ବାଣିଜ୍ୟ |

ଆଇଟି ଶିଳ୍ପ ଲାଗି ଭଲ ରହିବ ୨୦୧୮

ଆଇଟି ଶିଳ୍ପ ଲାଗି ଭଲ ରହିବ ୨୦୧୮

ହାଇଦ୍ରାବାଦ,୮-୨ (ପି.ଟି.)
ଘରୋଇ ବଜାରର ସୂଚନା ତଥା ପ୍ରଯୁକ୍ତି(ଆଇଟି) ଶିଳ୍ପ ଲାଗି ୨୦୧୮ ବର୍ଷ ଉନ୍ନତ ରହିବ। ୨୦୧୮ ଶିଳ୍ପ ଲାଗି ସକାରାତ୍ମକ ରହିବା ସହ ଆଇଟିରେ ଉନ୍ନତି ଆସିବ। ବିଶ୍ୱ ସ୍ତରରେ ଆଇଟି ସଂକ୍ରାନ୍ତ ଖର୍ଚ୍ଚରେ ବୃଦ୍ଧି, ଆମେରିକା ଅର୍ଥନୀତିରେ ଉନ୍ନତି ଆଇଟି ଶିଳ୍ପ ଲାଗି ବିଶେଷ ଭାବେ ସହାୟକ ହେବ ବୋଲି ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ସର୍ଭିସେସ୍‌ କମ୍ପାନୀ(ନାସକମ୍‌) ପ୍ରକାଶ କରିଛି। ଆଇଟି ଶିଳ୍ପରେ ଥିବା ବିଭିନ୍ନ ସମସ୍ୟା ଚଳିତ ବର୍ଷ ବିଶେଷ ଭାବେ ରହିବ ନାହିଁ ବୋଲି ନାସକମ୍‌ ସଭାପତି ଆର. ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି। ଆଇଟିରେ ତ୍ୱରିତ ପରିବର୍ତ୍ତନ ନ ଆସିଲେ ମଧ୍ୟ ପରିବର୍ତ୍ତନ ଧାରା ଆସିବ ବୋଲି ସେ କହିଛନ୍ତି।

All Right Reserved By

Model This Week

ସୌମ୍ୟ

ବାଣିଜ୍ୟ |

ସ୍ବଚ୍ଛତାକୁ ନେଇ ଟ୍ରେନ୍‌ଗୁଡିକୁ ମିଳିବ ର଼୍ୟାଙ୍କ

ସ୍ବଚ୍ଛତାକୁ ନେଇ ଟ୍ରେନ୍‌ଗୁଡିକୁ ମିଳିବ ର଼୍ୟାଙ୍କ

ନୂଆଦିଲ୍ଲୀ,୨୭-୫(ପି.ଟି.) ଭାରତୀୟ ରେଳପଥ ଅଧୀନରେ ଚାଲୁଥିବା ୨୦୦ରୁ ଊର୍ଦ୍ଧ୍ୱ ଟ୍ରେନ୍‌ ମଧ୍ୟରେ ଏବେ ସ୍ବଚ୍ଛତାକୁ ନେଇ ପ୍ରତିଯୋଗିତା ଚାଲିଛି। ସ୍ବଚ୍ଛତା ଦୃଷ୍ଟିକୋଣରୁ କେଉଁ ଟ୍ରେନ୍‌ ଶୀର୍ଷରେ ରହିବ ତାହାକୁ ନେଇ ଭାରତୀୟ ରେଳପଥ ସର୍ଭେ କରୁଛି। ୨୦୧୬ରେ ଏଭଳି ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଷ୍ଟେଶନଗୁଡିକୁ ସେମାନଙ୍କ ସ୍ବଚ୍ଛତା ଦୃଷ୍ଟିକୋଣରୁ ର଼୍ୟାଙ୍କ ପ୍ରଦାନ କରାଯାଇଥିଲା। ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଅଧୀନରେ ଏହି ସର୍ଭେ କରାଯାଇଥିଲା।

ପ୍ରଶାସନିକ ଶୁଳ୍କ ହ୍ରାସ କଲା ଇପିଏଫ୍‌ଓ

ପ୍ରଶାସନିକ ଶୁଳ୍କ ହ୍ରାସ କଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୨୭-୫(ପି.ଟି.) କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) କମ୍ପାନୀଗୁଡିକ ପକ୍ଷରୁ ପୈଠ କରାଯାଉଥିବା ପ୍ରଶାସନିକ ଶୁଳ୍କକୁ ୦.୬୫%ରୁ ୦.୫୦%କୁ ହ୍ରାସ କରିଛି। ଏହା ଚଳିତବର୍ଷ ଜୁନ୍‌ ୧ରୁ ଲାଗୁ ହେବ।

ସଂସଦୀୟ କମିଟି ଆଗରେ ହାଜର ହେବେ ଉର୍ଜିତ

ସଂସଦୀୟ କମିଟି ଆଗରେ ହାଜର ହେବେ ଉର୍ଜିତ

ନୂଆଦିଲ୍ଲୀ,୨୭-୫(ପି.ଟି.) ବ୍ୟାଙ୍କ ଠକେଇ ଏବଂ ବର୍ଦ୍ଧିତ ଏନ୍‌ପିଏ ସମସ୍ୟାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଗଭର୍ନର ଉର୍ଜିତ ପଟେଲ ଆସନ୍ତା ମାସ ୧୨ ତାରିଖରେ ସଂସଦୀୟ କମିଟି ଆଗରେ ହାଜର ହେବେ। ବର୍ଦ୍ଧିତ ଏନ୍‌ପିଏ ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତି ବର୍ତ୍ତମାନ କିପରି ରହିଛି ତାହାକୁ ନେଇ ପଟେଲ କମିଟିକୁ ଅବଗତ କରିବେ। ଆଗକୁ ସମ୍ଭାବ୍ୟ ବ୍ୟାଙ୍କ ଠକେଇକୁ ରୋକିବା ପାଇଁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯିବ।

ଦୁଇ ସୀମିତ ସଂସ୍କରଣ ଯାନ ଆଣିଲା ମର୍ସିଡିଜ୍‌ ବେଞ୍ଜ୍‌

ଦୁଇ ସୀମିତ ସଂସ୍କରଣ ଯାନ ଆଣିଲା ମର୍ସିଡିଜ୍‌ ବେଞ୍ଜ୍‌

ପୁଣେ, ୨୭-୫ ବିଳାସମୟ କାର୍‌ ନିର୍ମାତା ମର୍ସିଡିଜ୍‌ ବେଞ୍ଜ୍‌ ଇଣ୍ଡିଆ ଏହାର ଦୁଇ ଅତ୍ୟାଧୁନିକ ଯାନର ସୀମିତ ସଂସ୍କରଣ ବଜାର ପ୍ରବେଶ କରାଇଛି। ଏଏମ୍‌ଜି ଜିଏଲ୍‌ଇ ୪୩ ୪ମାଟିକ୍‌ କୋପ୍‌ ‘ଅରେଞ୍ଜ୍‌ ଆର୍ଟ’ ଏବଂ ଦି ଏସ୍‌ଏଲ୍‌ସି ୪୩ ‘ରେଡ୍‌ଆର୍ଟ’ ନାମରେ ଏହି ଦୁଇ ଯାନ ବଜାରକୁ ଆସିଛି ବୋଲି କମ୍ପାନୀ ପ୍ରକାଶ କରିଛି।

ସିମ୍ଫୋନିର ନେଟ୍‌ ଲାଭରେ ୧୬% ବୃଦ୍ଧି

ସିମ୍ଫୋନିର ନେଟ୍‌ ଲାଭରେ ୧୬% ବୃଦ୍ଧି

ଗୁଜରାଟ,୨୭-୫ ପ୍ରମୁଖ ଏୟାର କୁଲର କମ୍ପାନୀ ସିମ୍ଫୋନି ଲିମିଟେଡ୍‌ର ନେଟ୍‌ ଲାଭ ୨୦୧୭-୧୮ ଆର୍ଥିକ ବର୍ଷରେ ୧୬% ବୃଦ୍ଧି ହୋଇଛି। ୨୦୧୬-୧୭ରେ ଏହା ୧୬୬ କୋଟି ଟଙ୍କା ଥିଲା ବେଳେ ୨୦୧୭-୧୮ରେ ୧୯୩ କୋଟି ଟଙ୍କାକୁ ପହଞ୍ଚିଛି ବୋଲି କମ୍ପାନୀ ପ୍ରକାଶ କରିଛି। ସେହିପରି ଏହାର ବିକ୍ରି ପରିମାଣ ମଧ୍ୟ ୨୦୧୬-୧୭ରେ ୭୬୩ କୋଟି ଟଙ୍କା ଥିବା ବେଳେ ଏଥିରେ ୪% ବୃଦ୍ଧି ଘଟି ୨୦୧୭-୧୮ରେ ୭୯୬ କୋଟି ଟଙ୍କାରେ ପହଞ୍ଚିଛି।

ଫ୍ୟୁଚର ଗ୍ରୁପ୍‌ ଖୋଲିବ ୧୦ ହଜାର କ୍ଷୁଦ୍ର ଷ୍ଟୋର

ଫ୍ୟୁଚର ଗ୍ରୁପ୍‌ ଖୋଲିବ ୧୦ ହଜାର କ୍ଷୁଦ୍ର ଷ୍ଟୋର

ନୂଆଦିଲ୍ଲୀ, ୨୭-୫ ହ୍ବାଟ୍‌ସ୍‌ଆପ୍‌ ମେସେଜ୍‌ ମାଧ୍ୟମରେ ଗ୍ରାହକଙ୍କୁ ସାମଗ୍ରୀ କ୍ରୟ କରିବାର ସୁଯୋଗ ପ୍ରଦାନ କରିବ ଫ୍ୟୁଚର ଗ୍ରୁପ୍‌। ଏଥିସହିତ ପାଖାପାଖି ୧୦,୦୦୦ କ୍ଷୁଦ୍ର ଷ୍ଟୋର ମଧ୍ୟ ଉଦ୍‌ଘାଟନ କରିବ। ବର୍ତ୍ତମାନ ଏହିଭଳି ଷ୍ଟୋରରୁ କମ୍ପାନୀ ୫ ହଜାର କୋଟି ଟଙ୍କା ଆୟ କରୁଥିବା ବେଳେ ଏହାକୁ ୧୦ଗୁଣରୁ ଅଧିକ ବୃଦ୍ଧି କରି ୬୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଫ୍ୟୁଚର ଗ୍ରୁପ୍‌ର ପ୍ରତିଷ୍ଠାତା କିଶୋର ବିୟାନି ଏହା କହିଛନ୍ତି।

୪ ବର୍ଷରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ବୃଦ୍ଧି

୪ ବର୍ଷରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୬-୫(ପି.ଟି.) ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ୪ ବର୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୪୧%ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ଫଳରେ ନିବେଶକଙ୍କ ସମ୍ପତ୍ତିରେ ୭୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ୨୦୧୪ ମେ’ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ସେନ୍‌ସେକ୍ସରେ ୧୦,୨୦୭.୯୯ ପଏଣ୍ଟ ବୃଦ୍ଧି ଘଟିଛି। ଚଳିତବର୍ଷ ଜାନୁୟାରୀ ୨୯ରେ ଏହା ସର୍ବକାଳୀନ ରେକର୍ଡ ୩୬,୪୪୩.୯୮ ପଏଣ୍ଟ୍‌ ଛୁଇଁଥିଲା।

ହ୍ୟୁଣ୍ଡାଇ ଇଲାଇଟ୍‌ ଆଇ-୨୦ର ନୂଆ ଭାରିଆଣ୍ଟ୍‌

ହ୍ୟୁଣ୍ଡାଇ ଇଲାଇଟ୍‌ ଆଇ-୨୦ର ନୂଆ ଭାରିଆଣ୍ଟ୍‌

ନୂଆଦିଲ୍ଲୀ,୨୬-୫(ପି.ଟି.) ହ୍ୟୁଣ୍ଡାଇ ମୋଟର୍‌ ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌) ଶୁକ୍ରବାର ଏହାର ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ଇଲାଇଟ୍‌ ଆଇ୨୦ର ଅଟୋମେଟିକ୍‌ ଟ୍ରାନ୍ସମିଶନ୍‌ ଭାରିଆଣ୍ଟ୍‌ର ବଜାର ପ୍ରବେଶ କରାଇଛି। ପେଟ୍ରୋଲ ଇଞ୍ଜିନ୍‌ରେ ଆସୁଥିବା ଏହି ଯାନର ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୭.୦୪ ଲକ୍ଷ ଟଙ୍କାରୁ ଆରମ୍ଭ।

ବିଓଆଇର ଗ୍ରାହକ ସଚେତନତା ବୈଠକ

ବିଓଆଇର ଗ୍ରାହକ ସଚେତନତା ବୈଠକ

ଭୁବନେଶ୍ୱର,୨୬-୫ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ) ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଏକ ଗ୍ରାହକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କିଙ୍ଗ୍‌ କୋଡ୍ସ ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ବୋର୍ଡ ଅଫ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ଅଧୀନରେ ଏହି ବୈଠକ ଆୟୋଜନ କରାଯାଇଥିଲା। ବିଓଆଇର ଜୋନାଲ ମ୍ୟାନେଜର ଓ୍ବାଇ.ଏନ୍‌. ଦ୍ୱିବେଦୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ୱର ବ୍ୟାଙ୍କିଙ୍ଗ୍‌ ଅମ୍ବୁଡ୍ସମ୍ୟାନ୍‌ ଶ୍ରୀଧର ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଆଇଡିବିଆଇର ୫୬୬୩ କୋଟି ଟଙ୍କା କ୍ଷତି

ଆଇଡିବିଆଇର ୫୬୬୩ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬-୫ ଶିଳ୍ପ ବିକାଶ ସକାଶେ ଋଣ ପ୍ରଦାନ କରୁଥିବା ଇଣ୍ଡଷ୍ଟ୍ରିଆଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆଇଡିବିଆଇ) ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ମୋଟ ୫,୬୬୨ କୋଟି ୭୬ ଲକ୍ଷ ଟଙ୍କା କ୍ଷତି ସହିଛି। ଗତ ଆର୍ଥିକ ବର୍ଷ ସମାନ ସମୟ ତୁଳନାରେ ଏହା ପ୍ରାୟ ୨୪୯୬ କୋଟି ଟଙ୍କା ଅଧିକ। ସେହିପରି ଏହାର ନେଟ୍‌ ଇଣ୍ଟ୍ରେଷ୍ଟ ଇନ୍‌କମ୍‌ ପାଖାପାଖି ୪୪% ହ୍ରାସ ପାଇ ୯୧୫.୪୭ କୋଟି ଟଙ୍କାକୁ ଖସି ଆସିଛି।

ଓଡିଶାରେ ୧୭୫ କୋଟି ନିବେଶ କରିବ ଏନ୍‌ଡିଡିବି:ସ୍ଥାପନ କରିବ ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି

ଓଡିଶାରେ ୧୭୫ କୋଟି ନିବେଶ କରିବ ଏନ୍‌ଡିଡିବି:ସ୍ଥାପନ କରିବ ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ଓଡିଶାର କୃଷକମାନଙ୍କୁ ସିଧାସଳଖ ଉପକୃତ କରାଇବା ପାଇଁ ନ୍ୟାଶନାଲ୍‌ ଡାଇରି ଡେଭ୍‌ଲପ୍‌ମେଣ୍ଟ ବୋର୍ଡ(ଏନ୍‌ଡିଡିବି) ଯୋଜନା କରୁଛି। ବର୍ତ୍ତମାନ ରାଜ୍ୟର ୯୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଫଳମୂଳ ଓ ପନିପରିବା କ୍ରୟ କରି ଏହି ସଂସ୍ଥା ଦିଲ୍ଲୀ ବଜାରକୁ ପଠାଉଛି। ଏହି ସଂଖ୍ୟା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦୦୦ରେ ପହଞ୍ଚାଇବାକୁ ଏନ୍‌ଡିଡିବି ଲକ୍ଷ୍ୟ ରଖିଛି। ଏହାକୁ ବାସ୍ତବ ରୂପ ଦେବା ସକାଶେ ଓଡିଶାରେ ଏକ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିବ୍ୟୁଶନ ଫାସିଲିଟି(ସିଡିଏଫ୍‌) ସହିତ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍‌ ମଧ୍ୟ ସ୍ଥାପନ କରିବାକୁ ଚାହୁଁଛି।

 ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ଚନ୍ଦା କୋଚ୍ଚରଙ୍କୁ ସେବିର ନୋଟିସ୍‌

ବମ୍ବେ,୨୬-୫(ପି.ଟି.) ଭିଡିଓକନ୍‌ ଏବଂ ଆଇସିଆଇସିଆଇ ବ୍ୟାଙ୍କ ଋଣ ମାମଲାରେ ବଜାର ନିୟାମକ ସେବି ବ୍ୟାଙ୍କ୍‌ର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କୁ ନୋଟିସ୍‌ ଜାରି କରିଛି। ଭିଡିଓକନ୍‌ ଗ୍ରୁପ୍‌ ଏବଂ ଚନ୍ଦାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ କମ୍ପାନୀ ନ୍ୟୁପାଓ୍ବାର ସହିତ ଆଇସିଆଇସିଆଇ ବ୍ୟାଙ୍କର ନେଣଦେଣକୁ ନେଇ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଏହି ନୋଟିସ୍‌ ଜାରି କରିଥିବା ଆଇସିଆଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି। କୋଚ୍ଚରଙ୍କ ସହ ବ୍ୟାଙ୍କ ନିକଟକୁ ମଧ୍ୟ ଏକ ନୋଟିସ୍‌ ଆସିଛି। ଏହି ନୋଟିସ୍‌ର ଯଥାର୍ଥ ଉତ୍ତର ସେବି ନିକଟରେ ଦାଖଲ କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।