Dharitri News
ବ୍ରହ୍ମପୁର

କନ୍ଧମାଳ ମହୋତ୍ସବ ଉଦ୍‌ଘାଟିତ: ଜିଲାର କଳା ସଂସ୍କୃତି ନିଆରା, ସ୍ବତନ୍ତ୍ର

କନ୍ଧମାଳ ମହୋତ୍ସବ ଉଦ୍‌ଘାଟିତ: ଜିଲାର କଳା ସଂସ୍କୃତି ନିଆରା, ସ୍ବତନ୍ତ୍ର ଫୁଲବାଣୀ ଅଫିସ, ୮।୨- ଗୋରା ଶାସନ କାଳରେ ଏଠାରେ ଯାତ୍ରା ହେଉଥିଲା। ଶଗଡ ଗାଡିରେ ଲୋକେ ବହୁ ଦୂର ଦୂରାନ୍ତରୁ ଆସୁଥିଲେ। ଯାତ୍ରା ପରମ୍ପରା ଏଠାରେ ବହୁତ ପୁରୁଣା। ଆଜି ତାକୁ ପୁଣି ଉଜ୍ଜିବିତ କରାଯାଇଛି। ନାରାୟଣୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଞ୍ଚିଥିଲା। ସବୁ ବ୍ଲକର ଲୋକେ, କଳାକାର ଏଥିରେ ସାମିଲ ଥିଲେ। ତେଣୁ ଉତ୍ସବ ହେଉଛି ଏକାଠି କରିବାର ଏକ ମାଧ୍ୟମ। ଏହାକୁ ବଜାୟ ରଖିବା ଦରକାର। ତେଣୁ ଉତ୍ସବ ଆୟୋଜନର ଆବଶ୍ୟକତା ରହିଛି। ଏହି ଜିଲାର କଳା ସଂସ୍କୃତି ନିଆରା ଏବଂ ସ୍ବତନ୍ତ୍ର ବୋଲି କନ୍ଧମାଳ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି। ଫୁଲବାଣୀ କରୋନେସନ ପଡିଆରେ ଜିଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଫୁଲବାଣୀ ବିଧାୟକ ଦୁଗୁନି କହଁର, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଓ ପୌରାଧ୍ୟକ୍ଷ ରାଜେନ୍ଦ୍ର କହଁର ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସେହିପରି ଜିଲାର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇଥିବା ବ୍ୟକ୍ତି ବିଶେଷଙ୍କୁ, ପାଠରେ ଭଲ କରିଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ମୋଟ ଆସନ ସଂଖ୍ୟା- 0

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ବ୍ରହ୍ମପୁର

ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି କାଏମ ରଖିବାକୁ ଦାବିପତ୍ର

ଦିଗପହଣ୍ଡି,୨୪।୨(ଡି.ଏନ.ଏ.)-ଦିଗପହଣ୍ଡି ଏନଏସି ନିର୍ବାଚନ ପାଇଁ ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ କାଏମ ରଖିବା ପାଇଁ ସହରର ସଚେତନ ଜନସାଧାରଣ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଜେଡିରେ ମିଶିଲେ ଭାଜପା, କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ଭାଜପା, କଂଗ୍ରେସ କର୍ମୀ

ଧରାକୋଟ,୨୪।୨(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତ ପଣିବନ୍ଧ ଗ୍ରାମର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଶନିବାର ବିଜେଡିରେ ସାମିଲ ହୋଇଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ଅଭିଯୋଗ ଭିଜିଲାନ୍ସ କୋର୍ଟରେ ମାମଲା ରୁଜୁ

ବ୍ରହ୍ମପୁର ଅଫିସ,୨୩ା୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ଶୁକ୍ରବାର ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ପୂର୍ବତନ ଛାତ୍ର ସଂସଦ ସଭାପତି ଭବାନୀକାନ୍ତ ସାହୁ ଏହି କମ୍ପ୍ଲେଣ୍ଟ କେସ ଦାୟର କରିଛନ୍ତି। ଏଥିରେ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାଶ, ପୂର୍ବତନ କୁଳସଚିବ ରେମିସ କେରକେଟା, ଉନ୍ନୟନ ଅଧିକାରୀ ପ୍ରଫେସର ସୁଧାକର ପାତ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅରୁଣ କୁମାର ପଣ୍ଡା, ଉପକୂଳ ସଚିବ ବାବୁଜୀ ସାମଲ, ଫାଇନାନ୍ସ ଅଫିସର ଜୟକୃଷ୍ଣ ସେଠୀଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଅଭିଯୋଗକାରୀ ନିବେଦନ କରିଥିବା ପିଟିଶନରେ ଉଲ୍ଲେଖ କରିଛନ୍ତି।

ଅଜଣା ଯୁବକଙ୍କ ଆକ୍ରମଣରେ ଛାତ୍ର ଗୁରୁତର

ସୋରଡା,୨୩।୨(ଡି.ଏନ୍‌.ଏ.)- ସୋରଡା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୨ ବର୍ଷର ଛାତ୍ର ଘର ସମ୍ମୁଖରେ ଖେଳୁଥିବାବେଳେ କେତେକ ଅଜଣା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଅସୁରବନ୍ଧ ପଞ୍ଚାୟତ ମୁର୍ଗାପଲି ଗ୍ରାମର ଯୁବରାଜ ପାଣିଗ୍ରାହୀ ଶୁକ୍ରବାର ମଧ୍ୟାହ୍ନରେ ଘର ପାଖରେ ଖେଳୁଥିଲେ। ହଠାତ୍‌ ୨ ଜଣ ଯୁବକ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ଯୁବରାଜଙ୍କ ଚିତ୍କାର ଶୁଣି ତାଙ୍କ ବାପା ତ୍ରଲୋକ୍ୟ ପହଞ୍ଚତ୍ ସୋରଡା ମେଡିକାଲକୁ ନେଇଥିଲେ। ତାଙ୍କ ବାମହାତ ପାପୁଲି ଉପରେ ଗଭୀର ଆଘାତ ଲାଗିଛି। ଯୁବରାଜ ଅସୁରବନ୍ଧ ପ୍ରଗତି ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଛାତ୍ର।

ଅଗ୍ନିକାଣ୍ଡରେ ୫ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୫ ବଖରା ଜଳିଗଲା

ଖଲ୍ଲିକୋଟ,୨୩।୨(ଡି.ଏନ୍‌.ଏ.)-ଖୋଜାପଲ୍ଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ୫ ପରିବାରର ୫ ବଖରା ଜଳିଯାଇଛି। ଗ୍ରାମର ଝଡ଼ିଆ ସାହୁ, ସନିଆ ସାହୁ, ଗୁରୁବାରୀ ପରିଡ଼ା, କାହ୍ନୁ ଦାସ ଓ ତ୍ରିନାଥ ସାହୁଙ୍କ ବଖରାଏ ଲେଖା ଘର, ଧାନ ଚାଉଳ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶୁକ୍ରବାର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଅଗ୍ନିବିପନ୍ନମାନଙ୍କ ନିକଟରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ବାଣ୍ଟିଥିଲେ। ଖୋଜାପଲ୍ଲୀ ରାଜସ୍ବ ନିରୀକ୍ଷକ ଅଗ୍ନିକାଣ୍ଡସ୍ଥଳ ଅନୁଧ୍ୟାନ କରିଛନ୍ତି।

ଅଟୋଚାଳକଙ୍କୁ ଅପହରଣ ଉଦ୍ୟମ, ୩ ଗିରଫ

ଅଟୋଚାଳକଙ୍କୁ ଅପହରଣ ଉଦ୍ୟମ, ୩ ଗିରଫ

ଧରାକୋଟ,୨୩।୨(ଡି.ଏନ.ଏ)- ଜଣେ ଅଟୋଚାଳଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ଧରାକୋଟ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ମୁଣ୍ଡମରାଇ ଗ୍ରାମର ଜଗନ୍ନାଥ ରାଏ ଓରଫ ଜଗା, ବାସୁଦେବ ପଣ୍ଡା ଓ ରାମେଶ୍ୱର ରଥ ଓରଫ ଗୁନିଆ। ଅଭିଯୁକ୍ତମାନଙ୍କଠାରୁ ଅଟୋ, ଚାଳକଙ୍କ ମୋବାଇଲ ଓ ଦୁଇହଜାର ଟଙ୍କା ଜବତ କରାଯାଇଛି। ଏ ନେଇ ନଂ.୨୭/୧୮ରେ ମାମଲା ରୁଜୁ କରାଯାଇଥିବା ଧରାକୋଟ ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ କହିଛନ୍ତି। ଗୁନିଆଙ୍କ ନାମରେ ପୂର୍ବରୁ ହତ୍ୟା, ଚୋରି, ଡକାୟତି ଆଦି ମାମଲା ଆସିକା ଓ ଧରାକୋଟ ଥାନାରେ ରହିଥିବା ତଦନ୍ତକାରୀ ଅଧିକାରୀ ବସନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ବ୍ରହ୍ମପୁରସ୍ଥିତ ରାମକୃଷ୍ଣନଗର ଦ୍ୱିତୀୟ ଲାଇନର ଅଟୋ ଚାଳକ ଶେଖ ମମତାଜଙ୍କୁ ଅଭିଯୁକ୍ତମାନେ ଅପହରଣ ଉଦ୍ୟମ କରିଥିଲେ।

ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର

ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର

ଦାରିଙ୍ଗବାଡ଼ି,୨୩।୨(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଗତ କିଛିଦିନ ହେଲା ନିମ୍ନମାନର ଚାଉଳରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ହେଉଥିବା ଅଭିଯୋଗ ହେଉଛି। ଚାଉଳ ଭଲ ଦେଖାଯାଉଥିଲେ ମଧ୍ୟ ଭାତରୁ ଦୁର୍ଗନ୍ଧ ବାହାରୁଛି। ଫଳରେ ଛାତ୍ରୀଛାତ୍ର ଉକ୍ତ ଭାତ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଥିପାଇଁ ବିଦ୍ୟାଳୟଗୁଡିକରେ ଦିନକୁ ଦିନ ଉପସ୍ଥାନ କମିବାରେ ଲାଗିଛି। କେତେଜଣ ଶିକ୍ଷକ ଏହି ଘଟଣାକୁ ଲୁଚାଇବାକୁ ଚେଷ୍ଟାକରୁଥିବା ବେଳେ ଆଉ କେତେଜଣ ଏ ନେଇ ବିଇଓ ପୁରେନ୍ଦ୍ର ବେହେରାଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଫୁଲବାଣୀ ହେଡକ୍ୱାର୍ଟରଠାରେ ମଧ୍ୟାହ୍ନ ଭୋଜନ ଚାଉଳ ଗୋଦାମ ରହିଛି।

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଚିକିଟି,୨୩।୨(ଡି.ଏନ.ଏ.)- କେ.ନୂଆଗାଁ ଥାନା ତେଣ୍ଟୁଆପଡା ଗ୍ରାମ ନିକଟସ୍ଥ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଶୁକ୍ରବାର ସକାଳେ ଉଦ୍ଧାର କରିଛି। ମୃତକ ହେଲେ ପାତ୍ରପୁର ବ୍ଲକ ଜରଡା ଥାନା ପୁହୁଣ୍ଡି ଗ୍ରାମର ଗୋପାଳକୃଷ୍ଣ ଗୌଡ। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଏ ନେଇ କ. ନୂଆଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ଏକ ବାଇକ (ନଂ.ଓଆର୦୭ଏଏ-୧୩୨୨) ଉଦ୍ଧାର କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,ଗୋପାଳକୃଷ୍ଣ ଦୀର୍ଘବର୍ଷ ଧରି ବିଦେଶରେ ଦାଦନ ଶ୍ରମିକ ଭାବେ କାମ କରି ଆସୁଥିଲୋ ଦୁଇମାସ ହେଲା ସେ ଗାଁକୁ ଆସିଥିଲେ। ଖବର ଲେଖାଯିବା ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ।

ବାଲୁକା କଳାରେ ସଚେତନତା

ବାଲୁକା କଳାରେ ସଚେତନତା

ବ୍ରହ୍ମପୁର ଅଫିସ, ୨୩।୨: ବାଲୁକାକଳାରେ ଚକ୍ଷୁଦାନ ସମ୍ପର୍କିତ ସଚେତନତା ବାଣ୍ଟିଛନ୍ତି ବାଲୁକାଶିଳ୍ପୀ ସୁବଳ ମହାରଣା। ବ୍ରହ୍ମପୁର ଜିଲା ରାମଲିଙ୍ଗମ ପୋଖରୀ ନିକଟରେ ଗୁରୁବାର ସକାଳେ ଶିଳ୍ପୀ ବାଲୁକାକଳାରେ ଏକ ଚକ୍ଷୁ ନିର୍ମାଣ କରିବା ସହ ଚକ୍ଷୁଦାନ କରିବାକୁ ବାର୍ତ୍ତା ଦେଇଛନ୍ତି।

ଡକାୟତି ଯୋଜନା ପଣ୍ଡ: ୮ ଗିରଫ

ଡକାୟତି ଯୋଜନା ପଣ୍ଡ: ୮ ଗିରଫ

ବ୍ରହ୍ମପୁର ଅଫିସ,୨୨।୨ - ବୁଧବାର ବିଳମ୍ବିତ ରାତିରେ କେତେକ ଯୁବକ ଭିନ୍ନ ଭିନ୍ନ ସ୍ଥାନରେ ବସି ଡକାୟତି ଯୋଜନା କରୁଥିବା ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ପହଞ୍ଚତ୍ ମୋଟ ୮ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗୋପାଳପୁର ଥାନା ଅଧୀନ କଳିଙ୍ଗନଗର ଅଞ୍ଚଳରେ ବସି ଆମ୍ବପୁଆ ବୀମାନଗର ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ବନ୍ଧରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଛି।

ବ୍ରହ୍ମପୁର ଜେଲରେ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଜେଲରେ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨।୨ - ବ୍ରହ୍ମପୁର ଜେଲ୍‌ରେ ଜଣେ ବିଚାରାଧୀନ ବନ୍ଦୀ ବୁଧବାର ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେ ହେଲେ ଶଙ୍କର ମଣି ଏକ୍କା। ସେ ଆଗରୁ କୋରାପୁଟ ଜେଲ୍‌ରେ ଥିଲେ।

ଅଗ୍ନିକାଣ୍ଡରେ ୧୧ ପରିବାର ବାସହରା

ବାଲିପଡ଼ା,୨୨ା୨-କୁକୁଡ଼ାଖଣ୍ଡି ବ୍ଲକ ହୁଗୁଳାପଟା ପଞ୍ଚାୟତ ବାଲାଜୀପଲ୍ଲୀ ଗ୍ରାମରେ ବୁଧବାର ରାତ୍ର ୮ଟାରେ କୌଣସି କାରଣରୁ ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ୧୧ ପରିବାର ବାସହରା ହୋଇଛନ୍ତି। ଗ୍ରାମର ରଙ୍ଗବତୀ ଦାସଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା।