ରାଜ୍ୟ |

ଉଚ୍ଛେଦ ହେବ ଗୁପ୍ତ ଭୋଟ୍‌

ଉଚ୍ଛେଦ ହେବ ଗୁପ୍ତ ଭୋଟ୍‌

ଭୁବନେଶ୍ୱର,୮। ୨(ବ୍ୟୁରୋ) ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି), ମ୍ୟୁନିସିପାଲିଟି ଏବଂ ମହାନଗର ନିଗମର କାଉନସିଲରଙ୍କୁ ସାବାଡ୍‌ କରିବାକୁ ବଦଳିବ ପୌର ଓ ମହାନଗର ଅଧିନିୟମ। କାଉନ୍‌ସିଲର କିମ୍ବା କର୍ପୋରେଟର ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ବେଳେ ଏଣିକି ନିଜ ମତଦାନକୁ ଲୁଚାଇ ପାରିବେ ନାହିଁ। ଅର୍ଥାତ ଗୁପ୍ତଭୋଟ୍‌ ବ୍ୟବସ୍ଥା ଉଚ୍ଛେଦ ହେବ। ମ୍ୟୁନିସିପାଲିଟି, ଏନଏସି ଅଧ୍ୟକ୍ଷ/ଉପାଧ୍ୟକ୍ଷ କିମ୍ବା ମହାନଗର ନିଗମ ମେୟର/ଡେପୁଟି ମେୟରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଦେବା ବେଳେ ଦଳୀୟ ପ୍ରତିନିଧିଙ୍କୁ ଦେଖାଇବାକୁ ବାଧ୍ୟ ହେବେ। ଯେଉଁମାନେ ନ ଦେଖାଇ ଗୁପ୍ତ ଭୋଟ ଦେବେ ସେମାନଙ୍କ ଭୋଟ ନାକଚ ହେବା ସହ ସଦସ୍ୟତା ମଧ୍ୟ ଚାଲିଯିବ। ରାଜନୈତିକ ଦଳଗୁଡିକ ନିଜ ଦଳର କାଉନସିଲର ଓ କର୍ପୋରେଟରଙ୍କୁ ନିୟନ୍ତ୍ରଣରେ ରଖିବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସକାଶେ ଓଡିଶା ପୌର ବିଧି ଅଧିନିୟମ-୧୯୫୦ ଏବଂ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧନ ପ୍ରସ୍ତାବକୁ ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦିଆଯାଇଛି। ଓଡିଶା ପୌର ଅଧିନିୟମ-୧୯୫୦ର ଧାରା ୫୪ର ଉପଧାରା (୨) ଏବଂ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩ର ଧାରା ୨୦ର ଉପଧାରା (୨)ରେ ପୌର ସଂସ୍ଥାର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର/ଡେପୁଟି ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୁପ୍ତ ମତଦାନ ମାଧ୍ୟମରେ ହେଉଛି। ଫଳରେ କାଉନସିଲର ଓ କର୍ପୋରେଟର ଏହାର ଫାଇଦା ନେଇ ଦଳକୁ ହଲାପଟା କରୁଛନ୍ତି। ପୌର ଆଇନ ସଂଶୋଧନ ପରେ ସେମାନଙ୍କ ନିକଟରୁ ଏହି ଅଧିକାର ଚାଲିଯିବ। ଓଡିଶା ପୌର ଅଧିନିୟମ-୧୯୫୦ର ଧାରା(କ)ର ଉପଧାରା (୧)ର ସେକ୍ସନ(ଖ) ଏବଂ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩ର ଧାରା ୧୧୨(କ)ର ଉପଧାରା(୧)ର ସେକ୍ସନ(ଖ)ଅନୁଯାୟୀ କାଉନସିଲର କିମ୍ବା କର୍ପୋରେଟରମାନେ ନିଜ ଦଳର ହୁଇପ୍‌କୁ ନ ମାନିଲେ ଅଯୋଗ୍ୟ ହେବାର ବ୍ୟବସ୍ଥା ରହିଛି। ଗୁପ୍ତ ଭୋଟ ଦ୍ୱାରା ନିଜ ଦଳର କାଉନସିଲର କିମ୍ବା କର୍ପୋରେଟର ଦଳୀୟ ନୀତିକୁ ଅନୁସରଣ କରିଛନ୍ତି କି ନାହିଁ ତାହା ଜଣାପଡେ ନାହିଁ। ଅନେକ ସମୟରେ କାଉନସିଲର ଓ କର୍ପୋରେଟରମାନେ ଅଧ୍ୟକ୍ଷ କିମ୍ବା ମେୟରଙ୍କୁ ହଟାଇବା ପାଇଁ ଦଳୀୟ ହୁଇପ୍‌କୁ ଅବମାନନା କରି ଭୋଟ ଦେଉଛନ୍ତି। ଏହାଦ୍ୱାରା ନିଜ ଦଳର କେଉଁ କର୍ପୋରେଟର କାହାକୁ ଭୋଟ ଦେଇଛନ୍ତି ତାହା ଜାଣିବା ସମ୍ଭବ ହେଉନାହିଁ। ଫଳରେ ଦଳ ବିରୋଧୀ କାର୍ଯ୍ୟ ସକାଶେ ସେମାନଙ୍କୁ ନିଲମ୍ବନ କଲେ ମଧ୍ୟ ପୌର ସଂସ୍ଥାରେ ସେମାନଙ୍କର ସଦସ୍ୟତା ବଜାୟ ରହି ପାରୁଛି। ଦଳ ପକ୍ଷରୁ ସୁପାରିସ କରାଗଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରିପାରୁ ନାହାନ୍ତି। ଆବଶ୍ୟକ ପ୍ରମାଣ ଅଭାବରୁ ଦଳ ବିରୋଧୀ ମତଦାନ ସତ୍ତ୍ୱେ କାଉନସିଲର ଓ କର୍ପୋରେଟରମାନଙ୍କୁ ସଦସ୍ୟ ପଦରୁ ହଟାଯାଇ ପାରୁ ନାହିଁ। ଏହି ସମସ୍ୟା ଦୂର କରିବା ସହ ରାଜନୈତିକ ଦଳଗୁଡିକୁ ନିଜ ଦଳର ସଦସ୍ୟଙ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବାକୁ ଉକ୍ତ ଆଇନରେ ସଂଶୋଧନ କରାଯିବ। ସଂଶୋଧନ ପରେ ନିର୍ବାଚିତ ପ୍ରତିନିଧିମାନେ ଦଳର ଆଦେଶରେ ଅନୁପ୍ରାଣିତ ହୋଇ ଦଳ ଜାରି କରିଥିବା ହୁଇପ୍‌କୁ ପାଳନ କରୁଛନ୍ତି କି ନାହିଁ ତାହା ଜଣାପଡିଯିବ। ଏହାକୁ ପ୍ରମାଣ ଭାବେ ଗ୍ରହଣ କରି ନିର୍ବାଚନ କମିଶନ ଦଳରୁ ନିଲମ୍ବିତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ। ଯଦ୍ଦ୍ବାରା ସେମାନେ ଦଳ ବିରୋଧରେ କୌଣସି କାର୍ଯ୍ୟ କରି ପାରିବେ ନାହିଁ କିମ୍ବା ଅନ୍ୟ ଦଳରେ ସାମିଲ ହୋଇପାରିବେ ନାହିଁ। ବିଧାନସଭାରେ ଉକ୍ତ ଅଧିନିୟମଗୁଡିକୁ ସଂଶୋଧନ କରାଯିବ। ନିକଟରେ ରାଜ୍ୟର କେତେକ ଏନଏସି ଓ ମ୍ୟୁନିସିପାଲିଟିରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦଳୀୟ କାଉନସିଲରମାନେ ମତ ଦେବାରୁ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ପଦବୀ ହରାଇବାକୁ ପଡିଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ କାଉନସିଲରମାନଙ୍କ ସଦସ୍ୟ ପଦ ରଦ୍ଦ କରିବା ନେଇ ରାଜନୈତିକ ଦଳଗୁଡିକ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁ ନାହିଁ। ସେମାନଙ୍କୁ ଦଳ ନିଜ ଅକ୍ତିଆରରେ ରଖିବାକୁ ସରକାର ଏଭଳି ଆଇନର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

All Right Reserved By

ରାଜ୍ୟ |

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି  ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। 

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

କେନ୍ଦୁଝର,୧୬।୮(ସ୍ବ.ପ୍ର.):  କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜୟପୁର ଓ ସାନଯୋଡା ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ଦୁଇଟି ଦଳରେ ମୋଟ ୩୨ଟି ହାତୀ ଅଞ୍ଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। 

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ଆରଡ଼ି,୧୬।୮( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଓଳଗ, ସୁନ୍ଦରପୁର ଓ ଆରଡିର ଭାଜପା କର୍ମୀମାନେ ଗୁରୁବାର ସମୂହ ଦୀପଦାନ କରିଛନ୍ତି।

Model This Week

ଯସ୍ମିନ୍