ବ୍ରହ୍ମପୁର

ଏଟି ଗ୍ରୁପ ମାଲିକ ପ୍ରଦୀପ ସେଠୀ ବ୍ରହ୍ମପୁର କୋର୍ଟରେ ହାଜର

ଏଟି ଗ୍ରୁପ ମାଲିକ ପ୍ରଦୀପ ସେଠୀ ବ୍ରହ୍ମପୁର କୋର୍ଟରେ ହାଜର
ବ୍ରହ୍ମପୁର ଅଫିସ,୮।୨- ଓଡିଶା ଚିଟ୍‌ଫଣ୍ଡ ଘଟଣାରେ ଜଡିତ ଥିବା ଅର୍ଥତତ୍ତ୍ୱ (ଏଟି) ଗ୍ରୁପ ମାଲିକ ପ୍ରଦୀପ ସେଠୀଙ୍କୁ ଗୁରୁବାର କଡା ପୋଲିସ ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ପୁଣି ବ୍ରହ୍ମପୁର ମଣ୍ଡଳକାରାଗାରକୁ ନିଆଯାଇଥିଲା। ପ୍ରଦୀପଙ୍କ ନାମରେ ବ୍ରହ୍ମପୁର ଟାଉନ ଥାନା ଓ ବୈଦ୍ୟନାଥପୁର ଥାନାରେ ମୋଟ ୪ଟି ମାମଲା ରହିଛି। ସମସ୍ତ ମାମଲାକୁ ଗୋଟିଏ ମାମଲାରେ ପରିଣତ କରିବାକୁ ପ୍ରଦୀପଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ। ଏହାର ବିଚାର ପାଇଁ ପ୍ରଦୀପଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଥିମଧ୍ୟରୁ ୨ଟି ମାମଲା (ନଂ.୧୯୧/୧୭ ଓ ୧୯୨/୧୭)ରେ ପ୍ରଦୀପଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। ଏହାର ଆଗାମୀ ଶୁଣାଣି ଆସନ୍ତା ୧୨ ତାରିଖ ଓ ୨୨ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି ବୋଲି ସରକାରୀ ଓକିଲ ବିଜୟ ପ୍ରଧାନଙ୍କଠାରୁ ସୂଚନା ମିଳିଛି।
All Right Reserved By

ବ୍ରହ୍ମପୁର

ଫେବୃଆରୀ ୩ରେ ପୋତାଗଡ଼ ମହୋତ୍ସବ

ଫେବୃଆରୀ ୩ରେ ପୋତାଗଡ଼ ମହୋତ୍ସବ

ଗଞ୍ଜାମ,୧୭।୧(ଡି.ଏନ.ଏ.)-ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ଠାରେ ଫେବୃଆରୀ ୩ ତାରିଖରେ ପ୍ରଥମଥର ପାଇଁ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଓଡ଼ିଆ ଢାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏନଏସି ପୂର୍ବତନ ନଗରପାଳ ବୃନ୍ଦାବନ ପଲାଇ ଅଧ୍ୟକ୍ଷତା କରିଥିଲେ। ବଡ଼ବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି, ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ବିନୋଦ ମହାପାତ୍ର, ସରପଞ୍ଚ ଦିଲୀପ ଛଟରାଏ, ପୂର୍ବତନ ସରପଞ୍ଚ ତ୍ରିଲୋଚନ ସାହୁ, ପୂର୍ବତନ କାଉନସିଲର ଅବିନାସ ବେହେରା, ସୂର୍ଯ୍ୟ ପାତ୍ର, ଗିରିଜା ଶଙ୍କର ମହାପାତ୍ର, ପୋଲିସ ସମିତି ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅଧ୍ୟାପକ ଭିକାରୀ ବେହେରା, ଦୁର୍ଗାଦେବୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ପାଦକ ପ୍ରମୋଦ ପଣ୍ଡା, ସାମାଜିକ କର୍ମୀ ଉମାକାନ୍ତ ବେହେରା, ସନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୨ ଦିନିଆ ମହୋତ୍ସବ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

କାର୍‌ରୁ ୭୨ କେଜି ଗଞ୍ଜେଇ ଜବତ: ଚାଳକ ସମେତ ୪ ଗିରଫ

କାର୍‌ରୁ ୭୨ କେଜି ଗଞ୍ଜେଇ ଜବତ: ଚାଳକ ସମେତ ୪ ଗିରଫ

ଦିଗପହଣ୍ଡି/ପାଟପୁର,୧୭।୧(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ଡ଼େଙ୍ଗାଓସ୍ତା-ପଳାସପୁର ମୁଖ୍ୟରାସ୍ତାର ହରିଣା ଗ୍ରାମ ନିକଟରୁ ଗୁରୁବାର ପାଟପୁର ପୋଲିସ ଗଞ୍ଜେଇ ବୋଝେଇ ଏକ କାର ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ।

ଯାତ୍ରୀଙ୍କଠାରୁ ଲୁଟ ଯୋଜନା ପଣ୍ଡ, ୪ ଗିରଫ,ମାରଣାସ୍ତ୍ର ଜବତ

ଦିଗପହଣ୍ଡି/ପାଟପୁର,୧୭।୧(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଇଲାକାରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପୋଲିସ ପଣ୍ଡ କରିଛି । ବୁଧବାର ରାତି ପ୍ରାୟ ସାଢ଼େ ୨ଟାରେ ପାଟପୁର-ଆସିକା ମୁଖ୍ୟରାସ୍ତାରେ ଡକାୟତି ପାଇଁ ଯୋଜନା ଚଳାଇଥିବା ୪ ଜଣଙ୍କୁ ସାମନ୍ତରାୟପୁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଗିରଫ  କରାଯାଇଛି। ସେମାନେ ହେଲେ ଧରାକୋଟ ଥାନା ମୁଣ୍ଡମରେଇ ଗ୍ରାମର ରାମେଶ୍ୱର ରଥ  ଓରଫ ଗୁନିଆ, କମାଶାସନ ଗ୍ରାମର କେ. ଧର୍ମା ରେଡ୍ଡୀ, ଏଲ. କୁଶ ରେଡ୍ଡୀ, ଏସ. କଇଁଚ ଓରଫ ସନ୍ତୋଷ ରେଡ୍ଡୀ। ଅନ୍ଧାରର ସୁଯୋଗ ନେଇ ଅନ୍ୟ ୩  ଅଭିଯୁକ୍ତ ୨ଟି ବାଇକରେ ଫେରାର ହୋଇଯାଇଛନ୍ତି। 

ଉପଜିଲାପାଳଙ୍କ ଏନ୍‌ଏସି ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଉପଜିଲାପାଳଙ୍କ ଏନ୍‌ଏସି ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଗଞ୍ଜାମ,୧୭।୧(ଡି.ଏନ.ଏ.)-ଛତ୍ରପୁର ଉପଜିଲାପାଳ ଦେବବ୍ରତ ସାହୁ ଗୁରୁବାର ଗଞ୍ଜାମ ଏନ୍‌ଏସକୁ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି।  ଟିକସ ଆଦାୟ, ସାନିଟେଶନ, ପ୍ରକଳ୍ପ ନିର୍ମାଣ ଆଦି କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ୱାର୍ଡରେ ପାଇଖାନା ନିର୍ମାଣ ସରିଥିଲେ ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା କାହିଁକି ପଠାଯାଇନି ବୋଲି କନିଷ୍ଠ ଯନ୍ତ୍ରୀଙ୍କୁ ଉପଜିଲାପାଳ ସାହୁ ପ୍ରଶ୍ନ କରିଥିଲେ। 

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁବାର ନିଜର ମନିପର୍ସ ସହ କିଛି ମେଡିକାଲ ରିପୋର୍ଟ ହଜାଇ ଦେଇଥିଲେ। ମାତ୍ର ଏହାର ୪ ଘଣ୍ଟା ପରେ ସେ ନିଜର ହଜିଥିବା ପର୍ସଟି ଖୋଜି ପାଇଛନ୍ତି। ବଡ଼ ମେଡିକାଲ ଫାଣ୍ଡି ପୋଲିସର ସହାୟତା ଯୋଗୁ ଏପରି ଘଟିବା ସମ୍ଭବ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟଜଣଙ୍କ ନିଜର ଖୁସି ପ୍ରକାଶ କରିଛନ୍ତି।

ଜାତୀୟ ରାଜପଥରେ ଜଳିଗଲା ଗାଡ଼ି

ଜାତୀୟ ରାଜପଥରେ ଜଳିଗଲା ଗାଡ଼ି

ଛତ୍ରପୁର,୧୭।୧(ଡି.ଏନ୍‌.ଏ.): ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ବ୍ରହ୍ମପୁରରୁ ନୋଳିଆ ନୂଆଗାଁକୁ ଯାଉଥିବା ଟାଟା ମ୍ୟାଜିକ୍‌ ଗାଡ଼ିରେ ବୁଧବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିଯାଇଥିଲା।

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ସେବାଶ୍ରମରେ ନାବାଳିକା ମା’ ହେବା ଘଟଣା: ଆଜି ୧୨ଘଣ୍ଟିଆ କନ୍ଧମାଳ ବନ୍ଦ

ଦାରିଙ୍ଗିବାଡ଼ି,୧୭।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଏକ ସେବାଶ୍ରମରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଏବଂ  ପରବର୍ତ୍ତୀ ସମୟରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଯଣାରେ ଗୁରୁବାର କନ୍ଧମାଳ ସୁରକ୍ଷା ଅଭିଯାନ ଏବଂ ଭାଜପା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛିା

ନାବାଳିକା ଛାତ୍ରୀ ମା’ ହେବା ଘଟଣା:  ସେବାଶ୍ରମ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ନାବାଳିକା ଛାତ୍ରୀ ମା’ ହେବା ଘଟଣା: ସେବାଶ୍ରମ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ଦାରିଙ୍ଗବାଡ଼ି,୧୭।୧(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକର ଏକ ସେବାଶ୍ରମରେ ଜଣେ ନାବାଳିକା ଛାତ୍ରୀ ମା’ ହେବା ଘଟଣାକୁ ୪ ଦିନ ବିତିଛି। ବୁଧବାର ପ୍ରଶାସନିକ ଅଧିକାରୀମାନେ ଉକ୍ତ ସେବାଶ୍ରମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ସେପ୍ଟେଜ ବିଶୋଧନାଗାର:   ୨ ମାସରେ ୧ ହଜାର କେଜି କମ୍ପୋଷ୍ଟ ପ୍ରସ୍ତୁତ

ସେପ୍ଟେଜ ବିଶୋଧନାଗାର: ୨ ମାସରେ ୧ ହଜାର କେଜି କମ୍ପୋଷ୍ଟ ପ୍ରସ୍ତୁତ

ବ୍ରହ୍ମପୁର ଅଫିସ, ୧୭ା୧-ବ୍ରହ୍ମପୁର ମହାନଗରକୁ ବାହ୍ୟ ମଳମୁକ୍ତ ସହର ଭାବେ ଅକ୍ଟୋବର ୨ରୁ ଘୋଷଣା କରାଯାଇଛି ଅକ୍ଟୋବର ୨୬ରୁ ସହରରେ ନିର୍ମିତ ହୋଇଥିବା ଶୌଚାଳୟଗୁଡିକର ମଳ ପରିଚାଳନା ପାଇଁ ମହାନଗର ଉପକଣ୍ଠ ମହୁଡାରେ ସେପ୍ଟେଜ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଛି ଅମୃତ ଯୋଜନାରେ ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଦ୍ୱାରା ନିର୍ମିତ ଏହି ବିଶୋଧନାଗାର ଏକମାସ ଟ୍ରାୟଲ ରନ କରାଯିବା ପରେ ନଭେମ୍ବରରୁ ଏହା କାର୍ଯ୍ୟକ୍ଷମ ହୋଇଛି

ପ୍ରଶ୍ନପତ୍ର ଲିକ୍‌ ପରେ ଓଟିଇଟି ପରୀକ୍ଷା ବାତିଲ୍‌ ପ୍ରସଙ୍ଗ:   ‘ଦୀର୍ଘଦିନର ପରିଶ୍ରମ ବୃଥା’

ପ୍ରଶ୍ନପତ୍ର ଲିକ୍‌ ପରେ ଓଟିଇଟି ପରୀକ୍ଷା ବାତିଲ୍‌ ପ୍ରସଙ୍ଗ: ‘ଦୀର୍ଘଦିନର ପରିଶ୍ରମ ବୃଥା’

ବ୍ରହ୍ମପୁର ଅଫିସ୍‌,୧୭ା୧-ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଲାଗି ଉଦ୍ଦିଷ୍ଟ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ୨୦୧୯ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ବାତିଲ୍‌ କରି ଦିଆଯାଇଛି। ବୁଧବାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଗୋରୁ ବେପାରୀଙ୍କଠାରୁ ଲୁଟ୍‌ ଘଟଣା:  ଫୋନ ଟ୍ରାକିଂରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଗୋରୁ ବେପାରୀଙ୍କଠାରୁ ଲୁଟ୍‌ ଘଟଣା: ଫୋନ ଟ୍ରାକିଂରେ ଧରାପଡ଼ିଲେ ୨ ଅଭିଯୁକ୍ତ

ବୁଗୁଡ଼ା,୧୭ା୧(ଡି.ଏନ.ଏ.)-ବୁଗୁଡ଼ା ଥାନା ଜେକ ଓ ଉଦୟପୁର ମଧ୍ୟରେ ଅନ୍ଧାରି ଶଙ୍ଖରେ ଗତ ୨୭ ତାରିଖରେ ଗୋରୁ ବେପାରୀ ଜି. ବୈରାଗୀଙ୍କୁ ମାଡ଼ମାରି ୧୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ବୁଧବାର ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପାଣି ପଞ୍ଚାୟତ ପକ୍ଷ ପାଳନ:   ଦୀପ ଜାଳି ଚାଲିଗଲେ ଜିଲାପାଳ

ପାଣି ପଞ୍ଚାୟତ ପକ୍ଷ ପାଳନ: ଦୀପ ଜାଳି ଚାଲିଗଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୧୭ା୧-ଆସିକା ରୋଡସ୍ଥିତ ଉଠା ଜଳସେଚନ ବିଭାଜନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ରହ୍ମପୁର ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମରେ ବିଭାଜନ ଅର୍ନ୍ତଗତ ବିଭିନ୍ନ ଅଞ୍ଚଳର ଚାଷୀମାନେ ଭାଗ ନେଇଥିଲେ।