ରାଜ୍ୟ |

ଓଡ଼ିଶା ଯୋଜନାର ଫାଇଦା ନେଇଛି ଆନ୍ଧ୍ର

ଓଡ଼ିଶା ଯୋଜନାର ଫାଇଦା ନେଇଛି ଆନ୍ଧ୍ର
ପଟ୍ଟାଙ୍ଗି,୮। ୨(ଶରତ କୁମାର ଧଳ)(ଡି.ଏନ୍‌.ଏ.) କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ଚେତାବନୀ, ସୁପ୍ରିମକୋର୍ଟରେ ବିବାଦୀୟ ଗ୍ରାମକୁ ନେଇ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ହିଁ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରିଚାଲିଛି। ସେହି କାରଣଟି ହେଉଛି କୋଟିଆ ଗ୍ରାମପୁଞ୍ଜର ବାସିନ୍ଦାଙ୍କ ପ୍ରତି ଓଡ଼ିଶାର ସ୍ଥାନୀୟ ପ୍ରଶାସନିକ ଉଦାସୀନତା ଓ ଅବହେଳା। ଓଡ଼ିଶା ସରକାର ଏହି ସୀମାନ୍ତ ଗାଁଗୁଡ଼ିକରେ ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ସମସ୍ତ ପ୍ରକାର ଯୋଜନା ପହଞ୍ଚାଇଛନ୍ତି। କିନ୍ତୁ ଜିଲାର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏହାର ସଠିକ୍‌ କାର୍ଯ୍ୟାନ୍ବୟନ ଓ ତଦାରଖ ନକରିବା ଯୋଗୁ ଆଜି ଏଭଳି ପରିସ୍ଥିତି ହୋଇଛି। ସେମାନେ ବିବାଦୀୟ ଗାଁରେ ପାଦ ମଧ୍ୟ ପକାଇ ନାହାନ୍ତି। ଓଡ଼ିଶା ସରକାର ସେଠାରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ଟିଣଛପରରେ ଶ୍ରେଣୀଗୃହ କରି ଛାଡ଼ିଦେଇଛନ୍ତି ସ୍ଥାନୀୟ ଅଧିକାରୀ। ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇ ମଧ୍ୟ ତାହା ଅକାମି। ଏହାର ସୁଯୋଗ ନେଇଛି ଆନ୍ଧ୍ର। ଆନ୍ଧ୍ର ଅଧିକାରୀ ସେଠାରେ ଏହି ସବୁ ଅବ୍ୟବସ୍ଥିତ ଓ ଅର୍ଦ୍ଧନିର୍ମିତ ଭିତ୍ତିଭୂମିକୁ ନିଜସ୍ବ ଅନୁଦାନରେ ସଜାଡ଼ିଛନ୍ତି। ସ୍କୁଲଘର, ପାନୀୟ ଜଳ ପ୍ରକଳ୍ପ ଓ ଆହୁରି ଅନେକ ନିର୍ମାଣ କାର୍ଯ୍ୟ ହାତକୁ ନେଇ ସ୍ଥାନୀୟ ଲୋକକୁ ନିଜ ରାଜ୍ୟ ପ୍ରତି ଢଳାଇବାକୁ ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, କୋଟିଆ ଗ୍ରାମପୁଞ୍ଜର ୨୮ ମଧ୍ୟରୁ ୨୧ଟି ବିବାଦୀୟ ଗାଁରେ ୨୦୧୩-୧୪ରୁ ୨୦୧୭-୧୮ ଆର୍ଥତ୍କ ବର୍ଷ ମଧ୍ୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଯାତାୟାତ ପାଇଁ ଘାଟି କଟିଂରୁ ଆରମ୍ଭ କରି ଜମି ସମତଳ କରାଯାଇ ୫୯ଟି ପଡାଗ୍ରାମକୁ ରାସ୍ତା ସଂଯୋଗ ହୋଇଛି। ସେହିପରି ୬୬ଟି ଚେକଡ୍ୟାମ ଓ ପୋଖରୀ ଖୋଳାଯାଇଛି। ୧୦୪୫ ଜଣଙ୍କୁ ଚିହ୍ନଟ କରାଯାଇ ବିଭିନ୍ନ ବର୍ଗର ଭତ୍ତା ଯୋଗାଇ ଦିଆଯାଇଛି। ୨୦୧୧ ସର୍ଭେ ଅନୁଯାୟୀ ପଞ୍ଚାୟତରେ ୭୭୬୨ ପରିବାର ଥିବାବେଳେ ଓଡ଼ିଶା ଯୋଗାଣ ବିଭାଗ ଦ୍ୱାରା ୨୧୬୯ ଜଣଙ୍କୁ ଚାଉଳ କାର୍ଡ଼ ଦିଆଯାଇଛି। ଓଡ଼ିଶା ଶିକ୍ଷା ବିଭାଗ ଦ୍ୱାରା କୋଟିଆ ଗ୍ରାମପୁଞ୍ଜ ଅଧୀନ ତଳକାଣ୍ଡି, ଉପରସେମ୍ବି, ତଳସେମ୍ବି, ଡୋଲିଆମ୍ବ, ମାଡକାର, ସୁଲିଆମାରି, ଫଗୁଣସିନେରି, ଧୂଳିପଦର, ତଳପନିକି ଓ ରଣାସିଂହ ପରି ଗ୍ରାମରେ ବିଦ୍ୟାଳୟ ଗୃହ କରାଯାଇଛି। କିନ୍ତୁ ଏହା ଟିଣ ଛପର ଘରେ ସୀମିତ ରହି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହାର ସୁଯୋଗ ନେଇ ଆନ୍ଧ୍ର ନିଜସ୍ବ ଅନୁଦାନରେ ପକ୍କା ଓ ଛାତଘର ତିଆରି କରିଛି। ସେହିପରି ଓଡ଼ିଶା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ପାନୀୟ ଜଳର ବ୍ୟବସ୍ଥା ପାଇଁ ପ୍ରକଳ୍ପ କରାଯାଇ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇ ଆନ୍ଧ୍ର ସ୍ଥାନୀୟ ଗ୍ରାମବାସୀଙ୍କୁ ପାଣି ଯୋଗାଇଛି । ମାଡକାର, ଡୋଲିଆମ୍ବ, ଫଗୁଣସିନେରି, ଫାଟୁସିନେରି, ମହିପାଣି, ହରମାଣ୍ଡାଙ୍ଗି, ସଲପଗୁଡା, କନାଦୋରା, ବାରନାପାଡୁ, ଉପରସେମ୍ବି, ଧୂଳିପଦର, ତଳସେମ୍ବି, ଆରଜୁବାଲସା, ତାଡିବାଲସା, ନେରଡିବାଲସା, ସୀମାଗେଡା, ରଣାସିଂହ, ସିଡିବାଲସା, ତଳପନିକି, ଗଞ୍ଜେଇପଦର ଓ କୋଟିଆ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉନ୍ନୟନ କାର୍ଯ୍ୟ ସହ ବିଜୁ ପକ୍କାଘର ମାଧ୍ୟମରେ ଗୃହ ଯୋଗାଇ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନା ହିତାଧିକାରୀଙ୍କୁ ଉପଲବ୍ଧ କରାଇବା ପରେ ହିଁ ନିଜ କାମ ଶେଷ ବୋଲି ଭାବିଛନ୍ତି କୋରାପୁଟ ଜିଲା ପ୍ରଶାସନ। ଦୁର୍ଗମ ବିଚ୍ଛିନ୍ନାଞ୍ଚଳ, ମାଓବାଦୀ ଭୟ ଭଳି କାରଣ ଦେଖାଇ ସରକାରୀ କର୍ମଚାରୀ ବା ଅଧିକାରୀ ଏଠାକୁ ଆସୁନାହାନ୍ତି। ଓଡିଶା ସରକାରଙ୍କ ପକ୍ଷରୁ ଏଠିକାର ପ୍ରତି ପରିବାରକୁ ପାଇଖାନା ଘର ପାଇଁ ୧୨ ହଜାର, ବାର୍ଦ୍ଧକ୍ୟ ଭତ୍ତା ଭାବେ ୩୦୦ରୁ ୫୦୦ ଟଙ୍କା ଏବଂ ବିଲ ପଇଠ ବ୍ୟବସ୍ଥା ଥାଇ ବିଦ୍ୟୁତ ସେବା ଠିକ୍‌ ଭାବେ ନମିଳିବା ଯୋଗୁ ସୀମାନ୍ତର ବାସିନ୍ଦାଙ୍କ ଭିତରେ ଅସନ୍ତୋଷ ରହିଥିଲା। ଏହି ତୁଳନାରେ କିନ୍ତୁ ଆନ୍ଧ୍ର ସରକାର ଉପରୋକ୍ତ ଗ୍ରାମଗୁଡ଼ିକରେ ପହଞ୍ଚତ୍ ପରିବାର ପିଛା ପାଇଖାନା ପାଇଁ ୧୫ ହଜାର ଟଙ୍କା, ବାର୍ଦ୍ଧକ୍ୟ ଭତ୍ତା ୧ ହଜାର ଟଙ୍କା, ମାଗଣା ବିଦ୍ୟୁତ ସେବା, ଚାଉଳ, ଡାଲି, ତେଲ, ସାବୁନ, ମସଲା ଆଦି ସାମଗ୍ରୀ ମଧ୍ୟ ଆନ୍ଧ୍ର ଦେଇଛି। ଆନ୍ଧ୍ର ସରକାର ନିଜ ପଞ୍ଚାୟତ ଭାବେ ନାମିତ କରିଥିବା ତଳ ଗଞ୍ଜେଇପଦର ଗ୍ରାମରେ ୬୫ ପରିବାରକୁ ଚାଉଳ କାର୍ଡ଼ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୧୯୩୬ରେ ଭାଷାଭିତ୍ତିକ ଓଡିଶା ପ୍ରଦେଶ ଗଠନ ହେବାବେଳେ କୋଟିଆ ଗ୍ରାମପୁଞ୍ଜ ଓଡିଶା ଭିତରେ ଥିବା ଦର୍ଶାଯାଇଥିଲା। ୧୯୫୬ରେ ସ୍ବତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠିତ ହେବା ସମୟରେ ଏହି ଅଞ୍ଚଳକୁ ନେଇ ଆନ୍ଧ୍ର କୌଣସି ପ୍ରକାର ଦାବି ଉଠାଇ ନଥିଲା। ୧୯୪୨ରେ ଓଡିଶା, ବିହାର ଓ ମଧ୍ୟପ୍ରଦେଶର ମିଳିତ ସର୍ଭେ ସମୟରେ କୋଟିଆ ପଞ୍ଚାୟତର ୭ଟି ଗ୍ରାମ ଓଡିଶା ଭିତରେ ଥିବା ଦର୍ଶାଯାଇଥିଲା। କିନ୍ତୁ ଭୁଲବଶତଃ ଗ୍ରାମପୁଞ୍ଜର ଅନ୍ୟ ୨୧ଟି ସୀମାନ୍ତ ଗ୍ରାମ ସର୍ଭେରୁ ବାଦ୍‌ ପଡିଥିଲା। ପରେ ଭାରତ ସରକାର ଏକ ବିଜ୍ଞପ୍ତି କରି ଏସବୁ ଗ୍ରାମ ଓଡିଶାର ବୋଲି ନିର୍ଦ୍ଦେଶ ଜାରି କରିଥିଲେ। ୧୯୬୪ରେ ଓଡ଼ିଶା ସରକାର କୋଟିଆକୁ ପଞ୍ଚାୟତ ଭାବେ ନାମିତ କରି ଉନ୍ନୟନ କାର୍ଯ୍ୟ ଏଯାବତ୍‌ ଜାରି ରଖିଛନ୍ତି।
All Right Reserved By

ରାଜ୍ୟ |

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରରୁ କେସିବି ପାଇଁ ପ୍ରସ୍ତୁତି ହେଉଥିଲେ।

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ,୨୦।୧୦(ଡି.ଏନ୍‌.ଏ.): ପରମ୍ପରା କ୍ରମେ ଆଶ୍ବିନ ଶୁକ୍ଳ ଏକାଦଶୀ ଶନିବାର ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କୁ ନଟବର ବେଶରେ ସଜ୍ଜିତ କରାଯାଇଛି। 

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର, ୨୦ା୧୦(ନି.ପ୍ର)-କୋରପୁଟ ଜିଲା ଜୟପୁର ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ଦଶହରା ପର୍ବ ସମାପ୍ତ ହୋଇଯାଇଛି। ମୁଳାଷ୍ଟମୀରେ ଆଜ୍ଞାମାଳ ମିଳିବା ପରଠାରୁ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାବଣ ପୋଡି ପାଇଁ ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା।

 ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ଭଞ୍ଜନଗର,୨୦।୧୦(ଡି.ଏନ୍‌.ଏ.): ସରକାରୀ ଯୋଜନା ସମ୍ପର୍କରେ ଅନେକ ଲୋକ ଜାଣିପାରୁ ନାହାନ୍ତି। ଯେଉଁମାନେ ସଚେତନ କରାଇବା ପାଇଁ ଅଛନ୍ତି, ସେମାନଙ୍କର ଆଗ୍ରହ ମଧ୍ୟ ଦେଖାଯାଉନାହିଁ। ଫଳରେ ଗରିବ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନାର ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୂଜାମଣ୍ଡପ କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଛି ।