Dharitri News
ବ୍ରହ୍ମପୁର

ଧାନ ନଷ୍ଟକଲେ ହାତୀ

ଧାନ ନଷ୍ଟକଲେ ହାତୀ ପାଟପୁର,୮।୨(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଦେଢ଼ମାସ ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏସ. ଗୋପାଳପୁର ଗ୍ରାମର ଚାଷୀମାନଙ୍କ ଅମଳ ଧାନକୁ ହାତୀପଲ ନଷ୍ଟ କରିଛନ୍ତି। ବିକ୍ରି ପାଇଁ ଖଳାରେ ରଖାଯାଇଥିବା ଭଗବାନ ଗୌଡ଼ଙ୍କ ୩୦ ବସ୍ତା, ମାଇଥାଲି ଗୌଡ଼ଙ୍କର ୨୦, ଦୟା ଗୌଡ଼ଙ୍କର ୧୮ ଓ ଲଡ଼ୁ ସେଠୀଙ୍କ ୧୦ବସ୍ତା ଧାନ ହୋଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ବନ କର୍ମଚାରୀ ଖଳାରେ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟପକ୍ଷରେ ୨ ଦିନ ହେଲା ସାହାସପୁର ହାଟପଦା ଲଣ୍ଡା ପାହାଡ଼ରେ ୪ ହାତୀ ଚଳପ୍ରଚଳ କରୁଥିବାରୁ ଗ୍ରାମରେ ଆତଙ୍କ ଦେଖାଦେଇଛି । ପାହାଡ଼ଟି ଗ୍ରାମକୁ ଲାଗିଥିବାରୁ ଗ୍ରାମବାସୀ ସନ୍ଧ୍ୟାହେଲେ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଏ. ମାଧବୀଲତା କହିଛନ୍ତି, ହାତୀ କ୍ଷତି ଘଟାଇଲେ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବ ।

ବ୍ରହ୍ମପୁର

ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ

ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ

ବ୍ରହ୍ମପୁର ଅଫିସ୍‌,୧୭।୨- ଗଞ୍ଜାମ ବଡ଼ି ବିଲ୍‌ଡିଂ ଆଣ୍ଡ ଫିଟନେସ୍‌ ଆସୋସିଏଶନ୍‌ ପକ୍ଷରୁ ଟାଟା ବେଞ୍ଜ ଛକ ନିକଟସ୍ଥ ସୋହନ୍‌ ଫିଟନେସ୍‌ ଜିମ୍‌ ପରିସରରେ ମିଷ୍ଟର ଗଞ୍ଜାମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁରର ଅନନ୍ତ ମହାକୁଡ଼ ମିଷ୍ଟର୍‌ ଗଞ୍ଜାମ ହୋଇଥିଲେ। ଅନନ୍ତ ୬୫କିଲୋ ଓଜନ ବର୍ଗରେ ଭାଗନେଇ ସଫଳତା ହାସଲ କରିଥିଲେ। ୭୦କିଲୋ ଓଜନ ବର୍ଗରେ ପ୍ରଥମ ହୋଇଥିବା ବ୍ରହ୍ମପୁରର ଭି. କ୍ରିଷ୍ଣାଙ୍କୁ ବେଷ୍ଟ ଇମ୍ପ୍ରୁଭଡ଼ ବଡ଼ିରେ ପୁରସ୍କୃତ କରାଯାଇଥିଲା। ୬୦କିଲୋ ଓଜନ ବର୍ଗରେ ଭାଗନେଇଥିବା ବେଲଗୁଣ୍ଠାର ମହେଶ୍ୱର ଜେନା ବେଷ୍ଟ ପୋଜର୍‌ ବିବେଚିତ ହୋଇଥିଲେ। ବରୁଣ କୁମାର ପାଣିଗ୍ରାହୀ, ସଚ୍ଚିଦାନନ୍ଦ ସାହୁ, ଆର୍‌.ଦୁର୍ଗାପ୍ରସାଦ ବିଚାରକ ଦାୟିତ୍ୱରେ ଥିଲେ। ଅତିଥି ଭାବେ ଓଡ଼ିଶା ବ୍ରାହ୍ମଣ ସଂଘର ସାଧାରଣ ସମ୍ପାଦକ ଅକ୍ଷୟ ପାଢ଼ୀ, କର୍ପୋରେଟର୍‌ ସୁରେନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର୍‌ ତିରୁପତି ପାତ୍ର, ପିଣ୍ଟୁ ମହାକୁଡ଼, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟୁତ ତାର ଫାଶରେ ଲାଗି ଜଣେ ମୃତ

ବିଦ୍ୟୁତ ତାର ଫାଶରେ ଲାଗି ଜଣେ ମୃତ

ବୁଗୁଡ଼ା,୧୭।୨(ଡି.ଏନ.ଏ.)- ବୁଗୁଡ଼ା ଥାନା ମତାଝରି ଗ୍ରାମଠାରୁ ୨ଶହ ମିଟର ଦୂରରେ ଥିବା ଏକ କ୍ଷେତରେ ଶନିବାର ଭୋର ପ୍ରାୟ ୬ଟାରେ ବନ୍ୟଜନ୍ତୁ ଶିକାର ପାଇଁ ପକାଯାଇଥିବା ବିଦ୍ୟୁତ ତାର ଫାଶରେ ଲାଗି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ମତାଝରି ଗ୍ରାମର ଗଦେଇ ଗୌଡ଼। ପ୍ରକାଶଯେ, କୌଣସି ଦୁର୍ବୃତ୍ତ ବନ୍ୟପ୍ରାଣୀ ଶିକାର କରିବା ଆଶାରେ ମତାଝରି ଗ୍ରାମ ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାରରେ ହୁକ୍‌ ପକାଇ ଜାଲ ବିଛାଇଥିଲେ। ଶନିବାର ଭୋର ପ୍ରାୟ ୬ଟାରେ ମତାଝରି ଗ୍ରାମର ଗଦେଇ ଶୌଚ ହେବାକୁ ନିକଟରେ ଥିବା ପଡ଼ିଆକୁ ଯାଇଥିଲେ।

ଛେଳି ଫସଲ ଖାଇବାକୁ ନେଇ ବାପ,ପୁଅଙ୍କୁ ଆକ୍ରମଣ

ଜଗନ୍ନାଥପ୍ରସାଦ,୧୭।୨- ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମ ପାହାଡ଼ ନିକଟରେ ଶନିବାର ସକାଳ ଛେଳି ଫସଲ ଖାଇବାକୁ ନେଇ ଛେଳି ଚରାଉଥିବା ବାପା,ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସକାଳ ପ୍ରାୟ ସାଢେ ୧୧ଟାରେ ଖଇରନଟି ଗ୍ରାମର ନରସିଂହ ଗୌଡ଼ ଓ ତାଙ୍କ ପୁଅ ସଞ୍ଜୟ ଗ୍ରାମ ନିକଟରେ ଛେଳି ଚରାଉଥିଲେ।

ବ୍ୟାପକ ପରିବା ଫସଲ ନଷ୍ଟ କଲେ ହାତୀପଲ

ବ୍ୟାପକ ପରିବା ଫସଲ ନଷ୍ଟ କଲେ ହାତୀପଲ

ଶେରଗଡ,୧୭।୨ (ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଭୁଷୁଣ୍ଡା ଗ୍ରାମରେ ପାକିଡି ପାହାଡକୁ ଲାଗି ଥିବା ଜମିରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ପଶି ବ୍ୟାପକ ପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୪୦ ଜଣ ଚାଷୀଙ୍କ ଟମାଟୋ, କୋବି, ପିଆଜ ଓ କଖାରୁ ଆଦି ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ପରେ ଏହି ହାତୀପଲ କରଡାକଣା ଠାରେ ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି।

ଭାଲୁ କାମୁଡାରେ ଆଉ ଜଣେ ଗୁରୁତର

କବିସୂର୍ଯ୍ୟନଗର/ଆସିକା,(ଡି.ଏନ୍‌.ଏ.) ,୧୭।୨- କବିସୂର୍ଯ୍ୟନଗର ବ୍ଲକ ଯମୁନାଗିରି ପର୍ବତରେ ପୁଣି ଭାଲୁ ଆତଙ୍କ ଦେଖାଦେଇଛି। ଗତ ଶିବରାତ୍ରିରେ ପାଇକଯମୁନା ଓ ରାମ୍ପୁଡି ଗ୍ରାମର ୨ଜଣ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବାବେଳେ ପୁଣି ଶନିବାର ସକାଳେ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।

ନିଆଁ ଲାଗି ୧୨ ବଖରା ଜଳିଗଲା

ନିଆଁ ଲାଗି ୧୨ ବଖରା ଜଳିଗଲା

ଭଞ୍ଜନଗର,୧୭।୨(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ବ୍ଲକ ବଡ଼ଗୁଣ୍ଡିରିବାଡ଼ି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ। ଏଥିରେ ୬ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ହେଲେ ବସନ୍ତ ପ୍ରଧାନ, ଦୁଆରି ପ୍ରଧାନ, ପ୍ରକାଶ ପ୍ରଧାନ, ବାବୁଲା ପ୍ରଧାନ, ଗୋକୁଳ ପ୍ରଧାନ ଓ ରଜନୀ ପ୍ରଧାନ। ଖବରପାଇ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି। ନିଅଁ। କେଉଁଭଳି ଲାଗିଲା ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଲଣ୍ଡା ବାଉଁଶ ଗାଁରେ ସ୍ତ୍ରୀଙ୍କୁ ଆକ୍ରମଣ

ଛତ୍ରପୁର,୧୭।୨ (ଡି.ଏନ୍‌.ଏ.)- ଛତ୍ରପୁର ଥାନା ଭିକାରୀପଲ୍ଲି ପଞ୍ଚାୟତ ଅଧୀନ ଲଣ୍ଡାବାଉଁଶ ଗଁାରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ କାତିରେ ହାଣିଛନ୍ତି। ଗୁରୁତର ମହିଳା ଜଣକ ହେଲେ ସାବିତ୍ରୀ ସାହୁ। ତାଙ୍କ ଗୋଡ ଓ ହାତରେ କ୍ଷତ ରହିଛି। ଗଁା ଲୋକେ ତାଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆକ୍ରମଣ କରି ସ୍ବାମୀ ଫେରାର ହୋଇଯାଇଛନ୍ତି। ପାରିବାରିକ ଗଣ୍ଡଗୋଳ ଯୋଗୁ ଏହି ଘଟଣା ଘଟିଛି। ଖବର ଲେଖାହେବା ବେଳକୁ ଥାନାରେ କୌଣସି ମାମଲା ରଜୁ ହୋଇ ନଥିବା ଜଣାପଡିଛି।

ଅବକାରୀ ବିଭାଗର ଚଢ଼ାଉ, ୩ ଗିରଫ

ଅବକାରୀ ବିଭାଗର ଚଢ଼ାଉ, ୩ ଗିରଫ

ଭଞ୍ଜନଗର,୧୭।୨(ଡି.ଏନ.ଏ.)- ଭଞ୍ଜନଗର ଓ ଆସିକା ଅବକାରୀ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ଭଞ୍ଜନଗର ଓ ଗାଙ୍ଗପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କରାଯାଇଛି। ୬୩ଲିଟର ଚୋରା ମଦ ସମେତ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ ହୋଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବଦାଙ୍ଗିର ବୀର ସାହୁ, ଭେରେଡାର ସୁବ୍ରତ ସ୍ବାଇଁ ଓ ତୁଳସିପଲ୍ଲୀର ଉଦ୍ଧବ ପ୍ରଧାନ।

ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟିତ

ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କୋଠା ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ, ୧୭।୨: ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କୋଠା ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ବାର୍ଷିକ ଉତ୍ସବ

ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ବାର୍ଷିକ ଉତ୍ସବ

ବ୍ରହ୍ମପୁର ଅଫିସ, ୧୭।୨: ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବୁଗୁଡା, ୧୭।୨(ଡି.ଏନ୍‌.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ମତାଝରି ଗ୍ରାମଠାରୁ ୨୦୦ ମିଟର ଦୂର ଏକ ବିଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ଭୋର ୬ଟାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ବିବାହ ବନ୍ଧନରେ ବାନ୍ଧି ହେଲେ ୫ଦମ୍ପତି

ବିବାହ ବନ୍ଧନରେ ବାନ୍ଧି ହେଲେ ୫ଦମ୍ପତି

ବ୍ରହ୍ମପୁର ଅଫିସ୍‌,୧୬।୨- ଆର୍ଥତ୍କ ଅନଗ୍ରସର। ବିବାହ ଖର୍ଚ୍ଚ ପାଇଁ ପାଖରେ ନ ଥିଲା ଟଙ୍କା। ଏଭଳି ସ୍ଥଳେ ସହାୟତାର ହାତ ବଢ଼ାଇଛି ବ୍ରହ୍ମପୁର ଇନ୍‌ରହ୍ବିଲ୍‌ କ୍ଲବ। ଶୁକ୍ରବାର ପୂର୍ବାହ୍ନରେ ଖାସ୍‌ପା ସାହିସ୍ଥିତ କନ୍ୟକା ପରମେଶ୍ୱରୀ ମନ୍ଦିରଠାରେ ସାମୂହିକ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ୫ଟି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପାଲୁର ଗ୍ରାମର ସୁଶାନ୍ତ ନାହାକଙ୍କ ସହ ସେହି ଗ୍ରାମର ରୀତା ନାହାକଙ୍କ ବିବାହ ହୋଇଥିବା ବେଳେ ନାରାୟଣଗଡ଼ର ବିଭୀଷଣ ଗୌଡ଼ଙ୍କ ସହ ଆଠଘରିଆର ନୀଳ ଗୌଡ଼, ପାଲୁରର କାହ୍ନୁଚରଣ ନାହାକଙ୍କ ସହ ପୂର୍ଣ୍ଣମାସୀ ବେହେରା, ରମ୍ଭାର ପ୍ରଶାନ୍ତ କୁମାର ସାହୁଙ୍କ ସହ ଲତା ସାହୁ ଏବଂ ପପରପଙ୍କର ପ୍ରଶାନ୍ତ କୁମାର ବେହେରାଙ୍କ ସହ ସୁଷମା ବେହେରାଙ୍କ ବିବାହ ହୋଇଥିଲା।