Dharitri News
ବାଣିଜ୍ୟ |

ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀ:ଅଭିବୃଦ୍ଧି ସତ୍ତ୍ୱେ ଭାରତର ସ୍ଥିତି ନୈରାଶ୍ୟଜନକ

ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀ:ଅଭିବୃଦ୍ଧି ସତ୍ତ୍ୱେ ଭାରତର ସ୍ଥିତି ନୈରାଶ୍ୟଜନକ ନୂଆଦିଲ୍ଲୀ,୮-୨ (ପି.ଟି.) ଆମେରିକା ଚାମ୍ବର ଅଫ କମର୍ସ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀରେ ଭାରତର ସ୍ଥିତି ନୈରାଶ୍ୟଜନକ ରହିଛି। ଏହି ସୂଚୀରେ ଭାରତ ୫୦ଟି ଦେଶ ମଧ୍ୟରୁ ୪୪ତମ ସ୍ଥାନରେ ରହିଛି। ଭାରତ ଉକ୍ତ କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି କରୁଥିବା ଏଥି ସଂକ୍ରାନ୍ତ ରିପୋର୍ଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀର ପଞ୍ଚମ ସଂସ୍କରଣରେ ଘରୋଇ ବଜାର ମୋଟ ହାରାହାରି ସ୍କୋରରେ ୨୫% (୩୫ରୁ ୮.୭୫ ସ୍କୋର) ବୃଦ୍ଧି ଘଟିଥିଲା। ସୂଚୀର ଷଷ୍ଠ ସଂସ୍କରଣରେ ଭାରତ ଏହାର ମୋଟ ସ୍କୋରକୁ ୩୦% ବୃଦ୍ଧି କରି ପାରିଛି। ଉକ୍ତ ସମୟରେ ଭାରତ ୪୦ରୁ ୧୨.୦୩ ଅଙ୍କ ଲାଭ କରିଛି। ଉକ୍ତ ରିପୋର୍ଟକୁ ୟୁଏସ୍‌ ଚାମ୍ବର ଅଫ୍‌ କମର୍ସର ଗ୍ଳୋବାଲ ଇନୋଭେଶନ ପଲିସି ସେଣ୍ଟର(ଜିଆଇପିସି) ପ୍ରସ୍ତୁତ କରିଛି। ଘରୋଇ ବଜାର ସ୍କୋରରେ ଉନ୍ନତି କଲେ ମଧ୍ୟ ସୂଚୀର ବହୁ ତଳେ ରହିଛି। ଗତ ବର୍ଷ ସୂଚୀର ୪୫ ଦେଶ ମଧ୍ୟରୁ ଭାରତ ୪୩ତମ ସ୍ଥାନରେ ରହିଥିଲା। ଏହି ସମୟରେ ଦେଶର ମୋଟ ସ୍କୋର ୮.୪% ରହିଥିଲା। କମ୍ପ୍ୟୁଟର ପରିଚାଳନା ଦ୍ୱାରା ବିଭିନ୍ନ ଉଦ୍ଭାବନ ତଥା ଉନ୍ନତ ପଞ୍ଜୀକରଣ ପ୍ରଣାଳୀ ଯୋଗୁ ଘରୋଇ ବଜାରର ସ୍କୋରରେ ଉନ୍ନତି ଆସିଛି। ଭାରତ ଜୁଲାଇରେ କମ୍ପ୍ୟୁଟର ସଂକ୍ରାନ୍ତ ଉଦ୍ଭାବନର ପରୀକ୍ଷଣ ନେଇ ଏକ ଗାଇଡ ଲାଇନ୍‌ ଜାରି କରିଥିଲା। ଏହା ଜ୍ଞାନକୌଶଳ ପରିବେଶର ଉନ୍ନତୀକରଣ ଦିଗରେ ଉତ୍ତମ ପ୍ରଭାବ ପକାଇଥିବା ଜିଆଇପିସି ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି। ୩୭.୯୮ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ବ୍ରିଟେନ(୩୭.୯୭), ସ୍ବିଡେନ୍‌ (୩୭.୦୩) ପଏଣ୍ଟ ଲାଭ କରି ପ୍ରମୁଖ ସ୍ଥାନରେ ରହିଛନ୍ତି। ସେହିଭଳି ସରକାର ବୌଦ୍ଧିକ ସମ୍ପତ୍ତି ସଚେତନତା ସଂକ୍ରାନ୍ତ କର୍ମଶାଳା, ଟେକ୍ନିକାଲ ତାଲିମ୍‌, ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡିକ ଲାଗି କାର୍ଯ୍ୟକ୍ରମ, ଜାତୀୟ ବୌଦ୍ଧିକ ସମ୍ପତ୍ତି(ଆଇପି) ଅଧିକାରୀ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ଏହା ବାଦ୍‌ ଉକ୍ତ ନୀତିଗୁଡିକ ଠିକ୍‌ ଭାବେ କାର୍ଯ୍ୟ କରାଇବା ଉପରେ ପଦକ୍ଷେପ ନେବାକୁ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଭଳି ପ୍ରସଙ୍ଗରେ ଭାରତକୁ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଜିଆଇପିସି ଉପସଭାପତି ପ୍ୟାଟ୍ରିକ୍‌ କିଲବ୍ରିଡେ କହିଛନ୍ତି। ଭାରତରେ ଅତିରିକ୍ତ ସଂସ୍କାର ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଘରୋଇ ଉଦ୍ଭାବନକୁ ପ୍ରୋତ୍ସାହନ, ବିଦେଶୀ ନିବେଶକଙ୍କୁ ଆକୃଷ୍ଟ ଲାଗି ପଦକ୍ଷେପ, ଉଦ୍ଭାବନ ଆକ୍‌ସେସର ଉନ୍ନତୀକରଣ ଦିଗକୁ ଧ୍ୟାନରେ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉକ୍ତ ସୂଚୀ ଲାଗି ୫୦ ଦେଶର ୪୦ ପ୍ରମୁଖ ପ୍ରସଙ୍ଗକୁ ତର୍ଜମା କରାଯାଇଛି।

ବାଣିଜ୍ୟ |

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୂଆଦିଲ୍ଲୀ, ୨୨।୨: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦିଙ୍କ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟାଳୟ ତଥା ବାସସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁରୁବାର ଇଡି ନୀରବଙ୍କ ୯ଟି ବିଳାସପୂର୍ଣ୍ଣ କାର ଜବତ କରିବା ସହିତ ୯୪ କୋଟି ଟଙ୍କାର ମୁଚ୍ୟୁଆଲ ଫଣ୍ଡ୍‌ ଶେୟାର ଜବତ କରିଛି।

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧-୨ ପିଏନ୍‌ବି ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରେ କାର୍ଯ୍ୟରତ ତାଙ୍କର କର୍ମଚାରୀମାନଙ୍କୁ ବୁଧବାର ଏକ ଇ-ମେଲ ଲେଖିଛନ୍ତି। ବର୍ତ୍ତମାନ ସେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରିବେ ନାହିଁ। ତେଣୁ ଅନ୍ୟତ୍ର ଚାକିରି ଖୋଜିବା ପାଇଁ କର୍ମଚାରୀମାନଙ୍କୁ ସେ ଏହି ଇ-ମେଲ୍‌ ଜରିଆରେ ପରାମର୍ଶ ଦେଇଛନ୍ତି। ତାଙ୍କର ସମ୍ପତ୍ତିଗୁଡିକ ତଦନ୍ତ ଏଜେନ୍ସିଗୁଡିକ ଜବତ କରୁଥିବାବେଳେ ଆୟ କର ବିଭାଗ ତାଙ୍କ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଅଚଳ କରିଦେଇଥିବାରୁ ସେ ଦରମା ଦେବା ପାଇଁ ଏବେ ସକ୍ଷମ ନୁହନ୍ତି ବୋଲି କର୍ମଚାରୀମାନଙ୍କୁ ଜଣାଇଛନ୍ତି।

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୧ା୨(ପି.ଟି.) ଆୟକର ବିଭାଗ ବୁଧବାର ରୋଟୋମାକ୍‌ ଗ୍ରୁପର ୪ ସ୍ଥାବର ସମ୍ପତିକୁ ଜବତ କରିଛି। ରୋଟୋମାକ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ବିରୋଧରେ ଦାଏର୍‌ ହୋଇଥିବା ଟିକସ ଫାଙ୍କି ଅଭିଯୋଗକୁ ଭିତ୍ତି କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ୪ଟି ସମ୍ପତ୍ତି ମଧ୍ୟରୁ ୩ଟି କାନ୍‌ପୁରରେ ଥିବାବେଳେ ଗୋଟିଏ ଅହମ୍ମଦାବାଦରେ ରହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଭାଗ ରୋଟୋମାକ୍‌ ଗ୍ରୁପ୍‌ର ୧୪ଟି ବ୍ୟାଙ୍କ ଖାତାକୁ ଅଚଳ କରିଥିଲା।

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧-୨(ପି.ଟି.) ଏଠାରେ ଥିବା ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବୁଧବାର ଗିରଫ କରିଛି। ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗି ମେହୁଲ୍‌ ଚୋକ୍‌ସୀ ଭିଆଇଥିବା ୧୧,୪୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।