ବାଣିଜ୍ୟ |

ପିଏମ୍‌ଆରଏଫ୍‌ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ପିଏମ୍‌ଆରଏଫ୍‌ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ,୮-୨ (ପି.ଟି.) ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ( ପିଏମ୍‌ଆର୍‌ଏଫ)ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଉକ୍ତ ଯୋଜନା ଅନ୍ତର୍ଗତ ଦେଶର ଶୀର୍ଷ ର଼୍ୟାଙ୍କରେ ରହୁଥିବା ୩,୦୦୦ ବି.ଟେକ୍‌ ଗ୍ରାଜୁଏଟଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରୀଛାତ୍ରମାନେ ଆଇଆଇଟି ଏବଂ ଆଇଆଇଏସସିରେ ପିଏଚ.ଡି. କରିପାରିବେ। ୨୦୧୮-୧୯ ଆର୍ଥତ୍କ ବର୍ଷ ଠାରୁ ଆଗାମୀ ୭ ବର୍ଷ ଲାଗି ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥି ଲାଗି ୧୬୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଛାତ୍ରୀଛାତ୍ରମାନଙ୍କୁ ପ୍ରଥମ ଦୁଇ ବର୍ଷ ଲାଗି ମାସିକ ୭୦ ହଜାର ଏବଂ ତୃତୀୟ ବର୍ଷ ପାଇଁ ୭୫ ହଜାର ଏବଂ ଚତୁର୍ଥ ତଥା ପଞ୍ଚମ ବର୍ଷ ଲାଗି ୮୦ ହଜାର ଛାତ୍ରବୃତ୍ତି ମିଳିବ।
All Right Reserved By

ବାଣିଜ୍ୟ |

ପ୍ରକାଶିତ ଜିଡିପି ତଥ୍ୟ ସରକାରୀ ଆକଳନ ନୁହେଁ

ପ୍ରକାଶିତ ଜିଡିପି ତଥ୍ୟ ସରକାରୀ ଆକଳନ ନୁହେଁ

ନୂଆଦିଲ୍ଲୀ,୨୦-୮: ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ସମ୍ପର୍କିତ ଯେଉଁ ତଥ୍ୟ ନିକଟରେ ପ୍ରକାଶ ପାଇଛି ତାହା ସରକାରୀ ଆକଳନ ନୁହେଁ। କେନ୍ଦ୍ର ସରକାର ରବିବାର ଏଭଳି ସ୍ପଷ୍ଟୀକରଣ ଦେଇଥିବା ବେଳେ ଜାତୀୟ ପରିସଂଖ୍ୟାନ ଆୟୋଗ(ଏନ୍‌ଏସ୍‌ସି) କହିଛି, ଜିଡିପି ଆକଳନ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଏନ୍‌ଏସ୍‌ସି ଦ୍ୱାରା ଗଠିତ କମିଟି ଗତ ସପ୍ତାହରେ ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା।

ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଆୟ କରିଛି ଭାରତୀୟ ରେଳ

ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଆୟ କରିଛି ଭାରତୀୟ ରେଳ

ନୂଆଦିଲ୍ଲୀ,୨୦-୮:ଚଳିତ ଆର୍ଥିକବର୍ଷର ପ୍ରଥମ ଚାରି ମାସରେ ଭାରତୀୟ ରେଳ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଆୟ କରିଛି। 

ଏନ୍‌ପିଏ ଚିନ୍ତା; ରାଜନଙ୍କୁ ସଂସଦୀୟ କମିଟିର ଡାକରା

ଏନ୍‌ପିଏ ଚିନ୍ତା; ରାଜନଙ୍କୁ ସଂସଦୀୟ କମିଟିର ଡାକରା

ନୂଆଦିଲ୍ଲୀ,୨୦-୮(ପି.ଟି.): ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବର୍ତ୍ତମାନ ଅନାଦାୟ ଋଣ(ଏନ୍‌ପିଏ) ଏକ ସମସ୍ୟା ଭାବେ ଉଭା ହୋଇଛି। ଏହା ଉଭୟ ସରକାର ଓ ବ୍ୟାଙ୍କଗୁଡିକ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏନ୍‌ପିଏ ବୃଦ୍ଧିକୁ ଧ୍ୟାନରେ ରଖି ସଂସଦୀୟ କମିଟି

୭.୫%ରୁ ଅଧିକ ରହିବ ଅଭିବୃଦ୍ଧି

୭.୫%ରୁ ଅଧିକ ରହିବ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦-୮(ପି.ଟି.): ଘରୋଇ ବଜାରର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆସୁଛି। ଚଳିତ ଆର୍ଥତ୍କ ବର୍ଷରେ  ଅଭିବୃଦ୍ଧି ୭.୫%ରୁ ଅଧିକ ରହିବ। ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ବୀରମଣି ରବିବାର ଏହା କହିଛନ୍ତି।

କେରଳକୁ ସହାୟତା; ରିଲିଫ୍‌ ପଠାଇଲେ ଲାଗିବନି ରେଳଭଡା

କେରଳକୁ ସହାୟତା; ରିଲିଫ୍‌ ପଠାଇଲେ ଲାଗିବନି ରେଳଭଡା

ଭୁବନେଶ୍ୱର, ୨୦-୮: କେରଳରେ ଲାଗି ରହିଥିବା ବନ୍ୟାରୁ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ତଥା ବିଭିନ୍ନ ରିଲିଫ୍‌ ସାମଗ୍ରୀ ପ୍ରେରଣ ପାଇଁ ଭାରତୀୟ ରେଳ ମାଗଣା ପରିବହନ ସେବା ଯୋଗାଇବ। ସମସ୍ତ ସରକାରୀ ଓ ବେସରକାରୀ ସଂଗଠନ ଏହାର ସୁଯୋଗ ନେଇ ପାରିବେ। 

କଟକରେ ଖୋଲିଲା କୋବର ସ୍ବତନ୍ତ୍ର ଷ୍ଟୋର

କଟକରେ ଖୋଲିଲା କୋବର ସ୍ବତନ୍ତ୍ର ଷ୍ଟୋର

କଟକ,୨୦-୮ : ପ୍ରମୁଖ ପୁରୁଷ ଫ୍ୟାଶନ ବ୍ରାଣ୍ଡ କୋବ୍‌ ପକ୍ଷରୁ କଟକର ବକ୍ସି ବଜାରସ୍ଥିତ ଜିପିଓ ସାମ୍ନାରେ ଏକ ସ୍ବତନ୍ତ୍ର ଷ୍ଟୋର ଶୁଭାରମ୍ଭ ହୋଇଛି। ନୂଆ ଷ୍ଟୋରକୁ ସମାଜସେବୀ ଡି. ପ୍ରକାଶ ରାଓ ଉଦଘାଟନ କରିଥିଲେ। ଓଡିଶାରେ ଏହା କମ୍ପାନୀର ଦ୍ୱିତୀୟ ଷ୍ଟୋର। 

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ରାତି ୯ଟା ପରେ ଏଟିଏମ୍‌ରେ ଭର୍ତ୍ତି ହେବନି ଟଙ୍କା

ନୂଆଦିଲ୍ଲୀ,୨୦-୮(ପି.ଟି.): ସହରାଞ୍ଚଳରେ ରହିଥିବା ଅଟୋମେଟେଡ୍‌ ଟେଲର ମେଶିନ୍‌(ଏଟିଏମ୍‌)ରେ ରାତି ୯ଟା ପରେ ଆଉ ଟଙ୍କା ଭର୍ତ୍ତି କରାଯିବ ନାହିଁ। ଗ୍ରାମାଞ୍ଚଳରେ ଥିବା ଏଟିଏମ୍‌ଗୁଡ଼ିକରେ ସା ୬ ଟା ପୂର୍ବରୁ ଟଙ୍କା ଭର୍ତ୍ତି କରାଯିବ।

ତ୍ୱରିତ ହେବ ଆଇଟିଆର୍‌ ରିଫଣ୍ଡ

ତ୍ୱରିତ ହେବ ଆଇଟିଆର୍‌ ରିଫଣ୍ଡ

ନୂଆଦିଲ୍ଲୀ,୨୦-୮ : ଆୟକର ରିଟର୍ନ ଭରୁଥିବା ଟିକସଦାତାଙ୍କ ପାଇଁ ଖୁସି ଖବର। ଆୟକର ରିଟର୍ନର ରିଫଣ୍ଡ ତ୍ୱରିତ ହେବ ବୋଲି ଜଣାଯାଇଛି। ୧୫ ଦିନ ମଧ୍ୟରେ ଟିକସଦାତାଙ୍କୁ ରିଫଣ୍ଡ ମିଳିବ। ଯଦି କୌଣସି ଟିକସଦାତା ଆୟକର ରିଟର୍ନ ଫାଇଲ କରନ୍ତି ତେବେ ତାଙ୍କୁ 

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା; ୟୁପିଏ ସମୟର ଉଚ୍ଚ ଅଭିବୃଦ୍ଧିରୁ ଭୁସୁଡିଥିଲା ଅର୍ଥନୀତି

ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା; ୟୁପିଏ ସମୟର ଉଚ୍ଚ ଅଭିବୃଦ୍ଧିରୁ ଭୁସୁଡିଥିଲା ଅର୍ଥନୀତି

ନୂଆଦିଲ୍ଲୀ,୨୦-୮(ପି.ଟି.): ପୂର୍ବର ୟୁପିଏ ସରକାରଙ୍କ ସମୟରେ ଉଚ୍ଚ ସ୍ତରର ଅଭିବୃଦ୍ଧି ଯୋଗୁ ଅର୍ଥନୀତି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା। ଅନିୟନ୍ତ୍ରିତ ବିତ୍ତିୟ ନିୟଣ୍ଟ ଓ ବ୍ୟାଙ୍କଗୁଡିକ ପକ୍ଷରୁ ବେପାରୁଆ ଭାବେ ଋଣ ପ୍ରଦାନ ଯୋଗୁ ଅର୍ଥନୀତି ଭୁସୁଡିଥିଲା ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ସୂଚନା ଦେଇଛି।

ଘରେ ଘରେ ପହଞ୍ଚିବ ଆଇପିପିବି ବ୍ୟାଙ୍କ ସେବା

ଘରେ ଘରେ ପହଞ୍ଚିବ ଆଇପିପିବି ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୦-୮: ଘରେ ଘରେ ପହଞ୍ଚିବ ବ୍ୟାଙ୍କ ସେବା । ଭାରତୀୟ ଡାକ ବିଭାଗ ପକ୍ଷରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ଚଳିତ ମାସ ୨୧ ତାରିଖ ଠାରୁ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ଦ୍ୱାରା ବ୍ୟାଙ୍କ ଘରେ ଘରେ ପହଞ୍ଚିବ।

ଜିଡିପିର ୨.୮% ଛୁଇଁବ ସିଏଡି

ଜିଡିପିର ୨.୮% ଛୁଇଁବ ସିଏଡି

ନୂଆଦିଲ୍ଲୀ,୨୦-୮: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ମୋଟ ଜିଡିପିର ୨.୮% ଛୁଇଁବ।  ଜାପାନର ଫାଇନାନ୍ସିଆଲ୍‌ ହୋଲଡିଂ କମ୍ପାନୀ ନୋମୁରା ପକ୍ଷରୁ ଏଭଳି ଆକଳନ କରାଯାଇଛି। ଅଶୋଧିତ ତୈଳ ଦର ବୃଦ୍ଧି, ଟଙ୍କା ମୂଲ୍ୟରେ ହ୍ରାସ, 

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ସେପ୍ଟେମ୍ବର ୧୫ରୁ ୟୁଆଇଡିଏଆଇ ଆଣିବ ନୂଆ ବୈଶିଷ୍ଟ୍ୟ: ଚେହେରାରୁ ଯାଞ୍ଚ ହେବ ପରିଚୟ

ନୂଆଦିଲ୍ଲୀ,୧୯-୮: ପରିଚୟ ଜାଣିବା ପାଇଁ ଆଧାରର ନିୟାମକ ସଂସ୍ଥା ଭାରତୀୟ ଏକକ ପରିଚୟପତ୍ର କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ଏକ ନୂତନ ଫିଚର ଆରମ୍ଭ କରିବ।