ରାଜ୍ୟ |

ଅନ୍‌ଲାଇନ୍‌ରେ ମାଟ୍ରିକ ଆଡ୍‌ମିଟ୍‌ କାର୍ଡ

ଅନ୍‌ଲାଇନ୍‌ରେ ମାଟ୍ରିକ ଆଡ୍‌ମିଟ୍‌ କାର୍ଡ
କଟକ ଅଫିସ, ୮।୨:ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଗୁରୁବାରଠାରୁ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବସାଇଟ୍‌(www.bseodisha.ac.in)ରେ ହାଇସ୍କୁଲର ମୁଖ୍ୟମାନେ ସେମାନଙ୍କ ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଏଥିସହ ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ମୁଦ୍ରିତ ଆଡ୍‌ମିଟ୍‌ କାର୍ଡ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯିବ। ଚଳିତ ଥର ରାଜ୍ୟରେ ୨୮୧୮ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ରଖିବାକୁ ୩୦୨ଟି ନୋଡାଲ କେନ୍ଦ୍ର କରାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପ୍ରଶ୍ନପତ୍ରର ସୁରକ୍ଷା ଦୃଷ୍ଟିରୁ ୨୩ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି। ତନ୍ମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୩ଟି, ମାଲକାନଗିରିରେ ୧୦ଟି, ରାୟଗଡ଼ାରେ ୩ଟି ଥାନାରେ ନୋଡାଲ କେନ୍ଦ୍ର ହୋଇଛି। ପରୀକ୍ଷାଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୭ଟି ଖାତାଦେଖା କେନ୍ଦ୍ର କରାଯାଇଛି। ଏଥର ୫ ଲକ୍ଷ ୯୦ ହଜାର ୩୬୦ ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଫେବୃୟାରୀ ୨୩ରୁ ଏକ ସଙ୍ଗେ ଆରମ୍ଭ ହେଉଥିବା ଅନ୍ୟ ଦୁଇଟି ପରୀକ୍ଷା ମଧ୍ୟମା ଓ ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ମଧ୍ୟମା ପରୀକ୍ଷା ପାଇଁ ୩,୭୧୫ ଜଣ ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ୧୩,୯୭୮ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଛନ୍ତି। ମାଟ୍ରିକ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୪୭ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମାତ୍ର ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ସ୍ବତନ୍ତ୍ର ୧୦୧ କେନ୍ଦ୍ରରେ ଅନୁଷ୍ଠିତ ହେବ। ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ମିଳିବ ନାହିଁ। ସେଗୁଡ଼ିକ ବୋର୍ଡ ପକ୍ଷରୁ ମୁଦ୍ରିତ କରି ଯୋଗାଇ ଦିଆଯିବ। ମାତ୍ର ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାର୍ଥୀ କେବଳ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ ପାଇବେ, ସେମାନଙ୍କୁ ବୋର୍ଡ ପକ୍ଷରୁ କୌଣସି ମୁଦ୍ରଣ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ ନାହିଁ। ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧୨ରୁ ୧୭ ତାରିଖ ମଧ୍ୟରେ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯେକୌଣସି ଦିନ ଉକ୍ତ ପରୀକ୍ଷା ପ୍ରତି ହାଇସ୍କୁଲରେ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ନିଯୁକ୍ତ ଏକ୍ସଟରନାଲ ପରୀକ୍ଷକ ହାଇସ୍କୁଲରେ ଉପସ୍ଥିତ ରହି ଉକ୍ତ ପରୀକ୍ଷା କରାଇବେ। ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ, ମାର୍କ ଫଏଲ୍‌, ଆଟେଣ୍ଡାନ୍ସ୍‌ ଶିଟ୍‌ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାର ନମ୍ବରଗୁଡ଼ିକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଜରିଆରେ ଡାଟା ପ୍ରସେସିଂ କେନ୍ଦ୍ରକୁ ପ୍ରେରଣ କରାଯିବ। ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ ପାଇଁ ଆବଶ୍ୟକ ଲିଙ୍କ୍‌ ଫେବୃୟାରୀ ୧୨ରୁ ୧୭ ତାରିଖ ମଧ୍ୟ ରାତ୍ରି ଯାଏ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ। ବନ୍ଦୀଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର ଚଳିତ ଥର ଚୌଦ୍ୱାର ଜେଲ୍‌ରେ ଥିବା ୫ ଜଣ ବନ୍ଦୀ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦେବେ। ସେମାନଙ୍କ ପରୀକ୍ଷା ଦେବା ପାଇଁ ଚୌଦ୍ୱାର ଜେଲ ପରିସରରେ ଏକ ଉପକେନ୍ଦ୍ର କରାଯାଇଛି। ସେହିପରି ଅନୁଗୋଳ ସ୍ପେଶାଲ ହୋମ୍‌ରେ ଥିବା ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସେଠାରେ ମଧ୍ୟ ଏକ ଉପକେନ୍ଦ୍ର କରାଯାଇଛି।
All Right Reserved By

ରାଜ୍ୟ |

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସିଚଉରା ନିବାସି ସନ୍ଦିପ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ଦିପ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାଶିଷ୍ଟ ଭାବେ କାର୍ଯ୍ୟ କରନ୍ତି। 

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି। 

ଓଆର୍‌ଏସ୍‌ପି ରୁଲ୍ସ-୨୦୦୮: କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୧୪୨%ରୁ ୧୪୮% ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ ଅନୁସାରେ ସେମାନଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି କରାଯାଇଛି। 

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ପୁରୀ ଅଫିସ,୧୬|୧୧: ଆସନ୍ତା ୧୭ ତାରିଖ ପବିତ୍ର ଅଁଳା ନବମୀରେ ସତ୍ୟବାଦୀ ବ୍ଲକ୍‌ ସାକ୍ଷୀଗୋପାଳସ୍ଥିତ ଗୋପୀନାଥ ଦେବ ମନ୍ଦିରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ। 

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

କଟକ ଅଫିସ, ୧୬।୧୧- ଭାରତରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଣ୍ଟା ଭିଡ଼ିଛି। ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ସମେତ ଦେଶର ୪ଟି ମେଡିକାଲ କଲେଜରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ଆକ୍ସନ ଟ୍ରାଏଲ’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଛି।

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୬|୧୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ସମ୍ମୁଖ ଅଶ୍ୱସ୍ତ ଗଛ ମୂଳରେ ଗୁରୁବାର ପୂର୍ବାହ୍ନରେ ସ୍ଥାପିତ ହୋଇଛି ଗୌତମ ବୁଦ୍ଧଙ୍କର  ସାଢ଼େ ୭ ଫୁଟର ପ୍ରତିମୂର୍ତ୍ତି। 

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

କଟକ ଅଫିସ,୧୬|୧୧- ହାଇକୋର୍ଟ ଚାଲୁଥିଲା। ବିଚାରପତିମାନେ ଆସୁଥିଲେ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ୭୮ ଦିନ ଧରି କୋର୍ଟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା କିମ୍ବା ମାମଲା ବିଚାର ହୋଇପାରୁ ନ ଥିଲା। ଓକିଲ-ପୋଲିସ ବିବାଦକୁ ନେଇ ଏପରି ଅଚଳାବସ୍ଥା ଲାଗି ରହିଥିଲା।

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)- ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। 

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ପୁରୀ ଅଫିସ,୧୬ା୧୧: ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ମାଟିରୁ ଶୁଭାରମ୍ଭ କରିଛନ୍ତି ଜାଗା ମିଶନ୍‌। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଏବଂ ଗୃହ ନିର୍ମାଣ ନିମନ୍ତେ ଅନୁମୋଦନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।