Dharitri News
ବ୍ରହ୍ମପୁର

ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବଳାତ୍କାର

ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବଳାତ୍କାର ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୮।୨(ଡି.ଏନ.ଏ.)-ରାଜଧାନୀରେ ଏବେ ଯୁବତୀ/ ଛାତ୍ରୀମାନଙ୍କ ଅଶ୍ଳୀଳ ଫଟୋ, ଭିଡିଓକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କନ୍ଧମାଳ ଜିଲା ବି ପଛରେ ପଛରେ ପଡିନାହିଁ। ପଛୁଆ ଜିଲା ଭାବେ ପରିଗଣିତ ହେଉଥିବା ଏହି ଜିଲାରେ ମଧ୍ୟ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଯାଇ ବ୍ଲାକମେଲିଂ କରାଯାଉଛି। କଥା ଏତିକିରେ ସରିନାହିଁ। ଏହି ଫଟୋକୁ ଦେଖାଇ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର କରାଯାଇଛି। ପ୍ରଥମେ ଫଟୋ ଉଠାଇଥିବା ଯୁବକ ଏହି କାର୍ଯ୍ୟ କଲାପରେ ପଛରେ ପ୍ରେମିକ ଜଣକ ମଧ୍ୟ ଏହି କାଣ୍ଡ ଭିଆଇଛନ୍ତି। ଏଭଳି ଘଟଣା ଜିଲାର ତୁମୁଡିବନ୍ଧ ବ୍ଲକରେ ଦେଖିବାକୁ ମିଳିଛି। ଘଟଣା ନେଇ ଛାତ୍ରୀ ଜଣକ ତୁମୁଡିବନ୍ଧ ଥାନାରେ ଗୁରୁବାର ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଉଗୁଡାର ମନୋଜ ନାୟକ ଓ କାଲିସାପଦରର ବିକାଶ ମଲ୍ଲିକ। ତୁମୁଡିବନ୍ଧ ଥାନା ଅଞ୍ଚଳର ଜଣେ ଛାତ୍ରୀ ଯୁକ୍ତ ୨ରେ ପଢ଼ୁଛନ୍ତି। କଲେଜ ଯିବା ଆସିବା ସମୟରେ ମନୋଜଙ୍କ ସହ ପରିଚୟ ହୋଇଥିଲା। ଗତ ନଭେମ୍ବରରେ ମନୋଜ ରହୁଥିବା ଭଡାଘର କଲୋନୀକୁ ସମ୍ପୃକ୍ତ ଯୁବତୀଙ୍କୁ ଡାକି ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ଏହି ସମୟର କିଛି ଫଟୋ ନିଜ ମୋବାଇଲ ଫୋନରେ କଏଦ କରିଥିଲେ। ଏହି ଫଟୋକୁ ଦେଖାଇ ସମ୍ପୃକ୍ତ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ଏହାପରେ ଫଟୋକୁ କେତେ ଜଣଙ୍କ ପାଖକୁ ହ୍ବାଟ୍‌ସ୍‌ଆପରେ ପଠାଇଥିଲେ। ଘଟଣା ବିଷୟରେ କାହାରିକୁ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ସେହିପରି ଛାତ୍ରୀଙ୍କ ପ୍ରେମିକ ବିକାଶ ଏହି ଫଟୋର ସୁଯୋଗ ନେଇ ଛାତ୍ରୀ ତଥା ପ୍ରେମିକାଙ୍କୁ ମଧ୍ୟ ବାରମ୍ବାର ବଳାତ୍କାର କରିଥିଲେ। ଅନୁରୂପ ଭାବେ ଫଟୋକୁ ମଧ୍ୟ ଅନ୍ୟମାନଙ୍କୁ ମୋବାଇଲ ଫୋନରେ ଏପରିକି ଛାତ୍ରୀଙ୍କ ଭଉଣୀଙ୍କ ପାଖକୁ ମଧ୍ୟ ପଠାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ପୋଲିସ ଏହି ଘଟଣାରେ ୧୦ ଓ ୧୧/୧୮ରେ ୨ଟି ମାମଲା ରୁଜୁ କରିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ବ୍ରହ୍ମପୁର

ଚିତ୍ରସେନ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଚିତ୍ରସେନ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର,୨୪।୨(ଡି.ଏନ.ଏ.) - ଗଞ୍ଜାମ ଜିଲା କୋଦଳା ଥାନା ମର୍ଦ୍ଦମେଖ (ମାଟିଗଡ) ଗାଁର ଚିତ୍ରସେନ ଦଳାଇଙ୍କୁ ୨୦୧୩ ଅକ୍ଟୋବର ୨୧ ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୪ ଜଣ ଶନିବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏମାନେ ହେଲେ ମର୍ଦ୍ଦମେଖ (ମାଟିଗଡ) ଗାଁର ରାମଚନ୍ଦ୍ର ସ୍ବାଇଁ ଏବଂ ତାଙ୍କ ୨ ପୁଅ ପ୍ରଶାନ୍ତ ଓ ସୁର୍ଦଶନ, ଭାଇ ଗଣପତି ସ୍ବାଇଁ। ଏହି ହତ୍ୟା ମାମଲାର ଶୁଣାଣି କରି ଏଡିଜେ ଶିଖା ରାଣୀ ରଥ ଉପରୋକ୍ତ ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କ ଉପରେ ୫ ହଜାର ଟଙ୍କା ଲେଖାଏର ଜରିମାନା କରାଯାଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏପିପି ଶରତ ଚନ୍ଦ୍ର ପ୍ରଧାନ ଓ ସରକାରୀ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ।

ଘନା ରେଡ୍ଡୀ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୪।୨-ଗଞ୍ଜାମ ଜିଲା କୋର୍ଟର ଜଜ୍‌ ମଳୟରଞ୍ଜନ ଦାଶ ଶନିବାର ବ୍ରହ୍ମପୁର ଶୀତଳାପଲ୍ଲୀ ଗ୍ରାମର ଜି. ଘନା ରେଡ୍ଡୀ ହତ୍ୟା ମାମଲାର ବିଚାର କରି ପ୍ରମାଣ ଅଭାବରୁ ବି. ଭେଙ୍କଟେଶଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୪ ଏପ୍ରିଲ ୬ ତାରିଖରେ ଘନା ସ୍ଥାନୀୟ ଏକ ମନ୍ଦିରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାକୁ ସେହି ଗ୍ରାମର ଭେଙ୍କଟେଶ ମଧ୍ୟ ଯାଇଥିଲେ। ସେଠାରେ ଭେଙ୍କଟେଶ କୁଆଡେ ଘନାଙ୍କୁ ଏକ ପିତ୍ତଳ ହାଣ୍ଡି ୫୦୦ ଟଙ୍କାରେ ବିକ୍ରି କରିଥିଲେ। ତେବେ ଘନା ତାଙ୍କୁ ୫୦୦ ଟଙ୍କା ନ ଦେଇ ୩୦୦ ଟଙ୍କା ଦେଇଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁର୍ନୀତି ପ୍ରସଙ୍ଗ: ଭିଜିଲାନ୍ସ ତଦନ୍ତ ପାଇଁ ପ୍ରସ୍ତୁତ: କୁଳପତି

ବ୍ରହ୍ମପୁର ଅଫିସ୍‌,୨୪।୨-ବହୁ ଚର୍ଚ୍ଚିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗରେ ଶନିବାର ମୁହଁ ଖୋଲିଛନ୍ତି କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ। ଶନିବାର ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ କିଛି ଦିନ ହେଲା ଯେଉଁ ସବୁ ଘଟଣା ଘଟିଛି, ତାହା ତାଙ୍କୁ ବ୍ୟଥିତ କରିଛି। ସେ ମଧ୍ୟ ଚାହୁଛନ୍ତି ଦୁର୍ନୀତି ଅଭିଯୋଗର ତଦନ୍ତ ହେଉ। ଏ ନେଇ ସେ ରାଜଭବନକୁ ଚିଠି ଲେଖି କୁଳାଧିପତି ତଥା ରାଜ୍ୟପାଳଙ୍କ ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି। ରାଜ୍ୟପାଳ ଅନୁପସ୍ଥିତ ଥିବା ଯୋଗୁ କୌଣସି ଉତ୍ତର ମିଳିନାହିଁ।

ଅସଲି ବୋତଲରେ ନକଲି ପାଣି

ଅସଲି ବୋତଲରେ ନକଲି ପାଣି

ବ୍ରହ୍ମପୁର ଅଫିସ୍‌,୨୪।୨-ଜଳ ହେଉଛି ଜୀବନର ଆଧାର। ବଞ୍ଚତ୍ବା ପାଇଁ ପାଣି ନିହାତି ଦରକାର। ନିରୋଗ ଜୀବନ ପାଇଁ ଆବଶ୍ୟକ ସୁଦ୍ଧ ପାଣ। କିନ୍ତୁ ବ୍ରହ୍ମପୁରରେ ସୁଦ୍ଧ ପାଣି ନାମରେ ଚାଲିଛି ଅସୁଦ୍ଧ ବ୍ୟବସାୟ। ନକଲି ଖାଦ୍ୟ ପଦାର୍ଥ ଯେମିତି କି ଡାଲି, ବେସନ, ତେଲ, କ୍ଷୀର ବଜାରରେ ବିକ୍ରି ହେଉଥିଲା। କିନ୍ତୁ ଏବେ ପାଣି ମଧ୍ୟ ନକଲି ହେଲାଣି। ମିନେରାଲ୍‌ ପାଣି ଭାବି ଯାହାକୁ ଲୋକମାନେ ପିଇଯାଉଛନ୍ତି, ତାହା ସୁଦ୍ଧ ନୁହେଁ, ବରଂ ନକଲି। ବୋତଲ ଅସଲି ହେଲେ, ପାଣି ନକଲି। ବ୍ରହ୍ମପୁର ସହରରେ ତୀବ୍ର ଭାବେ ଏହି ନକଲି ପାଣି ବ୍ୟବସାୟ ଚାଲିଥିଲେ ମଧ୍ୟ ପ୍ରଶାସନ ଆଖି ବୁଜିଦେଇଛନ୍ତି। ଯାଞ୍ଚ କିମ୍ବା ଚଢ଼ାଉ ହେଉନି। ଏହା ପରୋକ୍ଷରେ ପାଣି ବ୍ୟବସାୟୀଙ୍କୁ ସାହସ ଯୋଗାଉଛି। ଅନ୍ୟପଟେ ଲୋକମାନେ ରୋଗରେ ପଡ଼ୁଛନ୍ତି।

ଗୋରୁ ବୋଝେଇ ଗାଡ଼ି ଅଟକ, ୩ ଗିରଫ

ଖଜୁରିପଡା,୨୪।୨: ଧର୍ମଗଡ଼ରୁ ଫୁଲବାଣୀ ଦେଇ ନୟାଗଡ ଅଞ୍ଚଳକୁ ଗୋରୁ ଚାଲାଣ କରୁଥିବା ଏକ ପିକଅପ ଭ୍ୟାନ (ନଂ.ଓଡି୦୫-ଡବ୍ଲ୍ୟୁ୨୫୨୪)କୁ ଖଜୁରିପଡା ଫରେଷ୍ଟ ଚେକଗେଟ ନିକଟରେ ବ୍ଲକ ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ କର୍ମୀ ଅନ୍ତର୍ଯାମୀ ମଲିକ ଅଟକାଇ ଥାନା ଜିମା ଦେଇଥିଲେ।

ସ୍କୁଲ ଅଟୋରୁ ଖସି ଛାତ୍ର ଗୁରୁତର

ଭଞ୍ଜନଗର,୨୪।୨(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ଗୁଡ଼ିପଲ୍ଲୀରେ ଶନିବାର ସ୍କୁଲ ଅଟୋରୁ ଖସିପଡ଼ି ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଗୁଡ଼ିପଲ୍ଲୀର ଶୁଭମ ପରିଡ଼ା (୧୨) । ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ନିଆଯାଇଛି।

 ବଉଳଗଁ।ରେ ଝାଡ଼ାବାନ୍ତି: ୨୦ ଆକ୍ରାନ୍ତ

ବଉଳଗଁ।ରେ ଝାଡ଼ାବାନ୍ତି: ୨୦ ଆକ୍ରାନ୍ତ

ଛତ୍ରପୁର,୨୪।୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁରେ ଝାଡାବାନ୍ତି ବ୍ୟାପିବା ଫଳରେ ୨୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କୁ ଶୁକ୍ରବାର ରାତିରେ ଚିକିତ୍ସା ଲାଗି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନିଅଁ।ଲାଗି ୧୨ ବଖରା ଜଳିଗଲା

ନିଅଁ।ଲାଗି ୧୨ ବଖରା ଜଳିଗଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।,୨୪।୨(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ତିଆରିଗଁାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣଙ୍କର ଡିବିରିରୁ ନିଅଁ।ଲାଗି ୧୨ବଖରା ଜଳି ଯାଇଛି । ଘରେ ଥିବା ଆସବାବପତ୍ର ସମେତ ଟଙ୍କା ସୁନା,ପୋଷାକ,କଂସାବାସନ ଆଦି ପୋଡ଼ି ନଷ୍ଟ ହୋଇଯାଇଛି। ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ ହୋଇଥିବା କ୍ଷତିଗ୍ରସ୍ଥ ପରିବାର ଜଣାଇଛନ୍ତି ।

ଦୁବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦୁବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ,୨୪।୨(ଡି.ଏନ୍‌.ଏ.)-ଖଲିକୋଟ ବ୍ଲକ ଅନ୍ତର୍ଗତ ବିକ୍ରମପୁର ସାହାନ୍ତିସାହିର ରଞ୍ଜନ ଜେନା(୪୨)ଙ୍କର ଦୁବାଇରେ ଶୁକ୍ରବାର ମୃତ୍ୟୁ। ଘଟିଛି। ରଞ୍ଜନ ୨ ମାସ ହେବ ଶ୍ରମିକ ଭାବେ କାମ କରିବାକୁ ଦୁବାଇ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରୁ ଶୁକ୍ରବାର ରଞ୍ଜନଙ୍କୁ ନେଇଥିବା ଏଜେଣ୍ଟ ଫୋନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଇଥିଲେ । କିଭଳି ତାଙ୍କର ମୃତ୍ୟୁ ହେଲା ସେ ବିଷୟରେ ଜଣାପଡି ନାହିଁ ।

ହତ୍ୟା ମାମଲାରେ ୯ ଗିରଫ

ହତ୍ୟା ମାମଲାରେ ୯ ଗିରଫ

ଆସିକା,୨୪। ୨(ଡି.ଏନ୍‌.ଏ.)-ଆସିକା ଥାନା ଇଲାକାରେ ୨୦୧୬ ଓ ୨୦୧୭ରେ ଘଟିଥିବା ଏକାଧିକ ହତ୍ୟା ମାମଲାର ୮ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ଆସିକା ଥାନା କର୍ଣ୍ଣୋଳି ଗ୍ରାମର ରଞ୍ଜିତ କୁମାର ସ୍ବାଇଁ, ପ୍ରଫୁଲ୍ଲ କୁମାର ବିଷୋୟୀ, ଶମ୍ଭୁ ବିଷୋୟୀ, ସୁଶାନ୍ତ ଭୂୟାଁ, ଉମାଚରଣ ବରଡ, ନୀଳାଞ୍ଚଳ ସ୍ବାଇଁ (କଙ୍କଡା), ପ୍ରଭାକର ସ୍ବାଇଁ (ଟୁଙ୍ଗୁରୁ), ଖାରିଆ ଗ୍ରାମର ରଞ୍ଜିତ କୁମାର ପ୍ରଧାନ ଏବଂ ଝାଡ଼ବନ୍ଧର ଶଙ୍କର ସ୍ବାଇଁ। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଟ୍ରକ, ଦୁଇଟି କାର, ଗୋଟିଏ ପିସ୍ତଲ, ଗୋଟିଏ ଗୁଳି, ଗୋଟିଏ ଖଣ୍ଡା ଓ ଗୋଟିଏ କାତି ଜବତ କରାଯାଇଛି। ଗିରଫ ହୋଇଥିବା କର୍ଣ୍ଣୋଳିର ରଞ୍ଜିତ ସମସ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। କର୍ଣ୍ଣୋଳି ଗ୍ରାମରେ ଦୀର୍ଘଦିନ ଧରି ଲାଗିରହିଥିବା ରାଜନୈତିକ ପ୍ରତିପକ୍ଷତା ଓ ଗ୍ରାମ୍ୟ ବିବାଦ ସମସ୍ତ ହତ୍ୟାକାଣ୍ଡର ମୂଳ କାରଣ ବୋଲି ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଶନିବାର ସନ୍ଧ୍ୟାରେ ଆସିକା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି କାଏମ ରଖିବାକୁ ଦାବିପତ୍ର

ଦିଗପହଣ୍ଡି,୨୪।୨(ଡି.ଏନ.ଏ.)-ଦିଗପହଣ୍ଡି ଏନଏସି ନିର୍ବାଚନ ପାଇଁ ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତିକୁ କାଏମ ରଖିବା ପାଇଁ ସହରର ସଚେତନ ଜନସାଧାରଣ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ବିଜେଡିରେ ମିଶିଲେ ଭାଜପା, କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ଭାଜପା, କଂଗ୍ରେସ କର୍ମୀ

ଧରାକୋଟ,୨୪।୨(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତ ପଣିବନ୍ଧ ଗ୍ରାମର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ଶନିବାର ବିଜେଡିରେ ସାମିଲ ହୋଇଛନ୍ତି।