ବାଣିଜ୍ୟ |

୫୦୦ ଟଙ୍କାରେ ଆସିପାରେ ସ୍ମାର୍ଟଫୋନ୍‌

୫୦୦ ଟଙ୍କାରେ ଆସିପାରେ ସ୍ମାର୍ଟଫୋନ୍‌
ବମ୍ବେ, ୮-୨ ଫିଚର ଫୋନ୍‌ଠାରୁ ଆହୁରି ଶସ୍ତାରେ ମିଳିବ ସ୍ମାର୍ଟଫୋନ୍‌। ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌, ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର୍‌ ଏଥିପାଇଁ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତାଙ୍କ ସହ ମିଶି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୫୦୦ ଟଙ୍କା ମଧ୍ୟରେ ରହିପାରେ। ଏଥିସହିତ ଗ୍ରାହକଙ୍କୁ କମ୍ପାନୀଗୁଡିକ ମାସିକ ୬୦ ରୁ ୭୦ ଟଙ୍କାର ମାସିକ ଭଏସ୍‌ ଏବଂ ଡାଟା ପ୍ଲାନ୍‌ ମଧ୍ୟ ପ୍ରଦାନ କରିବେ। ରିଲାଏନ୍ସ ଜିଓ ରଣ କୌଶଳଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏ ସମ୍ପର୍କରେ ସେଲ୍ୟୁଲାର ଅପରେଟର ଆସୋସିଏସନ ଅଫ୍‌ ଇଣ୍ଡିଆର ମହାନିର୍ଦ୍ଦେଶକ ରାଜନ ମାଥ୍ୟୁସ୍‌ କହିଛନ୍ତି, ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକର ଏହି ପ୍ରୟାସ ସଫଳ ହେଲେ ଏକ ନୂତନ ବ୍ୟବସାୟିକ ବାତାବରଣ ସୃଷ୍ଟି ହେବ। କିନ୍ତୁ ଏ ସମ୍ପର୍କରେ ଉପରୋକ୍ତ ଟେଲିକମ୍‌ କମ୍ପାନୀଗୁଡିକ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
All Right Reserved By

ବାଣିଜ୍ୟ |

ଇସ୍ତଫା ଦେଲେ ଇନ୍‌ଫୋସିସ୍‌ ସିଏଫ୍‌ଓ

ଇସ୍ତଫା ଦେଲେ ଇନ୍‌ଫୋସିସ୍‌ ସିଏଫ୍‌ଓ

ନୂଆଦିଲ୍ଲୀ,୧୮।୮: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ଭାବେ କାର୍ଯ୍ୟ କରୁଥିବା ଏମ. ଡି. ରଙ୍ଗନାଥ ଶନିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ପୂର୍ବତଟ ଫ୍ରେଟ୍‌ କରିଡର

ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ପୂର୍ବତଟ ଫ୍ରେଟ୍‌ କରିଡର

ନୂଆଦିଲ୍ଲୀ,  ୧୮-୮: ଦେଶର ତୃତୀୟ ରେଳ ପରିବହନ କରିଡରକୁ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କାର୍ଯ୍ୟକାରୀ ହେବାକୁ ଥିବା ପୂର୍ବତଟ ଫ୍ରେଟ କରିଡର ୪୪ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେବ। 

ସେନ୍‌ସେକ୍ସରେ ୨୮୪ ପଏଣ୍ଟ ବୃଦ୍ଧି

ସେନ୍‌ସେକ୍ସରେ ୨୮୪ ପଏଣ୍ଟ ବୃଦ୍ଧି

ମୁମ୍ବାଇ,  ୧୮-୮: ବମ୍ବେର ଷ୍ଟକଏକ୍ସଚେଞ୍ଜରେ ସେନ୍‌ସେକ୍ସରେ ଶୁକ୍ରବାର ଉନ୍ନତ କାରବାର ପରିଲକ୍ଷିତ ହୋଇଛି। ଏଥିରେ ୨୮୪ ପଏଣ୍ଟ ବୃଦ୍ଧି ଘଟି ୩୭,୯୪୭.୮୮ ଏପଣ୍ଟରେ କାରବାର ବନ୍ଦ ହୋଇଛି। 

ଟୁଟିକୋରିନ୍‌ ପ୍ଲାଣ୍ଟ ଉପରେ ନିଷ୍ପତ୍ତି ନେବେ ଏନ୍‌ଜିଟି: ସୁପ୍ରିମକୋର୍ଟ

ଟୁଟିକୋରିନ୍‌ ପ୍ଲାଣ୍ଟ ଉପରେ ନିଷ୍ପତ୍ତି ନେବେ ଏନ୍‌ଜିଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,  ୧୮-୮: ତାମିଲନାଡୁରେ ଥିବା ବେଦାନ୍ତ ଟୁଟିକୋରିନ ପ୍ଲାଣ୍ଟ ବନ୍ଦ ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ପ୍ଲାଣ୍ଟ ପରିସରରେ ଥିବା ପ୍ରଶାସନିକ ୟୁନିଟ୍‌ର ବ୍ୟବହାର ଲାଗି  ଏନ୍‌ଜିଟି ବେଦାନ୍ତକୁ ଅନୁମତି ଦେଇଥିଲେ।

ଜିଏସ୍‌ଟିରୁ ଏମ୍‌ଏସ୍‌ଏମ୍‌ଇ ରପ୍ତାନି ପ୍ରଭାବିତ

ଜିଏସ୍‌ଟିରୁ ଏମ୍‌ଏସ୍‌ଏମ୍‌ଇ ରପ୍ତାନି ପ୍ରଭାବିତ

ବମ୍ବେ,  ୧୮-୮(ପି.ଟି) : ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଘରୋଇ ବଜାରର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଏସ୍‌ଟି ଲାଗୁ ବେଳେ ସାମ୍ନାକୁ ଆସିଥିବା ବିଭିନ୍ନ ସମସ୍ୟା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ ଆସିଥିଲା। 

ଆସିଲା ୟୁପିଆଇ ୨.୦

ଆସିଲା ୟୁପିଆଇ ୨.୦

ନୂଆଦିଲ୍ଲୀ,  ୧୮-୮: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ)ର ଦ୍ୱିତୀୟ ଭର୍ସନ ଉନ୍ମୋଚନ ହୋଇଛି। ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ଶୁଭାରମ୍ଭ କରିଛନ୍ତି। ମର୍ଚ୍ଚାଣ୍ଟମାନଙ୍କୁ ପେମେଣ୍ଟ ପାଇଁ ଏଥିରେ ଓଭର ଡ୍ରାଫ୍ଟ ସୀମା ଧାର୍ଯ୍ୟ ହୋଇଛି।

ୟୁକୋ ବ୍ୟାଙ୍କ ପକ୍ଷରୁ ଆଲୋଚନାଚକ୍ର

ୟୁକୋ ବ୍ୟାଙ୍କ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର,  ୧୮-୮: ୟୁକୋ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ରତା ଆନ୍ଦୋଳନରେ ହିନ୍ଦୀର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନଗର ରାଜଭାଷା କାର୍ଯ୍ୟକାରୀ ସମିତି ଭୁବନେଶ୍ୱରର ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି।

ନୂତନ ପରିସରରେ ପିଏନ୍‌ବି ଆର୍‌ପିଆର୍‌ସି ଶାଖା

ନୂତନ ପରିସରରେ ପିଏନ୍‌ବି ଆର୍‌ପିଆର୍‌ସି ଶାଖା

ଭୁବନେଶ୍ୱର,  ୧୮-୮ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଆର୍‌ପିଆର୍‌ସି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଯାଇଛି। କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍‌.କେ ମାଲହୋତ୍ରା, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ଗଣପତ ଲାଲ୍‌ ଉକ୍ତ ଶାଖାକୁ ଉଦ୍‌ଘାଟନ କରିଥିଲେ। 

ଓଜିବି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଓଜିବି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,  ୧୮-୮ : ଓଡିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) କର୍ମଚାରୀ ସଂଘର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଆଇସିଆଇସିଆଇ ଜାରି କଲା ୧ ଲକ୍ଷରୁ ଊର୍ଦ୍ଧ୍ୱ ଫାଷ୍ଟ ଟ୍ୟାଗ

ଆଇସିଆଇସିଆଇ ଜାରି କଲା ୧ ଲକ୍ଷରୁ ଊର୍ଦ୍ଧ୍ୱ ଫାଷ୍ଟ ଟ୍ୟାଗ

ଭୁବନେଶ୍ୱର,  ୧୮-୮ : ପ୍ରମୁଖ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ପକ୍ଷରୁ ଦେଶର ପ୍ରଥମ ବ୍ୟାଙ୍କ ଭାବେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଫାଷ୍ଟଟ୍ୟାଗ୍‌ ଜାରି କରାଯାଇଛି। ଘରୋଇ ବଜାରରେ ବର୍ତ୍ତମାନ ସୁଦ୍ଧା ୨.୫ ନିୟୁତ ଫାଷ୍ଟଟ୍ୟାଗ୍‌ ଜାରି ହୋଇଛି ଏହା ମଧ୍ୟରେ ଆଇସିଆଇସିଆଇ ଆଗରେ ରହିଛି॥

କର୍ପୋରେଶନ ବ୍ୟାଙ୍କର ଫେଷ୍ଟିଭାଲ ଅଫର

କର୍ପୋରେଶନ ବ୍ୟାଙ୍କର ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,  ୧୮-୮:  ରାଷ୍ଟ୍ରାୟତ୍ତ କର୍ପୋରେଶନ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଫେଷ୍ଟିଭାଲ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଜୟଦେବ ବିହାରସ୍ଥିତ ଶାଖାରେ ଏହାକୁ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଆର୍‌.ଏଲ୍‌. ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। 

ପୂଜାରେ ୧୦ ନୂଆ ମଡେଲ୍‌ ଆଣିବ ଏମ୍‌-ଟେକ୍‌ ମୋବାଇଲ୍‌

ପୂଜାରେ ୧୦ ନୂଆ ମଡେଲ୍‌ ଆଣିବ ଏମ୍‌-ଟେକ୍‌ ମୋବାଇଲ୍‌

ଭୁବନେଶ୍ୱର, ୧୭-୮(ବ୍ୟୁରୋ):ଦିଲ୍ଲୀଭିତ୍ତିକ ମୋବାଇଲ୍‌ ଫୋନ୍‌ କମ୍ପାନୀ ଏମ୍‌-ଟେକ୍‌ ଓଡିଶାରେ ୨୦୧୮ ଶେଷ ସୁଦ୍ଧା ୩ କୋଟି ଟଙ୍କାର ବ୍ୟବସାୟ କରିବ। ଏଥିପାଇଁ ଆସନ୍ତା ପାର୍ବଣ ଋତୁରେ ୪ଟି ସ୍ମାର୍ଟ ଫୋନ୍‌ ଏବଂ ୬ ଫିଚର ଫୋନ୍‌ ବଜାରକୁ ଆଣିବ। କମ୍ପାନୀର ଓଡିଶା ମୁଖ୍ୟ ଶିବ ପାତ୍ର ଏହା କହିଛନ୍ତି। ଗତ ତିନି ମାସ ଧରି କମ୍ପାନୀ ପକ୍ଷରୁ ଦେଶବ୍ୟାପୀ ପ୍ରତି ୧୫ ଦିନରେ ଥରେ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅଗଷ୍ଟ ୧୫ରେ ଏହାର ଗ୍ରାଣ୍ଡ୍‌ ଫାଇନାଲ୍‌ ଶେଷ ହୋଇଛି। ସ୍ବାଧୀନତା ଦିବସ ଉପଲକ୍ଷେ  ଉଭୟ ଗ୍ରାହକ ଓ ରିଟେଲରଙ୍କୁ ପ୍ରୋତ୍ସାହିତ କରିବା ପାଇଁ କାମ୍ପାନୀ ଏହି ସ୍ବତନ୍ତ୍ର ସ୍କିମ୍‌ ବ୍ୟବସ୍ଥା କରିଥିଲା ବୋଲି ପାତ୍ର କହିଛନ୍ତି। ଗ୍ରାଣ୍ଡ୍‌ଫିନାଲେରେ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ମାରୁତି ସୁଜୁକିର ସ୍ବିଫ୍‌ଟ ଡିଜାୟାରା ଯାନ ଉପହାର ପ୍ରଦାନ କରାଯାଇଛି।