Dharitri News
ବାଣିଜ୍ୟ |

ଏଲ୍‌ଜି ଇଣ୍ଡିଆ ଏମ୍‌ଡିଙ୍କ ଓଡ଼ିଶା ଗସ୍ତ

ଏଲ୍‌ଜି ଇଣ୍ଡିଆ ଏମ୍‌ଡିଙ୍କ ଓଡ଼ିଶା ଗସ୍ତ ଭୁବନେଶ୍ୱର, ୮-୨(ବ୍ୟୁରୋ) ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ସଭାପତି ତଥା ଏମ୍‌ଡି କି.ଓ୍ବାନ କିମ୍‌ ଭୁବନେଶ୍ୱର ଗସ୍ତରେ ଆସି କମ୍ପାନୀର ଟ୍ରେଡ୍‌ ପାର୍ଟନରମାନଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ଏହି ଗସ୍ତ ଅବସରରେ ଡିଲର୍‌ମାନଙ୍କୁ ସାକ୍ଷାତ କରି ସେ ସେମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ଏବଂ ସମଗ୍ର ବ୍ୟବସାୟ ବାତାବରଣ କିପରି ଉନ୍ନତ ହୋଇପାରିବ ସେ ନେଇ ପରାମର୍ଶ ଦେଇଛନ୍ତି। କିମ୍‌ଙ୍କର ଏହା ଦ୍ୱିତୀୟ ଭୁବନେଶ୍ୱର ଗସ୍ତ ଥିବା ବେଳେ ତାଙ୍କୁ ରାଜ୍‌ ଇଲେକ୍‌ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ, ପାତ୍ର ଇଲେକ୍‌ଟ୍ରୋନିକ୍ସର କୈଳାସ ଚନ୍ଦ୍ର ପାତ୍ର, ସ୍ପେକ୍ଟ୍ରା ଭିଜନର ଦେବରାଜ ରଥ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ରାଜେଶ ଗୁପ୍ତା ପ୍ରମୁଖ ସ୍ବାଗତ କରିଥିଲେ। ଏହି ଅବସରରେ କିମ୍‌ଙ୍କ ସହିତ କମ୍ପାନୀର ରିଜିଓନାଲ୍‌ ବିଜ୍‌ନେସ୍‌ ହେଡ୍‌ (ବିହାର, ଓଡ଼ିଶା) ପ୍ରବଲ୍‌ ସାକ୍ସେନା ଏବଂ ଭୁବନେଶ୍ୱର ଶାଖା ପ୍ରବନ୍ଧକ ମନୀଷ ସିଂଘଲ ପ୍ରମୁଖ ଉପସ୍ଥିତ ଥିଲେ।

ବାଣିଜ୍ୟ |

ଏୟାରଟେଲ୍‌-ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ସହଭାଗିତା

ଏୟାରଟେଲ୍‌-ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ସହଭାଗିତା

ଭୁବନେଶ୍ୱର,୨୧-୨ ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍‌ ଏବଂ ନୋକିଆ ବ୍ରାଣ୍ଡ୍‌ରେ ହ୍ୟାଣ୍ଡ୍‌ସେଟ୍‌ ପ୍ରସ୍ତୁତ କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ମଧ୍ୟରେ ସହଭାଗିତା ହୋଇଛି। ଏହା ଜରିଆରେ ଗ୍ରାହକମାନେ ବ୍ୟୟସାପେକ୍ଷ ମୂଲ୍ୟରେ ୪ଜି ସ୍ମାର୍ଟଫୋନ୍‌ ପାଇବେ ା ଏହି ସହଭାଗିତା ଏୟାରଟେଲ୍‌ର ‘ମେରା ପେହେଲା ସ୍ମାର୍ଟଫୋନ୍‌’ ଅଭିଯାନର ଏକ ଅଂଶ ା

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଲକ୍ଷ୍ନୌ, ୨୧।୨: ଉତ୍ତରପ୍ରଦେଶରେ ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ୧୦ ହଜାର କୋଟି ଟଙ୍କା ନିବେଶ କରିବ। ଏ ସମ୍ପର୍କରେ ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବୁଧବାର ସୂଚିତ କରିଛନ୍ତି।

ପେନ୍‌ ସମ୍ରାଟରୁ ଋଣ ଖିଲାପକାରୀ

ପେନ୍‌ ସମ୍ରାଟରୁ ଋଣ ଖିଲାପକାରୀ

କାନପୁର,୨୦ା୨(ପି.ଟି.) ଏଠାକାର ତିଲ୍‌କନଗର ଅଞ୍ଚଳରେ ୪,୦୦୦ ବର୍ଗଫୁଟ୍‌ ସ୍ଥାନରେ ନିର୍ମିତ ‘ସନ୍ତୁଷ୍ଟି’ ମାନ୍‌ସନ। ଏଠାରେ ରୁହନ୍ତି ରୋଟୋମାକ୍‌ ପେନ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ। ପ୍ରାସାଦର ସୌନ୍ଦର୍ଯ୍ୟ ଏହାକୁ ସ୍ବତନ୍ତ୍ର କରୁଛି। ଏବେ ଏହି ପ୍ରାସାଦରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଅଧିକାରୀଙ୍କ ଭିଡ। କୋଠାରୀଙ୍କ ବିରୋଧରେ ଥିବା ଋଣ ଖିଲାପୀ ମାମଲାର ତଦନ୍ତର ଅଂଶବିଶେଷ ଏଠାରେ ସିବିଆଇ ଅଧିକାରୀଙ୍କ ସୁଅ ଛୁଟୁଛି।

୬ ସମୁଦ୍ର ମହଲ ଫ୍ଲାଟ୍‌ର ମୂଲ୍ୟ ୯୦୦ କୋଟି

୬ ସମୁଦ୍ର ମହଲ ଫ୍ଲାଟ୍‌ର ମୂଲ୍ୟ ୯୦୦ କୋଟି

ନୂଆଦିଲ୍ଲୀ,୨୦-୨ ନୀରବ ମୋଦି ମାମଲାରେ ଆୟକର ବିଭାଗ ଏକ ପ୍ରାଥମିକ ଆକଳନ କରିଛି। କିଛି ଦିନ ପୂର୍ବେ ଏହି ମାମଲାରେ ନୀରବ ମୋଦିଙ୍କ ୨୯ଟି ପ୍ରପର୍ଟିକୁ ଜବତ କରାଯାଇଥିଲା। ତେବେ ଏଥିମଧ୍ୟରୁ ନୀରବ ଏବଂ ତାଙ୍କ ପତ୍ନୀଙ୍କ ଅଧିକୃତ କେବଳ ୬ଟି ଫ୍ଲାଟ୍‌ର ମୂଲ୍ୟ ୯୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏହି ଫ୍ଲାଟ୍‌ଗୁଡିକ ବମ୍ବେର ଓ୍ବର୍ଲିସ୍ଥିତ ସମୁଦ୍ର ମହଲଠାରେ ଅବସ୍ଥିତ। ତେବେ ଜବତ ହୋଇଥିବା ସମ୍ପତ୍ତିଗୁଡିକର ମୋଟ ମୂଲ୍ୟ ହଜାର ହଜାର କୋଟି ଟଙ୍କା ହେବ ବୋଲି ଆୟକର ବିଭାଗ ଆକଳନ କରିଛି।

ପିଏନ୍‌ବି ମାମଲା:ବିପୁଲ ଅମ୍ବାନୀଙ୍କ ସମେତ ୫ ଗିରଫ

ପିଏନ୍‌ବି ମାମଲା:ବିପୁଲ ଅମ୍ବାନୀଙ୍କ ସମେତ ୫ ଗିରଫ

ନୂଆଦିଲ୍ଲୀ,୨୦ା୨ ୧୧,୪୦୦ କୋଟି ଟଙ୍କାର ପିଏନ୍‌ବି ଜାଲିଆତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମଙ୍ଗଳବାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଜେନ୍ସି ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ କମ୍ପାନୀ ଫାୟାରଷ୍ଟାର୍‌ ଇଣ୍ଟରନ୍ୟାଶନାଲ୍‌ର ସଭାପତି(ଅର୍ଥ) ବିପୁଲ ଅମ୍ବାନୀଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି।

ବ୍ୟବସାୟ ଉଦ୍ଦେଶ୍ୟରେ କୋଇଲା ଉତ୍ତୋଳନ କରିପାରିବେ ଘରୋଇ କମ୍ପାନୀ

ବ୍ୟବସାୟ ଉଦ୍ଦେଶ୍ୟରେ କୋଇଲା ଉତ୍ତୋଳନ କରିପାରିବେ ଘରୋଇ କମ୍ପାନୀ

ନୂଆଦିଲ୍ଲୀ,୨୦-୨(ପି.ଟି.) ଏବେ ଘରୋଇ କମ୍ପାନୀଗୁଡିକ ବ୍ୟବସାୟିକ ଉଦ୍ଦେଶ୍ୟରେ କୋଇଲା ଉତ୍ତୋଳନ କରିପାରିବେ। ମଙ୍ଗଳବାର ହୋଇଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ରାଷ୍ଟ୍ରାୟତ୍ତ କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)ର ଏକଚ୍ଛତ୍ରବାଦ ଆଉ ରହିବ ନାହିଁ। ଘରୋଇ କମ୍ପାନୀ ମଧ୍ୟ କୋଇଲା ଉତ୍ତୋଳନ କରି ଏହାର ବ୍ୟବସାୟ କରିପାରିବେ।

ଗୀତାଞ୍ଜଳି ଗ୍ରୁପ୍‌ର ୨୦ଟି ସ୍ଥାନରେ ଚଢ଼ାଉ

ଗୀତାଞ୍ଜଳି ଗ୍ରୁପ୍‌ର ୨୦ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୨୦-୨(ପି.ଟି.) ଟିକସ ଖିଲାପୀ ମାମଲାରେ ଆୟକର ବିଭାଗ ମଙ୍ଗଳବାର ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ୍‌ ଚୋକ୍‌ସୀ ଏବଂ ତାଙ୍କର କେତେକ ସହଯୋଗୀ କମ୍ପାନୀ ସହ ଜଡିତ ୨୦ଟି ସ୍ଥାନରେ ଚଢ଼ାଉ କରିଛି।

ପିଏନ୍‌ବିର ମୁଖ୍ୟ କାର୍ଯ୍ୟାଳୟରେ ସିବିଆଇ ଜେରା

ପିଏନ୍‌ବିର ମୁଖ୍ୟ କାର୍ଯ୍ୟାଳୟରେ ସିବିଆଇ ଜେରା

ନୂଆଦିଲ୍ଲୀ,୨୦-୨(ପି.ଟି.) ୧୧,୪୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ମଙ୍ଗଳବାର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ୧୦ ଜଣ ଅଧିକାରୀଙ୍କୁ ଜେରା କରାଯାଇଛି। ଏଥିମଧ୍ୟରେ ଜଣେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଥିବାବେଳେ ୯ ଜଣ ବରିଷ୍ଠ ଅଧିକାରୀ ରହିଥିଲେ। ସିବିଆଇ ପକ୍ଷରୁ ଗୀତାଞ୍ଜଳି ଗ୍ରୁପ୍‌ର ୧୦ ଜଣଙ୍କୁ ମଧ୍ୟ ଜେରା କରାଯାଇଛି।

ଅନିୟନ୍ତ୍ରିତ ଜମା ଯୋଜନା ଉପରେ ଲାଗିବ ଅଙ୍କୁଶ

ଅନିୟନ୍ତ୍ରିତ ଜମା ଯୋଜନା ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ,୨୦-୧(ପି.ଟି.) ବିଭିନ୍ନ ପ୍ରକାର ଅନିୟନ୍ତ୍ରିତ ଜମା ଯୋଜନାଗୁଡିକ ଯୋଗୁ ବୃହତ୍‌ ସଂଖ୍ୟାରେ ନିବେଶକ ଠକାମିର ଶିକାର ହେଉଛନ୍ତି। ତେଣୁ ଏହି ଯୋଜନାଗୁଡିକ ଉପରେ କଟକଣା ଲଗାଇବାକୁ ସରକାର ଏକ ନୂଆ ବିଲ୍‌ ସଂସଦରେ ଉପସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଥର ବିଦେଶରୁ ଋଣ ପାଇବା ହେବନି ସହଜ

ଏଥର ବିଦେଶରୁ ଋଣ ପାଇବା ହେବନି ସହଜ

ବମ୍ବେ,୨୦-୨ କମ୍ପାନୀଗୁଡିକ ବିଦେଶରୁ ଋଣ କରିବା ଏଥର କଷ୍ଟକର ହୋଇପାରେ। ବାହାର ଦେଶରୁ ଋଣ ଆଣିବା ପ୍ରକ୍ରିୟାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପୂର୍ବ ତୁଳନାରେ କଡ଼ାକଡ଼ି କରିବା ପାଇଁ ଯୋଜନା କରୁଛି। ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମୁଦ୍ରାର ମୂଲ୍ୟ ଯଦି ମାତ୍ରାଧିକ ହ୍ରାସ ପାଏ ତେବେ ଋଣ କ୍ରେତାଙ୍କ ପରିଷୋଧ କ୍ଷମତା ପ୍ରଭାବିତ ହେବ। ଏହି କାରଣରୁ ଆର୍‌ବିଆଇ ଏଭଲି ନିଷ୍ପତ୍ତି ନେଇ ପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ମୁହଁ ଖୋଲିଲେ ଜେଟ୍‌ଲୀ ଅଡିଟର ଦୋଷୀ

ମୁହଁ ଖୋଲିଲେ ଜେଟ୍‌ଲୀ ଅଡିଟର ଦୋଷୀ

ନୂଆଦିଲ୍ଲୀ, ୨୦-୨(ପି.ଟି.) ପିଏନ୍‌ବି ଘଟଣାରେ ବହୁ ବିଳମ୍ବରେ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ଅରୁଣ୍‌ ଜେଟ୍‌ଲୀ। ଏଥିରେ ସେ ଅଡିଟରଙ୍କ ଉପରେ ସିଧାସଳଖ ଦୋଷ ଲଦିଛନ୍ତି। ପିଏନ୍‌ବିରେ ୧୧,୪୦୦ କୋଟି ଟଙ୍କାର ଠକେଇ କାରବାରକୁ ଅଡିଟର ଧରିବାରେ ଅସମର୍ଥ ହୋଇଛନ୍ତି ବୋଲି ସେ କହିଛନ୍ତି।

 ‘ମାମଲା ୨ଜି ଭଳି ମଉଳିଯିବ’

‘ମାମଲା ୨ଜି ଭଳି ମଉଳିଯିବ’

ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟଙ୍କ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଓକିଲ ବିଜୟ ଅଗ୍ରଓ୍ବାଲ୍‌ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ କ୍ଲାଏଣ୍ଟ୍‌ଙ୍କ ବିରୋଧରେ ହୋଇଥିବା ମାମଲା ୨ଜି ଦୁର୍ନୀତି ଏବଂ ବୋଫର୍ସ ମାମଲା ଭଳି ମଉଳି ଯିବ।