ବ୍ରହ୍ମପୁର

ବିଦ୍ୟାଳୟ,ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିଲେ ଫୁଡ୍‌ କମିଶନ ସଦସ୍ୟା

ବିଦ୍ୟାଳୟ,ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିଲେ ଫୁଡ୍‌ କମିଶନ ସଦସ୍ୟା
ଦାରିଙ୍ଗବାଡ଼ି, ୮।୨(ଡି.ଏନ.ଏ.) -ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଫୁଡକମିଶନ ସଦସ୍ୟା ସିପ୍ରା ମଲ୍ଲିକ ଦୁଇଦିନିଆ ଗସ୍ତରେ ଆସିଥିଲେ। ଗୁରୁବାର ଦ୍ୱିତୀୟ ଦିନରେ ମଲ୍ଲିକ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ପରିଦର୍ଶନ କରିବା ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ମଧ୍ୟାହ୍ନଭୋଜନ ପରଖିବା ସହ ମାନ ଯାଞ୍ଚ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ, ସାଧାରଣବଣ୍ଟନ ସାମଗ୍ରୀ କେନ୍ଦ୍ରଗୁଡ଼ିକ ବୁଲି ଦେଖିଥିଲେ। ସେହିପରି ଛତୁଆ ତିଆରି କେନ୍ଦ୍ର ପରିଦର୍ଶନ ପାଇଁ ଯିବା ସହ କମିଶନ ଛତୁଆର ମାନ ଯାଞ୍ଚ କରିବା ପାଇଁ ନମୂନା ସଂଗ୍ରହ କରି ନେଇଥିଲେ। ପ୍ରଥମେ କମିଶନ ମଲ୍ଲିକ ଦାସିଂବାଡ଼ି ପଞ୍ଚାୟତ କାଣ୍ଡାପା ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇଥିଲେ। ସେଠାରେ କେବଳ କର୍ମୀ ଉପସ୍ଥିତ ଥିବା ବେଳେ କେହି ଶିଶୁ ନ ଥିଲେ। ଏନେଇ ସେଠାକାର କର୍ମୀ ରାଖିମା ପ୍ରଧାନଙ୍କ ସହ ଆଲୋଚନା କରି କେନ୍ଦ୍ର ଠିକ ଭାବେ ଚଳାଇବା ସହ ଶିଶୁମାନଙ୍କୁ କେନ୍ଦ୍ରକୁ ଡାକି ଆଣିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଛଡ଼ାକିଆ, ପାଙ୍ଗାଲି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ଏକା ଅବସ୍ଥା। ପାଙ୍ଗାଲିରେ ୩୦ଜଣ ଶିଶୁଙ୍କ ନାମ ରହିଥିବା ବେଳେ ମାତ୍ର ୫ଜଣ ଆସିଥିଲେ। ଶିଶୁଙ୍କୁ ଖାଇବାକୁ ଦିଆଯାଇ ନ ଥିବା ପଚାରିବୁଝି ଉଦ୍‌ବେଗ ପ୍ରକାଶ କରିଥିଲେ। ଏନେଇ କେନ୍ଦ୍ରର କର୍ମୀ ସମିତା ପ୍ରଧାନ କମିଶନ ସଦସ୍ୟାଙ୍କ ନିକଟରେ ସହାୟିକାଙ୍କୁ ଦାୟୀ କରିଥିଲେ। ସେପଟେ ସହାୟିକା କହିଛନ୍ତିି, ତାଙ୍କୁ ଯାହା ରୋଷେଇ କରିବାକୁ ଦିଆଯାଉଛି ତାହା ଖାଇବାକୁ ଦେଉଛନ୍ତିି। ସେହିପରି ଛଡ଼ାକିଆରେ ୧୮ ଜଣ ଶିଶୁ ରହିଥିବା ବେଳେ ମାତ୍ର ଜଣେ ଶିଶୁ ଉପସ୍ଥିତ ଥିଲେ। ସେଠାକାର ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ା ବିଷୟରେ ପଚାରି ବୁଝିିଥିଲେ। ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମଧ୍ୟ କମିଶନ ସଦସ୍ୟା ମଧ୍ୟାହ୍ନ ଭୋଜନକୁ ଦେଖିବା ସହ ଅଧିକା ପରିବା ବ୍ୟବହାର କରାଯିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ହଷ୍ଟେଲ ସୁବିଧା କରାଗଲେ ଦୁରଦୁରାନ୍ତରୁ ଆସୁଥିବା ଛାତ୍ରୀଛାତ୍ରମାନେ ଉପକୃତ ହୋଇପାରନ୍ତେ ବୋଲି ଉପାଧ୍ୟକ୍ଷା ବବିତାରାଣୀ ସେଠୀ କମିଶନଙ୍କ ଦୃଷ୍ଟିକୁ ନେଇଥିଲେ। ସେହିପରି ସଦସ୍ୟା ଦାରିଙ୍ଗବାଡ଼ି ଲ୍ୟାମ୍ପ ( ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି) କୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଖୁଚୁରା ଫେରାଇବା ପାଇଁ ସୁବିଧା କରାଯାଇ ନ ଥିବାରୁ ୫ଟଙ୍କିଆ କଏନ ବଦଳରେ ୫ଟଙ୍କିଆ ସାବୁନ ହିତାଧିକାରୀଙ୍କୁ ଦିଆଯାଉଥିଲା। ଏହା ନ ଦେବାକୁ ସଦସ୍ୟା ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ସେ ଦାସିଂବାଡ଼ି ଓ ଶ୍ରାନିକେତାରେ ସାଧାରଣ ବଣ୍ଟନ ସାମଗ୍ରୀ କେନ୍ଦ୍ରକୁ ଯାଇଥିଲେ। ଶ୍ରାନିକେତା ପଞ୍ଚାୟତରେ ଏହା ବଣ୍ଟନ କରିବାକୁ ଯୋଗାଣ ନିରୀକ୍ଷକ ମଳୟ କୁମାର ମେହେରଙ୍କୁ ପରାମର୍ଶ ଦେଇଥିଲେ । ତେବେ ପଞ୍ଚାୟତରେ କୌଣସି ଗୃହ ନ ଥିବାରୁ ବାହାରେ ଘରଭଡ଼ା ନେଇ ବଣ୍ଟନ କରାଯାଉଥିବା ଯୋଗାଣ ନିରୀକ୍ଷକ କହିଥିଲେ। ସେହିପରି ଦାସିଂବାଡ଼ି ସମେତ ବିଭିନ୍ନ ବିଦ୍ୟାଳୟ ଏବଂ ପଞ୍ଚାୟତକୁ କମିଶନ ସଦସ୍ୟା ଗସ୍ତ କରିଥିଲେ। ଅଞ୍ଚଳର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବା ସହ ତାଲା ଝୁଲୁଥିବାରୁ ଦେଖି ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ପରେ ସେ ଦାସିଂବାଡ଼ି ପଞ୍ଚାୟତ ଗୁଡ଼ିମେରାରୁ ସତୁଙ୍ଗିଆକୁ ସମ୍ପ୍ରସାରଣ କରାଯାଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କାର୍ଯ୍ୟ ଦେଖିବା ସହ ଅଞ୍ଚଳରେ ହେବାକୁ ଥିବା ଅନେକ ରାସ୍ତା କାର୍ଯ୍ୟ ଏବଂ ବିକାଶ ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ। ସେହିପରି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ସରକାରଙ୍କୁ ରିପୋର୍ଟ କରାଯିବ ବୋଲି ମଲ୍ଲିକ କହଥିଲେ।
All Right Reserved By

ବ୍ରହ୍ମପୁର

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

କନ୍ଧମାଳ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା: ଆସିଲେନି ମନ୍ତ୍ରୀ ରମେଶ, ପ୍ରଫୁଲ୍ଲ

ଫୁଲବାଣୀ ଅଫିସ, ୨୦ା୧-ଫୁଲବାଣୀ କରୋନେସନ ପଡିଆରେ ଆରମ୍ଭ ହୋଇଥିବା କନ୍ଧମାଳ ମହୋତ୍ସବ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। 

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ନବଜାତ ଶିଶୁ ଆଖି ବୁଜିବା ଘଟଣା: ଭାଜପା ସହାୟତାରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ

ଦାରିଙ୍ଗବାଡ଼ି,୨୦।୧(ଡି.ଏନ.ଏ)-ଦାରିଙ୍ଗବାଡ଼ିର ଏକ ସେବାଶ୍ରମରେ ନାବଳିକା ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଓ ପରେ ନବଜାତ ଶିଶୁକନ୍ୟା ଆଖିବୁଜିବା ଘଟଣାକୁ ନେଇ ଶନିବାର ଭାଜପା ପକ୍ଷରୁ ନାବାଳିକାଙ୍କ ପରିବାର ସହ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରାଯାଇଛି|

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା:  ନାଚଗୀତରେ ଝୁମିଲେ ଦର୍ଶକ

ଆସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ନାଚଗୀତରେ ଝୁମିଲେ ଦର୍ଶକ

ଆସିକା,୨୦ା୧(ଡି.ଏନ୍‌.ଏ.)-ଆସିକା ସହର କଳିଙ୍ଗା ରୋଡଠାରେ ପ୍ରଥମ ଥର ଲାଗି ଆସିକା ମହୋତ୍ସବ ଗତ ବୁଧବାର ଠାରୁ ଆରମ୍ଭ ହୋଇଛି। 

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ସୁଡ୍ରାଠାରେ ମାଓବାଦୀ ପୋଷ୍ଟର: ପୋଲିସର ଖବରଦାତାଙ୍କୁ ମୃତ୍ୟୁଦଣ୍ଡ ଧମକ

ବାଲିଗୁଡା,୨୦ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତରେ ମାଓବାଦୀମାନେ ନିଜ ସ୍ଥିତି ଜାହିର କରିଛନ୍ତି। ସୁଡ୍ରା ହାଇସ୍କୁଲ୍‌ ଗେଟ୍‌ ଓ ବିଭିନ୍ନ କାନ୍ଥରେ ଶନିବାର ସକାଳୁ କେକେବିଏନ୍‌ ମାଓବାଦୀ ସଙ୍ଗଠନର କାନ୍ଥ ପତ୍ରିକା ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ପୋଲିସ ଖବରଦାତା ସନ୍ଦେହରେ ଜଣଙ୍କୁ ମୃତ୍ୟୁଦଣ୍ଡ ଧମକ ମଧ୍ୟ ଦେଇଛନ୍ତି। 

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

କ୍ଷେତ୍ରପ୍ରଚାର ବିଭାଗର ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ: ଶୌଚାଳୟ, ଡଷ୍ଟବିନ୍‌ ବ୍ୟବହାର କରିବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୦ା୧-ଭାରତ ସରକାରଙ୍କ କ୍ଷେତ୍ରପ୍ରଚାର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମହାନଗର ୧୭ ନଂ. ୱାର୍ଡ ମିଲିଟାରୀଲାଇନ ଭିମାରାଓପେଟା ସାହିରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି|

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

୮ମ ଶ୍ରେଣୀ ନାବାଳିକା ଛାତ୍ରୀ ମା’ ହେବା ଓ ନବଜାତ ଶିଶୁକନ୍ୟା ମୃତ୍ୟୁ ଘଟଣାର ପ୍ରତିବାଦ: ଜିଲା ମହିଳା କଂଗ୍ରେସର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୦ା୧-ଗଞ୍ଜାମ ଜିଲା ମହିଳା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦିଆଯାଇଥିଲା। 

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବିବାହ ବନ୍ଧନରେ ବାନ୍ଧିହେଲେ ଛ’ ଦମ୍ପତି

ବ୍ରହ୍ମପୁର ଅଫିସ୍‌,୨୦ା୧-ସେମାନଙ୍କ ମଧ୍ୟରେ କେହି ଥିଲେ ମା’ ବାପା ଛେଉଣ୍ଡ । କିଏ ଥିଲେ ଦିବ୍ୟାଙ୍ଗ  ଆଉ କିଏ  ଦୃଷ୍ଟିହୀନ, ଆଉ କିଏ ଆର୍ଥିକ ଅନଗ୍ରସର। ପେଟ ପାଇଁ ମୁଠେ ଦାନା ମିଳିଯାଉଥିଲା, କିନ୍ତୁ ବାହା ଘର ଭୋଜି ଦେବାକୁ ପାଖରେ ନ ଥିଲା ଆବଶ୍ୟକ ଅର୍ଥ । 

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପିଠା ବାସି ହେବାକୁ ନେଇ ପାଟିତୁଣ୍ଡ

ପାତ୍ରପୁର,୧୯।୧(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଘୁଞ୍ଚିଘୁଞ୍ଚି ଯାଉଛି। ଶାସକ ଦଳର ୨ଗୋଷ୍ଠୀଙ୍କ ମଧ୍ୟରେ ବାଦବିବାଦରୁ ଏଭଳି ହେଉଥିବା ଜଣାପଡିଛି। ବାରମ୍ବାର କାର୍ଯ୍ୟକ୍ରମ ତାରିଖ ବଦଳୁ ଥିବାରୁ ମହିଳାମାନେ ଖର୍ଚ୍ଚାନ୍ତ ହୋଇ ପିଠା କରୁଥିବାବେଳେ ଏହା ବାସି ହେବାକୁ ନେଇ ଜିଲୁଣ୍ଡାରେ ମହିଳାମାନେ ପାଟିତୁଣ୍ଡ କରିଥିଲେ।

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଘୋଷିତ ହେଲା ଆଖୁ ଦର, ଚାଷୀ ଖୁସ୍‌

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଚଳିତ ବର୍ଷ ଲାଗୁ ଆଖୁଦର ଘୋଷଣାକୁ କେନ୍ଦ୍ରକରି ଆଖୁଚାଷୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର ହୋଇଛି। ଶନିବାର ଦିନ ବ୍ରହ୍ମପୁର ମୁନିସପାଲିଟି କର୍ପୋରେସନ ହଲରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଚଳିତ ବର୍ଷ କାରଖାନା ପକ୍ଷରୁ ଆଖୁ ଟନ୍‌ ପ୍ରତି ୨ହଜାର ୯୫୦ଟଙ୍କା ଦେବା ଲାଗି ନିଷ୍ପତ୍ତି ହୋଇଛି।

ଆସିକା ବନାଞ୍ଚଳରେ ପହଚିଂଲେ ହାତୀପଲ

ଆସିକା,୧୯।୧(ଡି.ଏନ୍‌.ଏ.)- ଆସିକା ବନାଞ୍ଚଳର ପାକିଡି ପାହାଡରେ ଶନିବାର ଭୋର ପ୍ରାୟ ୪ଟା ସମୟରେ ଏକ ବଣୁଆ ହାତୀଦଳ ପହଞ୍ଚତ୍ଛନ୍ତି। ଶେରଗଡ ସେକ୍ସନ ଅନ୍ତର୍ଗତ ଟାକିଡି ସଂଲଗ୍ନ ନରେନ୍ଦ୍ରପୁର-ପଥରପୁଞ୍ଜି ରାସ୍ତାର ଏକ ପାଣି ଖାଲୁଆ ନିକଟରେ ଏହି ହାତୀଦଳ ରହିଥିବା ଜଣାପଡିଛି।

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା

ପାରଳାଖେମୁଣ୍ଡି, ୧୯।୧(ସ୍ବ.ପ୍ର.)- ଗଜପତି ଜିଲାରେ ଗତ ଦୁଇଦିନ ହେବ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଥିସହ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡି ଆଚ୍ଛାଦିତ ହୋଇରହୁଛି। ଫଳରେ ଗାଡ଼ି ଚଳାଚଳ ନେଇ ସମସ୍ୟା ଉପୁଜୁଥିବାବେଳେ ଦୁର୍ଘଟଣା ଆଶଙ୍କା ସୃଷ୍ଟି ହେଉଛି।

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା ସନ୍ଦେହ

ଆସିକା,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ଼ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ ରବୀନ୍ଦ୍ର ନାହାକ। ତାଙ୍କ ଘର ଭେଙ୍କଟରାଇପଲ୍ଲୀ ଗାଁରେ ବୋଲି ଜଣାପଡ଼ିଛି।