀଙ୍କ ଜୀବନ

ଯାଜପୁର ଅଫିସ/ବିରଜାକ୍ଷେତ୍ର (ଡିଏନଏ),୮।୨ ଯାଜପୁର ଜିଲାରୁ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଓ ବେଆଇନ ପରିବହନ ଉପରେ ଅଙ୍କୁଶ ଲଗାଇଲେ ହତ୍ୟା ଧମକ ମିଳୁଛି। କାର୍ଯ୍ୟାନୁଷ୍ଠାନ ନେଲେ ଧମକ ଦେବା ସହିତ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ମାଫିଆମାନେ ପଛାଉ ନାହାନ୍ତି। ଏହି କ୍ରମରେ ଜିଲାର ବହୁ ସରକାରୀ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏହି ବେଆଇନ କାର୍ଯ୍ୟକୁ ରାଜ୍ୟ ସରକାର ବନ୍ଦ କରିବାକୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡିବାରେ ଲାଗିଛି । ଲୋକଙ୍କ ଧନଜୀବନ ସହିତ ଜଳସେଚନ ପ୍ରକଳ୍ପଗୁଡିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର ଭାରପ୍ରାପ୍ତ ଆରଟିଓ ମନୋଜ କୁମାର ବେହେରାଙ୍କ ସଡକ ଦୁର୍ଘଟଣାରେ ସନ୍ଦେହଜନକ ମୃତ୍ୟୁ ପରେ ଯାଜପୁର ତହସିଲଦାର ଓ ଜିଲାପାଳଙ୍କୁ ଧମକ ମିଳିବା ଘଟଣା ମାଫିଆଙ୍କ ପଛରେ କୌଣସି ଅଦୃଶ୍ୟ ରାଜନୈତିକ ଶକ୍ତି କାମ କରୁଥିବା ସନ୍ଦେହ ଦୃଢ଼ୀଭୁତ ହେବାରେ ଲାଗିଛି। ଏବେ କଳାପଥର ଖାଦାନରୁ ଏକ କ୍ଷୁଦ୍ରଜଳସେଚନ ପ୍ରକଳ୍ପ (ଏମଆଇପି)କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଧର୍ମଶାଳା ତହସିଲଦାରଙ୍କୁ ପତ୍ର ଲେଖିବା ପରେ ଏମଆଇପିର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ମାଫିଆମାନେ ନାଲିଆଖି ଦେଖାଇଥିବା ସୂଚନା ମିଳିଛି । ଜିଲାରେ କଳାପଥର, ମାଙ୍କଡା ପଥର, ବାଲି ଆଦି ଲଘୁଖଣିଜ ଦ୍ରବ୍ୟ ଭରପୁର ରହିଛି। କେବଳ ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଖାଦାନ ଅଧିକ ରହିଥିବାବେଳେ ବଡଚଣା, ଦର୍ପଣ ତହସିଲ ଅଧୀନରେ ମାଙ୍କଡ଼ା ଖାଦାନ ଦେଖିବାକୁ ମିଳେ। ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ, ବୁଢା ଆଦି ନଦୀ ଅବବାହିକାରେ ଶତାଧିକ ବାଲି ଖାଦାନରୁ ଦୈନିକ ବାଲି ଚାଲାଣ କରାଯାଉଛି । ସେଥିରୁ ପ୍ରାୟ ୮୦ପ୍ରତିଶତ ବିଭିନ୍ନ ଖାଦାନରେ ଅନୁମତି ନାହିଁ। ଏହି ବେଆଇନ ଖାଦାନରୁ ନକଲି ଆର-ଫର୍ମ ଜରିଆରେ ଜିଲା ତଥା ଜିଲା ବାହାରକୁ ୧୬, ୨୦ ଓ ୫୩ ନମ୍ବର ଜାତୀୟ ରାଜପଥ ଦେଇ ଲଘୁ ଖଣିଜ ଚୋରା ଚାଲାଣ ହେଉଛି। ଏହି ବେଆଇନ କାର୍ଯ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ମାଫିଆଙ୍କ ସହଯୋଗୀ ପାଲଟିଛନ୍ତି କେତେକ ରାଜସ୍ବ ଓ ପୋଲିସ ଅଧିକାରୀ। ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶରେ ଏବେ ଜୋରଦାର ଚଢାଉ ଜାରି ରହିବା ମାଫିଆଙ୍କୁ ଅଡୁଆ ହେଉଛି। କଳେବଳେ କୌଶଳେ ଏହି ବେଆଇନ କାର୍ଯ୍ୟ ଜାରି ରଖିବାକୁ ଏବେ ବାହୁ ବଳ ଦେଖାଉଥିବା ଅଭିଯୋଗ ହେଉଛି। ଗତ ୪ତାରିଖ ରାତିରେ ଯାଜପୁର ଟାଉନ ଆରଟିଓ ବେହେରା ବେଆଇନ କାରବାରରେ ସମ୍ପୃକ୍ତ ଥିବା ଗାଡ଼ିଗୁଡ଼ିକୁ ତନଖି କରୁଥିବାବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଏହାର ଗୋଟିଏ ଦିନ ପରେ ୬ତାରିଖ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ଜୀବନରେ ମାରିଦେବାକୁ ଧମକ ସହ ମାଡପିଟ ହୋଇଥିବା ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ୬ତାରିଖ ମଧ୍ୟାହ୍ନରେ ତହସିଲଦାର ମିଶ୍ର ଏକ ବାଲି ବୋଝେଇ ଟ୍ରକ କାଗଜପତ୍ର ଯାଞ୍ଚ କରିବା ସହିତ ଜରିମାନା ଆଦାୟ କରିବାରୁ ବାଲି ମାଫିଆମାନେ ତାଙ୍କୁ ନାଲିଆଖି ଦେଖାଇଥିଲେ। ବାଲି ବୋଝେଇ ଟ୍ରକ ଚଢାଇ ତାଙ୍କୁ ହତ୍ୟା ଧମକ ଦେବାକୁ ପଛାଇ ନ ଥିଲେ । ଏପରିକି ତହସିଲଦାରଙ୍କୁ ଧକ୍କା ମାରି ରାସ୍ତା ଉପରୁ ହଟାଇ ଦେବା ସହ ଅଟକ ଟ୍ରକକୁ ଛଡାଇ ନେଇଥିଲେ। ତହସିଲଦାର ମିଶ୍ର ପାଣିକୋଇଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ୧୮/୨୦୧୮ରେ ଏକ ମାମଲା ରୁଜୁ କରି ପୋଲିସ ଚୁପଚାପ ବସି ଯାଇଛି। ଜିଲାରେ ଅଧିକାଂଶ ପଥର, ମାଙ୍କଡା ଓ ବାଲି ବ୍ୟବସାୟୀମାନେ ଶାସକ ଦଳର କର୍ମୀ ହୋଇଥିବା ବେଳେ ବିଭିନ୍ନ ପଦପଦବୀରେ ରହିଛନ୍ତି । ଯଦ୍ଦ୍ବାରା ପୋଲିସ ସେମାନଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ ଜୁଟାଇ ପାରୁ ନ ଥିବା କୁହାଯାଉଛି। ସେହିପରି ଡଙ୍କାରୀ ସାଉଥ ଖାଦାନ ନିକଟରେ ଥିବା ପାଇକରାପୁର ଏମଆଇପି ପ୍ରଭାବିତ ହେଉଥିବା ଦର୍ଶାଇ ଉକ୍ତ ଖାଦାନ ଉପରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଧର୍ମଶାଳା ତହସିଲଦାରଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ପତ୍ରସଂଖ୍ୟା ୮୨/୩୧।୧।୨୦୧୮ରେ ସେ ଦର୍ଶାଇଛନ୍ତି ଯେ, ୪୧ ହେକ୍ଟର ଜମିରେ ଖରିଫ ଚାଷ ହେଉଥିବା ଏହି ଏମଆଇପି ଉପରେ ପାଇକରାପୁର ଓ ତୁରାଙ୍ଗ ଗ୍ରାମର ଏସଟିଏସସି ଚାଷୀମାନେ ନିର୍ଭର କରିଥାନ୍ତି। ଡଙ୍କାରୀ ସାଉଥ କଳାପଥର ଖାଦାନ ଯୋଗୁ ଏହି ଜଳସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସଂପୃକ୍ତ ଚାଷୀମାନେ ଏ ନେଇ ଅଭିଯୋଗ କରିଛନ୍ତି। ତେଣୁ ଏହି ଅଭିଯୋଗ ଉପରେ ତଦନ୍ତର ଆବଶ୍ୟକତା ରହିଛି ା ଏ ସଂକ୍ରାନ୍ତରେ ସଂପୃକ୍ତ କଳାପଥର ବ୍ୟବସାୟୀ ଜାଣିବା ପରେ ଏମଆଇପି ଯନ୍ତ୍ରୀଙ୍କୁ ଧମକଚମକ ଦେଇଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କୁ ପଚାରିବାରୁ, ବେଆଇନ କାରବାର ଉପରେ କାର୍ଯ୍ୟାନୁଷ୍ଠାନକୁ କୌଣସି ଧମକଚମକ ପ୍ରଭାବିତ କରି ପାରିବ ନାହିଁ। ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଉପରେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ଘେରାଉ

ଜଗତ୍‌ସିଂହପୁର ଅଫିସ, ୧୧।୧୨: ବିଭିନ୍ନ ଦାବିନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣ ଧାରଣା ଓ ଉପବାସ ମଙ୍ଗଳବାର ଶେଷ ହୋଇଛି।

ଅଗ୍ନିକାଣ୍ଡରେ ୧୨ ବଖରା ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୧୨ ବଖରା ଘର ଭସ୍ମୀଭୂତ

ଯାଜପୁର ଅଫିସ, ୧୧।୧୨: ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଧନତରୀ ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡରେ ୧୨ ବଖରା ଘର ପୋଡିଯାଇଛି। ଏଥିରେ ୩ ଭାଇ ବ୍ରଜକିଶୋର ବେହେରା, ଗଜେନ୍ଦ୍ର ବେହେରା ଓ ଉପେନ୍ଦ୍ର ବେହେରାଙ୍କ ଲକ୍ଷାଧିକ ଟଙ୍କାର ଧନ ସମ୍ପତି କ୍ଷତିଗ୍ରସ୍ତ ହୋଇଛି ।

ଗୋବରୀ ନଦୀ ନିକଟରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଗୋବରୀ ନଦୀ ନିକଟରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ମହାକାଳପଡ଼ା,୧୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଅଳାଇଲ ପଞ୍ଚାୟତ କୁମ୍ଭାରୁଣୀ ଗ୍ରାମସ୍ଥ ଗୋବରୀ ନଦୀ ନାଳ କଲଭର୍ଟ ନିକଟରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଚାଷୀଙ୍କୁ ଗୋପାଳନ ତାଲିମ ଓ ସଚେତନତା

ଚାଷୀଙ୍କୁ ଗୋପାଳନ ତାଲିମ ଓ ସଚେତନତା

ବୋଲଗଡ଼,୧୧ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତସ୍ଥ ହାଟବସ୍ତ ସ୍ବପ୍ନେଶ୍ୱରଦେବଙ୍କ ମନ୍ଦିର ପରିସରରେ ସୋମବାର ଏକ ତାଲିମ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ପିଠା ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା: ପରିଚାଳନା ପାଇଁ ୨୫ହଜାର, ଶ୍ରେଷ୍ଠ ଶିବିରକୁ ୫ଲକ୍ଷ ଟଙ୍କା ପୁରସ୍କାର

ପିଠା ଯୋଜନା ସମ୍ପର୍କିତ ସଚେତନତା କର୍ମଶାଳା: ପରିଚାଳନା ପାଇଁ ୨୫ହଜାର, ଶ୍ରେଷ୍ଠ ଶିବିରକୁ ୫ଲକ୍ଷ ଟଙ୍କା ପୁରସ୍କାର

କୃଷ୍ଣପ୍ରସାଦ,୧୧ା୧୨(ଡି.ଏନ.ଏ.)-ଆମ ଗାଁ ଆମ ବିକାଶ ଓ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ‘ପିଠା’ ଆରମ୍ଭ ହୋଇଛି ା ସୋମବାର ଏ ନେଇ ପଞ୍ଚାୟତ ସମିତି ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ନିରାକାରପୁର,୧୦ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ରେଳଷ୍ଟେଶନର ଉତ୍ତର ପାର୍ଶ୍ୱ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ପଲାସା-ପାରାଦୀପ ଟ୍ରେନ୍‌ରେ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି।