ମେଟ୍ରୋ |

ଅଟୋରେ ଯୁବତୀଙ୍କୁ ନିଶା ଦେଇ ଅସଦାଚରଣ

ଅଟୋରେ ଯୁବତୀଙ୍କୁ ନିଶା ଦେଇ ଅସଦାଚରଣ

ଭୁବନେଶ୍ୱର, ୮।୨(ବ୍ୟୁରୋ)- ଅଟୋ ଭିତରେ ଜଣେ ଯୁବତୀଙ୍କୁ ନିଶା ଦେଇ ଅସଦାଚରଣ କରାଯାଇଛି। ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ଅଟୋ ଡ୍ରାଇଭର। ଅଚେତ ଅବସ୍ଥାରେ ସେ ଯୁବତୀଙ୍କୁ ଲକ୍ଷ୍ମୀସାଗର ଛକ ନିକଟରେ ଫିଙ୍ଗିଦେଇ ଚାଲିଯାଇଛନ୍ତି। ପିସିଆର ଭ୍ୟାନ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି।
ସମୟ ପ୍ରାୟ ରାତି ୭ଟା ହେବ। ରସୁଲଗଡ଼ରୁ କଳ୍ପନା ଯିବା ରାସ୍ତାର ଲକ୍ଷ୍ମୀସାଗର ଛକ ପୂର୍ବରୁ ଏକ ଅନ୍ଧାରୁଆ ଜାଗାରେ ଜଣେ ଯୁବତୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଦେଖି ପିସିଆରକୁ ଫୋନ କରିଥିଲେ। ପିସିଆର ଭ୍ୟାନ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଯୁବତୀଙ୍କ ଚେତା ଫେରିବା ପରେ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ। ଯୁବତୀଙ୍କ କହିବା ଅନୁଯାୟୀ, ତାଙ୍କ ଘର ଚକେଇସିଆଣୀ ଅଞ୍ଚଳରେ। ଗୁରୁବାର ସନ୍ଧ୍ୟାରେ ସେ ତାଙ୍କ ପୁରୁଷବନ୍ଧୁଙ୍କୁ ଦେଖା କରିବା ପାଇଁ କଳ୍ପନା ଛକକୁ ଯିବାର ଥିଲା। ଏଥିପାଇଁ ରସୁଲଗଡ ଛକରେ ଅଟୋକୁ ଅପେକ୍ଷା କରିଥିଲେ। ଏକ ଅଟୋ ଆସି ତାଙ୍କ ପାଖରେ ଲାଗିଥିଲା। ଡ୍ରାଇଭର ଜଣକୁ ସେ ଚିହ୍ନିଥିବାରୁ ତାଙ୍କ ଅଟୋରେ ଯାଇଥିଲେ। ସେଥିରେ ଅନ୍ୟ କୌଣସି ଯାତ୍ରୀ ନ ଥିଲେ। ବାଟରେ ଡ୍ରାଇଭର ଜଣକ ତାଙ୍କ ସହ ଭଦ୍ର ବ୍ୟକ୍ତିଙ୍କ ପରି କଥା ହୋଇଥିଲେ। ପରେ ଲକ୍ଷ୍ମୀସାଗର ଛକ ପୂର୍ବରୁ ଅଟୋ ରଖି ଏକ ଦୋକାନରୁ ଥଣ୍ଡା କିଣି ଯୁବତୀଙ୍କୁ ଦେଇଥିଲେ। ଚିହ୍ନା ଲୋକ ହୋଇଥିବାରୁ ତାଙ୍କୁ ବିଶ୍ୱାସ କରି ଥଣ୍ଡା ପିଇଥିଲେ। ମାତ୍ର ଏହା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ଅସଦାଚରଣ କରିବା ସହ ନିଜ ମୋବାଇଲ୍‌ରେ ଏହାର ଭିଡିଓ ରେକର୍ଡିଂ କରୁଥିବା ସେ ଦେଖିଥିଲେ। ପରେ କ’ଣ ହେଲା ସେ କିଛି ଜାଣିପାରି ନ ଥିଲେ। ଶୁକ୍ରବାର ହସ୍ପିଟାଲରୁ ଫେରିବା ପରେ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

All Right Reserved By

ମେଟ୍ରୋ |

ଖାଦ୍ୟ ଗ୍ରହଣ କରୁନି ମହାବଳ

ଖାଦ୍ୟ ଗ୍ରହଣ କରୁନି ମହାବଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ବାଘ ଖୁଆଡ଼ରେ ଏକ ବାରହା ଛଡ଼ାଯାଇଛି। ଯଦି ବାଘ ନିଜେ ଶିକାର କରି ନ ଖାଏ ତେବେ ବାରାହକୁ ମାରି ତାର ମାଂଶ ଖାଇବାକୁ ଦିଆଯିବ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଯୁବ ପୁରସ୍କାର-୨୦୧୮ ପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଜୟନ୍ଦ୍ରଥ ସୁନା। ତାଙ୍କର ପ୍ରଥମ କବିତା ସଙ୍କଳନ ହେଉଛି ‘ଶୋଷ’। ଯାହାକିି ୨୦୧୭ରେ ପ୍ରକାଶିତ ହୋଇଥିଲା।

କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଘୋଷଣା: ଓଡ଼ିଶାର ଅଧ୍ୟକ୍ଷ ଭାବେ ସାଥେସାନ ନିଯୁକ୍ତ

କଂଗ୍ରେସ ପକ୍ଷରୁ ସ୍କ୍ରିନିଂ କମିଟି ଘୋଷଣା: ଓଡ଼ିଶାର ଅଧ୍ୟକ୍ଷ ଭାବେ ସାଥେସାନ ନିଯୁକ୍ତ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ କରାଯିବ। ଏଥି ନିମନ୍ତେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସ୍କ୍ରିନିଂ କମିଟି ଘୋଷଣା କରିଛନ୍ତି। ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ଭି.ଡି. ସାଥେସାନଙ୍କୁ ନିଯୁକ୍ତ କରାଯାଇଥିଛି। ସେହିଭଳି ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କିଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଥିବା ଜଣାପଡ଼ିଛି।

ଘରୋଇ-ସରକାରୀ-ଭାଗିଦାରୀରେ ୨୦ ଡାକ୍ତରଖାନା ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨୭ଶହ ଶଯ୍ୟା, ୧୦ହଜାର ନିଯୁକ୍ତି ସୁଯୋଗ

ଘରୋଇ-ସରକାରୀ-ଭାଗିଦାରୀରେ ୨୦ ଡାକ୍ତରଖାନା ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୨୭ଶହ ଶଯ୍ୟା, ୧୦ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଘରୋଇ, ସରକାରୀ ତଥା ଭାଗିଦାରୀରେ ରାଜ୍ୟରେ ୨୦ଟି ଡାକ୍ତରଖାନା ନିର୍ମାଣ କରାଯିବ। ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୨୦ଟି ସ୍ଥାନରେ ପ୍ରଥମରୁ ଅତି କମ୍‌ରେ ୨୭ଶହ ଶଯ୍ୟା ଉପଲବ୍‌ଧ ହେବ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୫୦୬ ପ୍ରକଳ୍ପ ନିମନ୍ତେ ୩୫.୮୪ କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୫୦୬ ପ୍ରକଳ୍ପ ନିମନ୍ତେ ୩୫.୮୪ କୋଟି ମଞ୍ଜୁର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକର ୮୭ଟି ପ୍ରକଳ୍ପ, ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକର ୧୪୩ଟି ପ୍ରକଳ୍ପ, କଟକ ଜିଲା ବାଙ୍କି ବ୍ଲକର ୩୨୩ଟି ପ୍ରକଳ୍ପ, ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୨୧୬ଟି ପ୍ରକଳ୍ପ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୨୬୮ଟି ପ୍ରକଳ୍ପ, ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୨୩୬ଟି ପ୍ରକଳ୍ପ ଓ ପୁରୀ ଜିଲା କଣାସ ବ୍ଲକର ୨୮ଟି ପ୍ରକଳ୍ପ ରହିଛି।

ଯାତ୍ରାବାହୀ ବସ୍‌ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିରେ ଯାତ୍ରୀ

ଯାତ୍ରାବାହୀ ବସ୍‌ ଉପରେ ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିରେ ଯାତ୍ରୀ

ନିରାକାରପୁର,୨୨।୬(ଡି.ଏନ୍‌.ଏ.): ପାରାଦୀପରୁ ବାଲିପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରାବାହୀ ବସ୍‌ ଶୁକ୍ରବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ୩୫ ଯାତ୍ରୀଙ୍କୁ ନେଇ ବସ୍‌ ଯାଉଥିବା ବେଳେ ସକାଳ ୧୧ଟାରେ ନିରାକାରପୁର ବଜାର ନୂଆ ଜଗନ୍ନାଥ ସଡ଼କ ରାସ୍ତାରେ ଦୁର୍ବଳ ଅବସ୍ଥାରେ ରହିଥିବା ଏକ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବସ୍‌ ଉପରେ ପଡ଼ିଯାଇଥିଲା।

ଜିଲା ପ୍ରଶାସନ ବେଫିକର :ମେଘନାଦ ପାଚେରି କଡ଼ରେ ଚାଲିଛି ବେଆଇନ ନିର୍ମାଣ,ସ୍ନାନବେଦି ସୌନ୍ଦର୍ଯ୍ୟ ନଷ୍ଟହେବା ଆଶଙ୍କା

ଜିଲା ପ୍ରଶାସନ ବେଫିକର :ମେଘନାଦ ପାଚେରି କଡ଼ରେ ଚାଲିଛି ବେଆଇନ ନିର୍ମାଣ,ସ୍ନାନବେଦି ସୌନ୍ଦର୍ଯ୍ୟ ନଷ୍ଟହେବା ଆଶଙ୍କା

ପୁରୀ ଅଫିସ, ୨୨ା୬: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏପରି କି ବିଗତ ଦିନରେ ମେଘନାଦ ପାଚେରିକୁ ଲାଗି ରହିଥିବା ମଠକୁ ବି ଉଚ୍ଛେଦ କରାଯାଇଛି। ଗୁରୁବାର ବିଧାନସଭା ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ଗସ୍ତ କରି ମେଘନାଦ ପାଚେରି କଡରେ ରହିଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ଲାଗି କହିଛନ୍ତି। କିନ୍ତୁ ସ୍ନାନବେଦି ସମ୍ମୁଖ ମେଘନାଦ ପାଚେରି କଡରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନିର୍ମାଣ ଆରମ୍ଭ ହୋଇଛି। ସେଠାରେ ପିଲର ଉଠାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜିଲା ସ୍କୁଲ  ସମ୍ମୁଖରୁ ହଟିଲା ଜବରଦଖଲ

ଜିଲା ସ୍କୁଲ ସମ୍ମୁଖରୁ ହଟିଲା ଜବରଦଖଲ

ପୁରୀ ଅଫିସ, ୨୨ା୬: ପୁରୀ ଜିଲା ସ୍କୁଲ ପାଚେରିକୁ ଲାଗି ଜବଦଖଲକରି ଗଢି ଉଠିଥିବା ବିଭିନ୍ନ ଦୋକାନକୁ ଗୁରୁବାର ପୌରସଂସ୍ଥା ଉଚ୍ଛେଦ କରିଛି। ଦ୍ୱିତୀୟ ରଥ ସମନ୍ବୟ ବୈଠକରେ ଏହାକୁ ନେଇ ହୋହଲ୍ଲା ହେବା ପରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ପୌରସଂସ୍ଥା ପକ୍ଷରୁ ମାଜିଷ୍ଟ୍ରେଟ ପ୍ରବୀର କୁମାର ଖିଲାରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି।

ଅସରାଏ ବର୍ଷା ଆଣିଲା ଆଶ୍ୱସ୍ତି

ଅସରାଏ ବର୍ଷା ଆଣିଲା ଆଶ୍ୱସ୍ତି

ପୁରୀ ଅଫିସ, ୨୨ା୬: ଗତ କିଛିଦିନ ହେବ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଥିଲା। ପ୍ରବଳ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ବି ହେଉଥିଲା। ଫଳରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଥିଲେ। ପୁରୀରେ ବି ତାତିକୁ ନେଇ ଲୋକେ ଚିନ୍ତାରେ ପଡିଥିଲେ। ସକାଳ ୮ଟା ପରଠାରୁ ପଦାକୁ ବାହାରିବା ଏକପ୍ରକାର ଅସହ୍ୟ ହୋଇପଡିଥିଲା। ଅତ୍ୟାବଶ୍ୟକ କାମ ନ ଥିଲେ ଲୋକେ ଘରୁ ବାହାରୁ ନ ଥିଲେ। ତାତି ଏବଂ ଗୁଳୁଗୁଳିକୁ ନେଇ ଏମିତି ଭାଳେଣି ପଡିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପୁରୀରେ ଅସରାଏ ବର୍ଷା ଆଶ୍ୱସ୍ତି ଆଣିଛି। ପ୍ରାୟ ୧ ଘଣ୍ଟା ଧରି ହୋଇଥିବା ବର୍ଷାରେ ଧରାପୃଷ୍ଠ ଶୀତଳ ହୋଇଯାଇଥିବା ବେଳେ ଲୋକେ ବି ଖୁସି ହୋଇଛନ୍ତି।

ଇଞ୍ଜିନିୟରିଂ କଲେଜ ମାଲିକଙ୍କ ଘରେ କଳାକନା ବୁଲାଇଲେ:୧୦ଭରି ସୁନା, ନଗଦ ୨ ଲକ୍ଷ ଟଙ୍କା ନେଇଗଲେ

ଇଞ୍ଜିନିୟରିଂ କଲେଜ ମାଲିକଙ୍କ ଘରେ କଳାକନା ବୁଲାଇଲେ:୧୦ଭରି ସୁନା, ନଗଦ ୨ ଲକ୍ଷ ଟଙ୍କା ନେଇଗଲେ

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୨ା୬-ଲିଙ୍ଗରାଜ ଥାନା ଅନ୍ତର୍ଗତ ବିକେକାନନ୍ଦ ମାର୍ଗରେ ଥିବା ବିବେକାନନ୍ଦ ଆପାର୍ଟମେଣ୍ଟରେ ଦୁର୍ବୃତ୍ତମାନେ ବୁଧବାର ରାତିରେ କଳାକନା ବୁଲାଇଛନ୍ତି। ଆପାର୍ଟମେଣ୍ଟରେ ରହୁଥିବା ଏକ ଇଞ୍ଜିନିୟରିଂ କଲେଜର ଅମିତ ମଲିକଙ୍କ ଘର କବାଟ ତାଡି ଦୁର୍ବୃତ୍ତମାନେ ୧୦ ଭରି ସୁନା ଅଳଙ୍କାର ସହିତ ନଗଦ ୨ଲକ୍ଷ ଟଙ୍କା, କିଛି ବିଦେଶୀ ମୁଦ୍ରା, ସୁନା ଓ ରୁପା କଏନ ଏବଂ ଘରର ଆସବାବପତ୍ର ଲୁଟି ନେଇଛନ୍ତି। ଗୁରୁବାର ଏ ନେଇ ଅମିତ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ।

ରାସ୍ତାରେ ଭାସୁଛି ଆବର୍ଜନା ଜଳ:ଡ୍ରେନ ନିର୍ମାଣ ଦାବିରେ ରାସ୍ତାରୋକୋ

ରାସ୍ତାରେ ଭାସୁଛି ଆବର୍ଜନା ଜଳ:ଡ୍ରେନ ନିର୍ମାଣ ଦାବିରେ ରାସ୍ତାରୋକୋ

ଭୁବନେଶ୍ୱର, ୨୨।୬(ବ୍ୟୁରୋ)- ସାଲିଆସାହି ବସ୍ତିର ଉପର ମୁଣ୍ଡରେ ଡ୍ରେନ୍‌ ନିର୍ମାଣ କରାଗଲା। ହେଲେ ବସ୍ତିର ତଳମୁଣ୍ଡକୁ ଖାଲି ଛାଡି ଦିଆଗଲା। ଫଳରେ ଉପରମୁଣ୍ଡରୁ ଡ୍ରେନର ନର୍ଦ୍ଦମା ପାଣି ଓଭରଫ୍ଲୋ ହୋଇ ବସ୍ତିର ତଳମୁଣ୍ଡରେ ମାଡ଼ୁଛି। ବିଶେଷକରି ୨୦ ନମ୍ବର ଏବଂ ୨୬ ନମ୍ବର ଓ୍ବାର୍ଡର ମୁଖ୍ୟ ରାସ୍ତାରେ ଆବର୍ଜନା ଜଳ ଜମିରହୁଛି। ଦୁର୍ଗନ୍ଧ ଯୋଗୁ ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଛି। ଏପରି କି ବର୍ଷା ହେଲେ ଡ୍ରେନ ପାଣି ବର୍ଷାଜଳ ସହିତ ମିଶି ଲୋକଙ୍କ ଘରେ ପଶୁଛି। ଏହାର ପ୍ରତିବାଦରେ ଗୁରୁବାର ବସ୍ତିବାସିନ୍ଦାମାନେ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ନିକଟରେ ଜୟଦେବବିହାର-ଏକାମ୍ରକାନନ ରାସ୍ତା ଅବରୋଧ କରିଥିଲେ।

ସରକାରୀ କଲେଜରେ ପ୍ରୋଗ୍ରାମିଂ ପାଠ୍ୟକ୍ରମ ଖୋଲିବ ଇଗ୍‌ନୋ:ଉଚ୍ଚଶିକ୍ଷା ବିଭାଗ ସହ ଏମ୍‌ଓୟୁ ସ୍ବାକ୍ଷର ହେବ

ସରକାରୀ କଲେଜରେ ପ୍ରୋଗ୍ରାମିଂ ପାଠ୍ୟକ୍ରମ ଖୋଲିବ ଇଗ୍‌ନୋ:ଉଚ୍ଚଶିକ୍ଷା ବିଭାଗ ସହ ଏମ୍‌ଓୟୁ ସ୍ବାକ୍ଷର ହେବ

ଭୁବନେଶ୍ୱର, ୨୨ା୬(ବ୍ୟୁରୋ)- ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍‌ନୋ) ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକରେ ପ୍ରୋଗ୍ରାମିଂ ପାଠ୍ୟକ୍ରମ ଖୋଲିବ। ଅଣସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ୬ ମାସିଆ ପ୍ରୋଗ୍ରାମିଂ ପାଠ୍ୟକ୍ରମ ପ୍ରଦାନ କରିବ। ଏ ନେଇ ଇଗ୍‌ନୋ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର କରାଯିବ ବୋଲି ଇଗ୍‌ନୋର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ କୁମାର ଦାଶ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Model This Week

ପ୍ରଭାତ