ମେଟ୍ରୋ |

୧୨ରୁ ଆନ୍ତର୍ଜାତୀୟ ରେଡିଓ ମେଳା

୧୨ରୁ ଆନ୍ତର୍ଜାତୀୟ ରେଡିଓ ମେଳା
ଭୁବନେଶ୍ୱର, ୮।୨(ବ୍ୟୁରୋ)- ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ୪ର୍ଥ ଆନ୍ତର୍ଜାତୀୟ ରେଡିଓ ମେଳା। ଆଉଟ୍‌ରିଚ୍‌ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମେଳା ଦେଶର ଏକ ମାତ୍ର ରେଡିଓ ମେଳା। ଚଳିତବର୍ଷ ଏଥିରେ ଦେଶ ତଥା ରାଜ୍ୟର ବିଭିନ୍ନ ରେଡିଓ ଷ୍ଟେଶନ ସହିତ ବିଦେଶର ରେଡିଓ ପ୍ରସାରକ ସଂସ୍ଥା ଯୋଗଦେବେ। ଆମେରିକାର ଜାତୀୟ ପ୍ରସାରଣ ନିଗମ ଭଏସ୍‌ ଅଫ୍‌ ଆମେରିକା, ଜାପାନର ଏନ୍‌ଏଚ୍‌କେ ଓ୍ବାଲର୍‌ଡ , ଚାଇନାର ଚାଇନା ରେଡିଓ ଇଣ୍ଟରନ୍ୟାଶନାଲ୍‌ ଏବଂ ବାଂଲାଦେଶର ବାଲାଂଦେଶ ବେତାର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଶହ ଶହ ସଂଖ୍ୟାର ନୂଆ ଓ ପୁରୁଣା ରେଡିଓ, ଗ୍ରାମ୍‌ଫୋନ୍‌, ପ୍ରସାରଣ ସାମଗ୍ରୀ ଆଦିର ପ୍ରଦର୍ଶନୀ କରାଯିବ। ମେଳାରେ ଦେଶ ବିଦେଶର ରେଡିଓ ଶ୍ରୋତା, ପ୍ରସାରକ, ଯନ୍ତ୍ରୀ ଯୋଗଦେବେ। ୧୦୦ରୁ ଊର୍ଦ୍ଧ୍ୱ କଳାକାର ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ଅବସରରେ ଆଉଟ୍‌ରିଚ ନ୍ୟାଶନାଲ ଆଓ୍ବାର୍ଡ ପ୍ରଦାନ କରାଯିବ। ପ୍ରସାରକ କମଲ ଶର୍ମାଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’, ରାଜସ୍ଥାନର ଆର୍‌.କେ. ଦେବାଙ୍ଗନାଙ୍କୁ ‘ଲୋକପ୍ରିୟ ପ୍ରଚାରକ ସମ୍ମାନ’, ପଶ୍ଚିମବଙ୍ଗର ଆମେଚ୍ୟୁର ରେଡିଓ କନ୍‌ଭେସନ୍‌ ଓ କନଫେରେନ୍ସ ସମିତିକୁ ଲୋକ ସେବାରେ ରେଡିଓର ବ୍ୟବହାର ପାଇଁ ସମ୍ମାନିତ କରାଯିବ ବୋଲି ଗୁୁରୁବାର ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଖବରଦାତା ସମ୍ମଳନୀରେ ସୂଚନା ଦିଆଯାଇଛି। ସେହିପରି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କୃତି ମେଳାର ଅନ୍ୟତମ ଆକର୍ଷଣ ସାଜିବ। ରେଡିଓର ପ୍ରଚାର ପ୍ରସାର, ସାଂସ୍କୃତିକ ଭାବବିନିମୟ ଏବଂ ଯୁବବର୍ଗଙ୍କୁ ରେଡିଓ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ମେଳା ଆୟୋଜିତ ହେଉଛି ବୋଲି ମେଳାର ମୁଖ୍ୟ ଆୟୋଜକ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।
All Right Reserved By

ମେଟ୍ରୋ |

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ସଂଖ୍ୟା ବଢ଼ାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ)-ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ଏଣିକି ଟ୍ରେନ୍‌ଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ମହିଳାଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସରେ ସାନିଟାରି ନାପ୍‌କିନ୍‌ ଭେଣ୍ଡିଙ୍ଗ ମେଶିନ ପ୍ରତି ସେମାନଙ୍କ ସକାରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ପୁରୀ ଅଫିସ,୨୨ା୧: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତମ୍ବୁରେ ରହିଛନ୍ତି। ଏହା ହିନ୍ଦୁ ଜାତି ଲାଗି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାମରାଜ୍ୟର ସ୍ବପ୍ନ ଦେଖାଇ କେନ୍ଦ୍ରକୁ ଆସିଥିବା ମୋଦି ସରକାର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ନିଜ ମତ ସ୍ପଷ୍ଟ କରନ୍ତୁ। 

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୨୨ା୧: ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ସୋମବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା। 

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ପୁରୀ ଅଫିସ,୨୨ା୧: ପବିତ୍ର ପୁଷ୍ୟାଭିଷେକ ଅବସରରେ ସୋମବାର ଶ୍ରୀନଅରରେ ଶାଢି ବନ୍ଧା ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବେ ଆଦିତ୍ୟ ନାରାୟଣ ମୁଦିରସ୍ତ (୧୫ବର୍ଷ) ଶାଢି ବନ୍ଧାଇଛନ୍ତି।

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ପୁରୀ ଅଫିସ,୨୨ା୧: ପୌଷପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ରତ୍ନସିଂହାସନରେ ଦାରୁଦିଅଁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । 

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି।

ପାଠିକାପାଠକ ଆମର ସମ୍ପତ୍ତି

ପାଠିକାପାଠକ ଆମର ସମ୍ପତ୍ତି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ‘ଧରିତ୍ରୀ ପୂଜା କୁଇଜ୍‌-୨୦୧୮’ର ପୁରସ୍କାର ବିତରଣ ଉତ୍ସବ ରବିବାର ମାଷ୍ଟରକ୍ୟାଣ୍ଟିନସ୍ଥିତ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୮ର ମେଗା ଓ୍ବିନରମାନଙ୍କୁ ‘ଟିଭିଏସ୍‌’ ପକ୍ଷରୁ ଦୁଇଚକିଆ ଗାଡ଼ି ପ୍ରଦାନ କରାଯାଇଛି।