ମେଟ୍ରୋ |

ଫିଲ୍ମ ଫ୍ରାଇଡେ’:ପରଦାକୁ ଆସିବ ‘ପ୍ୟାଡ୍‌ମ୍ୟାନ୍‌’

ଫିଲ୍ମ ଫ୍ରାଇଡେ’:ପରଦାକୁ ଆସିବ ‘ପ୍ୟାଡ୍‌ମ୍ୟାନ୍‌’

ଭୁବନେଶ୍ୱର,୮।୨(ବ୍ୟୁରୋ)-ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ବହୁ ପ୍ରତୀକ୍ଷିତ ତଥା ଚଳିତବର୍ଷର ବହୁଚର୍ଚ୍ଚିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍‌’। ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ବାୟୋଗ୍ରାଫିକାଲ୍‌ କମେଡି ଡ୍ରାମା ଫିଲ୍ମକୁ ନେଇ ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଉତ୍କଣ୍ଠା। ମହିଳାଙ୍କ ଋତୁସ୍ରାବକାଳୀନ ସ୍ବଚ୍ଛତା ତଥା ଭାରତର ଶସ୍ତା ସାନିଟାରୀ ନାପ୍‌କିନର ଉଦ୍ଭାବକ ତାମିଲନାଡ଼ୁର ପଦ୍ମଶ୍ରୀ ଅରୁଣାଚଳମ୍‌ ମୁରୁଗନାଥମ୍‌ଙ୍କ କାହାଣୀ ଉପରେ ଫିଲ୍ମଟି ପ୍ରସ୍ତୁତ। ରିଲିଜ ପୂର୍ବରୁ ହିଁ ଏହା ସମଗ୍ର ଦେଶରେ ବହୁଳ ଭାବେ ଆଦୃତ ହୋଇଛି। କେତେବେଳେ ‘ପ୍ୟାଡ୍‌ମ୍ୟାନ୍‌’ ଚ୍ୟାଲେଞ୍ଜ ତ ପୁଣି ସେଲ୍ଫି ଓ୍ବିଥ୍‌ ଏ ପ୍ୟାଡ୍‌ କ୍ୟାମ୍ପେନ୍‌ ଫିଲ୍ମକୁ ସୋସିଆଲ ମିଡିଆ ମାଧ୍ୟମରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛି।
ଆର୍‌. ବାଲ୍‌କୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଭିନେତ୍ରୀ ତଥା ଲେଖିକା ଟ୍ବିଙ୍କିଲ ଖାନ୍ନାଙ୍କ ପୁସ୍ତକ ‘ଦି ଲିଜେଣ୍ଡ୍‌ ଅଫ୍‌ ଲକ୍ଷ୍ମୀପ୍ରସାଦ’ ଉପରେ ଆଧାରିତ। ଏହାର ମୁଖ୍ୟ ଚରିତ୍ରରେ ଅକ୍ଷୟ କୁମାର, ରାଧିକା ଆପ୍ତେ, ସୋନମ୍‌ କପୁରଙ୍କ ସହ ଅମିତାଭ ବଚ୍ଚନ ପ୍ରମୁଖ ରହିଛନ୍ତି। ପୂର୍ବରୁ ‘ଟୟଲେଟ୍‌: ଏକ୍‌ ପ୍ରେମ୍‌ କଥା’ ଫିଲ୍ମ ମାଧ୍ୟମରେ ସମଗ୍ର ଦେଶକୁ ପରିମଳର ବାର୍ତ୍ତା ଦେଇଥିବା ଅକ୍ଷୟ କୁମାର ‘ପ୍ୟାଡ୍‌ମ୍ୟାନ୍‌’ ମାଧ୍ୟମରେ ମହିଳାଙ୍କ ଋତୁସ୍ରାବକାଳୀନ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି। ଭାରତରେ ମହିଳାଙ୍କ ଋତୁସ୍ରାବକୁ ନେଇ ରହିଥିବା ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସ, କୁପ୍ରଥାକୁ ଦୂର କରିବା ଏବଂ କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ଋତୁସ୍ରାବକାଳୀନ ସ୍ବଚ୍ଛତା ସମ୍ପର୍କରେ ସଚେତନ ସୃଷ୍ଟି କରିବା ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ସାନିଟାରୀ ପ୍ୟାଡ୍‌ ବ୍ୟବହାର ପାଇଁ ଅଧିକରୁ ଅଧିକ ମହିଳା ଏବଂ ଯୁବତୀଙ୍କୁ ଉତ୍ସାହିତ କରିବା ଏହାର ଆଉ ଏକ ଲକ୍ଷ୍ୟ। ଫିଲ୍ମରେ ବ୍ୟବସାୟିକ ଦୃଷ୍ଟିକୋଣ ଅପେକ୍ଷା ସାମାଜିକ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଭାରତର ମେନ୍ସୁରାଲ ମ୍ୟାନ୍‌ ଭାବେ ପରିଚିତ ମୁରୁଗନାଥମ୍‌ଙ୍କ ଅକୁହା କଥାକୁ ଏହା ସମସ୍ତଙ୍କ ସାମ୍ନାକୁ ଆଣିବ। ଏଥିସହ ଫିଲ୍ମରେ ଜବରଦସ୍ତ କମେଡିର ଝଲକ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। ସବୁଠାରୁ ବଡ଼କଥା ହେଲା, ଫିଲ୍ମରେ ଅକ୍ଷୟ କୁମାରଙ୍କ ଦମ୍‌ଦାର ଅଭିନୟ ରିଲିଜ ପୂର୍ବରୁ ହିଁ ଲୋକଙ୍କ ହୃଦୟ ଜିଣିଛି। ଫିଲ୍ମ ଟ୍ରେଲରରେ ଅକ୍ଷୟ ଏକ ଗୋଲାପି ରଙ୍ଗର ଲେଡିଜ୍‌ ଅଣ୍ଡରଓ୍ବେର୍‌ ପିନ୍ଧି ସାନିଟାରୀ ନାପ୍‌କିନ ପିନ୍ଧୁଥିବା ଦୃଶ୍ୟ ଫିଲ୍ମକ୍ରିଟିକ୍‌ଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକଙ୍କ ପଯର୍ର୍‌ୟନ୍ତ, ସମସ୍ତଙ୍କ ମନକୁ ଛୁଇଁପାରିଛି। ତେଣୁ ଫିଲ୍ମ ରିଲିଜ ହେବା ପରେ ଏହା ସବୁବର୍ଗର ଓ ସବୁଶ୍ରେଣୀର ଲୋକଙ୍କ ଦ୍ୱାରା ପ୍ରଶଂସିତ ହେବ ବୋଲି ଆଶା କରାଯାଉଛି।

All Right Reserved By

Model This Week

ସନ୍ତୋଷ

ମେଟ୍ରୋ |

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ମେଘନା ଟପ୍ପର ବଢ଼ିଲା ପାସ୍‌ ହାର

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ମେଘନା ଟପ୍ପର ବଢ଼ିଲା ପାସ୍‌ ହାର

ଭୁବନେଶ୍ୱର, ୨୬।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପାସ୍‌ ହାର ବୃଦ୍ଧି ପାଇଛି। ୨୦୧୭ରେ ପାସ୍‌ ହାର ୮୨.୦୨% ଥିବାବେଳେ ଏବର୍ଷ ୮୩.୦୧% ରହିଛି। ଉତ୍ତରପ୍ରଦେଶ(ୟୁପି) ନୋଏଡାର ମେଘନା ଶ୍ରୀବାସ୍ତବ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି।

କଟକରେ ମୋଦି: ବିକାଶର ରିପୋର୍ଟ ଦେଲେ

କଟକରେ ମୋଦି: ବିକାଶର ରିପୋର୍ଟ ଦେଲେ

କଟକ ଅଫିସ, ୨୬।୫: କଟକ କିଲା ପଡ଼ିଆରେ ଅନୁଷ୍ଠିତ ଭାଜପାର ଜନ କଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେନ୍ଦ୍ର ସରକାରଙ୍କ ୪ବର୍ଷ ସଫଳତାର ଅବତାରଣା କରିଛନ୍ତି। ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ମୋଦି ରାଜ୍ୟ ତଥା ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ମୋଦି ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ବିକାଶର ରିପୋର୍ଟ କାର୍ଡ ଦେବା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି।

ମୋଦି ରାଲିରେ ଯୋଗଦେବାକୁ ଯାଉଥିବା ଭାଜପା କର୍ମୀଙ୍କ ଉପରକୁ ଢେଲାମାଡ଼

ମୋଦି ରାଲିରେ ଯୋଗଦେବାକୁ ଯାଉଥିବା ଭାଜପା କର୍ମୀଙ୍କ ଉପରକୁ ଢେଲାମାଡ଼

କଟକ ସଦର, ୨୬।୫(ଡି.ଏନ୍‌.ଏ.): କଟକ ବାଲିଯାତ୍ରା ପଡ଼ିଆରେ ଶନିବାର ଆୟୋଜିତ ମୋଦି ରାଲିରେ ଯୋଗଦେବାକୁ ଭାଜପା କର୍ମୀମାନେ ଏକ ମହିନ୍ଦ୍ରା ଗାଡିରେ ଯାଉଥିଲେ। ବିରିବାଟି ନିକଟରେ କିଛି ଦୁର୍ବୃତ୍ତ ଗାଡ଼ି ଉପରକୁ ଢେଲା ମାଡ଼ କରିଛନ୍ତି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପୁରୀ ଅଫିସ,୨୬।୫: ପୁରୀରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଶନିବାର ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜୁନ୍‌ ୧ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲା, ବ୍ଲକ, ତହସିଲସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକଙ୍କୁ ସଚେତନ କରିବ ପରୀ

ପୁରୀ ଅଫିସ,୨୬।୫: ଶିଶୁ ନିର୍ଯାତନା, ଯୌନ ଶୋଷଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଲାଗି ଓଡ଼ିଶା ରାଜ୍ୟ ପୋଲିସ ହାତକୁ ନେଇଛି ଏକ କାର୍ଯ୍ୟକ୍ରମ। ଯାହାର ନାମ ରହିଛି ପରୀ। ମଇ ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲାରେ ପରୀ ସଚେତନ ରଥ ପରିକ୍ରମା କରିବ ବୋଲି ଶନିବାର ଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାଫଳ। ଚଳିତ ବର୍ଷ ପାସ ହାର ୮୩.୦୧% ରହିଥିବା ବେଳେ ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ ୫୦୦ରୁ ୪୯୯ ରଖି ଟପ୍ପର ହୋଇଛନ୍ତି।

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ୪ ବର୍ଷର ସଫଳତା ବିଷୟରେ ମତ ରଖିବେ। ମୋଦିଙ୍କ ଏହି ଗସ୍ତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି।

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପୁରୀ ଅଫିସ,୨୬।୫: ପୁରୀ ଜିଲା ପିପିଲିର ନିଛଗଡ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଖୋକା ଜବତ କରାଯାଇଛି।

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ

କଟକ ଅଫିସ, ୨୫।୫- ମାନବାଧିକାର କର୍ମୀ ଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଆନ୍ତର୍ଜାତୀୟ ଡିଜିଟାଲ୍‌ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି ା ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଏ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି ା

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।