Dharitri News
ଉପକୂଳ ଓଡିଶା

ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ

ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ ଯାଜପୁର ଅଫିସ ୮।୨ ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ଗ୍ରାମୀଣ ଆବାସ ଯୋଜନା ଦୁର୍ନୀତିର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଣୀତ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନା କୋଟିପତିଙ୍କ ହାତରେ ଟେକି ଦିଆଯାଇଛି। ଫଳ ସ୍ବରୂପ ଏହି ବ୍ଲକରେ ଶତାଧିକ ଗରିବ ପରିବାର ପଲିଥିନ ତଳେ ଆଶ୍ରିତ ଥିବା ଦେଖିବାକୁ ମିଳିଛି। ବିଞ୍ଝାରପୁର ବ୍ଲକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଆରଡିଏ ପକ୍ଷରୁ ବିଞ୍ଝାରପୁର ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜିଲାସ୍ତରରେ ଏକ ତଦନ୍ତ ଟିମ ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ବିଞ୍ଝାରପୁର ବ୍ଲକରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୨୦ହଜାରରୁ ଊର୍ଦ୍ଧ୍ୱ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଇଛି । କିନ୍ତୁ ସେଥିରୁ ପ୍ରାୟ ୫୦ ପ୍ରତିଶତ ଆବାସ ଗାଏବ ହୋଇଥିବା ଅଭିଯୋଗ ହୋଇଛି । କଲ୍ୟାଣପୁର ପଞ୍ଚାୟତର ଜନୈକା ହିତାଧିକାରୀଙ୍କ ଗୋଲାପି ଓ ସବୁଜ ରଙ୍ଗ ଲାଗିଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ବିଜୁ ପକ୍କାଘର ଯୋଜନାର ଅର୍ଥ ବିନିଯୋଗ ହୋଇଥିବା ଜଣାପଡିଛି । ୨୦୧୭-୧୮ ବର୍ଷରେ ଏହି ହିତାଧିକାରୀଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଇଥିଲା। ଏହି ବାସଭବନ କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁର ଗ୍ରାମରେ ରହିଛି। ଯାଜପୁର-ସିଂହପୁର ରାସ୍ତା କଡରେ ଥିବା ଏହି ଘରେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ମଧ୍ୟ ରହିଛି। ଏଥିସହିତ କେତେକ ସରକାରୀ ଓ ବେସରକାରୀ ଚାକିରିଆ ମଧ୍ୟ ସେଠାରେ ଭଡ଼ାରେ ରହିଛନ୍ତି। ଏପରିକି ଏହି କୋଠାରେ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ଚାଉଳ ମଧ୍ୟ କିଛିଦିନ ଗଚ୍ଛିତ ହୋଇ ରହିଥିଲା। କେବଳ ସେତିକି ନୁହଁ ଏହି ୨ମହଲା ବାସଭବନ ଆଗରେ ଏବେ କୋଟିଏ ଟଙ୍କା ମୂଲ୍ୟର ୩ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହି ପରିବାର କୋଟିପତି ଜାଣି ସୁଦ୍ଧା ପ୍ରଶାସନ କିଭଳି ଭାବେ ବିଜୁ ପକ୍କାଘର ଯୋଜନାରେ ସାମିଲ କଲା ସେ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଯୋଜନାରେ ହିତାଧିକାରୀ ୨୦୧୭ ଡିସେମ୍ବର ୧୯ରେ ପ୍ରଥମ କିସ୍ତିରେ ୨୦ ହଜାର, ୨୦୧୮ ଜାନୁୟାରୀ ୨୪ତାରିଖରେ ଦ୍ୱିତୀୟ କିସ୍ତିରେ ୩୫ ହଜାର ଓ ଫେବୃୟାରୀ ୬ରେ ୪୫ ହଜାର ଟଙ୍କା ନେଇଥିବା ଜଣାପଡିଛି । ବିଞ୍ଝାରପୁର ବ୍ଲକରେ ଏହା ଏକ ଉଦାହରଣ ମାତ୍ର। ଏଭଳି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ସ୍ବଚ୍ଛଳ ବର୍ଗର ହୋଇଥିଲେ ହେଁ ବିଜୁ ପକ୍କାଘର ହାତେଇଛନ୍ତି । ଗୋଟିଏ ପରିବାର ୧୦ ବର୍ଷ ମଧ୍ୟରେ ୭ଟି ଇନ୍ଦିରା ଆବାସ ଓ ବିଜୁ ପକ୍କାଘର ନେଇଥିବା ମଧ୍ୟ ସରକାରୀ ୱେବସାଇଟରୁ ଜଣାପଡିଛି। ତେବେ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏବେ ପ୍ରଶାସନ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଅପର ପକ୍ଷରେ ପ୍ରଶାସନିକ ତଦନ୍ତ କେବଳ ଧର୍ମକୁ ଆଖି ଠାର ହେଉଛି ବୋଲି ଅଭିଯୋଗ ହୋଇଛି। ଇତିମଧ୍ୟରେ ବିଞ୍ଝାରପୁର ପଞ୍ଚାୟତର ୮ଜଣ ଅଯୋଗ୍ୟ ହିତାଧିକାରୀ ଗ୍ରାମୀଣ ଆବାସ ଯୋଜନାରେ ନେଇଥିବା ସରକାରୀ ଅର୍ଥକୁ ଫେରାଇ ଦେଇଛନ୍ତି ବୋଲି ବିଡିଓ ଦାମୋଦର ଖୁଣ୍ଟିଆ ସୂଚନା ଦେଇଛନ୍ତି । ଏଥିରୁ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗ୍ରାମୀଣର ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ସହ ପ୍ରଶାସନର ପିସି କାରବାରର ଗୁମର ଫିଟିଛି ବୋଲି ଚର୍ଚ୍ଚା ଜୋର ଧରିଛି। ସାଧାରଣରେ ଏନେଇ ରହସ୍ୟ ଉନ୍ମୋଚନ ହେବା ପରେ ଶାସକ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୋଗ ଉପରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ବିଞ୍ଝାରପୁର ବିଡିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାବାଦ ଜିଲାସ୍ତରରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଅଭିଯୋଗ ଉପରେ ତଦନ୍ତ କରାଯିବ ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଉପକୂଳ ଓଡିଶା

ପାରାଦୀପରେ ବାର୍ଡ ଫ୍ଲୁ

ଜଗତ୍‌ସିଂହପୁର ଅଫିସ/ପାରାଦୀପ, ୨୪।୨(ସ୍ବ.ପ୍ର.) ପାରାଦୀପ ବଡ଼ପଡ଼ିଆ ଓ ଷଣ୍ଢକୁଦ ଅଞ୍ଚଳରେ ବାର୍ଡ ଫ୍ଲ୍ୟୁ ବ୍ୟାପିଲାଣି। ଫ୍ଲୁରେ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ ପରେ ଏହା ପ୍ରମାଣିତ ହୋଇଛି। ଫଳରେ ଜଗତ୍‌ସିଂହପୁର ଜିଲାରେ ବାର୍ଡ ଫ୍ଲୁ ଭୟ ଦେଖାଦେଇଛି। ଜିଲା ପ୍ରଶାସନ ତରଫରୁ ପାରାଦୀପ, ଆଖପାଖ ଅଞ୍ଚଳର ଲୋକେ କୁକୁଡ଼ା ଓ ବତକ ମାଂସ ନ ଖାଇବା ପାଇଁ ବାରଣ କରାଯାଇଛି। ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏନ୍‌ଆଇସି ଭିସି ପ୍ରକ୍ରୋଷ୍ଠରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ହାତ ଟେକିଦେଲା ପୋଲିସ

ଜଗତ୍‌ସିଂହପୁର ଅଫିସ, ୨୪।୨ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ରେଢୁୁଆ ପଞ୍ଚାୟତ ମୁଣ୍ଡାଳ କମଳିଆରୁ ଗତ ୧୩ ତାରିଖରେ ଏକ ଅଖାରୁ ଜଣେ ଯୁବତୀଙ୍କ ମୃତଦେହ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିଲା। ଆଶା କରାଯାଉଥିଲା ଯେ, ପୋଲିସ ଏହି ଘଟଣାରେ ଅନେକ ତଥ୍ୟ ପାଇବ। ଏଥିସହ ୨୦୧୭ ମାର୍ଚ୍ଚ ୧୦ରେ ଧଳତଙ୍ଗଗଡ଼ ଜଙ୍ଗଲ ଧଉଳୀ କୁଦ ନିକଟ କେନାଲ ପାର୍ଶ୍ୱରୁ ଏକ ଟ୍ରଙ୍କ ଭିତରୁ ଅନ୍ୟ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଥିଲା। କାରଣ ଉଭୟ ଘଟଣାରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ପୋଲିସ କୌଣସି ସୁରାକ ପାଇ ନ ଥିବା ପ୍ରକାଶ କରିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକାଶ ଯେ, ଟ୍ରଙ୍କ ଭିତରୁ ମୃତଦେହ ମିଳିବା ଘଟଣାର ୧ ବର୍ଷ ବିତିଥିଲେ ମଧ୍ୟ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ ରହିଛି। ଉଭୟ ଯୁବତୀଙ୍କ ମୃତଦେହ କପଡାରେ ବନ୍ଧା ଯାଇଥିଲା। ଉଦ୍ଦେଶ୍ୟ ଥିଲା ଯୁବତୀଦ୍ୱୟଙ୍କ ପରିଚୟ ହଜାଇ ଦେବା। ଯେହେତୁ ଦୁଇ ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହେବାର ସମ୍ଭାବନା ନ ଥିଲା, ତେଣୁ ଅଭିଯୁକ୍ତମାନେ ଏଭଳି କରିବାକୁ ଯୋଜନା କରିଥିଲେ। ଦୁଇ ମୃତଦେହ ସମାନ ଅଞ୍ଚଳରୁ ଉଦ୍ଧାର ହୋଇଛି। ଅଖାରୁ ମୃତଦେହ ମିଳିବା ଘଟଣାରେ ଜଗତ୍‌ସିଂହପୁରସ୍ଥିତ ମମତା କ୍ଲିନିକ୍‌ ମାଲିକାଣୀ ହାରାମଣି ମହାରଣା, ନର୍ସ ହେମଲତା ବେହେରା ଓ ମୃତଦେହ ମୁଣ୍ଡାଳ ପର୍ଯ୍ୟନ୍ତ ନେଇଥିବା ଅଟୋ ଚାଳକ ଅଭିମନ୍ୟୁ ବାରିକଙ୍କ ସମେତ ଯୁବତୀଙ୍କ ପିତାଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ପିତାଙ୍କ ବୟାନକୁ ଭିତ୍ତିକରି ପୋଲିସ ମମତା କ୍ଲିନିକ୍‌ ସିଲ୍‌ କରିଛି। ବେଆଇନ ଭାବେ ଚାଲିଥିବା ଏହି କ୍ଲିନିକ୍‌ରେ ୬ ମାସର ଗର୍ଭବତୀ ଥିବା ଉକ୍ତ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ କ୍ଲିନିକ୍‌ ପକ୍ଷରୁ ଯୁବତୀଙ୍କ ପିତା ଓ ସମ୍ପର୍କୀୟଙ୍କୁ ଏହା ପ୍ରଘଟ ନ କରିବାକୁ କାଳେ ଚାପ ପକାଯାଇଥିଲା। ଏଥିସହ ମୃତଦେହ ଧଳତଙ୍ଗଗଡ଼ ଜଙ୍ଗଲରେ ଫିଙ୍ଗି ଦେବାକୁ ଷଡଯନ୍ତ୍ର ହୋଇଥିଲା। ଯେହେତୁ ଦୁଇ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ କେତେକ ସାମଞ୍ଜସ୍ୟ ରହିଛି, ତେଣୁ ଷଡଯନ୍ତ୍ର ପଛରେ ବେଆଇନ୍‌ କ୍ଲିନିକ୍‌ ଓ ନର୍ସିଂହୋମର ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ରଘୁନାଥପୁର ପୋଲିସ ଅଭିଯୁକ୍ତମାନଙ୍କୁ ଗତ ୨୨ ତାରିଖରୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ଅବଧି ଶନିବାର ଶେଷ ହୋଇଛି। ତେବେ ରିମାଣ୍ଡ ଅବଧି ପୁରିବା ପୂର୍ବରୁ ପୋଲିସ ଅସହାୟତା ପ୍ରକାଶ କରିଛି। ଅଭିଯୁକ୍ତମାନେ ଏହି ମାମଲା ସମ୍ପର୍କରେ କୌଣସି ସୂଚନା ଦେଲେନାହିଁ ବୋଲି ପୋଲିସ କହିଛି। ତେଣୁ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୋଲିସ ରିମାଣ୍ଡ ନାଟକ ରଚିଥିବା ଅଭିଯୋଗ ହେଉଛି।

ଘରୋଇ ସ୍କୁଲ ମାନୁନାହାନ୍ତି ଆରଟିଇ ନିୟମ

ପାରାଦୀପ,୨୪।୨(ସ୍ବ.ପ୍ର.) ଘରୋଇ ଶିକ୍ଷାନୁଷ୍ଠାନରେ ମୋଟ୍‌ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫ ପ୍ରତିଶତ ପିଲାଙ୍କୁ ମାଗଣାରେ ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାର ନିୟମ କରିଛନ୍ତି। କିନ୍ତୁ ଏହି ନିୟମକୁ ଅଧିକାଂଶ ଶିକ୍ଷାନୁଷ୍ଠାନ ମାନୁନାହାନ୍ତି। ବର୍ତ୍ତମାନ ଅନେକ ଘରୋଇ ସ୍କୁଲ ନାମଲେଖା ପାଇଁ ସହରରେ ହୋର୍ଡିଂ ମାରୁଛନ୍ତି। ନିଜ ସ୍କୁଲରେ ଅଧିକ ପିଲାଙ୍କ ନାମ ଲେଖାଇବାକୁ ସେମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲୁଛି। କିନ୍ତୁ ଉକ୍ତ ନିୟମ ପାଳନ କରିବାକୁ କେହି ଆଗଭର ହେଉନାହାନ୍ତି। ଏହା ତଦାରଖ କରୁଥିବା ଶିକ୍ଷା ଅଧିକାରୀ ଓ ଉପରିସ୍ଥ ସଚିବମାନେ ମଧ୍ୟ କୋହଳ ମନୋଭାବ ପୋଷଣ କରୁଛନ୍ତି। ଫଳରେ ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆଇନର ଗଳିବାଟରେ ପ୍ରତି ୫ବର୍ଷରେ ଏନ୍‌ଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) ହାସଲ କରିବାରେ ସଫଳ ହେଉଛନ୍ତି। ପ୍ରତିବର୍ଷ ଘରୋଇ ସ୍କୁଲ ସଂଖ୍ୟା ବଢିବା ସହ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢିଚାଲିଛି। ଅନ୍ୟପକ୍ଷଷର ସରକାରୀ ସ୍କୁଲର ଛାତ୍ରୀଛାତ୍ର ସଂଖ୍ୟା କମୁଛି ଓ ପ୍ରତିବର୍ଷ ଏକାଧିକ ସ୍ଥାନରେ ସରକାରୀ ସ୍କୁଲ ବନ୍ଦ ହେଉଛି। ଜଗତ୍‌ସିଂହପୁର ଜିଲାର ପାରାଦୀପରେ ୨୦୦୯ ସୁଦ୍ଧା ସରକାରୀ ସ୍କୁଲ ସଂଖ୍ୟା ୨୦ ଓ ଛାତ୍ରୀଛାତ୍ର ସଂଖ୍ୟା ୭ହଜାରରୁ ଅଧିକ ଥିଲା। କିନ୍ତୁ ୨୦୧୮ ଜାନୁୟାରୀ ସୁଦ୍ଧା ସରକାରୀ ସ୍କୁଲ ସଂଖ୍ୟା ହ୍ରାସପାଇ ୧୮ ଓ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଇ ୩୪୭୩ରେ ପହଞ୍ଚତ୍ଛି। ସେହି ଅନୁପାତରେ ଘରୋଇ ସ୍କୁଲ ସଂଖ୍ୟା ୧୨ରୁ ବୃଦ୍ଧି ପାଇ ୨୫ରେ ପହଞ୍ଚତ୍ଛି। ଘରୋଇ ସ୍କୁଲର ଛାତ୍ରୀଛାତ୍ର ସଂଖ୍ୟା ୨୦୧୮ ଜାନୁୟାରୀ ସୁଦ୍ଧା ୧୩୭୯୦ ଥିବା ଜଣାପଡିଛି।

ବିକାଶ ଅପେକ୍ଷାରେ ଭାଲୁହାଟ ଗୁମ୍ଫା

ବିକାଶ ଅପେକ୍ଷାରେ ଭାଲୁହାଟ ଗୁମ୍ଫା

କାଳିଆପାଣି,୨୪।୨(ଡି.ଏନ.ଏ.) ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅଶୋକଝର ଗୁମ୍ଫା ଓ ପ୍ରକୃତିକ ଦୃଶ୍ୟ ପଯର୍‌ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଆଉ ଏକ ଗୁମ୍ଫା ବିକାଶ ଅଭାବରୁ ଧିରେ ଧିରେ ଅବକ୍ଷୟ ହେବାକୁ ଲାଗିଛି। ଏହା ଉପରେ ଜିଲା ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ବିକାଶ କାର୍ଯ୍ୟ କଲେ ଦିନେ ଏହା ପଯର୍‌ୟଟନସ୍ଥଳ ଭାବେ ଖ୍ୟାତି ଅର୍ଜନ କରିପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। କ୍ରୋମାଇଟର ଗନ୍ତାଘର ଭାବେ ସୁକିନ୍ଦା ବେଶ୍‌ ପରିଚିତ ଥିବା ବେଳେ ଏହି ପାହଡ଼ରେ ବହୁ ଗୁମ୍ଫା ଓ ପ୍ରାକୃତିକ ଦୃଶ୍ୟ ମଧ୍ୟ ପଯର୍‌ୟଟକଙ୍କୁ ଆକୃଷ୍ଟ କରିଥାଏ। ଶୀତ ଋତୁ ଆସିଲେ ପର୍ଯ୍ୟଟକ ଅବସର ବିନୋଦନ ପାଇଁ ଏଠାରେ ଭୋଜିଭାତର ଆସର ଆରମ୍ଭ କରିଥାନ୍ତି। ଏକ ନିରୋଳା ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ସହ ନିଜ ପରିବାର, ସାଙ୍ଗସାଥି, ବନ୍ଧୁବାନ୍ଧବଙ୍କ ସହ କିଛି ସମୟ କଟାଇବାକୁ ଖୋଜା ପଡ଼ିଥାଏ ପର୍ଯ୍ୟଟନସ୍ଥଳ।

ଅଭିଯୋଗକାରୀଙ୍କୁ ହତ୍ୟା ଧମକ

ଯାଜପୁର ଅଫିସ,୨୪।୨ ଗ୍ରାମାଞ୍ଚଳର ବିକାଶ ଧାରାରେ ଦୁର୍ନୀତି ଅନ୍ତରାୟ ସୃଷ୍ଟି କରୁଛି। ଦୁର୍ନୀତିକୁ ରୋକିବାକୁ ବିଭିନ୍ନସ୍ତରରେ ନିଯୁକ୍ତ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଦୁର୍ନୀତି କରିବାକୁ ଆହୁରି ଖୋରାକ ଯୋଗାଉଛି । ଗରିବ ଲୋକଙ୍କ ଅଧିକାରକୁ ପାଦ ତଳେ ଚାପି ଦେଇ ଧନୀ ପ୍ରତିପତ୍ତିଶାଳୀ ଓ ରାଜନୈତିକ ଲୋକେ ମୁନାଫା ଉପାର୍ଜନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଓଲଟି ଧନୀ ଲୋକଙ୍କ ବେଆଇନ କାର୍ଯ୍ୟ ପ୍ରତି ଖାଲି ଆଖି ବନ୍ଦ କରୁନାହାନ୍ତି ବରଂ ସେଥିରେ ସହଯୋଗ ପାଲଟିଛନ୍ତି। ଏହି କାରଣରୁ ସରକାରୀ ଯୋଜନାରେ ଏକ ପକ୍କାଘର ପାଇବା ଆଶାରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେବା ପରେ ଅମର ଜେନା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ତଥାପି କିଛି ସୁଫଳ ନ ମିଳିବାରୁ ଗଣମାଧ୍ୟମର ସହାୟତା ଲୋଡିଥିଲେ। ଏହି ମର୍ମରେ ଧରିତ୍ରୀରେ ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ନିର୍ଦ୍ଦେଶକୁ ବେଖାତିର ଶୀର୍ଷକ ଏକ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଯେଉଁଥିରେ ବ୍ୟତିବ୍ୟସ୍ତ ହୋଇ ଜନୈକ ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ସେହି ଗରିବ ଅମର ଓ ତାଙ୍କ ପରିବାରବର୍ଗଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି ।

ଟ୍ରକ ମାଲିକ ସଂଘର ଦୁର୍ବଳ ନେତୃତ୍ୱକୁ ନେଇ ଅସନ୍ତୋଷ

କାଳିଆପାଣି,୨୪।୨(ଡି.ଏନ.ଏ.) ସୁକିନ୍ଦା କ୍ରୋମାଇଟ ମାଇନ୍ସ ଅଞ୍ଚଳରେ କ୍ରୋମାଇଟ ପରିବହନ କରିବାକୁ ଟ୍ରକର ଆବଶ୍ୟକ ରହିଛି। ମାତ୍ର ଏହି ଅଞ୍ଚଳର ଟ୍ରକ ମାଲିକମାନେ ଭଡ଼ା ପାଇବାରେ ବିଳମ୍ବ ଘଟୁଥିବାରୁ ଟ୍ରକମାଲିକ ସଂଘ ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରି ଏହାର ବିକଳ୍ପ କରିବାକୁ ଟ୍ରକ ମାଲିକ ମାନେ ମସୁଧା କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ବାରଣ ସତ୍ତ୍ୱେ ଚାଲିଛି ଶତାଧିକ କ୍ରଶର

ବାରଣ ସତ୍ତ୍ୱେ ଚାଲିଛି ଶତାଧିକ କ୍ରଶର

ଚଣ୍ଡିଖୋଲ,୨୪।୨(ଡି.ଏନ୍‌.ଏ.)- ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ବେଆଇନ ଭାବେ ଚାଲୁଥିବା କ୍ରଶର ଗୁଡିକୁ ସ୍ବତନ୍ତ୍ର ସ୍କ୍ବାଡ ଜରିଆରେ ଚଢାଉ କରାଯାଇ ବନ୍ଦ କରି ଦିଆଯାଇଥିଲା। ଏପରିକି କ୍ରଶର ଗୁଡ଼ିକୁ ସିଲ କରାଯିବା ସହ ସେମାନଙ୍କର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହାର କିଛିଦିନ ପରେ କ୍ରଶର ମାଲିକମାନେ ରାତି ଅଧିଆ କ୍ରସର ଚଳାଇବା ଆରମ୍ଭ କରିଥିଲେ। ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପ୍ରଶାସନକୁ ବେଖାତିର କରି ଦିନରାତି ବନ୍ଦ ହୋଇଥିବା କ୍ରଶର ଗୁଡ଼ିକ ଚାଲୁଥିଲେ ମଧ୍ୟ ଜିଲା ପ୍ରଶାସନ ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି। ଏହି କ୍ରଶର ଚାଲିବା ଦ୍ୱାରା ପରିବେଶ ପ୍ରଦୂଷଣ ବ୍ୟାପକ ହେଉଥିବାବେଳେ ଜନ ସାଧାରଣଙ୍କ ଅଭିଯୋଗକୁ ନେଇ ପ୍ରଦୂଷଣ ବୋର୍ଡ ଚିଠି କରିଥିଲେ ମଧ୍ୟ ତାକୁ କ୍ରଶର ମାଲିକ ମାନେ ମାନୁନାହନ୍ତି।

ଶିକ୍ଷା ଅଧିକାର ଆଇନ ସଚେତନତା

ଶିକ୍ଷା ଅଧିକାର ଆଇନ ସଚେତନତା

ନିଶ୍ଚିନ୍ତକୋଇଲି,୨୪।୨(ନି.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ପକ୍ଷରୁ ଶିକ୍ଷା ଅଧିକାର ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।

ନିଖୋଜ ଶିଶୁର ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ନିଖୋଜ ଶିଶୁର ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ, ୨୪।୨: ନୟାଗଡ଼ ଟାଉନ ଥାନା ଗାୟତ୍ରୀ କଲୋନୀରୁ ୨ ଦିନ ତଳେ ନିଖୋଜ ହୋଇଥିବା ୪ ବର୍ଷ ଶିଶୁପୁତ୍ରର ମୃତଦେହ ଶନିବାର ସକାଳେ ଏକ କୂଅରୁ ଉଦ୍ଧାର ହୋଇଛି। ପ୍ରକାଶ ଯେ, ଗାୟତ୍ରୀ କଲୋନୀର ଦିଲୀପ କୁମାର ସ୍ବାଇଁଙ୍କ ପୁଅ ଆଶୁତୋଷ ୨୨ ତାରିଖ ଦିନ ୧ଟା ବେଳେ ନିଖୋଜ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ତଦନ୍ତ ଚଳାଇଥିଲା।

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଜଗତ୍‌ସିଂହପୁର ଅଫିସ,୨୩।୨ ଜଗତ୍‌ସିଂହପୁର ପୌର କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଏଠାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରୁଥିବାବେଳେ ବାହାରେ ଗରମ ମାହୋଲ ସୃଷ୍ଟି ହୋଇଥିଲା। କାରଣ ଏହି ପୌର ପରିଷଦ କଂଗ୍ରେସ ଦଖଲରେ ଥିଲେ ମଧ୍ୟ ବିଜେଡି ଜିଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସ ତାଙ୍କ ଦଳର ୫ ଜଣ ନେତାଙ୍କୁ ବୈଠକରେ ସାମିଲ କରିଥିଲେ। ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ କରି ଦାସ ଦଳୀୟ ନେତାଙ୍କୁ ବୈଠକରେ ସାମିଲ ପାଇଁ ଉଦ୍ୟମ କରିଥିବା ଅଭିଯୋଗ କରି କଂଗ୍ରେସ କାଉନସିଲର ଓ ଅନ୍ୟମାନେ ପରିଷଦ ବାହାରେ ସ୍ବର ଉତ୍ତୋଳନ କରିଥିଲେ। କହିଥିଲେ ସମୀକ୍ଷାକୁ ସ୍ବାଗତ କରାଯିବ, କିନ୍ତୁ ବିଜେଡିର ଅନ୍ୟ ୫ ଜଣଙ୍କୁ ବୈଠକରେ ବସିବାକୁ ସୁଯୋଗ ଦିଆଯିବ ନାହିଁ। ପୋଲିସ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିକୁ ଦେଖି କଡା ଆଭିମୁଖ୍ୟ ପୋଷଣ କରିଥିଲା। ଅନ୍ୟପକ୍ଷରେ ପରିଷଦକୁ ବିଭିନ୍ନ କାମରେ ଆସିଥିବା ଲୋକଙ୍କୁ ଜଗତ୍‌ସିଂହପୁର ଥାନା ଏଏସ୍‌ଆଇ ରବୀନ୍ଦ୍ର ସେନାପତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

ଓଡ଼ିଆରେ କପି କରି ଦୁଇ ଧରାପଡ଼ିଲେ

କେନ୍ଦ୍ରାପଡା ଅଫିସ, ୨୩।୨ ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ସରିଛି । ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୧୧ଟାରେ ସରିଥିଲା । ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଆଳି ଅଞ୍ଚଳରେ ଏହି ବିଷୟର ପ୍ରଶ୍ନପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚା ହୋଇଥିଲା ।

ଧୂଳି, ଧୂଅଁ।ରେ ଅସ୍ତବ୍ୟସ୍ତ ଲୋକେ

ଧୂଳି, ଧୂଅଁ।ରେ ଅସ୍ତବ୍ୟସ୍ତ ଲୋକେ

ପାରାଦୀପ,୨୩।୨(ସ୍ବ.ପ୍ର.) ପାରାଦୀପ ବନ୍ଦର ଭିତ୍ତିକ ଶିଳ୍ପ ନଗରୀରେ ସମ୍ପ୍ରତି ପ୍ରଦୂଷଣ ମାତ୍ରା ଚରମ ସୀମାରେ ପହଞ୍ଚତ୍ଛି। ପଣ୍ୟ କାରବାର ଜନିତ ଧୂଳି ଓ ଶିଳ୍ପ ଧୂଅଁ। ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଧୂଳିର ପ୍ରମୁଖ ଉତ୍ସ ହେଉଛି କୋଇଲା ଓ ଲୁହାପଥର ଗୁଣ୍ଡ। ଓଡ଼ିଶାରେ ଯେଉଁ ୪ଟି ଅଧିକ ପ୍ରଦୂଷିତ ସ୍ଥାନ ସରକାରୀ ଭାବେ ଚିହ୍ନିତ କରାଯାଇଛି, ସେଗୁଡିକ ହେଉଛି ଝାରସୁଗଡା, ଇବ୍‌ ଭ୍ୟାଲି, ଅନୁଗୁଳ-ତାଳଚେର ଓ ପାରାଦୀପ। ଏହି ୪ ସ୍ଥାନରେ କେବଳ ପଣ୍ୟ କାରବାର ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଝାରସୁଗୁଡା, ଅନୁଗୁଳ-ତାଳଚେର ଓ ଇବଭ୍ୟାଲିରେ ଥିବା ଖଣିରୁ ବାର୍ଷିକ ୧୧୦ ମିଲିୟନ୍‌ ମେଟ୍ରିକ୍‌ ଟନ କୋଇଲା ଉତ୍ତୋଳନ କରାଯାଉଛି।